ବଧିରର ଦୂରବସ୍ଥା
ବଧିରର ଦୂରବସ୍ଥା


ଭୋଜନ କରିବା ପରେ ବାବା ଅଗଣାରେ ଆରାମ ଚେୟାର ପକାଇ ବସିଲେ l ଜହ୍ନରାତି l ବାବା ନାସ ଟିକେ ନାକରେ ପକାଇ ହାତ ଝାଡୁ ଝାଡୁ ଶ୍ଳୋକ ଶୁଣାଇଲେ ;
“ପରୋକ୍ତ ସାଧ୍ୟାକର୍ଣ୍ଣ
ନ ୟୁକ୍ତି ପ୍ରତିଭାଷିତୁଂ
ବହିର୍ନିଷ୍କାସିତଃ କୋପି
ବଧିରଃ ପ୍ରତିକୁଳବାକ୍ l “
ବାବାଙ୍କ ଚାରିପଟେ ବସିଥିବା ପିଲାମାନେ ପଚାରିଲେ - “ବାବା, ଏହି ଶ୍ଳୋକର ଅର୍ଥ
କଣ ?”
“ଶ୍ଳୋକର ଅର୍ଥ ? ଶୁଣ l କହୁଛି l ଏହାର ଅର୍ଥ କୌଣସି କଥା ସମ୍ପୂର୍ଣ୍ଣ ଭାବରେ ନ ଶୁଣି ଜବାବ ଦେବା ଠିକ୍ ନୁହେଁ l କାରଣ ଥରେ ଜଣେ ବଧିର ବ୍ୟକ୍ତି ଏମିତି ଉତ୍ତେଜିତ ହୋଇ କଥାବାର୍ତ୍ତା କଲେ ଯେ, ଲୋକେ ତାଙ୍କୁ ବାଡେଇ ବାଡେଇ ତଡିଦେଲେ l ” ବାବା ଧୀର ସ୍ୱରରେ କହିଲେ l
“ଏହି ବଧିର ବ୍ୟକ୍ତି କିଏ ଥିଲା, ବାବା ସେ କଣ କହିଥିଲା ? ତାକୁ କାହିଁକି ପିଟିପିଟି ବାହାର କରିଦିଆଗଲା ? ଏ କଥା କାହିଁକି କହୁନାହାନ୍ତି ?” ପିଲାମାନେ ପ୍ରଶ୍ନର ବୃଷ୍ଟି କଲେ l
ଏକଥା କାଞ୍ଚିପୁରରେ ଦେବ ଶର୍ମା ଏବଂ ହରି ଶର୍ମା ନାମକ ଦୁଇ ଜଣ ବନ୍ଧୁ ରହୁଥିଲେ l ପିଲାଦିନେ ସେମାନଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଥିଲା l ବଡ ହେବା ପରେ ମଧ୍ୟ ସେମାନଙ୍କର ବନ୍ଧୁତା ଅତୁଟ ରହିଥିଲା l
ଦେବଶର୍ମାଙ୍କୁ କୌଣସି କାରଣରୁ ବଧିରତା ଗ୍ରାସ କଲା l ସବୁବେଳେ ତାଙ୍କ ମନରେ ଭୟ ରହିଲା ଯେ, ଏ କଥା ସମସ୍ତେ ଜାଣିଗଲେ ଅସୁବିଧା ହେବ l
ଥରେ ହରି ଶର୍ମା ଅସୁସ୍ଥ ହେଲା l ବହୁତ ଚିକିତ୍ସା କରାଗଲା l କିନ୍ତୁ ରୋଗ ଦୂର ହେଲା ନାହିଁ l ହରି ଶର୍ମା ନିରାଶ ହୋଇଗଲେ l କୌଣସି ପ୍ରକାରରେ ରୋଗ ଦୂର ହେଉ ନାହିଁ l
ଦେବ ଶର୍ମା ଜାଣିବାକୁ ପାଇଲେ ଯେ ହରି ଶର୍ମା ରୋଗରେ ପଡିଛି l ତାଙ୍କୁ ଭେଟିବାକୁ ଗଲେ l
ସେ ବଧିର ଥିଲା ତେଣୁ ଅଧିକା ସମୟ କଥାବାର୍ତ୍ତା କରିବା ଠିକ୍ ନଥିଲା l ସେ ଅନ୍ୟମାନଙ୍କ କଥା ଶୁଣି ପାରୁନଥିଲେ l କାଳେ କେ ଜାଣିଯିବ ତାକୁ ଭୟ ଲାଗୁଥିଲା l ତେଣୁ ସେ ସାଙ୍ଗକୁ ତିନୋଟି ପ୍ରଶ୍ନ ପଚାରି ଆସିବାକୁ ମନସ୍ଥ କଲା l
ଏହି କଥା ମନରେ ରଖି ଦେବ ଶର୍ମା ବନ୍ଧୁଙ୍କୁ ଦେଖିବାକୁ ଗଲା l ହରି ଶର୍ମା ଖୁସି ହୋଇ ତାଙ୍କୁ ବସିବାକୁ କହିଲେ l
“ଦେହ କିପରି ଅଛି ?”ଦେବ ଶର୍ମା ପଚାରିଲେ l
“ଏହା ତ ଭଲହେଲା ପରି ମନେ ହେଉନାହିଁ l ” ହରି ଶର୍ମା କହିଲା l
ଏ କଥା ଦେବଶର୍ମାକୁ ଶୁଭିଲା ନାହିଁ l ସେ କହିଲା- “ଭଗବାନଙ୍କ କୃପାରୁ ଏହା ହେବା ଉଚିତ୍ l ଓୌଷଧ କଣ?” ଦେବ ଶର୍ମା ପଚାରିଲା l “ମୃତ୍ୟୁ ହିଁ କେବଳ ଏକମାତ୍ର ଓୌଷଧ I ?” ହରି ଶର୍ମା କହିଲେ I
“ତେବେ ତ ଏହା ବଢିଆ ଓୌଷଧ l କିନ୍ତୁ ଚିକିତ୍ସକ କିଏ?” ଦେବ ଶର୍ମା ପଚାରିଲେ l
“କିଏ? ଯମରାଜ ଆଉ କିଏ?” ହରି ଶର୍ମା ରାଗରେ ବିରକ୍ତ ହୋଇ କହିଲେ l “ଏବେ ତାଙ୍କ ଉପରେ ଭରସା କର, ସେ ହି ଏକମାତ୍ର ଭରସା l ” ଦେବ ଶର୍ମା କହିଲେ
ଏ କଥା ହରି ଶର୍ମାଙ୍କର ବନ୍ଧୁମାନେ ଶୁଣୁଥିଲେ l ସେମାନେ ରାଗରେ ନାଲି ପଡିଗଲେ l ଦେବ ଶର୍ମାକୁ ପିଟି ପିଟି ଘରୁ ଧକାମାରି ବାହାର କରିଦେଲେ l
“ଦେଖିଲ କଥା ନ ଶୁଣି ଉତ୍ତର ଦେବା କେତେ ଭୟଙ୍କର ହେଲା l ” ବାବା କହିଲେ I