STORYMIRROR

Sunanda Mohanty

Action Inspirational Others

3  

Sunanda Mohanty

Action Inspirational Others

ବିଶ୍ୱାସ ରୁ ନିଶ୍ୱାସ

ବିଶ୍ୱାସ ରୁ ନିଶ୍ୱାସ

1 min
198

ଶୁଭେନ୍ଦୁ ର କଣ ହେଇଛି ଶୁଣିଲେଣି??, କଣ ହେଇଛି ଶୁଭେନ୍ଦୁ ର?? ସରଳ ନିଷ୍କପଟ ଛନ୍ଦ ହୀନ ମଣିଷ, ସବୁଠୁ ବଡ଼ ପରିଚୟ ସଚ୍ଚୋଟ, ଗୋଟେ ପଇସା ହିସାବ ଏପଟ ସେପଟ ହେବନି, କଥା ଏପଟ ସେପଟ ଦୂର ର କଥା, କଥାର ମର୍ଯ୍ୟାଦା ରଖୁଥିବା, ସିଧା ରାସ୍ତା ରେ ଚାଲୁଥିବା ଶୁଭେନ୍ଦୁ ର କଣ ହୋଇଛି?? 

ଉତ୍ତର ଥିଲା ତା ସ୍ତ୍ରୀ କୁ ଡ଼କ୍ଟର ଫେରେଇ ଦେଇଛନ୍ତି, ଲାଷ୍ଟ ଷ୍ଟେଜ, ବ୍ଳଡ଼ କ୍ୟାନ୍ସର, ଆହା ଚୁଚୁ ଭିତରେ ମନ ଭାରାକ୍ରାନ୍ତ, ପିଲାପିଲି କିଛି ନଥିଲେ ବି ହସଖୁସି ର ସଂସାର ଶୁଭେନ୍ଦୁର, କଳା ର ପୂଜାରୀ ବି ଶୁଭେନ୍ଦୁ, ହସ୍ତ କଳା ରେ ନିପୁଣା ସ୍ତ୍ରୀ ପାଇଁ ଖୋଲିଛି କାର୍ପେଟ ଶୋ ରୁମ, ଆହା ସଂସାର ଭାଙ୍ଗିଯିବ ତାର, ପିଲା ଦିନ କଥା କହି ହରାଇଥିବା ବାପା ଙ୍କୁ ମନେ ପକାଏ, ହରାଇଥିବା ସାନ ଭାଇ କଥା ବି କହେ ଅନେକ ସମୟରେ, କିଏ ଏମିତି କେତେ କଥା କୁହା କୁହି ହେଲା ବେଳେ, ମୁଁ ଭାବୁଥିଲି ଅନ୍ୟ କଥା, କହିବିକି ଶରଣ ପଶିବ ଠାକୁର ଙ୍କ ପାଖେ, ବିକିଦେବ ସ୍ତ୍ରୀ କୁ ଗାଦିବ୍ରହ୍ମ ଙ୍କୁ, ରକ୍ଷାକର କହି, କହିବିକି ପୁଟାପର୍ତ୍ତି ନେଇଯିବ ସ୍ତ୍ରୀ ବାସନ୍ତୀ କୁ, କହିବିକି ନେଇଯିବ ମାଆ ମଶାଣୀ ଚଣ୍ଡୀ ଙ୍କ ପାଖକୁ, ହେଲେ ମନେପଡେ, କେବେ କୁଆଡେ ଏକାଠି ହୋଇ ବୁଲି ଗଲେ ଠାକୁର ବା ଠାକୁରାଣୀ ମନ୍ଦିର ଭିତର କୁ ଯାଇ ଦର୍ଶନ କରେନା, କହେ ଯାହା ଭାଗ୍ୟରେ ଥିବ, ତଥାପି ଏ ବେଳେ କହିବି କି ନା ଭାବି ହେଉଥିଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action