jyotsna mayee panda

Horror

3  

jyotsna mayee panda

Horror

ଭଡ଼ାଘର

ଭଡ଼ାଘର

4 mins
232


ସେଦିନ ସୁନୀଲର ଟ୍ରlନ୍ସଫର ହୋଇଯାଇଥଏ ଭବାନୀପାଟଣାକୁ l ଗୋଟେ ପୁଅ ସ୍କୁଲ ଯାଉଛି l ଛୋଟ ଝିଅ ସାତ ଆଠ ମାସର ହୋଇଛି l

ଏ ଭିତରେ ମାଆଙ୍କ ଦେହାନ୍ତ ହୋଇଯାଇଛି l ସତରେ ନୂଆ ଜାଗା ନୂଆ ଲୋକ କେମିତି ରହିବ ଦୁଇ ଦୁଇଟା ଛୋଟ ଛୁଆଙ୍କୁ ନେଇ l ବାପାଙ୍କୁ ବି ଏକୁଟିଆ ଛାଡି ଯାଇପାରିବିନି ସେଥିପାଇଁ ସେ ଖୁବ ଚିନ୍ତିତ ଥିଲା l

ବାପା ତା ଚିନ୍ତାର କାରଣ ପଚାରିବାରୁ ସେ ସବୁ କଥା ଲାହିଲା l ବାପା ସବୁ କଥା ଶୁଣି କହିଲେ ତୋର ଚିନ୍ତା କରିବାର ଦରକାର ନାହିଁ l ମୋର ଜଣେ ଘନିଷ୍ଠ ବନ୍ଧୁ ସେ ସହରରେ ରୁହେ ତାକୁ କହିଲେ ସେ ତୋ ଅଫିସ ପାଖରେ ଗୋଟେ ଘର ଖୋଜିଦେବ l ତୋର କିଛି ଅସୁବିଧା ହେବନି l

କିନ୍ତୁ କେତଦିନ ହେବ ସେ ଆଉ ମୋତେ ଫୋନ କରୁନି l ବୋଧହୁଏ ଦେହପା ଖରାପ ହୋଇଥିବ l ଆଜି ତାକୁ ମୁଁ ଫୋନ କରି ତୋ ବଦଳି କଥା କହିଦେବି l ବାପା ହଠାତ ଫୋନ ଲଗାଇଲେ ନିଜ ବନ୍ଧୁ ପାଖକୁ l

ସେ ନିଜ କାମରେ ବ୍ୟସ୍ତ ଥିବାରୁ ଫୋନ କରୁନଥିବା କହିଲେ l ପୁଅ ବଦଳି କଥା କହିବାରୁ ସେ ନିଜର ଏକ ଘର ସେ ସହରରେ ଖାଲି ଅଛି ଓ ନିଜେ ପୁଅ ପାଖରେ ଏବେ ରହୁଛନ୍ତି କହିଲେ l ପରେ ନିଜ ଘର ଅlଡ୍ରେସ ଦେଇ ଜଣକ ପାଖରେ ଚାବି ଅଛି ଓ ନିଜେ ନେଇ ସେ ଘରେ ରହିବା ପାଇଁ କହିଲେ l ସେଦିନ ସୁନୀଲ ନିଜ ଜିନିଷ ପତ୍ର ସବୁ ଗାଡିରେ ଲୋଡ଼ କରି ନିଜ ପରିବାର ସାଙ୍ଗରେ ନେଇ ଭବାନୀପାଟଣା ଅଭିମୁଖେ ଯାତ୍ରା କଲା l ବାପାଙ୍କ କହିବା ଅନୁସାରେ ସେ ଠିକ ଜାଗାରେ ପହଂଚି ଗଲା l ଦୁଇ ମହଲା ଏକ ସୁନ୍ଦର ଅଟ୍ଟାଳିକା l ବାପା କହିବା ଅନୁସାରେ ସେମାନେ ଛୁଟିରେ କେବେ କେବେ ଅସନ୍ତି ସେଥିପାଇଁ ଉପର ମହଲାରେ ତାଲା ପଡିଛି l ସେ କହିବା ହିସାବରେ ପାଖରେ ଆଉ ଘର ନାହିଁ l ଟିକେ ଦୂରେ ଗୋଟେ ଘର ଥିଲା l ଜାଗାଟା ଟିକେ ଶୂନ ଶାନ ଲାଗୁଥିଲା l ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା l ଜିନିଷ ପତ୍ର ସଜାଜୁ ସଜାଡୁ ଛୁଆ ମାନେ ବହୁତ ବିରକ୍ତ କଲେ l ସେଥିପାଇଁ ପାଖରେ ଥିବl ଘର ଆଡକୁ ଦୁଇ ଛୁଆଙ୍କୁ ନେଇଗଲେ ସୁନୀଲ l ବାହାରେ ଖୁବ ସୁନ୍ଦର ଲନ..... ଛୋଟ ଛୋଟ ଫୁଲ ଗଛରେ ସୁନ୍ଦର ଦିଶୁଛି ବଗିଚାଟା l ଭିତରୁ ଭାସି ଆସୁଛି କାହାର ସୁମଧୁର କଣ୍ଠ ସ୍ୱର l ଧୀରେ ଧୀରେ ଘର ପାଖକୁ ଆସିଲା ସୁନୀଲ l ହଠାତ ଗେଟ ପାଖରେ ଏକ ପ୍ରୌଢ ବ୍ୟକ୍ତି ଆସି ତାକୁ ଘର ଭିତରକୁ ଆସିବାପାଇଁ ନିମନ୍ତ୍ରଣ କଲେ l ଛୁଆ ଦୁଇଟି ବି ପଡୋଶୀଙ୍କୁ ଦେଖି ଚୁପ ହୋଇଗଲେ l ସେମାନଙ୍କ ତିନୋଟି ଝିଅ l

