STORYMIRROR

Sasmita Das

Action Thriller

3  

Sasmita Das

Action Thriller

ଭିନ୍ନ ଏକ ସ୍ବପ୍ନ

ଭିନ୍ନ ଏକ ସ୍ବପ୍ନ

2 mins
205

ସେଦିନ ମୁଁ ଘରେ ଏକୁଟିଆ ଥାଏ। ରାଜେଶ ଏକ ସମ୍ମିଳନୀ ରେ ଯୋଗ ଦେବା ପାଇଁ ଦିଲ୍ଲୀ ଯାଇଥାନ୍ତି। ମୁଁ ବେଡ୍ ରୁମରେ ବସି ଏକ ବହି ପଢୁଥାଏ।ମୋ ପୋଷାକୁକୁର ଟମି ମୋ ଗୋଡ ପାଖରେ ଚୁପଚାପ୍ ଶୋଇଥାଏ।ମୋ ଆଖି ଲାଗିଯାଇଛି କେତେବେଳ।ହଠାତ୍ ଏକ ଭୟଙ୍କର ଶବ୍ଦ ରେ ମୋର ନିଦ ଭାଙ୍ଗିଗଲା ଓ ମୁଁ ଦୌଡ଼ି କରି ଝରକା ପାଖକୁ ଗଲି।ପରଦା କୁ ଟିକେ ଆଡେଇ ଦେଇ ଦେଖିଲି ଏକ ବିରାଟ ବଡ ଗୋଲାକାର ଆକୃତିର ବ୍ୟୋମଯାନ ଭୂମି ଉପରେ ଲ୍ୟାଣ୍ଡ କରିବାକୁ ଯାଉଛି।ଗଛପତ୍ର ଘରଦ୍ୱାର ସବୁ ଥରହର ହୋଇଉଠୁଛି।ସେଥିରୁ ବହୁ ଉଜ୍ଜ୍ୱଳ ଆଲୋକ ବାହାରୁଛି।ଏହି ସମୟରେ ଆମ ବାଡିପଟ କବାଟଟା ପବନରେ ବାଡ଼େଇ ହୋଇ ଖୋଲିଗଲା।ଟମିସେଇପଟେ ବାହାରକୁ ଚାଲିଗଲା ଏବଂ ଜୋରରେ ଭୁ୍କିବାକୁ ଲାଗିଲା। ମୁଁ ତାକୁ ଚୁପ୍ କରାଇବା ପାଇଁ ତା ପଛେ ପଛେ ଦୌଡି କରି ଗଲି।ଏକ ପ୍ରକାର ଅଜଣା ଭୟ ଲାଗୁଥାଏ।ଟମି ଷ୍ଟୋର ରୁମ ପାଖକୁ ଯାଇ କବାଟ କୁ ଆମ୍ପୁଡିବାରେ ଲାଗିଲା। ମୁଁ ତାପରେ‌ ଯାଇ ଷ୍ଟୋର ରୁମ କବାଟ ଖୋଲିଲି।ଟମି‌ ଭିତରକୁ ‌ଯାଇ ଶୁଙ୍ଘି କରି କିଛି ଅନୁସନ୍ଧାନ କରୁଥାଏ।ମୋର ନଜର ପଡିଲା ଝରକା ଉପରେ। ଝରକାର ଗୋଟିଏ କାଚ ଭଙ୍ଗା ‌ହୋଇଥାଏ।ଝରକା‌ ପାଖକୁ ଯାଇ ଏକ ଅଦ୍ଭୁତ ଦୃଶ୍ୟ ଦେଖି ମୋ‌ ଦେହ ଥରିଉଠିଲା।

ଚାରି ପାଞ୍ଚଟି ଅଦ୍ଭୁତ ପ୍ରକାର ଜୀବ। ସେମାନଙ୍କ ନିକଟରୁ ଏକ ପ୍ରକାର ଆଲୋକ ରଶ୍ମି ବାହାରୁଥାଏ।ଆଉ ସେଥିରେ ମଣିଷ, ପଶୁପକ୍ଷୀ..ଗାଈ,ମେଣ୍ଢା,ଛେଳି ଓ କୁକର ଟାଣି ହୋଇ ଯାଉଥାନ୍ତି। ଏତିକିବେଳେ ତାକୁ ଅନୁଭବ ହେଲା ଯେମିତି ତାଙ୍କ ସହ ଆଉ କେହି ସେହି ଷ୍ଟୋର ରୁମ ଭିତରେ ଅଛି।ତେଣୁ‌ ସେ‌ ସ୍ଥିର କଲା ଯେତେଶୀଘ୍ର ଟମିକୁ ଧରି ଦୌଡି କରି ଘର ଭିତରକୁ ପଳାଇବ ଏବଂ କବାଟ ଝରକା ବନ୍ଦ କରି ରହିବ।ସେ ଯିବାକୁ ଉଦ୍ୟତ ହେବାରୁ ସେ ଯାନ‌ ଆସି ଠିକ୍ ସେମାନଙ୍କ ମୁଣ୍ଡ ଉପରେ ।ଟମିକୁ ଟାଣି ନେଇଗଲା ସେ ଯାନ। ମୁଁ ଚିତ୍କାର କରି ଉଠିଲି।

ଆଉ ସେତିକିବେଳେ ଦୁମ୍ କିନା ଖଟ ଉପରୁ ଗଳିପଡିଲି ମୁଁ।ଟମି ଲାଞ୍ଜ ହଲାଇ କରି ଦୌଡ଼ି ଆସି ଚାଟି ପକାଇଲା ମୋତେ।ଉଠିକରି‌ ଝରକା‌ ପାଖକୁ ଯାଇ ଦେଖିଲି ସବୁ କିଛି ଠିକ୍ ‌ଥିଲା।ତାପରେ ଜାଣିଲି ଯେ , ମୁଁ ମୋ ସ୍ବପ୍ନ ନଗରୀରେ ଘୁରି ବୁଲୁଥିଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action