STORYMIRROR

Banasmita Behera

Romance Crime Thriller

3  

Banasmita Behera

Romance Crime Thriller

ବେଳାଭୂମି

ବେଳାଭୂମି

5 mins
123

ଓହୋ ଏ ସିପୁ ବି କୁଆଡେ ଚାଲିଗଲେ ଯେ, ସେତେବେଳୁ ପାଣି ଆଣିବାକୁ କହିଦେଇ ଯାଇଛନ୍ତି ଯେ ଯାଇଛନ୍ତି ଆଉ ଫୋନ ଟାକୁ ବି ଉଠାଉ ନାହାନ୍ତି। ଏ ସମୁଦ୍ର କୂଳରେ ବ୍ୟାଗକୁ ରଖିକି ମୁଁ କୁଆଡେ ଯାଇବି ପାରିବିନି କହି ଗୁମ ମାରି ବସିଛି ଲିଜା। ଲିଜା...ଲିଜା ଚାଲ ଆମେ ହୋଟେଲକୁ ପଳେଇବା.…ନା ମ ରାତି ଏତେ ବି ହେଇନି ଆଉ ଦେଖୁନ ଏଠି କେତେ ଲୋକ ବି ବୁଲୁଛନ୍ତି। ତମେ ଟିକେ ଭୟଭୀତ ହେଲା ଭଳି ଲାଗୁଛ, କଣ କିଛି ହେଇଛି କି, ନା ମ ସେମିତି କିଛି ନାଇ। ମୁ ଭାବିଲି ସଂଧ୍ୟା ହେଇଗଲାଣି ତ, ତମକୁ କାଳେ ଥଣ୍ଡା ଧରିଯିବ ସେଥିପାଇଁ କହି ବସିପଡ଼ିଲା ସିପୁ। ସତ କହୁଛ ତ ତମେ...ଅରେ ହଁ ବାବା ସତ।।ଆଛା ଲିଜା ତମର ମନେ ଅଛି ନା ଆମର ପ୍ରଥମ ଦେଖା କେମିତି ହେଇଥିଲା...।ହୁଁ, ମୁହଁରେ ହାତ ଦେଇ ହସି ହସି ଲିଜା କହିଲା, ସେ ଦିନକୁ କେମିତି ଭୁଲିବି ଯେ। ମୋ ବାପା ଯଦି ଠିକ ସମୟରେ ତମକୁ ବଞ୍ଚେଇ ନ ଥାନ୍ତେ ତମେ ତ ସମୁଦ୍ର ରେ ଭାସି ଯାଇଥାନ୍ତ। ମୁହଁରେ ସ୍ମିତହାସ୍ୟ ଖେଳେଇ ସିପୁ କହିଲା ହଁ ହଁ ଅତୀତର ସେ ଦିନ ସବୁ କେତେ ସୁନ୍ଦର ଥିଲା ସତରେ ଦୁଇଜଣ ହଜିଯାଉଥିଲେ ସେଇ ପୁରୁଣା ଅତୀତକୁ.....

ସେଦିନ ଥାଏ ଡିସେମ୍ବର ମାସ ୨୧ ତାରିଖ, ଘର ଲୋକଙ୍କ ସହ ଲିଜା ଆସିଥାଏ ପୁରୀ ବୁଲିବାକୁ। ସାଙ୍ଗରେ ଥାନ୍ତି ବାପା ସୁଦର୍ଶନ ରାୟ, ମା ଜୟା ଦେବୀ ସାନ ଭାଇ ଲିକୁନ ଆଉ ଜେଜେମା ଆଶା ଦେବୀ। ଲିଜାର ବାପା ଜଣେ ରାଜନୀତିଜ୍ଞ ଆଉ ମା ଜଣେ ଅଧ୍ୟାପିକା। ଗୋଟିଏ ବୋଲି ଝିଅ ଲିଜା ଡ଼ାକ୍ତରୀ ପଢୁଥାଏ ଆଉ ଶେଷ ବର୍ଷର ଛାତ୍ରୀ। ସେଦିନ ଛୁଟି ଥିବାରୁ ଘର ଲୋକ ମନସ୍ଥ କରିଥିଲେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ ବୋଲି। ଜଗନ୍ନାଥଙ୍କୁ ଦର୍ଶନ ସାରି ପୁରୀ ବେଳାଭୂମିରେ ସାଗରର ବିସ୍ତୀର୍ଣ୍ଣ ଜଳରାଶିରେ ଲିକୁନ ଆଉ ଲିଜା ଖେଳୁଥାନ୍ତି। ଜେଜେମା, ମା ଆଉ ବାପା ଚୌକିରେ ବସି ପିଲା ମାନଙ୍କର ଖେଳକୁ ଦେଖୁଥାନ୍ତି ଆଉ ବେଳେବେଳେ ତାଗିଦ କରି କହୁଥାନ୍ତି ବେଶୀ ପାଣିକୁ ନଯିବାକୁ। ଏମିତି ଦୁଇଜଣ ପାଣିରେ କଖେଳୁଥାନ୍ତି। ହଠାତ ବଞ୍ଚାଅ ବଞ୍ଚାଅ ବୋଲି ଶବ୍ଦ ଶୁଣି ଲିଜା ଆଉ ଲିକୁନ ବାପା ଯେଉଁଠି ବସିଥିଲେ ସେଇ କୂଳକୁ ଫେରିଆସିଲେ। କିଛି ଲୋକ ବି ଧାଁ ଦଉଡ଼ କରୁଥିଲେ, ଭାସିଗଲା ରେ ପିଲାଟା କହି କିଛି ଲୋକ ଡ଼ଙ୍ଗା ଆଣିବାକୁ ବି କହୁଥାନ୍ତି। ସୁଦର୍ଶନ ବାବୁ ହଠାତ ଉଠିଯାଇ ଦେଖିଲେ ଜଣେ ଯୁବକ ସମୁଦ୍ର ଭିତରକୁ ଚାଲିଯାଇଛି। କିଛି କଥା ନ ବୁଝି ସିଧା ସମୁଦ୍ରକୁ ଭିତରକୁ ଚାଲିଗଲେ ଅବଶ୍ୟ ତାଙ୍କୁ ପହଁରିବା ଜଣା ଥିଲା। କିଛି ସମୟ ପରେ ସେ ଯୁବକ ଜଣକୁ ନେଇ କୂଳରେ ପହଁଚିଲେ। ସେଇ ଯୁବକ ଟିର ପେଟ ପୁରା ପାଣିରେ ଭର୍ତ୍ତି। ପେଟ ଚିପି ପାଣି ବାହାର କଲେ ସୁଦର୍ଶନ ବାବୁ। ସେତେବେଳକୁ ଲୋକ ସବୁ ଘେରିଯାଇଥାନ୍ତି। ଲିଜା ଦୌଡିଯାଇ ଗୋଟେ ପାଣି ବୋତଲ କିଣି ଆଣି ବାପାଙ୍କୁ ଦେଲା। ସୁଦର୍ଶନ ବାବୁ ସେ ଯୁବକ ଜଣକୁ ପାଣି ପିଆଇଲେ ଆଉ ତାଙ୍କ ଠିକଣା ପଚାରିବାକୁ ଗଲାବେଳେ କିଛି ପିଲା ଆସି ପହଞ୍ଚିଗଲେ ଆଉ କହିଲେ ସେ ଆମ ସାଙ୍ଗ ବୋଲି।

ତାଙ୍କୁ ଟେକି ନେଇ ଚୌକି ରେ ବସେଇଲେ ଆଉ ସାଙ୍ଗମାନଙ୍କୁ ସେମାନଙ୍କ ବିଷୟରେ ପଚାରିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲା ଆମେ ଏହି ବର୍ଷ ଭାରତୀୟ ପ୍ରଶାସନିକ ସେବାରେ ଉତ୍ତୀଣ୍ଣ ହେଇଛୁ। ସେଥିପାଇଁ ଆମେ ପୁରୀ ବୁଲି ଆସିଥିଲୁ। ଆଉ ଏ ହେଉଛି ସିପୁ ଓରଫ ଶୈଳେନ୍ଦ୍ର ପଟ୍ଟନାୟକ। ଘର ଜଗତସିଂହପୁରରେ। ସେତେବେଳକୁ ସିପୁ ର ଚେତା ବି ଫେରିଆସିଥିଲା ଆଉ ତା ସମ୍ନାରେ ଲିଜା ଛିଡା ହୋଇଥାଏ। ପ୍ରଥମ ଦେଖାରେ ସିପୁ ଲିଜାକୁ ଭଲ ପାଇ ବସେ କିନ୍ତୁ କିଛି କହିପାରେନି। ସିପୁକୁ ଟିକେ ସୁସ୍ଥ ହେବାରେ ଦେଖି ସୁଦର୍ଶନ ବାବୁ ତାକୁ ତା ଘର ବିଷୟରେ ପଚାରିଲେ ଆଉ କହିଲେ ମୁଁ ନେଇ ତମକୁ ଘରେ ଛାଡ଼ିଦେବି କାରଣ ଆମେ ବି କଟକ ଯିବୁ।ସିପୁ କହିଲା ଆମ ଘର ଜଗତସିଂହପୁର ଜିଲ୍ଲାର ବାଲିକୁଦ ବ୍ଲକରେ। ଘରେ ବାପା ମା ଆଉ ମୁଁ। ବାପା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଉ ମା ଗୃହିଣୀ। ମୁଁ ଏଇ ଭୁବନେଶ୍ୱରରେ ଅର୍ଥନୀତିରେ ପୋଷ୍ଟ ଗ୍ରାଜୁଏସନ କରୁଥିଲି ଆଉ ଏ ବର୍ଷ ଆଇଏସ ପାଇଛି। ସିପୁର କଥା କହିବା ଶୈଳୀ ଭଲ ଲାଗୁଥିଲା ସୁଦର୍ଶନ ବାବୁଙ୍କୁ ଆଉ ଲିଜାକୁ ବି। ଆଛା ମୁଁ ଯାଉଛି, ସାଙ୍ଗ ମାନେ ତ ଅଛନ୍ତି ମୁଁ ସେମାନଙ୍କ ସହ ଚାଲିଯିବି ଆଉ ଆଜି ଆପଣ ମୋ ପାଇଁ ଯାହା କଲେ ମୁଁ ଆପଣଙ୍କ ପାଖରେ ସାରା ଜୀବନ ଋଣୀ ହେଇ ରହିବି କହି ସିପୁ ସାଙ୍ଗ ମାନଙ୍କ ସହ ଚାଲିଗଲା ଆଉ ଲିଜାର ପରିବାର ବି ଘରକୁ ଫେରିଆସିଲେ। ରାସ୍ତା ସାରା ଲିଜା ସିପୁ ବିଷୟରେ ଭାବୁଥାଏ ଆଉ ଭାବୁଥାଏ ଯଦି ମୁଁ ଫେସବୁକ ରେ ତାଙ୍କୁ ଖୋଜେ ତାହେଲେ ନିସ୍ଚୟ ମିଲିଯିବେ। ଲିଜା ଫେସବୁକ ଖୋଲି ଶୈଳନ୍ଦ୍ର ପଟ୍ଟନାୟକ ଖୋଜିଲା ଆଉ ତାକୁ ବେଶି ସମୟ ଲାଗିଲାନି ସିପୁକୁ ପାଇବାକୁ କାରଣ ସିପୁର ଫୋଟ ଥିଲା। friend request ପଠେଇଦେଇ ସଙ୍ଗେ ସଙ୍ଗେ hi ବୋଲି ପଠେଇଦେଲା ଲିଜା। ଡର ବି ଲାଗୁଥାଏ ତାକୁ , କାଳେ ସିପୁ କଣ ଭାବିବେ ବୋଲି କିନ୍ତୁ ପୁଣିଥରେ ଫେସବୁକ ଖୋଲି ଦେଖିଲେ ସିପୁର ଉତ୍ତର। ଏମିତି କଥା ଦିଅନିଆରେ ଦୁଇଜଣ ଦୁଇଜଣଙ୍କୁ ଭଲ ପାଇ ବସନ୍ତି। ଇତି ମଧ୍ୟରେ କିଛି ବର୍ଷ ବିତିଯାଇଛି ଆଉ ସିପୁ ଏବେ କୃଷି ବିଭାଗରେ ଉଚ୍ଚ ପଦସ୍ଥ ଅଧିକାରୀ ଆଉ ଲିଜା ଏମବିବିଏସ୍ ସାରି ସରକାରୀ ଡାକ୍ତରଖାନାରେ ଅଛି।

