Gayatri Singh

Abstract Inspirational Others

3  

Gayatri Singh

Abstract Inspirational Others

ଭାବରେ ବନ୍ଧା ସେ

ଭାବରେ ବନ୍ଧା ସେ

2 mins
316



ଜଗନ୍ନାଥ ସ୍ୱାମୀ ନୟନପଥ ଗାମୀ ଭବଃ ତୁମେ ।

ଜଗତର ନାଥ ଶ୍ରୀ ଜଗନ୍ନାଥ ଲୀଳାମୟ ଠାକୁରଙ୍କ ଅଲୌକିକ ମହିମା । ତାଙ୍କର ଅପାର କରୁଣାରୁ ମୁଁ ମୋର ଦିବ୍ୟ ଅନୁଭୁତି କୁ ଏଠାରେ ଆଲେଖ୍ୟ କରୁଛି । ୨୦୧୫ ମସିହାର କଥା । ସେ ବର୍ଷ ନବକଳେବର ଚାଲିଥାଏ । ଖୋର୍ଦ୍ଧା ରୁ ସୁଦର୍ଶନ ଙ୍କ ଦାରୁ, ଝଙ୍କଡରୁ ବଳଭଦ୍ର ଙ୍କ ଦାରୁ, ଅଢଙ୍ଗ ରୁ ସୁଭଦ୍ରା ଙ୍କ ଦାରୁ ଏବଂ ଖରିପଡିଆ ରୁ ଶ୍ରୀ ଜଗନ୍ନାଥ ଦାରୁଦିଅଁ ଙ୍କର ସନ୍ଧାନ ମିଳିଥାଏ । ବଡ ଠାକୁର ବଳଭଦ୍ର ଙ୍କର ଦାରୁ ଝଙ୍କଡରୁ ଆସୁଥିବାର କଥା ଗଣମାଧ୍ୟମରେ ଜୋରସୋର ରେ ପ୍ରସାରିତ ହେଉଥାଏ । ସେଦିନ ବୈଶାଖ ଶୁକ୍ଳ ଦଶମୀ ତିଥି ଥାଏ । ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନାଭିଳାଷେ ସପରିବାର ପୁରୀ ଅଭିମୁଖେ ବାହାରିଥିଲୁ । ମୋ ମନରେ କିନ୍ତୁ ଗୋଟିଏ କଥା ଆସୁଥାଏ । ଆମ ଉପରେ ଟିକେ ପ୍ରଭୁ ଙ୍କ କୃପା ହୁଅନ୍ତାନି, ଆମକୁ ଯଦି ଦାରୁ ଦିଅଁ ଙ୍କ ଦର୍ଶନ ମିଳିଯାଆନ୍ତା ତାହେଲେ ଜୀବନ ଧନ୍ୟ ହୋଇଯାଆନ୍ତା । ପ୍ରଭୁଙ୍କୁ ସୁମରଣା କରି ମନ କଥା ମନରେ ରଖି ଆଗେଇ ଚାଲିଲୁ । ଆଗରେ ପ୍ରବଳ ଭିଡ ଦେଖି ଡ୍ରାଇଭର ଗାଡି ଅଟକାଇ ଦେଲା । ଗାଡି ଆଗକୁ ଯାଇ ପାରିବ ନାହିଁ, ବଳଭଦ୍ର ଙ୍କ ଦାରୁ ଦିଅଁ ଙ୍କୁ ପୁରୀ ଅଭିମୁଖେ ନିଆଯାଉଛି । ବିଶାଳ ଶୋଭାଯାତ୍ରା, ପ୍ରବଳ ଜନସାଗମ ରାସ୍ତାରେ ଖୁନ୍ଦାଖୁନ୍ଦି ହୋଇ ଭକ୍ତ ଙ୍କ ଭିଡ । ଭଜନ କୀର୍ତନ ଘଂଟ ଶଙ୍ଖ ହରିବୋଲ ହୁଳହୁଳିରେ ରାସ୍ତା ପ୍ରକମ୍ପିତ । ସମସ୍ତଙ୍କ ଘର ଅଗଣାରେ କଳସ ଫୁଲମାଳ ଚିତା ଝୋଟି ଚିତ୍ରିତ ହୋଇଛି । ସମସ୍ତେ ହାତ ଯୋଡି ଯୋଡି ଠିଆ ହୋଇଛନ୍ତି । ଖୁସିରେ ଗଦ୍ ଗଦ୍ ଭାବ ବିହ୍ୱଳ ହୋଇ ମୋ ଆଖିରେ ଲୁହ ଆସିଗଲା । ସତରେ ସେ ଲୀଳାମୟ ଠାକୁର ଭକତ ଭାବରେ ବନ୍ଧା ଧନ୍ୟ ପ୍ରଭୁ ଧନ୍ୟ ତୁମର କରୁଣା ।