STORYMIRROR

Sikha Mandal

Abstract

2  

Sikha Mandal

Abstract

ହେ ମୋର ଦୁନିଆ

ହେ ମୋର ଦୁନିଆ

1 min
131

ମୁଁ ଯେତେବେଳେ ଏହି ଦୁନିଆଁରେ ପାଦ ଦେଲି। ସେହି ସମୟରେ ମୋ ପାଇଁ ସମସ୍ତେ ହୁଏତ ଖୁସି ହୋଇଥିବେ କିନ୍ତୁ ସମସ୍ତଙ୍କ ଠାରୁ ଅଜଣା ଥିଲି । ମୋର ମା ମତେ ଇଏ ଦୁନିଆଁ ସହିତ ପରିଚିତ କରାଇଲେ ।ଯେତେବେଳେ ଇଏ ଦୁନିଆଁ ବିଷୟରେ ଜାଣିଲି,ବହୁତ ଡର ଲାଗିଲା ତଥାପି ଦୁନିଆରେ ବଞ୍ଚିବାର ମୋ ମା ପାପା ମତେ ଶିଖେଇ ଦେଲେ । ବହୁତ ସମୟରେ ଭାବେ ମୁଁ ଇଏ ଦୁନିଆକୁ କାହିଁକି ଆସିଛି ?

ଦିନେ ମୁଁ ଗୋଟିଏ ଶିକ୍ଷକଙ୍କ ଠାରୁ ଜାଣିଲି ଯେ ଆମେ ଏଠାକୁ କିଛି କାର୍ଯ୍ୟ କରିବାକୁ ଆସିଛେ । ଏମିତି କିଛି କାର୍ଯ୍ୟ ଯାହା ଗୋଟିଏ ମଣିଷ କରିବା ଉଚିତ, (ସମସ୍ତଙ୍କ ସ୍ନେହ, ଆଦର,ଭଲ ପାଇବା ଏକ କରି ରଖିବା )ତେଣୁ ସମସ୍ତଙ୍କୁ ଭଲ ପାଇବା ଉଚିତ ।କାହାକୁ ମଧ୍ୟ ଘୃଣା କରିବା ଉଚିତ ନୁହେଁ । ଯଦି ଆମେ ଜଣଙ୍କୁ କଷ୍ଟ ଦେବା ତେବେ ଆମକୁ ମଧ୍ୟ କେହି ନା କେହି କଷ୍ଟ ଦେବେ । ମୋ ବାପା ମା କୁହନ୍ତି ସବୁବେଳେ ସତ ପଥରେ ଚାଲିବା ଉଚିତ ।ଯିଏ ଭୁଲ କରେ ତାର ଶାସ୍ତି ସେ କେବେ ନା କେବେ ପାଇଥାଏ । ତେଣୁ ସବୁବେଳେ ଉଚିତ ରାସ୍ତା ରେ ଚାଲ ଭୁଲ କର ନାହିଁ ଓ କେବେ ମିଛ କୁହ ନାହିଁ ମାତ୍ର ଯଦି ଗୋଟିଏ ମିଛରେ ଜଣଙ୍କର ଭଲ ହୁଏ ତେବେ ସେ ମିଛ ମିଛ ନୁହେଁ । ଇଏ ଦୁନିଆରେ ବଞ୍ଚିବାକୁ ହେଲେ ସତ କହି ବଞ୍ଚ ମିଛ କହି ନୁହେଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract