Dr Jharana Satapathy

Comedy

3  

Dr Jharana Satapathy

Comedy

ବଗ ପଞ୍ଚକ

ବଗ ପଞ୍ଚକ

2 mins
459



ନିଧିଆ ମଉସା ଭାରି ଆମିଷ ପ୍ରିୟ । କୁସୁମ ମାଉସୀକୁ କହିଲେ ଯାହା ହେଲେ ବି କାର୍ତ୍ତିକ ମାସ ହେଉ ପଛେ ଆମିଷ ଖାଇବା କଥା ଖାଇବି । କୁସୁମ ମାଉସୀ ମଉସାଙ୍କୁ ଆଗରୁ ଚେତେଇ ଦେଇଥିଲେ ପଞ୍ଚକ ପାଞ୍ଚଦିନ ଘରକୁ ଆମିଷ ଆସିବ ନାହିଁ । ରାନ୍ଧିବା ତ ଦୂରର କଥା । । ମୁଁ ଆଦୌ ଆମିଷ ଛୁଇଁବି ନାହି । କାର୍ତ୍ତିକ ମାସର ପଚିଶ ଦିନ ଚାଲିଗଲା ଆମିଷ ଖାଇ ଖାଇ । ଆଉ ବାକି ରହିଲା ପାଞ୍ଚଦିନ । ନିଧିଆ ମଉସାଙ୍କୁ ଚିନ୍ତା ପଡିଗଲା ଭାତ ଗଣ୍ଡାକ ପେଟକୁ ଯିଵ କେମିତି । କଥାରେ ଅଛି ପରା ବଗବି ପଞ୍ଚକ ପାଳେ । କଣ କରିବି ସକାଳୁ ଚାଲିବାର ହେଉଥିଲା ଆମିଷ ଆଣିବାର ବି । ଏ ବୁଢି ମନାକରୁଛି । ଏକ ଉପାୟ ମୁଣ୍ଡକୁ ଆସିଲା ନିଧିଆ ମଉସାଙ୍କର ।


ବାରିପଟରେ ଚୁଲି ଜାଳି ରୋଷେଇ ଜିନିଷ ସବୁ ଆଣି ମଟନ ଝୋଳ କରି ନିଜେ ଖାଇବି ଏବଂ ତାକୁ ଖୁଆଇବି । ସବୁବେଳେ ମତେ କହି କହି ଵୁଢୀ ଥକି ଗଲାଣି ଦିନେ ହେଲେ ବି ତାକୁ ରୋଷେଇ କରି ଖୁଆଇ ନାହିଁ । ସବୁବେଳେ କହେ ତୁମେ ଚିକେନ କର ମଟନ କର ,ମାଛ ବେସର କର । ଆଜିଠୁ ପରା ତାର ପଞ୍ଚକ । ବସି ପଡିଲେ ନିଧିଆ ମଉସା ମଟନ ରାନ୍ଧିବାକୁ ବାରିପଟେ । ଏକଥା ଜଣାନଥାଏ ବୁଢୀକୁ,ବାରିକବାଟ ବନ୍ଦଥାଏ । ମୁଁ ଟିକେ ବାହାରୁଆସୁଛି ବୋଲି କହି ନିଧିଆ ମଉସା ଯାଇଥାନ୍ତି ।


ନିଧିଆ ମଉସାଙ୍କ ମଟନର ବାସନା କୁସୁମ ମାଉସୀଙ୍କ ନାକରେ ପଶିଲା । ଘର ଯାକ ବୁଲି ଦେଖନ୍ତି ଆମର ତ ଚୁଲି ବନ୍ଦ ଅଛି । ଏ ବଗ ପଞ୍ଚକରେ କି ମହ ମହ ମଟନ ବାସନା । କିଏ ରୋଷେଇ କରୁଛି କେଜାଣି ? ବାସନାରୁ ଏମିତି ତ ଖାଇଲେ ତା ସ୍ବାଦ କେମିତି ନ ହେବ?ପାଟିରୁ ନାଳ ଗୁଡାକ କୁସୁମ ମାଉସୀଙ୍କ ବୋହିପଡୁଥାଏ,ଖାଲି ଛେପ ତକ ଢୁକୁଥାନ୍ତି । ସତରେ କି ପଞ୍ଚକ ପଡିଲା ବୁଢା ବଜାରରୁ ମଟନ ଆଣିଥାନ୍ତା । ଟିକେ ଖାଇଦେଲେ କଣ ପାପ ଲାଗିଯିବ । ଏଇଟା ତ ଖାଇବା ଜିନିଷ ବାର ଅବାର କ'ଣ କେଜାଣି? କିଏ କେଉଁ ଯୁଗରୁ ଏହାକୁ ରଖିଛି?


ଆଉ ବାସନା ସମ୍ଭାଳି ନ ପାରି ସୁଙ୍ଗି ସୁଙ୍ଗି ଯାଇ ବାରି କବାଟ ଖୋଲିଲେ । ଦେଖିଲେ ବୁଢା ତାଙ୍କ ହାତରେ ନିଜେ ମଟନ ହାଣ୍ଡି ବସାଇଛନ୍ତି କଥାରେ ଅଛି ପରା ମାଟି ହାଣ୍ଡି ମାଂସ ବଡ ସୁଆଦିଆ । କି ବାସନା! କି କଲର ତାର । ପୁରା ନାଲି ଟହ ଟହ ମଟନ ଝୋଳ । ବୁଢା ହାଣ୍ଡିରୁ ଟିକେବାହାର କରି ଚାଖୁଥାନ୍ତି ବୁଢିକୁ ସେ ପଟେ ଚାହିଁ କହୁଥାନ୍ତି ଖାସି ମାଂସଟା ଚୁଲିରେ ବସୁ ବସୁ ଭଲ ସିଜି ଗଲା । ଆଉ ବୁଢି ଦେଖି ସଂଭାଳି ପାରିଲା ନାହିଁ ଦୁହେଁ ମିଶି ବଗ ପଞ୍ଚକ ପାଳନ କଲେ ।



Rate this content
Log in

Similar oriya story from Comedy