Akshayakumar Dash

Tragedy Inspirational

3  

Akshayakumar Dash

Tragedy Inspirational

ଭୂମି ପୁତ୍ର

ଭୂମି ପୁତ୍ର

3 mins
248


ନିରଞ୍ଜନ ଜଣେ ସମାଜ ସଂସ୍କାରକ । ତାଙ୍କର ମହତ ଉଦ୍ଦେଶ୍ୟ ଲୋକମାନେ ଗ୍ରହଣ କରନ୍ତି । ନିଜ ପ୍ରଚେଷ୍ଟାରେ ବାଳାଶ୍ରମ, ବୃଦ୍ଧାଶ୍ରମ ଓ ଗୋଟିଏ ପାଠାଗାର ପ୍ରସ୍ତୁତ କରିଛନ୍ତି । ତାଙ୍କ ଆଶ୍ରମରେ ଥିବା ପିଲାମାନେ ଓ ଅନ୍ତେଵାସୀ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟକର୍ମ ଶେଷ କରି ସଭା ଗୃହରେ ଓଁକାର ପ୍ରଣବ ପାଠ କରନ୍ତି ।ସର୍ଵ ଧର୍ମ ପ୍ରାର୍ଥନା ପରେ ବେଦ ପଠନ ହୁଏ । ନିରଞ୍ଜନ ବେଦ ଉପରେ ଆଲୋଚନା କରନ୍ତି । ଏହି ପ୍ରାର୍ଥନା ସଭାରେ ସର୍ଵ ସାଧାରଣ ଲୋକ ମଧ୍ୟ ଯୋଗ ଦେବାପାଇଁ ଅନୁମତି ମିଳେ । ପ୍ରାର୍ଥନା ସଭାରେ ଯୋଗ ପ୍ରାଣାୟମ ପ୍ରତିଦିନ କରିବାର ସୁଯୋଗ ମିଳେ । ଅଭିଜ୍ଞତା ସମ୍ପର୍ଣ୍ଣ ବ୍ୟକ୍ତି କି ସାଧୁ ସନ୍ନ୍ୟାସୀ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଯୋଗାଭ୍ୟାସ କରାନ୍ତି । ସେଦିନ ଥିଲା ଯୋଗ ଦିବସ । ଯୋଗାନନ୍ଦ ସରସ୍ୱତୀ ଅତିଥି ରୂପେ ଯୋଗ ଦେଇଥିଲେ । ଅନ୍ୟାନ୍ୟ ନିମତ୍ରିତ ଅତିଥି ଭିତରୁ ଜିଲ୍ଲା ପୋଲିସ ମୁଖ୍ୟ ,ଚିକିତ୍ସା ମୁଖ୍ୟ ଓ ଜିଲ୍ଲା ଶିକ୍ଷା ବିଭାଗର ନିରୀକ୍ଷକଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସ୍ଥାନୀୟ ବିଧାୟକ ଯୋଗ ଦେଇଥିଲେ । ଯୋଗ ପ୍ରାଣୟମ ସମସ୍ତେ ତଳେ ପଡିଥିବା ଆସନରେ ବସି କଲେ ।ଏହାକୁ ପରିଚାଳନା କଲେ ଯୋଗାନନ୍ଦ । ପ୍ରାଣୟମ ସରିଲା ପରେ ଏସ୍.ପି., ଶିକ୍ଷା ନିରୀକ୍ଷକ, ମୁଖ୍ୟ ଚିକିତ୍ସାକଙ୍କ ଅଭିଭାଷଣ ସରିଲା ପରେ ଜନ ପ୍ରତିନିଧି ଭାଷଣ ଦେଇ ନିରଞ୍ଜନଙ୍କ କାର୍ଯ୍ୟକୁ ପ୍ରଶଂସା କଲେ । ସଭାପତି ଆସନରେ ଥିଲେ ନିରଞ୍ଜନ ।ଶେଷରେ ତାଙ୍କ ଅଭିଭାଷଣ ଥିଲା ।

ନିରଞ୍ଜନ ମଞ୍ଚ ଉପରେ ଠିଆହୋଇ ସର୍ବ ପ୍ରଥମେ କହିଲେ ବନ୍ଧୁଗଣ ମୋର ସମସ୍ତଙ୍କୁ ଯଥାମାନ୍ୟ । ନମସ୍କାର ଓ କୃତଜ୍ଞତା ଜଣାଉଛି ଆପଣମାନେ ନିଜର ସମୟ ଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଗୋଟିଏ ପକ୍ଷେ ବିଶ୍ୱ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଜନ ଜୀବନ ବିପଦରେ ପଡିଛି ତ ଅନ୍ୟପକ୍ଷରେ ପୃଥିବୀର ସମସ୍ତ ଦେଶ ତାର ଅର୍ଥନୈତିକ ପ୍ରଗତିରେ ବାଧା ସୃଷ୍ଟି ହେଇଛି । ଭାରତ ଭଳି ଦେଶ ଯେଉଁଠି ଜନସଂଖ୍ୟା ସର୍ବାଧିକରେ ଦ୍ୱିତୀୟ ଆଜି ଏହି କରୋନା ରୋଗରୁ ପ୍ରଥିବୀରୁ ଦୂର କରିବାକୁ ଚେଷ୍ଟିତ । ଏହି ରୋଗ ଭୂତାଣୁ ଜନିତ । ତେଣୁ ଭୂତାଣୁ ଜନିତ ରୋଗର ନିଦାନ ଯୋଗ ପ୍ରାଣାୟମରେ ଅଛି ।ମନୁଷ୍ୟର ଜୀବନ ଶକ୍ତି ଯାହାକୁ ଇଂରାଜୀରେ vital forse ବୋଲି କୁହାଯାଏ କେବଳ ଯୋଗ ଓ ପ୍ରାଣୟାମ ଦ୍ୱାରା ତାହାକୁ ସୁସ୍ଥ କରାଯାଏ । ଯୋଗ ଦ୍ୱାରା ମସ୍ତିଷ୍କ ଶରୀର ଓ ମନ ସୁସ୍ଥ ରହେ । ମନୁଷ୍ୟ ଜାଗୃକ ହେଲେ କୌଣସି ରୋଗ ତାକୁ ଧରେ ନାହିଁ । ଏହି ଜାଗୃତର ଅର୍ଥ ସଜାଗ ବା ପ୍ରତିକାର । ମାସ୍କ ସଦାବେଳେ ମୁହଁରେ ବାନ୍ଧି ରଖି ଦୂରତ୍ୱ ଭିତରେ ରହି ଏକାନ୍ତ ଜୀବନର ଶିକ୍ଷା ଦିଏ । ଅନ୍ୟ ପକ୍ଷରେ ପରିଛନ ଓ ପରିମଳ ସଫା କରି ଚାଲିବାକୁ ବିଶ୍ୱବାସୀଙ୍କ ପାଇଁ ଜରୁରୀ ଅଟେ । ଏହି କରୋନା ଭୂତାଣୁ ସଂକ୍ରମଣ ଆମକୁ ଅର୍ଥ ବିଶ୍ୱବାସୀଙ୍କୁ ନୂତନ ଧାରାରେ ଚାଲିବାକୁ ପ୍ରେରଣା ଦିଏ । ତାହା ବସୁଦେବ କୁଟୁମ୍ବକମ । ସାରା ବସୁଧାର ଲୋକମାନେ ସବୁ ଗୋଟିଏ ପରିବାର । ଜଣକୁ ଛାଡ଼ିଦେଇ ପରିବାରରେ ବଞ୍ଚିବା ସ୍ୱାର୍ଥପର କାର୍ଯ୍ୟ ।