ଗୋଟେ ହାରମୋନିୟମ ବଜାଉଛି l ଗୋଟେ ଝିଅ ଖୁବ ସୁନ୍ଦର ଗୀତ ଗାଉଛି l ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ମଧ୍ୟ ପରିଚିତ କରେଇଦେଲେ l ଛୋଟ ଝିଅ ଖୁବ ସୁନ୍ଦର l ବିଭିନ୍ନ ଓଡିଶୀ ବେସରେ ତାର ଫଟୋ ଲାଗିଛି ସେ କାନ୍ଥରେ l ସତରେ ଏ ତ ଘର ନୁହେଁ ଥିଲା ଏକ କଳାର ମନ୍ଦିର l ଯେଉଁଠି ସମସ୍ତେ ଗୋଟେ ଗୋଟେ କଳାକାର l କାନ୍ଥରେ ସୁନ୍ଦର ସୁନ୍ଦର ପୈଁଟିଂ ଲାଗିଛି l ଘରଟା ଖୁବ ପୁରୁଣା ହେଲେ ବି ଖୁବ ସୁନ୍ଦର ଭାବେ ସଜା ହୋଇଛି l ଏମିତି କେତେ ସମୟ ବିତିଗଲା l ସେମାନେ ନ ଆସିବାରୁ ସୁନୀଲର ସ୍ତ୍ରୀ ବି ପଡୋଶୀ ଘରକୁ ଗଲା l ସେମାନେ କହିଲେ "ଆପଣ ଆମ ପଡୋଶୀ ସେଥିପାଇଁ ଆଜି ଆମ ଘରେ ଖାଇବେ ସେମିତି ବି ଏଠି ଆମେ ଏକା ଏକା ରହୁଛୁ l ସମସ୍ତେ ମିଶିଲେ ଭଲ ଲାଗିବ l ତାଙ୍କ କଥା କାଟି ପାରିଲେନି ସ୍ୱାମୀ ସ୍ତ୍ରୀ l ରାତ୍ରି ଭୋଜନ ପରେ ନିଜ ଘରେ ଆସି ଶୋଇପଡିଲେ ସମସ୍ତେ l ସୁନୀଲର ବାପା ଏପଟୁ ଯେତେ ଫୋନ କଲେ ବି ନାଁ ବୋହୂ ଧରୁଛି ନାଁ ପୁଅ l

