Debabrata Barik Debunu

Tragedy

3  

Debabrata Barik Debunu

Tragedy

ଭାରତ ବନ୍ଦ

ଭାରତ ବନ୍ଦ

4 mins
495



ସକାଳୁ ସକାଳୁ ସଞ୍ଜୟ ତରତର ହୋଇ ଅଗାଧୁଆ ଅଘଷା ପ୍ୟାଣ୍ଟ ଶାର୍ଟ ପିନ୍ଧି ବହାରିପଡ଼ିଲା । ତାକୁ ଦେଖି ସାନ ଭଉଣୀ ରୀନା ପାଟି କରି କହିଲା ଭାଇ କୁଆଡେ ଯାଉଛୁ ନା କ'ଣ ! ଆଜି ପରା ଭାରତ ବନ୍ଦ ? ତା' ପରେ ବୋଉ ଦେହବି ଖରାପ ଅଛି ଯଦି ଡାକ୍ତରଖାନା ନେବାକୁ ପଡେ ..ଭଉଣୀ ପାଟିରୁ କଥା ଛଡେଇ ନେଇ ସଞ୍ଜୟ କହିଲା ବୁଝିଲୁ ରୀନା ମୋତେ ପରା ହାଇକମାଣ୍ଡ କହିଛନ୍ତି କଳିଙ୍ଗ ହସ୍ପିଟାଲ ଛକରେ ଆଜି ବନ୍ଦ କରିବା ପାଇଁ । ମୋତେ ତେଣେ କେତେ କାର୍ଯ୍ୟକର୍ତ୍ତା ଜଗିଥିବେ । ମୁଁ ଗଲେ ବନ୍ଦ ଆରମ୍ଭ ହେବ । ଆଉ ରହିଲା ବୋଉ କଥା ଯଦି ବେଶୀ କିଛି ଅସୁବିଧା ହେବ ମୋତେ ଫୋନ କରିବୁ ଯେ ମୁଁ ସବୁ ବ୍ୟବସ୍ଥା କରିଦେବି । ବୁଝିଲୁ ତୁ ଜମା ବ୍ୟସ୍ତ ହୁଅନା । ମୁଁ ଆସୁଛି । ହଁ ମୁଁ ଖାଇବା କଥା ଚିନ୍ତା କରିବୁ ନାହିଁ । ଆସୁଛି ହେଲା । ତରବର ହୋଇ ଘରୁ ବାହାରି ଚାଲିଗଲା ସଞ୍ଜୟ ହାଇକମାଣ୍ଡଙ୍କର ଅଦେଶ ପାଳନକରିବାକୁ । ବୋଉ ମଧ୍ୟ ଘରଭିତରୁ ଡ଼ାକ ଛାଡ଼ିଥାଏ ଆରେବାବା ହେ ଗାଧେଇ କଣ ଦି'ଟା ପାଟିରେ ଦେଇ ଯା । ଆରେ ବାପା ଚିଣ୍ଟୁ ରେ ବାହାରେ କିଛି ଖାଇବା ମିଳିବ କି ନାହିଁ ମୁଠାଏ ଭାତ ଖାଇ ଦେଇ ଯା । ହେଲେ ସଞ୍ଜୟ ସେତେବେଳକୁ ଘର ଛାଡି ସାରିଥାଏ ।


