Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Lalita Mohan Mishra

Tragedy

3  

Lalita Mohan Mishra

Tragedy

ବନ୍ଧନରୁ ମୁକ୍ତି

ବନ୍ଧନରୁ ମୁକ୍ତି

3 mins
19



ମନୁଷ୍ୟ ଜୀବନରେ ଏମିତି ଗୁଡାଏ ଘଟଣା ଘଟି ଯାଏ । ଯାହା ଆମର କଳ୍ପନାର ବାହାରେ । ଯେଉଁ କଥା ଆମେ କେବେ ଭାବିନଥିଲେ, ବିଶ୍ୱାସ କରିନଥିଲେ ତାହା ଏବେ ଘଟୁଛି । ମନୁଷ୍ୟର ସୁଖ ଦୁଃଖ ମୁଦ୍ରାର ଦୁଇ ପାର୍ଶ୍ଵ ପରି । ପ୍ରତି ବର୍ଷ ରାକ୍ଷୀପୂର୍ଣ୍ଣିମା ଆସିଲେ ଭଉଣୀ ଖୋଜେ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ। ରାକ୍ଷୀ ବାନ୍ଧି ଜଗନ୍ନାଥଙ୍କ ପାଖରେ ଶୁଭ ମନାସେ । ମୋ ଭାଇ ଭଲରେ ଥାଉ । ସୁଖରେ ଥାଉ । ଯେତେବେଳେ ମୁଁ ପାଖରେ ନଥାଏ । ସିଏ ରାକ୍ଷୀ ବାନ୍ଧି ନପାରେ । ସେତେବେଳେ ମୋ ଉପରେ ଅଭିମାନ କରେ ଦୁଃଖ କରେ । ଆଉ ପାଖରେ ପାଇଗଲା ପରେ ରାକ୍ଷୀ ବାନ୍ଧି ବହୁତ ଆନନ୍ଦିତ ହୁଏ ।


ଭାଇ ଭଉଣୀକୁ କ'ଣ ରାକ୍ଷୀରେ ଦିଏ ତାହା ବଡ କଥା ନୁହେଁ । କିନ୍ତୁ ଭାଇ ଭଉଣୀର ପବିତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ । ଭଉଣୀଟି ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରେ - ଏ ପ୍ରଭୁ ଜଗନ୍ନାଥ ମୋ ଭାଇକୁ ଚକ୍ର ଆଢୁଆଳରେ ରଖିଥାଅ । ଭାଇ ମଧ୍ୟ ଶୁଭ ମନାସେ ଠାକୁରଙ୍କ ପାଖରେ ମୋ ଭଉଣୀ ସୁଖରେ ଥାଉ। ହେଲେ ବିଧିର ବିଧାନ କିନ୍ତୁ ଅଲଗା । 


ରାକ୍ଷୀ ପୂର୍ଣ୍ଣମୀ ଦିନ ଫୋନ୍ ଆସିଲା - ବାପା ଫୋନରେ କଥାବାର୍ତ୍ତା ହେଲେ। କିଛି ସମୟ ପରେ ତାଙ୍କର ହାତରୁ ଫୋନଟି ଖସି ପଡିଲା । "କିଂ କର୍ତ୍ତବ୍ୟବିମୂଢ" ହୋଇ ଲଥ କିନା ସୋଫାରେ ବସି ପଡିଲେ । ବୋଉ ଆସି ପଚାରିଲା - କ'ଣ ହେଲା ? ବାପା କିଛି ଉତ୍ତର ଦେଉନଥାନ୍ତି । ସ୍ତମ୍ଭୀଭୂତ ହୋଇ ଯାଇଥାନ୍ତି । ବୋଉର ବାରମ୍ବାର ପ୍ରଶ୍ନରେ ସଙ୍ଗେ ସଙ୍ଗେ ବାହାରି ପଡିଲେ ।


