Anita Jena

Tragedy

4.3  

Anita Jena

Tragedy

ବିଡମ୍ବନା

ବିଡମ୍ବନା

3 mins
217



ବାସୁଦେବପୁର ଗାଁ ରେ ରାମୁ ବୋଲି ପିଲା ଟିଏ ଥିଲା । ପିଲା ଟି ଦିନରୁ ସେ ତା ବାପା ଙ୍କୁ ହରେଇ ଥିଲା, ସେଥିପାଇଁ ତାର ପାଠ ପଢା ରେ ଡୋରୀ ବନ୍ଧା ହେଇ ଯାଇଥିଲା । ଘରେ କେବଳ ତାର ମା ଆଉ ସେ ରହୁଥିଲେ । ରାମୁ ଛୋଟ ଥିଲା ବାର ବର୍ଷ ର । ରାମୁ ର ମା ପର ଘରେ ବାସନ ମାଜିବା କାମ କରି ରାମୁ ର ପେଟ ପୋଷୁ ଥିଲା । 


  ସମୟ ବିତିବା ସହିତ ରାମୁ ର ମା ଦୁର୍ବଳ ଆଉ ରୋଗିଣା ହେଇ ପଡ଼ିଲେ । ଏଥର ରାମୁ ର ବୟସ ବି ହେଇ ସାରିଥାଏ , ସେ ଧୀରେ ଧୀରେ ବାହାରକୁ ଯାଇ କାମ କରିବା ପାଇଁ ଲାଗିଲା । ରାମୁ ର ମା କୁହା ବୋଲା କରି ରାମୁ କୁ ଗାଁ ମୁଣ୍ଡରେ ଥିବା କୋଇଲା ଖଣିରେ ରଖେଇ ଦେଲେ । ରାମୁ ସକାଳୁ ବାହାରି ଯାଏ ଗାମୁଛା ରେ ପଖାଳ କୁ ଶାଗ ଭଜା ଗୋଟିଏ ଡବା ରେ ପୁରେଇ । ସନ୍ଧ୍ୟା ରେ କାମ ସାରି ଘରକୁ ଫେରେ ପ୍ରତିଦିନ । ରାମୁ ର ମା ଶଯ୍ୟାଶାୟୀ ହେଇଗଲେ ଅଳପ ଦିନ ରେ ।ରାମୁ ର ଦାୟିତ୍ଵ ଏବେ ଅନେକ ବଢ଼ି ଯାଇଥାଏ । ମା ର ସେବା କରିବା ସହିତ, ନିଜ ହାତ ରେ ରୋଷେଇ କରିବାକୁ ବି ପଡୁଥିଲା ତାକୁ । କେଉଁ କେଉଁ ଦିନ ତ ଢାଳେ ପାଣି ପିଇ ଦେଇ ଶୋଇ ପଡେ ସେ । 


   କିଛି ଦିନ ପରେ ରାମୁ ର ମା ଆଉ ପଡୋଶୀ ଙ୍କ କହିବା ଅନୁସାରେ ରାମୁ ର ବିବାହ ସ୍ଥିର କରାଗଲା । ଗୋଟିଏ ଭଲ ଝିଅ ସହିତ ଯଥା ରୀତି ନୀତି ଅନୁସାରେ ରାମୁ ର ବିବାହ ହେଲା । ଏଥର ରାମୁ ର ସ୍ତ୍ରୀ ରାନୀ ଘର ର ସବୁ ଦାୟିତ୍ଵ ବହନ କରିବାକୁ ଲାଗିଲା । ରାମୁ ର ମା ଙ୍କ ର ଯତ୍ନ ନେବା , ଦେଖାଶୁଣା କରିବାରେ ଟିକେ ବି ହେଳା କରୁ ନ ଥାଏ ରାନୀ । ଏ ସବୁ ଦେଖି ରାମୁ ଭାରି ଖୁସି ହେଉଥାଏ । ଯାହା ହଉ ଭଗବାନ୍ ତାର ମନ ବୁଝିଲା ଭଳି ଝିଅ ଟିଏ ତାକୁ ଦେଇଛନ୍ତି ଯିଏ ସବୁ କିଛି ଦାୟିତ୍ଵ କୁ ଅତି ସୁନ୍ଦର ଭାବରେ ବହନ କରୁଛି । 


  ବର୍ଷ ଟିଏ ପରେ ରାମୁ ବାପା ହେଲା । ରାନୀ ଗୋଟିଏ କନ୍ୟା ସନ୍ତାନ ମୁଁ ଜନ୍ମ ଦେଲା । ରାମୁ ର ଖୁସି କହିଲେ ନ ସରେ । ଛୋଟ ବେଳେ ତାର ଭଉଣୀ ନ ଥିଲା ବୋଲି ସେ ଭାରି ମନ ଦୁଃଖ କରେ ।ଏବେ ତା କୋଳ ରେ ଗୋଟିଏ ଝିଅ ଦେଖି ସେ ଭାରି ଖୁସି ହେଉଥାଏ । ରାମୁ ର ପରିବାର ରେ ଖୁସି ର ଜୁଆର ପ୍ରତିଦିନ ନୂଆ ନୂଆ ରୂପ ଦେଇ ମାଡି ଆସୁଥାଏ । ହେଲେ ଭାଗ୍ୟ ର ବିଡମ୍ବନା ହିଁ ଆଉ କିଛି ଥିଲା । ଦିନେ ରାମୁ ସକାଳୁ ସକାଳୁ ଖାଇ ଦେଇ ବାହାରି ପଡ଼ିଲା ଖଣି ଖୋଳା ପାଖକୁ । ହେଲେ ଅଚାନକ ହେଇଥିଲା ଧମାକା । କୋଇଲା ଖଣିରେ ବିସ୍ଫୋରଣ ହେତୁ ଅନେକ ଶ୍ରମିକ ପ୍ରାଣ ହରାଇଲେ,ଆଉ ସେଥିରେ ଥିଲା ନିରୀହ ରାମୁ । 


  ଯେତେବେଳେ ରାମୁ ର ମର ଶରୀର ଆସି ଘରେ ପହଞ୍ଚିଲା ରାନୀ ଖାଲି କାନ୍ଦି କାନ୍ଦି ଗଡୁ ଥାଏ । ଝିଅ ତାର କହୁଥାଏ ବାପା ବାପା ତମେ ଶୋଇ ରହିଛ କଣ ପାଇଁ ?? ତମେ ପରା କହିଥିଲ ମୋତେ ସ୍କୁଲ୍ ନେଇ ଯିବ, ମୁଁ ପାଠ ପଢିବି, ତମେ ତମ କଥା କେମିତି ସବୁ ଭୁଲିଗଲ? କେମିତି ଛାଡ଼ି ଚାଲିଗଲ ମତେ ଆଉ ମା କୁ ? ଜେଜେ ମା କୁ ଦେଖ ଥରେ ସେ କେମିତି ପଡି ରହିଛି ଅଚେତ୍ ହେଇ , ତମକୁ ମୁଁ କହିଥିଲି ନା ବାପା ତମେ ଆଉ ସେ ଖଣି ଖୋଳା କାମ କୁ ଯାଅ ନାହିଁ ହେଲେ ତମେ ଆଜି କଣ ପାଇଁ ଗଲ ବାପା ? ଫେରି ଆସ ତମେ ଥରେ ବାପା ଫେରି ଆସ । ମୁଁ ଆଉ କେବେ ବି ଦୁଷ୍ଟ ହେବି ନାହିଁ । ମା ଆଉ ଜେଜେ ମା ର ସବୁ କଥା ଶୁଣିବି । 


   ଗାଁ ଲୋକ ଉଠେଇ ନେଇ ଗଲେ ଶ୍ମଶାନ କୁ ରାମୁ ର ମର ଶରୀର କୁ । କାନ୍ଦ ବୋବାଳି ରେ ଘର ଫାଟି ପଡୁଥିଲା । ରାନୀ ପାଲଟି ଯାଇଥିଲା ଗୋଟିଏ ଜୀବନ୍ତ ପଥର ଆଉ ଝିଅ ରାନୀ ର କୋଳ ରେ ଶୋଇ ରହି ବାପା ବାପା ବୋଲି ଗୁଣୁଗୁଣୁ ହେଉଥାଏ । ରାମୁ ର ମୃତ୍ୟୁ ର ତିନି ମାସ ଭିତରେ ରାମୁ ର ମା ବି ଆରପାରି କୁ ଚାଲିଗଲେ । ପୁଣି ଥରେ ଏକୁଟିଆ ହେଇଗଲା ରାନୀ । ଖଣି ମାଲିକଙ୍କ ସ୍ୱଳ୍ପ କିଛି ସହାୟତା ଟଙ୍କା ସରି ଗଲା ମାତ୍ର କିଛି ମାସ ଭିତରେ । ରାନୀ କୁ ଅଣ୍ଟା ଭିଡ଼ି ବାହାରିବାକୁ ପଡ଼ିଲା ବାହାରକୁ । ।





Rate this content
Log in

Similar oriya story from Tragedy