ବିଶ୍ୱାସ ହେଉନଥାଏ ଏମିତି ବାଟରେ ଯାଉ ଯାଉ ଦାରୁଦିଅଁ ଙ୍କ ଦର୍ଶନ ମିଳିଯିବ । ଅବଶ୍ୟ ମନରେ ଅନେକ ଆଶା ଅଭିଳାଷ ଥିଲା । ସେ ଯାହା ହେଉ ଡ୍ରାଇଭର କୁ ଗାଡି ପଛରେ ଆଣିବା ପାଇଁ କହି ଆମେ ମିଶିଗଲୁ ସେହି ବିଶାଳ ଜନସ୍ରୋତରେ । ଭକ୍ତ ଗହଣରେ ବଳରାମ ଙ୍କ ଦାରୁ ସହିତ ଚାଲି ଚାଲି ପ୍ରାୟ ୫ କି.ମି ରୁ ଅଧିକ ରାସ୍ତା ଅତିକ୍ରମ କରିସାରିଥିଲେ ମଧ୍ୟ ଚାଲିବାର ଥକ୍କା ଲାଗୁ ନଥାଏ କି ଦିନ ଯାକର ୩୦୦ କି.ମି ଯାତ୍ରାର କ୍ଳାନ୍ତି ମଧ୍ୟ ଅନୁଭବ ହେଉ ନଥାଏ । ଯେମିତି ଭକ୍ତର ସୁଅରେ ଆମେ ଭାସି ଚାଲିଥିଲୁ ଆଗକୁ ଆଗକୁ । ସନ୍ଧ୍ୟାରେ ପୁରୀରେ ପହଂଚି ତିନି ଠାକୁର ଙ୍କୁ ରତ୍ନ ସିଂହାସନରେ ମନ ଭରି ଆଖି ପୁରେଇ ଦର୍ଶନ କଲୁ । ଭକ୍ତ ନିବାସରେ ରାତ୍ରି ଯାପନ କରି ସକାଳେ ପୁଣି ବାହାରି ପଡିଲୁ ବଡ ଦେଉଳକୁ । ବଡଦାଣ୍ଡରେ ଚାଲୁ ଚାଲୁ ପୁଣି ଦର୍ଶନ ମିଳିଗଲା ଦାରୁଦିଅଁଙ୍କର । ବଳରାମ ଙ୍କ ଦାରୁ ଦର୍ଶନ ନିମନ୍ତେ ବଡଦାଣ୍ଡ ସାରା ଭକ୍ତ ଙ୍କ ସୁଅ । ଅସମ୍ଭବ ଜନସ୍ରୋତର ଠେଲା ଠେଲି ପେଲା ପେଲି ଭିତରେ ଆମେ ଦାରୁଙ୍କ ପାଖରେ ପହଂଚିଗଲୁ । ଏତେ ଭିଡ ଦେଖି ମନ ଭିତରେ ରଥଯାତ୍ରାର ଭ୍ରମ ସୃଷ୍ଟି ହେଉଥାଏ । ଏତେ ପାଖରେ ପ୍ରଭୁ ଙ୍କୁ ପାଇ ଶିରା ପ୍ରଶିରା ଦେହ ମନରେ ଭକ୍ତିର ଯେଉଁ ଉନ୍ମାଦନା ସୃଷ୍ଟି ହେଉଥାଏ ତାହା କେବଳ ଜଣେ ଅନୁଭବୀ ହିଁ ଅନୁଭବ କରିପାରିବ । ଶ୍ରୀ ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ସହିତ ବାଟରେ ଦାରୁ ଦିଅଁ ଙ୍କ ଦର୍ଶନ କରି କୋଟି ପୂଣ୍ୟ ପାଇଲା ପରି ଲାଗୁଥାଏ । ପ୍ରଭୁ ଙ୍କ ଅପାର କରୁଣା, ତାଙ୍କ ଲୀଳା ଖେଳା କୁ କେହି ବୁଝି ପାରନ୍ତିନି । ଧନ୍ୟ ପ୍ରଭୁ ଧନ୍ୟ ତୁମ ମହିମା । 


Rate this content
Log in

Similar oriya story from Abstract