ସୁନିଲକୁ କହିଲେ - ତୁ ଆମ ପଛେ ପଛେ ଆସେ ।


ଜରିମୁଦ ହୋଇଥିବା ଶବଟିଏ । ଯେମିତି ଶୋଇ ଯାଇଛି ଚିର ନିଦ୍ରାରେ । ଡ଼ାକ୍ତରଖାନାର ଷ୍ଟ୍ରେଚର୍ ଉପରେ ରଖା ଯାଇଛି ଶବକୁ। ପାଖକୁ କିଏ ଯାଇ ପାରିବେ ନାହିଁ । ଜୀବନ ଜଞ୍ଜାଳରେ ହାରିଯାଇଛି । ଜୀବନ ଯନ୍ତ୍ରଣାରୁ ଚିରଦିନ ପାଇଁ ସିନା ତାକୁ ମୁକ୍ତି ମିଳିଛି । ହେଲେ ପାଇଲା କ'ଣ ? ନିଜକୁ ବଳିଦାନ ଦେଇ ପରର ସେବା କରି ! ଅନ୍ୟମାନେ କେତେ ଚିହ୍ନିଲେ ତାକୁ ? ପରିବାରକୁ ପ୍ରଚଣ୍ଡ ଭଲପାଉଥିବା, ନିଜକୁ ତିଳ ତିଳ କରି ଜାଳୁଥିବା ସୌମ୍ୟା - ଆଜି ଝରିପଡ଼ିଲା ମଉଳି ଯାଇ ।


ଅହରହ ସେବା କରୁଥିବା ସେବିକାଟିଏ ଶେଷରେ ଶୋଇଗଲା ଚିରଦିନ ପାଇଁ।ସବୁଦିନ ସ୍ୱାମୀ ଠାରୁ ମାଡ଼ ଗାଳି ଖାଇ ଖାଇ ସତେ ଯେମିତି ତାର ଦେହ ସୁହା ହୋଇ ଯାଇଥିଲା । ଆଜି ସବୁଦିନ ପାଇଁ ତା ଆଖିରୁ ଲୁହ ଶୁଖି ଗଲା । ପରକୀୟା ପ୍ରୀତିରେ ପାଗଳ ସ୍ୱାମୀ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଲା । ବାପା ବୁଝାଇ ଦିଅନ୍ତି ସିନା କିନ୍ତୁ ଝିଅର ଦୁଃଖରେ ଭାଗୀଦାର ହୋଇ ପାରନ୍ତି ନାହିଁ । ନିର୍ଯ୍ୟାତନାର ଆହୁତିରେ ଘିଅ ଢାଳୁଥିଲେ ଶାଶୁ ମାଆ । ମେଡ଼ିକାଲ୍ ଡିଉଟିରେ ଗଲାବେଳେ ସୌମ୍ୟା ନିଜର ଝିଅ ପାଇଁ ଦୁଃଖିତ ହୁଏ ।


ଝିଅକୁ କାହା ପାଖରେ ଛାଡିବ ? ଗଲାବେଳେ ଝିଅକୁ ଚାହିଁ ଦୁଇଧାର ଲୁହ ଖସି ପଡ଼ୁଥିଲା ତା ଆଖିରୁ ସଦାବେଳେ । ଘରର ସବୁ କାମ ସାରିଦେଇ ଚାକରାଣୀ ହାତରେ ଝିଅକୁ ଧରେଇ ଦେଇ ଚାଲିଯାଏ । ଶାଶୁ ନାତୁଣୀକୁ ଭଲ ଦୃଷ୍ଟିରେ ଦେଖୁ ନଥିଲେ । ରାତି ଡିଉଟି ପଡିଲେ ଘରେ ଅଶାନ୍ତି । କ'ଣ କରିବି - ଚାକିରୀ କରିଛି ମାନେ ମୁଣ୍ଡ ବିକିଛି ! କିନ୍ତୁ ଅନ୍ୟମାନେ ବୁଝିବାକୁ ନାରାଜ । କରୋନା ଡିଉଟି ପଡ଼ିଲା ଦିନଠାରୁ ଘରେ ଅଶାନ୍ତି ଆହୁରି ବଢ଼ିଗଲା। ଦିନେ ଶାଶୁ କହିଲେ ତୋ ପିଲାର ଯତ୍ନ ଆମେ ନେଇ ପାରିବୁନି । ତୋ ବାପାଙ୍କୁ କହ ନାତୁଣୀକୁ ନେଇ ରଖନ୍ତୁ । ଏକଥାକୁ ମଧ୍ୟ ହଜମ କରିପାରିଲା ନାହିଁ ସୌମ୍ୟା ।


ଚାରି ଦିନ ପୂର୍ବରୁ ସାନଭାଇ ସୁନିଲକୁ ଫୋନ୍ କରି ଡାକିଥିଲା ରାକ୍ଷୀ ପୂର୍ଣ୍ଣିମାରେ ଆସିବାକୁ। ତାପର ଦିନ ସୌମ୍ୟାର ସ୍ୱାବ୍ ଟେଷ୍ଟରୁ ଜଣା ପଡ଼ିଲା ସେ କୋଭିଡ୍ ପଜିଟିଭ୍। ତାକୁ ଆଉ ଘରକୁ ଛଡ଼ା ଯିବନି । କୋଭିଡ୍ ୱାର୍ଡକୁ ପଠାଇ ଦିଆଗଲା। ସେହି ଠାରୁ ସେ ବାପାଙ୍କୁ ଫୋନ୍ କରି କହିଥିଲା- ଝିଅକୁ ଘରକୁ ନେଇ ଯିବାକୁ। ବାପା ଆସି ନାତୁଣୀକୁ ନେଇଗଲେ ଓ ମେଡିକାଲ ଗଲେ ସୌମ୍ୟାକୁ ଦେଖା କରିବାକୁ। କିନ୍ତୁ ସମ୍ଭବ ହୋଇ ପାରିଲା ନାହିଁ ।


ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ବାପାଙ୍କ ପାଖକୁ ମେଡ଼ିକାଲ୍ରୁ ଫୋନ୍ ଆସିଲା ସୌମ୍ୟା ଆଉ ସଂସାରରେ ନାହିଁ । ଶବ କାହାକୁ ହସ୍ତାନ୍ତର କରାଯିବ ନାହିଁ । ସରକାର ସଂସ୍କାର କରିବେ। ବାପାଙ୍କ ପାଦତଳୁ ମାଟି ଖସି ପଡିଲା ଭଳି ଲାଗିଲା। ବୋଉର ଆଖିରୁ ଲୁହ ଅନବରତ । ବୋଉ ଛାତି ପିଟି କାନ୍ଦୁଥାଏ । ସୁନିଲର ଅବସ୍ଥା ନ କହିଲେ ଭଲ । ଅପା ଅପା ଡାକି କାନ୍ଦୁଥାଏ ।


ଦୂରରୁ କାଚ କାନ୍ଥର ସେପଟେ ସୌମ୍ୟାର ଶବ ଜରି ପ୍ୟାକିଂ ହୋଇ ରହିଥାଏ ଷ୍ଟ୍ରେଚର୍ ଉପରେ । ସୁନିଲ୍ କାନ୍ଦି କାନ୍ଦି କହୁଥାଏ.... ଅପା ରାକ୍ଷୀ ବାନ୍ଧିଦେ ମୋ ହାତରେ , ଦେଖେ ମୁଁ ଆସିଚି ପରା ତୋ ପାଖକୁ । ମୋତେ ମିଠା ଖୁଆଇ ଦେ.... ଅପା ଶୀଘ୍ର ଆ.. ଡେରି କରେନି । ମୋ'ର ଅନ୍ ଲାଇନ୍ କ୍ଲାସ ଆରମ୍ଭ ହୋଇ ଯିବ ଯେ... । ଅପା ଶୀଘ୍ର ଆ....। ଦେଖେ ମତେ ଏଥର ଆଉ ସବୁଥର ପରି ପଇସା ମାଗିବୁନି। ମୁଁ ଚାକିରୀ କଲେ ତୋତେ ସବୁ ପଇସା ଗୋଟି ଗୋଟି କରି ଦେଇ ଦେବି। ଅପା .......


କିଛି ଦୂରରେ ଶାଶୁମାଆ ତାଙ୍କ ପୁଅକୁ ଧୀରେ ଧୀରେ କହୁଥିଲେ - ସବୁଦିନ ପାଇଁ "କଣ୍ଟା ସଫା ହୋଇଗଲା" ରେ ପୁଅ.... । ଚିନ୍ତା କରେ ନାହିଁ । ମାସେ ଯାଉ ତୋର ବାହାଘର ସେହି ଝିଅ ସାଙ୍ଗରେ କରେଇ ଦେବି। ଦୂରରୁ ଝିଅର ବାହୁନି ବାହୁନି କାନ୍ଦ ଶୁଭୁଥାଏ । କହୁଥାଏ - ମାମା ! ମୋତେ କାହା ପାଖରେ ଛାଡିବା ଚିନ୍ତା ତୋର ଚିରଦିନ ପାଇଁ ପଳାଇଲା । ହେଲେ ମୁଁ.....



Rate this content
Log in

More oriya story from Lalita Mohan Mishra

Similar oriya story from Tragedy