STORYMIRROR

Sikha Mandal

Romance Tragedy

3  

Sikha Mandal

Romance Tragedy

ବିରାଟ କୋହଲି

ବିରାଟ କୋହଲି

1 min
214

ମୁଁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଏଛି ସେ ବ୍ୟକ୍ତିଙ୍କୁ ଆପଣ ଶେଷରେ ଜାଣିବେ। ଆମ ପରି ଏମିତି ଜଣେ ବ୍ୟକ୍ତି, ଯିଏ ତାଙ୍କ ମାଆ ବାପାଙ୍କର ବହୁତ ସ୍ନେହା, ଗେହ୍ଲା ଯାହା କହିଲେ ମଧ୍ୟ କମ୍ କାରଣ ସବୁ ପୁଅ ଓ ଝିଅ ବାପାମାଆଙ୍କ ଗେହ୍ଲା ହୋଇଥାନ୍ତି। ତାଙ୍କ ବାପାଙ୍କର ଆର୍ଥିକ ଅବସ୍ଥା ଭଲ ନଥିଲା।ସେ ବ୍ୟକ୍ତି ଜଣେ କ୍ରିକେଟ ଖେଳାଳୀ ଥିଲେ। ତାଙ୍କ ସ୍ବପ୍ନ ଥିଲା ଗୋଟେ ବିଶ୍ଵର ଭଲ କ୍ରିକେଟ ଖେଳାଳୀ ହେବେ। ସେ ବ୍ୟକ୍ତି ଗୋଟେ ଝିଅଙ୍କୁ ବହୁତ ଭଲ ପାଉଥିଲେ। ମାତ୍ର ତାଙ୍କର ଆର୍ଥିକ ସୁବିଧା ନଥିବାରୁ ସେ ଝିଅ ତାଙ୍କୁ ଛାଡିଦେଲା।ଯାହାଦ୍ଵାରା ତାଙ୍କ ମନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା। ତଥାପି ସେ ତାଙ୍କ ସ୍ଵପ୍ନକୁ ଛାଡିନଥିଲେ ଓ ସେ ତାକୁ ବହୁତ ପରିଶ୍ରମରେ ପୂରଣ କଲେ। ଯେତେବେଳେ ସେ ନିଜ ଜୀବନରେ ସ୍ଵପ୍ନକୁ ହାସଲ କରିନେଲେ, ସେତେବେଳେ ତାଙ୍କ ପାଖକୁ ଟଙ୍କା ଓ ପ୍ରେମ ଫେରିଆସିଲା।ଏବେ ସେ ସାରା ବିଶ୍ବରେ ଗୋଟେ ଭଲ କ୍ରିକେଟ ଖେଳାଳୀ ବିରାଟ କୋହଲି ଭାବରେ ପରିଚିତ ଅଟନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance