Akshayakumar Dash

Comedy Action

4  

Akshayakumar Dash

Comedy Action

ଭୂତାଣୁ

ଭୂତାଣୁ

1 min
24K


ସଭାରେ ସଭାପତି ଭୁତାଣୁ । ମଞରେ ଥିଲେ ଜୀବାଣୁ ମୁଖ୍ୟବକ୍ତା । ଡ଼ାକବାଜି ଯନ୍ତ୍ରର ବ୍ୟବହାର କରି କହିଲେ,ବନ୍ଧୁଗଣ ଆଜି ବିଶ୍ଵରେ ଆମ ଭୂତାଣୁ ସଂକ୍ରମଣ ଦ୍ବାରା ଆତଙ୍ଗ ବୃଷ୍ଟି ହୋଉଛି । ଜନତା ମାସେ ରୁ ଅଧିକ ଭୟରେ ଘରେ ରହିଛନ୍ତି । ଗାଡି ଘୋଡା ଯାତାୟାତ ଠପ୍ ହୋଇଯାଇଛି । ମୁଖରେ ତୁଣ୍ଡି ଦେଇ ହାତକୁ ବାରମ୍ବାର ପରିସ୍କାର କରି ରହୁଛନ୍ତି । ସାମାଜିକ ଦୂରତା ରଖି ଚଳୁଛନ୍ତି । ଏହା ସତ୍ତ୍ଵେବି କରୋନା ସଂକ୍ରମଣ ଦ୍ବାରା ଲକ୍ଷାଧିକ ଲୋକ ମୃତ୍ୟୁ ବରଣ କଲେଣି । ମହାମାରୀ ର ଔଷଧ ମଧ୍ୟ ନାହିଁ ଅନ୍ୟପକ୍ଷରେ ବିଶ୍ଵରେ ଚର୍ଚ୍ଚିତ ଖବର ଭାବେ ଭୂତାଣୁ କୁ ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଔଷଧୀୟ ଗୁଣ ନିମନ୍ତେ ପରୀକ୍ଷା ବା ଗବେଷଣା କେନ୍ଦ୍ରରେ ନିରିକ୍ଷା ଜାରି କରାଯାଇଛି । ଏସବୁ ଘଟିବାର କାରଣ ଉପରେ ପ୍ରଶ୍ନବାଚୀ ?ତେବେ ଏଥିରେ ଭାଗ ନେଇ ବିଭିନ୍ନ ପଦକ୍ଷେପ ବିଷୟରେ ଉପସ୍ଥିତ ବିଭିନ୍ନ ସଙ୍ଗଠନର ସଦସ୍ୟ ବୈଜ୍ଞାନିକ ନେତା ଉପରକୁ ହାତକୁଟେକି ଇଶ୍ଵରଙ୍କ ଶରଣ ନେଲେଣି । ଏକଥା ସତ ଯେ ଭୂତାଣୁ ସଂକ୍ରମଣ ଦ୍ବାରା ଲକ୍ଷାଧିକ ଲୋକ ପୀଡ଼ିତ ହୋଇ ପ୍ରାଣ ହରାଇଛନ୍ତି । କିଏ ଦାୟୀ ? ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ତାର ଜୀବନ ବିପଦାପନ୍ନ ହେଉଥିବାରୁ କାରଖାନା ର୍କୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେରିକୀୟ ପ୍ରତିନିଧି ମାନେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହିପରି ପ୍ରତିଦିନ ବିଭିନ୍ନ ରାଜନୈତିକ ନେତାମାନେ ମଧ୍ୟ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରି ରହୁଛନ୍ତି । ଯେଉଁ ଦେଶରେ ଭୂତାଣୁ ପ୍ରଥମ କରି ତାର କାୟା ବିସ୍ତାର ପାଇଁଲାାାଗିଛି ସେ ଦେଶ କୁ ନେଇ ବିଭିନ୍ନ ପଦକ୍ଷେପ ନିିଆହେେଉଛି । ସଭାପତି ଭୁତାଣୁ ମହୋଦୟଙ୍କ , ପାଖରେ ଥିବା ତାଜା ଖବର ଦିଅନ୍ତୁ ଏବେ ମୋର‌ ଭାଷଣ ବିିିିରତ କଲି ।


Rate this content
Log in

Similar oriya story from Comedy