STORYMIRROR

Chinmayee Barik

Tragedy

3  

Chinmayee Barik

Tragedy

ସହିଦ୍

ସହିଦ୍

2 mins
1.3K


-------ସହିଦ୍-------

ଚାରିବର୍ଷର " ଫଟିକ୍" ଖୁସି ରେ ଦୌଡି ଦୌଡି ଆସୁଥିଲା ।

କେବଳ ଫଟିକ୍ ମୁହଁରେ ହସ ଥିଲା ଆଉ ସମସ୍ତଙ୍କ ମୁହଁ ଝାଉଁଳି ଯାଇଥିଲା ।

ଚା' ଦୋକାନୀ କାଳିଆ ନନା ପଚାରିଲା "ଏ ଫଟିକ୍ ତୁ ଏତେ ଖୁସି କାହିଁକି ଯେ?"

ଆରେ ନନା ,ଜାଣିନ କି ମୋ ବାପା ସହିଦ୍ ହୋଇଛନ୍ତି ପରା....ଫଟିକ୍ ର ଉତ୍ତର ଥିଲା ।

କାଳିଆ ନନା କାନ୍ଧରୁ ଗାମୁଛା ଟା ଖସାଇ ଦେଇ ଆଖି ପୋଛୁ ପୋଛୁ କହିଲା "ଏଥିରେ ଖୁସି ହେବାର କଣ ଅଛି ଫଟିକ୍ ?"

ଖୁସି ହେବିନି?ଆର ଥର ବାପା ଆସିଥିଲେ "ମେଜର୍ "ହୋଇ ।ଭାରୀ ଖୁସିଥିଲେ ସେ ।ମୋ ଲାଗି କେତେ ଜାମା ପ୍ୟାଣ୍ଟ ଆଉ ଖେଳଣା ଆଣିଥିଲେ । ଏଥର ଆସିବେ "ସହିଦ୍ "ହୋଇ ।ଏଥର ବି ମୋ ଲାଗି କେତେକଣ ନେଇ ଆସୁଥିବେ ।ଏଇତ ..ଏବେ ଶୁଣିଲି ଯେ ବାପା ଆସୁଛନ୍ତି କାଳେ ।ଫଟିକ୍ ର ଆଖିରେ ଖୁସିର ପୁଲକ ।

ହରିକାକା କେତେବେଳୁ ଶୁଣୁଥିଲା ଫଟିକ୍ ର କଥା ।ଫଟିକ୍ କୁ ଛାତି ପାଖକୁ ଟାଣି ଆଣି ହରିକାକା ଭୋ ଭୋ ହୋଇ କାନ୍ଦି ଉଠିଲେ ।ସେମିତି କାନ୍ଦୁ କାନ୍ଦୁ କହିଲେ "ଧନରେ ...ତୋ ବାପା ଆଉ ନାହାଁନ୍ତି । ମରି ଯାଇଛନ୍ତି ରେ ..

ଫଟିକ୍ ଟିକେ ଚୁପ୍ ରହିଲା ।ତା ପରେ ମୁହଁ ଶୁଖେଇ କାଳିଆ ନନାକୁ ଅନେଇ ଫଟିକ୍ ପଚାରିଲା "ନନା ,ସତରେ କଣ ମୋ ବାପା ମରି ଯାଇଛନ୍ତି?"

କାଳିଆ ନନା ସ୍ତବ୍ଧ ହୋଇ ଯାଇଥିଲା ଫଟିକ୍ ର ପ୍ରଶ୍ନରେ ।ଧୀରେ କହିଲା "ନା ..ରେ ..।ତୋ ବାପା କେବେ ମରି ପାରିବେନି ..ସେ ତ ସହିଦ୍ ହୋଇଛନ୍ତି ..ସହିଦ୍ ।

ଏଥର୍ ଫଟିକ୍ ପୁଣି ଥରେ ଫିକ୍ କିନା ହସି ଉଠିଲା ଆଉ କହିଲା "ହରିକାକା ତୁମେ ଭାରି ମିଛୁଆ ।ମୋ ବାପା ମରି ନାହାଁନ୍ତି ...ସେ ସହିଦ୍ ହୋଇଛନ୍ତି ପରା ।"

ଫଟିକ୍ ହସି ହସି ଚାଲିଗଲା ...

କାଳିଆ ନନା ଆଉ ହରିକାକା ଗୁମୁରି ଗୁମୁରି କାନ୍ଦୁଥିଲେ । ସେମାନେ ବୁଝିପାରୁ ନ ଥିଲେ କେମିତି ବୁଝେଇବେ ଫଟିକ୍ କୁ... ଯେ ମରିବା ଓ ସହିଦ୍ ହେବା ଭିତରେ ବହୁତ୍ ତଫାତ୍ ତଥାପି ଗୋଟିଏ କଥା ସମାନ ଯେ

"ବାପା ଡାକିବାକୁ ତା ପାଖରେ ଆଉ କେହି ନ ଥିବେ "।

------Lucy -----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy