STORYMIRROR

Er. Prakash Majhi

Tragedy Inspirational

4  

Er. Prakash Majhi

Tragedy Inspirational

ବିଷାକ୍ତ ଜୀବନ ଅମୃତ ଦାନ

ବିଷାକ୍ତ ଜୀବନ ଅମୃତ ଦାନ

3 mins
223

ରାତି ପାହି ସକାଳ ହେଲେ ପ୍ରତିଟି ମଣିଷ ଚିନ୍ତା କରେ କେମିତି ପରିବାର ଭରଣ ପୋଷଣ କରିବାକୁ ପଡିବ| କିଏ ମୁଲ ଲାଗିବ ତ କିଏ ଚାକିରୀ କର୍ମକ୍ଷେତ୍ରକୁ ବାହାରିବ | ହେଲେ ଯାହା ପାଖରେ ସେତକ ନଥିବ ତା ଆଖିରେ ନିଦ ନଥିବ କେମିତି ରାତି ପାହି ସକାଳ ହବ ମୁଁ ଭିକ ମାଗି ଯିବି. ଆଜି ଆପଣକୁ ଗୋଟେ ଏମିତି ସତ କଥାଟେ କହିବାକୁ ଯାଉଛି | 


ଦିନ ପ୍ରାୟ ୧୧ଟା ହେବ ମୁଁ ଘରେ ବସି ଟିଭି ଦେଖୁଥାଏ | ମମି ରୋଷେଇ କରୁଥାନ୍ତି, ଦାଣ୍ଡ ପଟୁ ଡାକ ଶୁଭିଲା ମାଆ ଘରେ କିଏ ଅଛ? 

୨ପଦ ଡାକ ପରେ ମୁଁ ହଁ ଯାଉଛି କହି ବାହାରକୁ ଗଲି |

ଯାଇ ଦେଖେ ତ ଦାଣ୍ଡଦୁଆର ତଳେ ସ୍ତ୍ରୀ ଲୋକଟିଏ ଛିଡା ହୋଇଛି| କାନ୍ଧରେ ମଇଳା ଲୁଗା ମୁଣି ଟିଏ ପକେଇଛି। ମଇଳା ଲୁଗା ଖଣ୍ଡେ ପିନ୍ଧିଛି | ରସ ବାସନଟେ ହାତରେ ଧରି ମୋ ଆଗରେ ବଢେଇକି କହିଲା ମାଆ ଭିକ ଗଣ୍ଡେ ଦିଅ| ମୁଁ କହିଲି ଟିକିଏ ରୁହ ମୁଁ ଘରୁ ଆଣିକି ଆସୁଛି |


ଘରକୁ ଯାଇ ଗୋଟେ ଗିନାରେ ଉଷୁନା ଚାଉଳ ଗିନାଏ ଆଣିକି ଆସିଲି |

ସେ ସ୍ତ୍ରୀ ଲୋକ ଟି ତାର ଲୁଗା କାନି ଦେଖେଇଲା ମୁଁ ଢାଳିଦେଲି |

ସେହି ସମୟରେ ମୋର ନଜର ପଡିଲା, ଅଣ୍ଟା ପାଖରେ ଆଉ ଗୋଟେ ମୁଣି ଅଛି ଆଉ ସେ ମୁଣି ଭିତରୁ କଣ ଗୋଟେ ହଲିଲା ଭଳିଆ ଲାଗିଲା |ସେ ଫେରିକି ପଳାଉଥିଲା ମୁଁ ତାକୁ ପଛରୁ ଡାକିଲି |


ଟିକେ ଶୁଣିଲ.. କଣ ସେ ଲୁଗାରେ ନେଉଛ? କଣ ଅଛି ତ ଭିତରେ ହଲୁଛି ସେଇଟା ଦେଖେ ତ ଟିକେ? ଏତିକି କହିଛି ସେ ମୁଣି ଟାକୁ ଆଡେଇକି ଦେଖେଇ ଦେଲା ଆଉ ମୁଁ ହଟାତ ଚମକି କି ପଛକୁ ପାଦେ ପଳେଇ ଆସିଲି | ସେ ମୁଣି ଭିତରେ ସଦ୍ୟ ନବଜାତ ଶିଶୁଟିଏ ଥାଏ |

ଖରା ଯୋଗୁ ଲୁଗା ମୁଣି ଭିତରେ ନାଲି ପଡିଯାଇଛି | କୁନି କୁନି ଆଖି, ଟିକି ଓଠଟିଏ ହାତକୁ ମୁଠା ମୁଠା କରି ଯୋଡିକି ସୋଇଛି|


ମୁଁ ଦେଖିକି ମୋ ପାଖରେ ଶବ୍ଦ କିଛି ନ ଥିଲା, କଣ କହିବି ମୁଁ ସେ ସ୍ତ୍ରୀ ଲୋକ କୁ? ଛେପ ଢ଼ୋକିକି ପଚାରିଲି ଇଏ କେତେ ଦିନର ପିଲା? 