ଶେଷରେ ତାଙ୍କ ବନ୍ଧୁଙ୍କୁ ଲଗେଇଲେ l କିନ୍ତୁ ସେ ବି ଧରିଲେନି l ଏମିତି ଦି ଦିନ ବିଟିଗଲା l ବ୍ୟସ୍ତ ହୋଇ ସେ ବସରେ ଆସି ପହଂଚି ଗଲେ ସେହି ଘରେ l କିନ୍ତୁ ଏ କଣ ପୁଅ ବୋହୂ ନାତି ନାତୁଣୀ ସମସ୍ତେ ବେହୋସ ହୋଇ ପଡିଛନ୍ତି ସେ ଘର ଭିତରେ l ପାଖରେ ଏକା ଭଗ୍ନ ଅଟ୍ଟଳିକା l ସେ ସାଙ୍ଗେ ସାଙ୍ଗେ ପୋଲିସକୁ ଫୋନ କଲେ l ସମସ୍ତଙ୍କୁ ହସ୍ପିଟାଲ ନେଇଗଲେ l ଚିକିତ୍ସା ପରେ ସମସ୍ତଙ୍କ ଚେତା ଫେରିଲା l ପୋଲିସ ସୁନୀଲର ବାପାଙ୍କଠୁ ସବୁ କଥା ଜାଣିଲେ l କିନ୍ତୁ ତାଙ୍କ ସାଙ୍ଗ ଯେକି ଗତ ଛଅ ମାସ ତଳେ ଗୋଟେ ସଡ଼କ ଦୁର୍ଘଟଣାରେ ସପରିବାର ମୃତ୍ୟୁ ବରଣ କରିଛନ୍ତି l ଯେଉଁ ନମ୍ବରରେ ସେ ନମ୍ବର କଲ ରେକର୍ଡ଼ରେ ନଥିଲା l ତେବେ ସୁନୀଲର ବାପାଙ୍କୁ କିଏ ସେ ଘର ଠିକଣା ଦେଇଥିଲା??? ପୁଣି ପଡୋଶୀ ଘର କଥା ସୁନୀଲ କହିବାରୁ ପୋଲିସ ସେମାନଂକୁ ଘଟଣା ସ୍ଥାନକୁ ନେଇଗଲେ ଯେଉଁଠି ଅଛି ଏକା ଭଗ୍ନ ଅଟ୍ଟାଳିକା l ଗତ ରାତିରେ ଯେଉଁମାନେ ତାଙ୍କ ସାଙ୍ଗରେ ଥିଲେ ସେଇ ମାନଙ୍କ ଫଟୋ ଅଛି କିନ୍ତୁ ସବୁ ଫଟୋରେ ଗୋଟେ ଗୋଟେ ଫୁଲମାଳ ଲଗାହୋଇଛି l ସୁନୀଲର ମୁଣ୍ଡ ଆଉ କାମ କଲାନି l ସେମାନଙ୍କ ବିଷୟରେ ପାଖ ଲୋକଙ୍କୁ ପଚାରିବାରୁ ସେମାନେ କହିଲେ ଗତ ପାଞ୍ଚ ବର୍ଷ ହେବ ଏ ଘର ମାଲିକ କୁଆଡେ ଗଲେ ନିଜ ପରିବାର ସହିତ କେହି ଜାଣି ନାହାନ୍ତି l ସେ ଅନେକ ଲୋକଙ୍କଠୁ କରଜ ଆଣିଥିଲେ ହେଲେ ଶୁଝି ନ ପାରିବାରୁ ତାଙ୍କୁ ସେ ମାଲିକ ମାନେ ହଇରାଣ କରୁଥିଲେ l ବଡ଼ ବଡ଼ ଝିଅଙ୍କୁ ଉଠାଇ ନେବାପାଇଁ ଧମକ ଦେଉଥିଲେ l ଗୋଟେ ପ୍ରୋଗ୍ରାମରେ ଝିଅ ମାନେ ଯୋଗ ଦେବେ ବୋଲି ସେଦିନ ପ୍ଲାଟଫର୍ମକୁ ଗଲେ ହେଲେ ସେ ଦିନ ଠାରୁ ଆଉ ଘରକୁ ଫେରି ନାହାନ୍ତି l କେହି କେହି କୁହନ୍ତି ସେମାନେ ସମସ୍ତେ କୁଆଡେ ଟ୍ରେନ ଆଗକୁ ଡେଇଁ ଗଲେ l

କିନ୍ତୁ ସତ କେହି ଜାଣି ପାରିଲେ ନାହିଁ l ସବୁ କଥା ଜାଣିଲା ପରେ ସୁନୀଲ ନିଜକୁ ଏକ ବିପଦ ମୁହଁରୁ ବଂଚେଇ ପାରିଥିବାରୁ ଭଗବାନଙ୍କୁ ଅନେକ ଧନ୍ୟବାଦ ଦେଲା l ସେ ପୁରୁଣା ଭୂତମାନଙ୍କଠୁ ନିଜ ପରିବାରକୁ ଫେରି ପାଇ ବାପା ବି ଖୁସି ହେଲେ ଓ ପୋଲିସଙ୍କୁ ଧନ୍ୟବାଦ ଦେଇ ଅନ୍ୟ ଘର ଖୋଜି ସମସ୍ତେ ରହିଲେ l



Rate this content
Log in

Similar oriya story from Horror