ଏହାକୁ ଆମ ଭାରତୀୟ ପ୍ରାଚୀନ ମୁନି ଋଷି ଓ କବି ମାନେ ବେଦ ପୁରାଣ ଉପନିଷଦରେ କହିଛନ୍ତି । ଭୀମ ଭୋଇ ଜଣେ କବି ଥିଲେ, ସେ ମଧ୍ୟ ବିଶ୍ୱ ପରିବାରକୁ ଗାଇଛନ୍ତି । ମୋ ଜୀବନ ପଛେ ନରକେ ପଡ଼ିଥାଉ ଜଗତ ଉଦ୍ଧାର ହେଉ । ମାନବତା ଶ୍ରେଷ୍ଟ ଧର୍ମ । ପ୍ରତେକ ମନୁଷ୍ୟ ଭିତରେ ଈଶ୍ୱର ତତ୍ୱ ଅଛି। ତେଣୁ କିଏ କାହାକୁ ପଛରେ ପକେଇ, ଠେଲି ପେଲି ଆଗରେ ପହଁଚିବା ଧର୍ମ ବିରୋଧ କାର୍ଯ୍ୟ । ବିଶ୍ୱ ସାହିତ୍ୟ ଓ ସଂସ୍କୃତିର ଜନନୀ ବେଦ ।ବେଦ ପ୍ରତି ଶ୍ରଦ୍ଧା ତ ବିଶ୍ୱ ମନୁଷ୍ୟ ଜାତି କି ପ୍ରଥିବୀର ଜୀବିତ ପ୍ରାଣୀ ଓ ବୃକ୍ଷଲତା ପ୍ରତି ଶ୍ରଦ୍ଧା ରଖିନା ମାନବ ଧର୍ମ ।ତେଣୁ ବେଦରେ କୁହାଯାଇଛି ମାତା ଭୂମି ପୁତ୍ରୋ ଅହଂ ପୃଥିବ୍ୟା। ସମଗ୍ର ଭୂମି ମୋର ମାଆ ଓ ମୁଁ ତାର ପୁତ୍ର ।ଦେଶ ଦେଶ ଭିତରେ ତିକ୍ତତା, ସୀମାରେଖା ବଣ୍ଟନ, ଓ ଆଣବିକ ଯୁଦ୍ଧ, ଏହି ସବୁର ସମାଧାନର ସୂତ୍ର ବିଶ୍ୱକୁ ପରିବାର ଭାବିବାର ଓ ଯତ୍ନ ରହିବାର ସେହି ବେଦର ବାଣୀକୁ ପ୍ରୟୋଗ କରିବାର ସମୟ କହୁଛି । କରୋନା କେବଳ ପ୍ରତୀକ । ପରିବର୍ତ୍ାନ ପାଇଁ କରୋନା ସମସ୍ତଙ୍କୁ ଜାଗୃତ କରାଏ । ବୃକ୍ଷଲତା ପ୍ରତି ସମ୍ବେଦନ ରୋପଣ, ପ୍ରକୃତି ପ୍ରତି ସଜାଗ, ପରିମଳ ନିଷ୍କାସନ ସର୍ବୋପରି ବିଶ୍ୱର ପଯ୍ୟବର ଦିଗକୁ ଦୃଷ୍ଟି ଦେଇ ସବୁଜ ପୃଥିବୀ ଗଢିବାକୁ ସମସ୍ତେ ବିଶ୍ୱବାସୀ ଜାଗ୍ରତ ରହିବାକୁ ପଡିବ । ଏହି ବିଶ୍ୱର ଭୂମି ପୁତ୍ରମାନଙ୍କୁ ତ ବଞ୍ଚିବାର ପଥ ସୁଗମ ହେବ । ନାହିଁ ତ କରୋନା ପରି କେତେ ଶକ୍ତିଶାଳୀ ଗୁଣ ଯୁକ୍ତ ଭୂତାଣୁ ସୃଷ୍ଟି ହୋଇ ଜୀବନ ଘାତକ ହେବ । ସମସ୍ତଙ୍କୁ ଧନ୍ୟବାଦ ଦେଇ ମୋର ବାଣୀକୁ ବିଶ୍ରାମ ଦେଲି । ଧନ୍ୟବାଦ ।



Rate this content
Log in

Similar oriya story from Tragedy