STORYMIRROR

Bidulata Sahoo

Horror

3  

Bidulata Sahoo

Horror

ଭୟ ।

ଭୟ ।

1 min
200

ସକାଳୁ ଗାଧୋଇସାରି ଆସୁଛି ମୋ ଫୋନ୍ ବାଜିଲା |ଉଠାଇଲି ସେପଟୁ ମାଇଁ କାନ୍ଦିକାନ୍ଦି କହିଲେ ଝିଅ ତୁମ ମାମୁଁ ଆଜି କରୋନାରେ ଚାଲିଗଲେ |ମନଟା ବଡ ଖରାପ ଲାଗିଲା |

ମାମୁଁଙ୍କ କଥା ଭାରି ମନେ ପଡିଲା |ପିଲାଦିନେ ମୁଁ ଛୁଟିରେ ପ୍ରାୟ ତାଙ୍କ ଘରକୁ ଯାଏ |ସେ ମୋତେ ବହୁତ ଭଲ ପାଆନ୍ତି |ଆଜି ଏ ଖବରଟା ଶୁଣି ମୋତେ ଅତ୍ୟନ୍ତ ଦୁଃଖ ଲାଗିଲା |


      ଦ୍ୱିପହରେ ବିଛଣାରେ ଗଡୁଗଡୁ ଭାବିଲି ମନଟା ଭଲ ଲାଗୁନି ଯାଉଛି ଟିକିଏ ଜଣେ ଭଲ ସାଙ୍ଗ ସହ କଥା ହେବି |ଫୋନ୍ କଲି |ସେପଟୁ ହେନା ଦିଦି କାନ୍ଦୁରା ସ୍ୱରରେ କହିଲେ ଦିଦି ମୁଁ ଏବେ ଡାକ୍ତରଖାନାରେ ଅଛି |ବଡଝିଅ ଜଲିକୁ କରୋନା |ସରକାରୀ ହସ୍ପିଟାଲ କଥାତ ଜାଣିଛ |ତାକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଡ୍ ମିଶନ କରିଛି |ଏକଥା ଶୁଣି ମନଟା ଆହୁରି ଖରାପ ଲାଗିଲା |


            ରାତିରେ ରୋଷେଇ କରିବାକୁ ଯାଉଛୁ |

ବୋହୂର ଫୋନ ବାଜିଲା |ଫୋନ ଉଠାଇ କଥାବାର୍ତ୍ତା ସାରି ସେ କାନ୍ଦିକାନ୍ଦି ଆସି କହିଲା ବୋଉ ମୋ ପିଇସା କରୋନାରେ ଚାଲିଗଲେ |


ମୁଁ ମୁଣ୍ଡରେ ହାତ ଦେଲି |ହେ ଭଗବାନ ଫୋନ୍ ରେ ଆଉ କଣ କିଛି ଭଲ ଖବର ନାହିଁ,କେବଳ ରୋଗ ଆଉ ମୃତ୍ୟୁ |


ଏବେ କୁଆଡୁ ଫୋନ୍ ଆସିଲେ ଏକ ଅଜଣା ଭୟ ମୋତେ ମାଡି ବସୁଛି |


Rate this content
Log in

Similar oriya story from Horror