ଦୁଇ ପରିବାରର ଅନୁମତି ଆଉ ଆଶୀର୍ବାଦରେ ଦୁଇଜଣ ବିବାହ ଭଳି ପବିତ୍ର ବନ୍ଧନରେ ଆବଦ୍ଧ ହେଇଯାଇଛନ୍ତି। ଏମିତି ସମୟର ଚକ ଆଉ କାର୍ଯ୍ୟବ୍ୟସ୍ତତା ଭିତରେ ଦୁଇଜଣଙ୍କ ସଂସାର ରଥ ଆଗକୁ ଗାଡିଚାଲିଛି।

ସେଦିନ ମାସର ଦିତୀୟ ଶନିବାର ଥିବାରୁ ଦୁଇଜଣ ଆସିଥିଲେ ପୁରୀ କିଛି ସମୟ ନିରୋଳାରେ ବିତେଇବାକୁ। ପୁରୀ ବେଳାଭୂମିରେ ଗୋଟେ ହୋଟେଲରେ ରହିବାର ବ୍ୟବସ୍ଥା କରିଥାଏ ସିପୁ। ହୋଟେଲରେ ସବୁ ଜିନିଷ ପତ୍ର ରଖି ଟିକେ ଧୁଆ ଧୋଇ ହେଇଗଲେ ଦି ଜଣ। ହୋଟେଲର ଜଣେ କର୍ମଚାରୀ କିଛି ଖାଇବା ଆଣି ଦେଇଗଲେ। ଖାଇସାରି ଲିଜା କହିଲା ଆଛା କହିଲା ମୁଁ ଏଇ ନାଲି ଶାଢ଼ୀରେ କେମିତି ଦେଖାଯିବି। ଲିଜାକୁ ନିଜ ବାହୁ ଭିତରକୁ ଟାଣି ଆଣି ସିପୁ କହିଲା ତମେ ତ ସବୁବେଳେ ସୁନ୍ଦର।ଠିକ ୪ ଟା କି ପାଞ୍ଚଟା ଭିତରେ ବାହାରିଗଲେ ସମୁଦ୍ରକୂଳକୁ ଅତୀତର ସେଇ ରଙ୍ଗୀନ ପ୍ରେମକୁ ପୁଣି ଥରେ ସଜେଇବାକୁ।

ଆଛା ଲିଜା ତମେ ଆଜି ଏତେ ସୁନ୍ଦର କାହିଁକି ଦେଖାଯାଉଛ କହିଲ। ପୁନେଇ ଚନ୍ଦ୍ର ର ଝାପସା ଆଲୁଅରେ ଆଖି ଉପରୁ କେରାଏ ଚୁଟି ଟେକିଦେଇ ସିପୁ ଲିଜାକୁ ନିଜ ବାହୁ ବନ୍ଧନରେ ରେ ଆବଦ୍ଧ କରିଦେଲା। ଧେତ...ତମେ ବି ନା... କେତେ ଲୋକ ଅଛନ୍ତି କିଏ ଦେଖିଦେବ ଯେ।....ଦେଖନ୍ତୁ ମୁଁ କଣ ପାପ କରୁଛି ନା କଣ, ମୋ ସ୍ତ୍ରୀ ସହ ତ ଅଛି..କହି ଲିଜାର ଗାଲରେ ଚୁମ୍ବନ ଟିଏ ଅଙ୍କିଦେଲା ସିପୁ।

