STORYMIRROR

Lopamudra Parida

Tragedy Inspirational Others

3  

Lopamudra Parida

Tragedy Inspirational Others

ବିସ୍ଥାପିତ ଜୀବନ

ବିସ୍ଥାପିତ ଜୀବନ

2 mins
229

ଜୀବନ କାହାର ସ୍ଥାପିତ ଯେ ଆମେ ବିସ୍ଥାପିତ???? ଓଲଟା ମୁଁ କହିବି ଆମେ ସୁଖି ।ଆମର ଚିନ୍ତା ଅର୍ଥୀ କିଛି ନାହିଁ ।ହେଲା, ଖାଇଲୁ .....ନହେଲା ଶୋଇଗଲୁ ।ପେଟରେ ଓଦା କନା ଦବା ବି ଦରକାର ହୁଏନି, ଅନ୍ତନାଡି ମାନେ ସବୁ ବୁଝନ୍ତି ଆଉ ଜାଣନ୍ତି ବି । ଆମର ସୁଖ ଦୁଃଖ ସବୁ ସମାନ ।ମନ ହେଲା ଲଢିଗଲୁ ,ମନ ହେଲା ଜିତିଗଲୁ ଫୁଣି ସେଇ ମନ ହେଲା ହାର୍ କୁ କୁଣ୍ଢେଇ କି ଶୋଇଗଲୁ ।ମନର ରାଜା ଆଉ ରାନୀ ଆମେ ।ଆମ ଘରେ ଘଣ୍ଟା ନାହିଁ ।ହେ ଆମର ତ ଘର ହି ନାହିଁ ।ନଳା କଡ,ତମ ବିଲ୍ଡିଂ ପଛପଟ ଦେଖିଥିବ ନା ସେଇ ଯାଗା ଟା ଆମ ସ୍ବର୍ଗ ।ତମେ ଯାହାକୁ ଦେଖିଲେଇ ଆପେ ଆପେ ନାକରେ ଲୁଗା ଗେଞ, ଆମେ ସେଇଠି ସ୍ବପ୍ନ ଦେଖୁ ।ଆରେ ଏଥିରେ ଆଶ୍ଚର୍ଯ୍ୟ କଣ ଅଛି ।ହଁ ବା ସତ ।ଆମେ ବି ସ୍ବପ୍ନ ଦେଖୁ, ଆବଶ୍ୟ ତମଠୁ ଭିନ୍ନ ଅନେକ ଟା ସେ ସ୍ବପ୍ନ ର ରଂଗ ।ତଥାପି ଦେଖୁ ।ତମେ ଡୁପ୍ଲେକ୍ସ,ଭିଲ୍ଲା ଆଉ ବିଏମଡବ୍ଲୁ ର କଲର ଓ ଇନ୍ଟେରିୟର ଚଏସ୍ ର ସ୍ବପ୍ନ ଆଉ ଆମେ ........ତମେ ଡଷ୍ଟବିନ ରେ ଫୋପାଡିଥିବା ବଳକା ବିରିୟାନୀ ର ବାସ୍ନା ।ହଁ ଟିକେ ଆମ୍ବିଳା ବି ହେଇଯାଇଥାଏ, କିନ୍ତୁ ଚଳିବ ।ସେଇ ତମ ବଳକା ତକ ଆମର ମହାର୍ଘ୍ଯ ଭୋଜି ।ସମସ୍ତେ ମୁଠେ ମୁଠେ ପରେ ଆମ ପୋଷା ଭାଲୁଆ କୁ ବି ଜରି ଚାଟିବାକୁ ଦଉ ।ଏତିକି ତ ଫରକ ।ତମେ ସବୁ ମୋର ମୋର ଏକା ଏକା ଚିଲଉଥାଅ, ଆମ ଏକାଠି ତମ ପୁରୁଣା ଫଟା ଟେଡି ଗୋଟେଇ ଆଣି ନାଳରେ ଧୋଇ ପାଲରେ ଶୁଖେଇ ଆମ ଛୁଆ ହାତରେ ଧରେଇଦେଲେ ସେ ଅମାପ ମାପ ହସଟେ ଝରେଇଦିଏ ।ଇନ୍ଦ୍ରଧନୁ ଦିଶେ ଖୋଲା ଆକାଶ ତଳେ ।ତମ ଇନ୍ଦ୍ରଧନୁ????

ତଫାତ୍ କୋଉଠି !!!ତମେ ସବୁ ପରେ ବି ଆହୁରି ,ଆହୁରି ଖୋଜୁଥାଅ,ହଜିଯାଅ ........ ଆମେ ଗୋଟେଇ ଗୋଟେଇ ଚେରେଇ ଖେଳେଇ ଯାଉ । ଆତ୍ମା ତୃପ୍ତ କାହାର????ହୁଁ ।

ଆମେ କେବେ ଧକଉନା, ଲୁହା ର ପିଞରା ସବୁ ଆମ ଛାତିରେ ।ଆପେ ଅନେକ ସହିବା ଶିଖିଯାଉ ,ବଜ୍ର ହେଇଯାଉ । କିନ୍ତୁ ଶୁଣ ବିସ୍ଥାପିତ ମାନଙ୍କୁ ବି କେବେ କେବେ ତ ମଣିଷ ଭାବ।ପୁରୁଣା ପଛେ ହଉ କିଛି ଜାମା ଓ ଖାତା ବହି କଲମ ଖଡି ତ ନେଇ ଆସ ।ଆମକୁ ବି ହାତ ଧରି ଲେଖିବା କହିବା ଶିଖାଅ ।ଆମ ପିଲାଙ୍କୁ ବି ସଫା ସ୍ବପ୍ନ ଦିଟା ବାଣ୍ଟ ।ସେମାନେ ତ ଆଉ ଜାଣିଶୁଣି ଏ ବେରଙ୍ଗ ଆବୁରୁ ଯାବୁରୁ ରେ ଜନ୍ମ ହୋଇନାହାନ୍ତି ନା ।ଦୁଃଖ ହୁଏ ତାଙ୍କ ପାଇଁ ।ଆମର କଣ ଅଛି !! ଆମେ ତ ଛିଃ ର ଆୱାର୍ଡ ଟା ପାଇସାରିଲୁଣି ।ବାଧେ ତ ,ଭାବିଲୁ ଆମ ପିଲେ କାଳେ ......

ଆମକୁ କଣ ସ୍ବପ୍ନ ଦେଖିବା ମନା କି ,ତମ ବାଲ୍କୋନୀ ଠୁ ତ ଆମ ଆକାଶ ବେଶ୍ ବଡ ।

ଆସ ।

ଆଉ ଦେଖ ଆମେ ତମକୁ ରିଟର୍ଣ୍ଣ ଗିଫ୍ଟ ରେ କଣ ଦବୁ । 

ଆତ୍ମତୃପ୍ତି!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy