ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ଭିକାରୀର ସମ୍ପତ୍ତି

ଭିକାରୀର ସମ୍ପତ୍ତି

1 min
374


     ଜଣେ ଗରୀବ କୃଷକ ଦିନେ ପରିଶ୍ରମ ଯୋଗୁଁ କ୍ଳାନ୍ତ ହୋଇ ଭଗବାନଙ୍କୁ ପ୍ରାର୍ଥନା କଲା “ଭଗବାନ, ମୋତେ ଛୋଟିଆ ଗୁପ୍ତଧନ ମିଳନ୍ତା ନାହିଁ l ”

     “ଅଚାନକ ତା ସମ୍ମୂଖରେ ଗୋଟିଏ ଥଳି ଆସି ପଡିଲା l ଦ୍ୱତୀୟ ମୁହୁର୍ତ୍ତରେ କିଛି ଶବ୍ଦ ଶୁଭିଲା ତୁମକୁ ଏହି ଥଳୀରୁ ଗୋଟିଏ ସୁନା ମୋହର ମିଳିବ l ତାକୁ ପୁଣି ଥରେ ବାହାରକଲେ ପୁଣି ଗୋଟେ ବାହାରିବ l ଏପରି ଯେ ପର୍ଯ୍ୟନ୍ତ ତୁମେ ସୁନାମୋହର ବାହାର କରୁଥିବ ସେ ପର୍ଯ୍ୟନ୍ତ ସୁନା ମୋହର ମିଳିପାରିବ l କିନ୍ତୁ ସନ୍ତୁଷ୍ଟ ହେଲାପରେ ଥଳୀଟି ନଦୀରେ ଫିଙ୍ଗିଦେବ, ଥଳୀ ନଦୀରେ ନ ଫିଙ୍ଗିବା ପର୍ଯ୍ୟନ୍ତ ଗୋଟିଏ ବି ମୋହର ଖର୍ଚ୍ଚ କଲେ ସବୁ ଅଦୃଶ୍ୟ  ହୋଇଯିବ l ”

     “କୃଷକ ବହୁତ ଖୁସିହେଲା ରାତିସାରା ଥଳୀରୁ ସୁନା ମୋହର ବାହାରକଲା l ଦ୍ୱିତୀୟ ଦିନ ଖାଇବାପାଇଁ କିଛି ନଥିଲା କିନ୍ତୁ ଥଳୀକୁ ନଦୀରେ ଫିଙ୍ଗିବା ପର୍ଯ୍ୟନ୍ତ ଟଙ୍କା ଫିଙ୍ଗିପାରିବ ନାହିଁ l ଏହି କଥା ଚିନ୍ତାକରି ରାତିସାରା ଅନିଦ୍ରା ରହିଲା l ଏବଂ ବସ୍ତା ବସ୍ତା କରି ସୁନାମୋହର ଭରି ଥଳୀଟି ନଦୀରେ ଫିଙ୍ଗିଦେବାକୁ ଭାବିଲା l ଏହିପରି କେତେଦିନ ବିତିଗଲା ସେସୁନାର ବସ୍ତା ଭରିବାରେ ଲାଗିଲା l କୃଷକ ପ୍ରତିଦିନ ଭିକମାଗି ନିଜର ପେଟ ପୋଷିଲା l ”

     ଶେଷରେ ଦିନେ କୃଷକଟି ମରିଗଲା ପଡୋଶୀମାନେ ତାଘରେ ସୁନାମୋହର ଭର୍ତ୍ତି ଅଖାଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ l 


Rate this content
Log in

Similar oriya story from Abstract