ଆରେ ଦେଖ ତ ଲୋକମାନେ କାହିଁକି ଦୌଡା ଦଉଡ଼ି କରୁଛନ୍ତି...।ଭାଇ କଣ ହେଲା କି କାହିଁକି ଭୟବିତ ହୋଇ ଦୌଡୁଛ?? କିଛି ନ କହି ସେ ବି ଚାଲିଗଲା। ଲିଜା ଚାଲ ଆମେ ହୋଟେଲ ପଳେଇବା କହି ଦୁଇଜଣ ସମୁଦ୍ରକୂଳରେ ଥିବା ହୋଟେଲ ଯେଉଁଠି ସେ ଆଗରୁ book କରିଥିଲେ ସେଠାକୁ ଚାଲିଗଲେ। ସେଠି ମଧ୍ୟ ସବୁ ହୋଟେଲର କର୍ମଚାରୀ ମାନେ ଭୟରେ ଏପଟ ସେପଟ ଦୌଡୁ ଥାନ୍ତି। ଅରେ ଭାଇ କଣ ହେଲା....। ଏହି ସମୟରେ ଲିଜା ହୋଟେଲ କାନ୍ଥରେ ରେ ଥିବା ଟିଭିକୁ ଦେଖିଲା ଆଉ ଆଶ୍ଚର୍ଯ୍ୟ ହେଇଗଲା। ଟିଭିର ମୁଖ୍ୟ ଖବର ଥିଲା ଆଇଏଏସ ଅଫିସର ତଥା କୃଷି ବିଭାଗର ଅଧିକାରୀ ଶୈଳେନ୍ଦ୍ର ପଟ୍ଟନାୟକ ଆଉ ତାଙ୍କ ପତ୍ନୀ ଡ. ଲିପିକା ଦାସଙ୍କର ପୁରୀର ସମୁଦ୍ର କୂଳରେ ଥିବା ହୋଟେଲରୁ ମୃତଦେହ ଉଧ୍ୟାର। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କିଛି ରାଜନୈତିକ ଲୋକ ସେମାନଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସ କହୁଛି ଆଉ ହତ୍ୟାକାରୀ ହୋଟେଲର ଜଣେ କର୍ମଚାରୀ। ସେ କର୍ମଚାରୀକୁ ପୋଲିସ ଗିରଫ କରି କୋଟ ଚାଲାଣ କରିଛି।

ଲିଜା ଆଉ ସିପୁ ଦେଖୁଥିଲେ ସେମାନଙ୍କ ପରିବାର ଲୋକ କେମିତି ସେ ଦୁଇଜଣଙ୍କୁ ନେଇ ସ୍ୱର୍ଗଦ୍ୱାର ଆଡକୁ ଯାଉଥିଲେ। ଆଉ ସେଇ ଦୁଇଜଣ ପରଷ୍ପର ର ହାତ ଧରି ବିସ୍ତୀର୍ଣ୍ଣ ସମୁଦ୍ରର ବେଳାଭୂମିରେ ଠିକ ଗୋଟେ ଢେଉ ସାଜି ପୁଣି ହଜିଯାଉଥିଲେ ସେଇ ସମୁଦ୍ର ଗର୍ଭରେ....। ଦେଖ ଲିପୁ ଆମ ପାର୍ଥିବ ଶରୀର କେମିତି ମଶାଣୀ ନିଆଁରେ ଜଳିଯାଉଛି କିନ୍ତୁ ଆମର ଏଇ ଆତ୍ମାକୁ କେହି ଅଲଗା କରିପାରିବେନି। ସବୁଦିନ ପାଇଁ ଆମେ ଏମିତି ସାଥି ହୋଇ ଏହି ବେଳାଭୂମିରେ ରହିଯିବା ଯେଉଁଠି ଆମ ପ୍ରଥମ ପ୍ରେମର ଆରମ୍ଭ ହେଇଥିଲା। ହଁ ଲିଜା ଦେଖିବ ଏଇ ବେଳାଭୂମିରେ ଯେତେଦିନ ଯାଏ ବାଲି ଉପରେ ସୂର୍ଯ୍ୟର କିରଣ ବିଛାଡି ହେଇପଡିବ ସେତେଦିନ ଆମ ପ୍ରେମ ଆଉ ଆମେ ସାଥି ହୋଇ ରହିବ।.... କହି କହି ପୁଣି ଦେଖୁଥିଲେ ସେମାନେ ନିଜ ଅସ୍ତି କଳସ କେମିତି ସେଇ ସମୁଦ୍ରରେ ଭାସିଯାଉଥିଲା ଦୂରକୁ ଦୂରକୁ.....।


Rate this content
Log in

Similar oriya story from Romance