ଭାଇ
ଭାଇ
ଭାଇ, ମୋର ଆଜି ତତେ ମୋର ଅନେକ କଥା କହିବାର ଅଛି । ଯାହା ମୁଁ ତତେ କେବେବି କହିନି କାରଣ ମୁଁ ତତେ ଦୁଃଖୀ ଦେଖିବାକୁ ଚୁହୁଁ ନଥିଲି । ମୁଁ ତୋତେ ବହୁତ ଭଲପାଏ । ତୋର କିଛି କଥା ମତେ ବହୁତ ଦୁଃଖ ଦେଇଥିଲା ହେଲେ ମୁଁ ସବୁକୁ ସହି ଯାଇଥିଲି କାରଣ ବାହାରେ କଳି କରି ମୁଁ ଆମ ଘରର ସମ୍ମାନ ହାନି କରିବାକୁ ଚାହୁଁନଥିଲି । ମତେ ତୁ ଯେତେବେଳେ କହିଲୁ କି ତୁ ସବୁ ଜାଗା ତୋ ନାଁ ରେ କରି ନେଇଯିବୁ ମୁଁ ଚୁପ ରହିଲି କାରଣ ମୁଁ ଜାଣିଥିଲି ତୁ ଓ ତୋ ସ୍ତ୍ରୀ ଚାହିଁଲେବି ସେମିତି କରି ପାରିବ ନାହିଁ କାରଣ ଏ ଦେଶରେ କିଛି କାନୁନ ଅଛି ।
ବୋଉ ଏ ତିକ୍ତ ଦିନ ଯେତେବେଳେ ତୁ ବହୁତ ଡେରିରେ ଆସିଲୁ ଓ ତୋ ସ୍ତ୍ରୀ ତିକ୍ତ ଭାତ ଖାଇବାକୁ ଆସିନଥିଲା । ମତେ ନୁହେଁ ଘରର ସବୁ କକେଇ ଖୁଡି ମାନଙ୍କୁ ବି ଖରାପ ଲାଗିଥିଲା କାରଣ ପରିବାରର କିଛି ଲୋକ ଏ କଥା ଉଠାଇଥିଲେ ଓ ଆସି ନଥିଲେ ।
ସବୁଠୁ ଖରାପ ସେତେବେଳେ ଲାଗିଥିଲା ଯେତେବେଳେ ତୁ ବି କିଛିଦିନ ବେଳିକିଆ ଖାଇବାକୁ ଆସିନଥିଲୁ ଓ ମୁଁ ଘରେ ରହି ଯେଉଁ ବେଳିକିଆ ଖାଉଛି ତାର ପାଇଁ ତୁ କିଛି ଭାଗ ଦେବୁନି କହିଥିଲୁ । ସେ ଟଙ୍କା ବହୁତ କମ ଥିଲା ତା ପାଇଁ ତୋର ଭାଗ ମୋର ଦରକାର ନଥିଲା । କିନ୍ତୁ ତତୋ ଓ ସ୍ତ୍ରୀକୁ ବୁଝାଇବା ଦର୍କାରଥିଲା ସେଥିପାଇଁ ମୁଁ କହିଥିଲି 12ଦିନ ତୁ ଯେଉଁ ବଡ଼ ଭୋଜି କରୁଚୁ 1000 ଲୋକଙ୍କ ପାଇଁ ସେଥିରେ ମୁଁ ମୋ ଡ଼ାକିଥିବା ଲୋକଙ୍କ ପାଇଁ ଦେବି ଓ ତୁ ତୋ ଲୋକ ଙ୍କ ପାଇଁ ଦେ । ସେଇଥିରେ ତୁମେ ବୁଝି ଯାଇଥିଲ ଓ ତମ ଟଙ୍କାର ହିସାବ ବୋଧେ ଠିକ ହୋଇଯାଇଥିବ ।
ହୃଦୟ ମନ ଓ ଟଙ୍କାର ହିସାବ ବହୁତ ଅଲଗା ମୁଁ ଜାଣିନି ତୋତେ ବୁଝାଇ ପାରିଲି ନାହିଁ । ହେଲେ ଜୀବନ ବାଟରେ ମୁଁ ସବୁବେଳେ ତୋ ପାଖରେ ଅଛି । ପ୍ରଭୁଙ୍କ ପାଖରେ ସବୁଦିନ ତୋ ଶୁଭ ମନାସୀ ପାର୍ଥନା କରୁଛି । ଭଗବାନ ତୋର ଚାଲ ପଥକୁ କୁସୁମିତ କରନ୍ତୁ ।
