ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୧

Inspirational

ବିଦ୍ୟା ଅଟଇ ମହାଧନ

ବିଦ୍ୟା ଅଟଇ ମହାଧନ

1 min
513



     ଏକଦା କାଞ୍ଚିପେଟ୍ ଗ୍ରାମରେ କବିର ଦାସ ନାମକ ଜଣେ ଗୁରୁ ବାସ କରୁଥିଲେ l ଦିନେ ତାଙ୍କର ଛାତ୍ରମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ନିଷ୍ପତ୍ତି ନେଲେ l ସେ ସେମାନଙ୍କୁ ତିନୋଟି କାର୍ଡ ବୋର୍ଡର ବାକ୍ସ ଦେଖାଇଲେ l ଯେଉଁଥିରେ ଛୋଟ ଛୋଟ କାଗଜର ଟୁକୁଡା ରହିଥିଲା l ଗୋଟିଏ କାଗଜରେ ଲେଖାଯାଇଥିଲା “ଖାଦ୍ୟ”, ଆଉ ଗୋଟିକରେ “କାର୍ଯ୍ୟ” ଏବଂ ତୃତୀୟଟିରେ ଲେଖାଯାଇଥିଲା “ଶିକ୍ଷା” ସେ ପ୍ରତ୍ୟେକ ଛାତ୍ରଙ୍କୁ ଏହି ତିନୋଟି କାଗଜ ମଧ୍ୟରୁ ଗୋଟିଏ ହଠାତ୍ ଆଣିବାକୁ କହିଲେ l ପ୍ରତ୍ୟେକ ଗୋଟିଏ ଗୋଟିଏ କାଗଜ ଉଠାଇ ଆଣିଲେ lତା ପରେ ସେ ଛାତ୍ରମାନଙ୍କୁ ଯେଉଁ ଲେଖା ବିଶିଷ୍ଟ କାଗଜ ଆଣିଛନ୍ତି ସେହି ଅନୁଯାୟୀ ଅଲଗା ଅଲଗା ଧାଡିରେ ଠିଆ ହେବାକୁ କହିଲେ l ଅଧିକାଂଶ ଛାତ୍ର “ଖାଦ୍ୟ” ଗୋଷ୍ଠୀରେ ଥିଲେ କେବଳ ଗୋଟିଏ ଛାତ୍ର “ଶିକ୍ଷା” ଗୋଷ୍ଠୀରେ ଥିଲା l ତା’ ର ନାମ ଥିଲା ମେଧାଂଶୁ l

       ଗୁରୁ କବିର ଦାସ ମେଧାଂଶୁକୁ ପଚାରିଲେ, “ତୁମେ କାହିଁକି “ଶିକ୍ଷା” ଉଠାଇଲ l ସେ ଗୁରୁଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ନମ୍ରତାର ସହିତ କହିଲେ, “ମୁଁ ଶିକ୍ଷା ଚାହେଁ,” ଯାହା ଦ୍ୱାରା ମୁଁ ଅଧିକା ଜ୍ଞାନ ଆହରଣ କରିପାରିବି l ଏହି ଜ୍ଞାନ ସାହାଯ୍ୟରେ ଖାଦ୍ୟ ଓ କାର୍ଯ୍ୟ ଉଭୟେ ମିଳିପାରିବ l ମେଧାଂଶୁର ଉତ୍ତରରେ ସନ୍ତୁଷ୍ଟ ହେଲେ l ସେ ଅନ୍ୟ ଛାତ୍ରମାନଙ୍କୁ ସମ୍ଭୋଧନ କରି କହିଲେ, “ନିଷ୍ଠା ଓ ଆଗ୍ରହ ବ୍ୟତୀତ ଶିକ୍ଷା ଗ୍ରହଣ କରିବା କୌଣସି ଫଳ ଦେଇନଥାଏ l ଯେହେତୁ ତୁମ୍ଭେମାନେ ଏଠାକୁ ଶିକ୍ଷା ଗ୍ରହଣ କରିବାକୁ ଆସିଛ, ତୁମ୍ଭେମାନେ ଶିକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ l ବାକି ସବୁ ଜିନିଷ ଆପେ ଆପେ ଆସିଯିବ l ଖାଦ୍ୟ ଖାଇବାର ମାତ୍ର କେତେ ସମୟ ପରେ ହଜମ ହୋଇଯାଇଥାଏ l ତୁମ୍ଭେମାନେ ଶାରୀରିକ ସାମର୍ଥ୍ୟ ଥିବାଯାଏ କାର୍ଯ୍ୟ କରିପାରିବ l କିନ୍ତୁ ତୁମ୍ଭେମାନେ ଯେଉଁ ଶିକ୍ଷା କରିବ ତାହା ସଦାସର୍ବଦା ତୁମ ସହିତ ରହିବ l” ସେଥିପାଇଁ “ବିଦ୍ୟା ଅଟଇ ମହାଧନ l”


Rate this content
Log in

Similar oriya story from Inspirational