ସ୍ତ୍ରୀ ଲୋକଟି ଟିକିଏ ହସି କହିଲା ମାଆ କାଲି ରାତିରେ ଜନ୍ମ ହେଇଚି |

ମୁଁ କହିଲି ତମେ ଏ ଅବସ୍ଥାରେ ଭିକ ମାଗି ଆସିଛ କେମିତି | କହିଲା କଣ କରିବି ମାଆ ମୋ ଦୁର୍ଭାଗ୍ୟ | ଆପଣଙ୍କ ଗାଁ ପାଖ ଇଟା ଭାଟିରେ ମୁଁ କାମ କରେ, ମୋ ମରଦ ବି ସେଇଠି କାମ କରେ, ହେଲେ ମାଆ ଯାହା ରୋଜଗାର ହୁଏ ଅଳପେଇଶା ମଦ ପିଇକି ସବୁ ସାରିଦେଉଛି | କହିଲେ ମତେ ମାରୁଛି ଗାଈ ଗୋରୁଙ୍କୁ ମାରିଲା ପରି | ଦେଖୁନ ମାଆ ମାରିକି କେମିତି ପିଠି ଆଉ ଜଙ୍ଘ ଫଟେଇ ଦେଇଚି | ସତର ବରଷ ରେ ବାହା ହେଇଥିଲି ମାଆ, ୟାକୁ ମିଶେଇ ମୋର ଦୁଇଟି ଛୁଆ ଘର କେମିତି ଚଳିବ?  


ଭାଟିରେ ଗଣ୍ଡଗୋଳ ହୋଇ ଭାଟି ବନ୍ଦ ଅଛି |ପିଲା ଛୁଆଙ୍କ ମୁଁହରେ ତ ତୋରାଣି ମୁନ୍ଦାଏ ଦେବି | ସେ ଅଳପେଇଶା ସକାଳ ଟାରୁ ମଦ ପିଇକି ପଡିଛି | ଏ ସବୁ ମୁଁ ଶୁଣିକି ମୁଣ୍ଡ ବୁଲେଇଲା ମୋର |ମୁଁ ଅବାକ ହୋଇ ତାକୁ ଚାହିଁ ରହିଥାଏ |ଟିକିଏ ରୁହ କହି ଘରକୁ ଗଲି ଫ୍ରିଜ ରେ କିଛି ଫଳ ଥାଏ ଆଉ ବ୍ରେଡ ଥାଏ ଆଣିକି ତା ହାତରେ ଦେଲି ଆଉ ଶହେ ଟଙ୍କା ଦେଲି | ଆକାଶକୁ ଅନେଇକି ମୁଣ୍ଡିଆ ଟେ ମାରିଲା ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ ମାଆ... କହିକି ଆଗକୁ ବଢିଲା | 


ଆଉ ମୁଁ ସେଠି ଛିଡା ହୋଇ ଭାବୁଥିଲି |ଆମ ଘରେ ପିଲାଟିଏ ଜନ୍ମ ହେଲେ ବାରଯାତ୍ରା ନଗଲା ଯାଏ ଘରୁ ବାହରନ୍ତିନି |ଭଲ ମନ୍ଦ ଖାଇବା ପିଇବା | ଏନ୍ତୁଡ଼ିଶାଳରେ ପିଲାକୁ ସେକିକି ଟାଣ କରାଯାଏ ହେଲେ ଏମାନଙ୍କ ପାଇଁ କଣ ଏସବୁ ନାହିଁ |କଣ ମୋର ଏଇ କିଛି ଫଳ ଆଉ ବ୍ରେଡରେ ତା ପେଟ ପୁରି ଯିବ? କଣ ଏଇ ଶହେ ଟଙ୍କାରେ ତାର ଅଭାବ ପୂରଣ ହେଇଯିବ? ଭଗବାନ କାହିଁକି ଗରିବକୁ ଅଧିକ ଗରିବ ଆଉ ଧନି କୁ ଅଧିକ ଧନି କରିଥାନ୍ତି? ଆଉ ସେଥିରେ ପୁଣି ସେ ଭଗବାନ ଙ୍କୁ ମୋ ପାଇଁ କଲ୍ୟାଣ କରୁଛି ଭଗବାନ ତୁମର ମଙ୍ଗଳ କରନ୍ତୁ କହିକି | ତା' ଆଖି ଲୁହର ବର୍ଷାରେ ସତେ ଯେମିତି ଢାଳୁଛି ମଙ୍ଗଳର ବାରିଧାରା ଏବଂ ବିଷାକ୍ତ ଜୀବନ ବଞ୍ଚିକି ମଧ୍ୟ ବାଣ୍ଟୁଛି ଅମୃତ ଧାରା | ତା' ତୁଣ୍ଡରୁ ନିର୍ଗତ ଆଶୀର୍ବାଦ ଶୁଣି ମୋ ଆଖି ଲୁହ ଛଳ ଛଳ ହୋଇଯାଇଥିଲା ସେଦିନ ଦରିଦ୍ରତାର ଏଇ ନଗ୍ନ ରୂପ ଦେଖିକି |କାହିଁକି ଭଗବାନ ତୁମର ଏ ପରି ଵିଚାର ପ୍ରଭୁ ।


Rate this content
Log in

Similar oriya story from Tragedy