ହଠାତ ସଞ୍ଜୟ ଘର ଛାଡି ଯିବାର କିଛି ସମୟ ପରେ ସଞ୍ଜୟ ର ବୋଉଙ୍କ ଦେହ ଭୀଷଣ ଖରାପ ଆଡକୁ ଗତିକଲା । ବିଚାରୀ ଝିଅ ପିଲାଟା ବହୁତ ନେହୁରା ହେଲା ସାହି ପଡ଼ିଶାଙ୍କ ପାଖରେ । ଶେଷରେ ସାହିର ଅନ୍ତରା ଅଟୋରେ ବୋଉକୁ ନେଇ ଡାକ୍ତରଖାନାକୁ ଯିବାକୁ ବାହାରିଗଲା । ହେଲେ ରାସ୍ତାରେ ଟାୟାର ଜାଳି ରାସ୍ତା ବନ୍ଦ କରିଥିବା ଲୋକଙ୍କୁ ଦେଖି କେତେ କାକୁତି ମିନତୀ ହେଲା ବିଚାରୀ ହେଲେ ସବୁ ବ୍ୟର୍ଥ ହେଲା ବରଂ ଅନ୍ତରାରଅଟୋ ଭାଙ୍ଗିବାର ଭୟ ଦେଖେଇ ଘରକୁ ଫେରେଇ ଦେଲେ ଆନ୍ଦୋଳନ କରୁଥିବା ମଦ୍ୟପ ଯୁବକ ମାନେ । ଶେଷରେ ଦୁଇ ଘଣ୍ଟା ପରେ ଘରକୁ ଫେରିଲା ବିଚାରୀ । ଅନ୍ତରାର ଅଟୋ ମଧ୍ୟ କେତେ ଜାଗାରେ ଆନ୍ଦୋଳନ କରୁଥିବା ମଦୁଆ ଆନ୍ଦୋଳନକାରୀ ଯୁବକଙ୍କ ଠେଙ୍ଗା ମାଡରେ ଚେପା ହୋଇଯାଇଥାଏ । ଘରକୁ ଆସିବା ବାଟରେ ହିଁ ସଞ୍ଜୟର ମାଆଙ୍କର ଦେହାନ୍ତ ହୋଇଗଲା । ଅନେକ କାନ୍ଦିଲା ରୀନା ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇ । ଶେଷରେ ବନ୍ଦ ସମୟ ଶେଷ ହେଲା ପରେ ସଞ୍ଜୟ ଘରକୁ ଫେରିଲା । ସେତେବେଳକୁ ପ୍ରାୟ ସନ୍ଧ୍ୟା । ସାହିଟା ସାରା ଶୂନଶାନ । ସଞ୍ଜୟ ଭାବିଲା ଆଜି ସାହିରେ କାହାର କଣ ହେଇଛି ନା କଣ। ଏମିତି ତ କେବେ ହୁଏନି ।ଘରେ ପହଞ୍ଚିଲା । ଦେଖିଲା ଘର ଆଗରେ ଲୋକ ମାନଙ୍କର ଭିଡ଼ । ଆଶ୍ଚର୍ଯ୍ୟ ହୋଇଗଲା । ବାହାରେ ସମସ୍ତେ ନୀରବ । ସଞ୍ଜୟକୁ ଦେଖି ମୁହଁବୁଲେଇ ଦେଲେ ରାଗରେ । ସଞ୍ଜୟ ଘର ଭିତରକୁ ପଶିଗଲା ତରତର ହୋଇ । ଘର ଭିତରେ ଦେଖିଲା ଜଣଙ୍କ ଦେହରେ ଧଳା ଚାଦରଟିଏ ଘୋଡାହୋଇ ପଡିଛି । ଭଉଣୀ ରୀନାକୁ ପଚାରିଲା କଣ ହେଇଛି ? ତୁ ଏମିତି ଚୁପ ହୋଇ କାହିଁକି ବସିଛୁ ଆଉ ଏଠି କାହା ଦେହରେ ଚାଦର ପଡିଛି ! ବୋଉ ବୋଉ ଡ଼ାକ ଛାଡି ରୋଷଘର ଭିତରକୁ ପଶିଗଲା ଦେଖିଲା ରୋଷଘର ଖାଲି କେହି ନାହାନ୍ତି ସେଠି । ପୁଣି ଫେରିଆସି ରୀନାକୁ ବଡ଼ ପାଟି କରି ସେହି ଏକା କଥା ପଚାରିଲା ପରେ ପଚାରିଲା ବୋଉ କାହିଁ ? ରୀନା "ଭୋ" "ଭୋ" ହୋଇ କାନ୍ଦିବାକୁ ଲାଗିଲା , କହିଲା ଭାଇ ବୋଉ ଆଉ ନାହିଁ । ସଞ୍ଜୟ ଆଶ୍ଚର୍ଯ୍ୟ ପଚାରିଲା ମାନେ ! ହଁ ଭାଇ ତୁ ଘରୁ ଯିବାର କେତେ ସମୟ ପରେ ବୋଉ ଦେହ ବହୁତ ଖରାପ ହେଲା । ମୁଁ ତତେ କେତେ ଫୋନ କଲି ହେଲେ ତୋର ଫୋନ ରିଙ୍ଗ ରିଙ୍ଗ ଖାଲି ହେଲା ସିନା ହେଲେ ତୁ ଫୋନ ଉଠେଇଲୁ ନାହିଁ । ଶେଷରେ ବାଧ୍ୟ ହୋଇ ଅନ୍ତରା ଭାଇଅଟୋରେ ବୋଉକୁ ନେଇ ମେଡିକାଲ ଯିବାକୁ ବାହାରିଲୁ ହେଲେ ତମ ଦଳର ସେ ମଦୁଆ ଟୋକା ଗୁଡା ଆମକୁ ଯମା ଛାଡିଲେ ନାହିଁ । ଅନ୍ତରା ଭାଇର ଅଟୋକୁ ବାଡେଇ ବାଡେଇ ଆମକୁ ଘରକୁ ଫେରିଯିବାକୁ କହିଲେ । କେତେ ନେହୁରା ହେଲି ସେମାନେଙ୍କୁ ହେଲେ ଯମା କିଛି ବିଶୁଣିଲେ ନାହିଁ କି ଟିକିଏ ବି ଦୟା କଲେନି । ବୋଉ ବି କେତେ କହିଲା ମୋ ପୁଅ ତମ ଦଳର ତାକୁ ଟିକିଏ ଖବର ଦିଅ । ହେଲେ କିଛି ଫଳ ହେଲା ନାହିଁ । ଶେଷରେ ଅନ୍ତରା ଭାଇ କହିଲା ଘରକୁ ନେଇ କୋଉ ଡାକ୍ତରଙ୍କୁ ଡାକିବା । ହେଲେ ଘରକୁ ଫେରିବା ବାଟରେ ହିଁ ବୋଉର ଜୀବନ ଚାଲିଗଲା । ଏକଥା କହିଲା ବେଳେ ରୀନାର କୋହ ଉଠୁଥାଏ ।କହି ସରିବା ପରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ଆହୁରୀ । ଏ କଥା ଶୁଣି ଛାତିକୁ ଭିଡି ନେଲା ଭଉଣୀ ରୀନାକୁ । ସେ ବି କାନ୍ଦିବାକୁ ଲାଗିଲା ଭୀଷଣ ଭାବରେ । ମନେ ମନେ ବହୁତ ଅଭିଶାପ ଦେଲା ନିଜକୁ । ହେଲେ କଣ ହେବ ବୋଉ କଣ ଆଉ ଫେରିଆସିବ ।


ହଠାତ ପକେଟରେ ଥିବା ଫୋନର ଘଣ୍ଟି ବାଜିବାକୁ ଲାଗିଲା ଫୋନ ଉଠେଇବାରୁ ସେପଟୁ ଶୁଭିଲା ସାବାସ ସଞ୍ଜୟ ସାବାସ ଆଜି ଆମର ଦଳର ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି ଆଉ ସେଥିପାଇଁ ତୁମମାନଙ୍କ ହାଇକମାଣ୍ଡ ବଧେଇ ଜଣେଇଛନ୍ତି । ଆଚ୍ଛା ରଖୁଛି କାଲି ପାର୍ଟି ଅଫିସରେ ଦେଖାହେଲେ କଥା ହେବା । ରହିଲି ଜୟ ଜଗନ୍ନାଥ । ସଞ୍ଜୟର ଏଣେ ସବୁଦିନ ପାଇଁ ତା ବୋଉ ପାଟି ବନ୍ଦ ହୋଇଯାଇଛି । କିଛି ବି ମୁଣ୍ଡରେ ପଶୁ ନ ଥାଏ । ଫୋନ ରଖୁ ରଖୁ ଦେଖିଲା ସତରେ ଭଉଣୀ ରୀନାର ପଚାଶ କି ଷାଠିଏ ଟା ମିଶଡ଼ କଲ ! ଘୃଣାରେ ତା'ର ମୁଣ୍ଡ ତଳକୁ ହେଇ ଯାଉଥାଏ । ସତରେ ଆଜି ସେ କେତେବଡ଼ ପାପରେ ପାପୀ ହୋଇଗଲା ! ଯିଏ ଜନ୍ମ କରିଥିଲା ଆଜି କେଉଁ ଏକ ଅଜଣା ମୋହରେ ତାକୁ ମରଣ ମୁହଁକୁ ଠେଲିଦେଲା ! ମନେ ମନେ ସଞ୍ଜୟ ଉପରକୁ ଚାହିଁ କହୁଥିଲା ହେ ମାଆ ମୋତେ ଅଭିଶାପ ଦେ । ମୁଁ ଆଜି ବହୁତ ବଡ଼ ପାପ କରିଛି । ହେଲେ ତା କାନରେ କେହି କହୁଥିଲା ଆରେ ବାପା ସଞ୍ଜୟ ଆରେ କିଛି ଖାଇଛୁ ନା ନାହିଁ ? ଆରେ ଦିନସାରା ବୁଲୁଥିଲୁ କୋଉଠି କଣ ଖାଇଥିବୁ କି ନାହିଁ ଗଲୁ ଗଲୁ ବାପା ମୁହଁ ହାତ ଧୋଇହୋଇ ବସ ମୁଁ ତୋ ପାଇଁ ଖାଇବା ନେଇ ଆସୁଛି । କଚାଡି ହୋଇ ତଳେ ଲୋଟିପଡି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ସଞ୍ଜୟ ।ସମସ୍ତେ ଚାହିଁରହି ମନେ ମନେ କହୁଥାନ୍ତି ବିଚରା ଭାଇ ଭଉଣୀ ଦିଇଟା ଅନାଥ ହୋଇଗଲେ ।


Rate this content
Log in

Similar oriya story from Tragedy