STORYMIRROR

Dr Jharana Satapathy

Tragedy

4  

Dr Jharana Satapathy

Tragedy

ଭାରତମାତାର କୁନି କଳିକା

ଭାରତମାତାର କୁନି କଳିକା

2 mins
487


କୁନି କଳିକାଟିଏ ମୁନି, ବିଚକ୍ଷଣ ପ୍ରତିଭାର ଅଧିକାରି।ବୟସ ମାତ୍ର ଛଅ ବର୍ଷ।ଏ ବାଳୁତ ବୟସରୁ ହିଁ ଅଗାଧ ଜ୍ଞାନର ଭଣ୍ଡାର ତା ପାଖରେ।ସେ ନିଜ ମା ଏବଂ ମାତୃଭୂମିକୁ ଭାରି ସମ୍ମାନ ଦିଏ।ଭାରତ ମାତାର ସନ୍ତାନ ଭାବେ ନିଜକୁ ଗର୍ବ ଅନୁଭବ କରେ ଏବଂ ଭାରତ ମାତାର ସର୍ବଦା ଗୁଣଗାନ କରେ।  


ଭାରତମାତାର ଚରଣ ଧୂଳିକୁ ମସ୍ତକରେ ସେ ଲେପନ କରେ। ଭାରତ ମାତାର ସ୍ଲୋଗାନ ମୁଖରେ ଅନର୍ଗଳ ତାର। ସବୁବେଳେ ସ୍କୁଲର ପାର୍ଥନା ସମୟରେ ମୁନି ତାର ସୁମଧୂର କଣ୍ଠରେ ଆରମ୍ଭ କରିଦିଏ ବନ୍ଦେ ଉତ୍କଳ ଜନନୀ ଦେଶାତ୍ମବୋଧକ ସଂଗୀତଟିକୁ ।

ମୁନିର ସେହି ଦେଶାତ୍ମବୋଧକ ସଂଗୀତର ସୁମଧୁର ଗାନରେ ଦେଶପ୍ରେମ ଭାବ ଝରିଉଠେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ ଏବଂ ଶିକ୍ଷୟତ୍ରୀ ପର୍ଯ୍ୟନ୍ତ।


ଆଗକୁ ଥାଏ ଜାନୁୟାରୀ ଛବିଶି। ବିଭିନ୍ନ ସ୍କୁଲ ମାନଙ୍କ ତରଫରୁ କୁନି କୁନି ଛୁଆ ମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥାଏ।କାହାର କେଉଁ କ୍ଷେତ୍ରରେ କଳା ଦର୍ଶାଇବା କଥା ।


ସ୍କୁଲ ତରଫରୁ ପ୍ରତିଯୋଗିତାରେ ମୁନି ସବୁ ବିଭାଗରେ ଭାଗ ନେଇଥିଲା ବକୃତା,କବିତା, ସଂଗୀତ, ଚିତ୍ର ଇତ୍ୟାଦି ଵିଭାଗ ମାନଙ୍କରେ ।ସବୁଥିରେ ସେ ପ୍ରଥମ ହୋଇଥିଲା। ସମସ୍ତଙ୍କର ନଜର ତା ଉପରେ ରହିଥିଲା। ଅଜସ୍ର ତାଳି ବାଜିଉଠିଲା ସେହି କୁନି କଳିକାର ପ୍ରତିଭାକୁ ନେଇ।ମୁନିର ମନ ଭାରି ଖୁସି।ଖାଲି ତାର ଅପେକ୍ଷା ଥାଏ ସେହି ଜାନୁୟାରୀ ଛବିଶିକୁ ଯେଉଁଦିନ ସେ ଶିକ୍ଷାମନ୍ତ୍ରୀଙ୍କ ଠାରୁ ସ୍ବହସ୍ତରେ ପୁରଷ୍କାର ପାଇବ ତାର କୃତିତ୍ବ ପାଇଁ।


ମନେ ମନେ ଭାବୁଥାଏ ନିଜେ ସେ ଭାରତମାତା ବେଶରେ ସଜେଇ ହୋଇ ସ୍କୁଲକୁ ଯିବ।ତ୍ରିରଙ୍ଗା ପତକାତଳେ ସାଙ୍ଗସାଥୀ ସଭିଏଁ ସହ ମିଶି ଜନଗନ ଗାନ କରିବ।ମନରେ ଖାଲି ଉତ୍କଣ୍ଠା ଭାବ ଥାଏ ମୁନିର।


ଜାନୁୟାରୀ ଛବିଶି ଆସିବାକୁ ଆଉ ଛଅ ସାତ ଦିନ ବାକିଥାଏ। ମୁନି ଖୁସି ମନରେ ତା ମାଆଙ୍କ ଠାରୁ ପଇସା ମାଗି ତ୍ରିରଙ୍ଗା ପତକାଟିଏ କିଣିବା ପାଇଁ ବଜାର ଅଭିମୁଖେ ବାହାରିଲା।ବହୁ ସମୟ ଯାଏଁ ସେ ଘରକୁ ଆଉ ଫେରି ନଥିଲା।


ସେହି କୋମଳମତି କଳିକାକୁ କେହି ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ତାକୁ ଦୁଷ୍କର୍ମ କରି ତାକୁ ଫୋପାଡି ଦେଲା କେଉଁ ବିଲମାଳରେ।ମୁନିର ବାପା ମାଆ କୌଣସି ସୂତ୍ରରୁ ଖବର ପାଇ ମୁନିକୁ ଉଦ୍ଧାର କରିଥିଲେ।


ମୁନି ଉଦ୍ଧାର ହୋଇଥିଲା ସତ କିନ୍ତୁ କ୍ଷତାକ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ। ଶରୀର ଯାକ ଦାଗ।ଖାଲି ଡରୁଥାଏ ଯାହାକୁ ଦେଖିଲେ।ସଙ୍ଗେ ସଙ୍ଗେ ତାକୁ ମେଡିକଲରେ ଏଡମିଟ୍ କରି ଥିଲେ ତା ବାପା ମାଆ।


ଜୀବନ ମରଣ ସହ ସଂଗ୍ରାମ କରି ଚିରଦିନ ପାଇଁ ଆଖି ଵୁଜିଦେଲା ଠିକ୍ ଜାନୁୟାରୀ ଛଵିଶ ଦିନ ।ଯେଉଁ କୁନି କଳିକା ଭାରତମାତା ପାଇଁ ଗର୍ବ ଅନୁଭବ କରି ଭବିଷ୍ୟତରେ ଦେଶ ଜାତି ପାଇଁ କିଛି କରିବାର ସ୍ବପ୍ନ ଦେଖିଥିଲା ତା ସ୍ବପ୍ନସବୁ ମାଟିରେ ମିଶି ଚୁରମାର ହୋଇଗଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy