ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ବିଶ୍ଵାସ

ବିଶ୍ଵାସ

1 min
217


ବିଶ୍ବାସେ ମିଳଇ ହରି--


ଜଣେ ବ୍ୟକ୍ତି ବହୁତ ଅସୁବିଧାରେ ଥିଲେ । ତାଙ୍କ ଜୀବନଟି ବହୁତ ଦୁଃଖ କଷ୍ଟ ଓ ଦୁର୍ଭାଗ୍ୟପୁର୍ଣ୍ଣ ଥିଲା । ତାଙ୍କର ଜଣେ ବନ୍ଧୁ ଉପଦେଶ ଦେଲେ ତୁମେ କୃଷ୍ଣ ଭଗବାନଙ୍କୁ ପୁଜା କର, ତୁମର ସମସ୍ତ ଦୁଃଖ ଲାଘବ ହେବ । ବ୍ୟକ୍ତି ଜଣକ ବଜାରକୁ ଯାଇ ଏକ କୃଷ୍ଣ ମୂର୍ତ୍ତି ନେଇଆସିଲେ ଓ ଘରେ ଏକ ଛୋଟ ମନ୍ଦିର କରି ସେଠାରେ କୃଷ୍ଣ ଭଗବାନଙ୍କୁ ପୁଜା କଲେ । ଏପରି ଅନେକ ବର୍ଷ ବିତିଗଲା, ହେଲେ ବ୍ୟକ୍ତି ଜଣକ କୌଣସି ସୁଫଳ ପାଇଲେ ନାହିଁ । 


ଅନ୍ୟ ଜଣେ ବନ୍ଧୁ କହିଲେ ତୁମେ କାଳି ମାତାଙ୍କ ପୁଜା କର, ତୁମକୁ ସେ ସବୁ ଦୁଃଖ ଅସୁବିଧାରୁ ମୁକ୍ତି କରିଦେବେ । ଲୋକଟି କୃଷ୍ଣ ମୂର୍ତ୍ତିକୁ ମନ୍ଦିରରୁ ଉଠାଇ ଉପରେ ଥିବା ଏକ ଥାକରେ ରଖିଦେଲା । ପୁନଶ୍ଚ ବଜାର ଯାଇ କାଳି ମାତାଙ୍କ ମୂର୍ତ୍ତି ଆଣି ମନ୍ଦିରରେ ରଖି ପୁଜା କଲେ । କିଛିଦିନ ଉପରାନ୍ତେ ଦିନେ ସେ ଭାବିଲା ମୁଁ କାଳି ମାତାଙ୍କୁ ପୁଜା କରିବା ସମୟରେ ଯେଉଁ ଧୂପ, ଝୁଣା ଓ ଘିଅ ଦୀପ ଜାଳୁଛି, କୃଷ୍ଣ ମୂର୍ତ୍ତି ଉପରେ ରହି ସବୁ ବାସ୍ନାକୁ ଆଘ୍ରାଣ କରୁଛନ୍ତି । ପରିଣାମ ସ୍ବରୁପ କାଳି ମାତା ମୋ ଉପରେ ପ୍ରସନ୍ନ ହେଉନାହାନ୍ତି । ତେଣୁ ତାଙ୍କ ମୁହଁକୁ ବାନ୍ଧିଦେବା ଉଚିତ୍ ହେବ ।


ଯେତେବେଳେ ସେ କୃଷ୍ଣଙ୍କ ମୁହଁ ବାନ୍ଧିବାକୁ ଉଦ୍ୟତ ହେଲେ, ସ୍ବୟଂ ଭଗବାନ କୃଷ୍ଣ ପ୍ରକଟ ହେଲେ । ଲୋକଟି ଭଗବାନଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରିଲା ମୁଁ ଆପଣଙ୍କୁ ବର୍ଷ ବର୍ଷ ଧରି ପୁଜା କଲି, ଆପଣ କେବେ ଦର୍ଶନ ଦେଲ ନାହିଁ । ଆଜି ଅବେଳରେ କିପରି ? କୃଷ୍ଣ ଭଗବାନ କହିଲେ ସେତେବେଳେ ତୁମେ ମୋତେ ପଥର ମୂର୍ତ୍ତି ଭାବି ପୁଜା କରୁଥିଲ, କିନ୍ତୁ ଆଜି ତୁମକୁ ବିଶ୍ବାସ ହୋଇଗଲା ଯେ ମୁଁ ନିଶ୍ବାସ ନେଇ ପାରୁଛି । ତେଣୁ ମୁଁ ଆସିଗଲି । 


ରାଧେ ରାଧେ କୃଷ୍ଣ କୃଷ୍ଣ ।



Rate this content
Log in

Similar oriya story from Inspirational