STORYMIRROR

Titi Sarangi

Inspirational

2  

Titi Sarangi

Inspirational

ବଡପୁଅ

ବଡପୁଅ

2 mins
15.2K


କିଏ କ'ଣ ଭାବିବ ବୋଲି ଭାବିଭାବି କେତେ କାମ ଆମର ଅଟକି ଯାଏ lଲୋକେ ଯାହା ଭାବିଲେ ଭାବନ୍ତୁ ପଛେ ମୋ କାମ ମୁଁ କରିବି ଭାବିଲେ ବି କ'ଣ କରିହୁଏ ?ଯୋଉ ସମାଜ ଭିତରେ ରହୁଛେ ତା'କୁ ନିହାତି ଅଣଦେଖା କରି ହୁଏନି lସମାଜ କ'ଣ ସେକଥା ହୁଏତ ଅନ୍ତର୍ଯ୍ଯାମୀ ଜାଣିନି l ଅଧାପାଠୁଆ ମଣିଷଟେ lବର୍ଷର ଛ ମାସ ଦାଦନ ନଖଟିଲେ ତା'ର ଚଳେନି lତେଣୁ ସମାଜ କଥା ଛାଡ ଦୟା ଆଉ ତା ମାଆ କ'ଣ ଭାବିବେ ସେ କଥା ତ ସିଏ ନଭାବି ରହି ପାରିବନି l

ବାହାଘର ଆଗରୁ ଜୀବନ ଯାହା ଥିଲା ବାହାଘର ପରେ ଆଉ ସେଇଆ ହେଇ କି ନାହିଁ lଦୟାର ମାଆ ସବୁବେଳେ କହୁଛି ‐"ତମେ ପୁରୁଷ ପିଲା l ତମର କ'ଣ ଅଛି lଯୁଆଡେ ମନ ହେଲା ବୁଲୁଛ ,ଯାହା ମନ ହେଲା କରୁଛ lଆମେ ମାଈପି ଜାତି ସିନା ଘର କୋଣରେ ବନ୍ଧା ହେଇଛୁ l"ସତରେ କ'ଣ ସେଇଆ ହୁଏ ?କିଏ ଏଠି ବନ୍ଧା ହେଇନି ଯେ ?ପୁରୁଷ ଗୋଡରେ ଘର ଚଳେଇବା ,ଘରର ସମ୍ମାନ ଚଳିବା ନାମକ ଲୁହାର ଅଦେଖା

ଶିଙ୍କୁଳି ତ ସବୁବେଳେ ବନ୍ଧା ହେଇଛି lନହେଲେ ନିଜ ମାଟି ଛାଡି ପର ରାଜ୍ୟକୁ ସେ କ'ଣ ଖଟିବାକୁ ଯାଆନ୍ତା ?ଚଷାର ଜୀବନ ମାଟି ସାଥୀରେ ଟାଣ ହେଇ ଚେର ମଡେଇକି ଥାଏ lସେଥିରୁ ଉପୁଡି ଯିବାକୁ କେବେ ବି ଚାହେଁନି ଚଷା lହେଲେ ବି ତାକୁ ଯିବାକୁ ପଡେ ଦୂର ରାଜ୍ୟକୁ lଋଣ ଶୁଝା ,ସଂସାରର ଯାବତୀୟ ଖର୍ଚ୍ଚ ପାଇଁଁ ନହେଲେ ପଇସା କୋଉଠୁ ଆସିବ l

ତିନି ଭଉଣୀ ,ଦି ଭାଇ ସେମାନେ lଅନ୍ତର୍ଯ୍ଯାମୀ ସବୁଠୁ ବଡ lବଡପୁଅ ବୋଲି ସବୁ ଦାୟିତ୍ବ ତାର lଭଲରେ ନ ତୁଲେଇ ପାରିଲେ ଦୋଷଯାକ ବି ତାର l ବାପା ବୁଢା ହେଲେଣି lଜମି ଖଣ୍ତେ ଅଛି ବୋଲି ତାଙ୍କୁ ଇନ୍ଦିରା ଆବାସ ଅନୁଦାନ ମିଳିନି lହେଲେ ପୁରୁଣା ଚାଳ ଛାଊଣୀ ଘର ଖାଲି ତାଙ୍କରି ଯାହା ଅଛି ଗାଁରେ lନିଆଁ ପାଣିକି ଡର lପୁଣି ପୁଅ ବି କହିଲାଣି lବାପ ମନଟା ତାର କୋରି ହେଇଯାଏ ନିଜର ନିପାରିଲାପଣ ଆଗରେ lବଡ କଷ୍ଟରେ ବାପାଙ୍କୁ ବୁଝେଇବାକୁ ଭାବେ ଅନ୍ତର୍ଯ୍ଯାମୀ lଜମି ଖଣ୍ତେ ବିକିଦେଲେ ସେମାନେ ହେଇଯିବେ ନାମମାତ୍ର ଚାଷୀ ଆଉ ବିପିଏଲ୍ ଗୋଷ୍ଠୀର ମଣିଷ lହେଲେ

ଇଚ୍ଛା କରି ବି ଏକଥା କହି ପାରେନି l

ଚାଷରୁ ଯାହା ବି ମିଳୁ,ବଡ ଚାଷୀ ବୋଲି ପାଞ୍ଚଖଣ୍ତ ଗାଁରେ ନାଁ ପଡୁଛି ତାଙ୍କ ଘରର lଛ ମାସ ଦାଦନ ଖଟିଲେ ବି ପଇସା ଅଣ୍ଟୁନି lକିନ୍ତୁ ଜମି ବିକିଦେଲେ ତ ବର୍ଷସାରା ଖଟିବାକୁ ପଡିବ ପର ରାଜ୍ୟରେ lସହରର ବହୁତ ପଇସାବାଲାଙ୍କ ନଜର ଏବେ ଗାଁର ଏଇ ଚାଷୀଙ୍କ ଜମି ଉପରେ lଶାଗମାଛ ଦରରେ କିଣି ନବାକୁ ଚାହିଁ ବସିଛନ୍ତି lସାନଭାଇ ବି ତାକୁ ବହୁତ ବିଶ୍ବାସ କରେ lବାହାହେଲେ ସିଏ ଭିନେ ହେଇଯିବ ସତ lହେଲେ ଏବେ ତ ବଡଭାଇ ବୋଲି ତାର ବହୁତ ଭରସା lକାହାର ବିଶ୍ବାସ ସେ ଭାଙ୍ଗି ପାରିବନି lନିଜ ହାଡ ଫଟେଇ ସେ ଅଧିକ ପରିଶ୍ରମ କରିବ lସେମାନେ ଦି ଭାଇ ଚାହିଁଲେ ଘର କରିବେ l କିନ୍ତୁ ମାଗଣାଖିଆ ହେବେନି lଯିଏ ଯାହା କହିଲେ କହୁ ପଛେ lବଡପୁଅ ଭାବରେ ଘରର ସମ୍ମାନ ସିଏ ରଖିବ lଦିନେ ଘରର ସମ୍ମାନ ପାଇଁ ଗୋଟେ ରାଜାପୁଅ ତ ଯୋଗୀ ସାଜିଥିଲା lସେ ଠାକୁର ଥିଲା କି ନାଇଁ ସିଏ ଜାଣିଥିବ lକିନ୍ତୁ ନିଜ ମର୍ଯ୍ୟାଦାବୋଧପାଇଁ ସିଏ ଏବେ ବି ପୂଜା ପାଉଛି lଅନ୍ତର୍ଯ୍ୟାମୀ

ସ୍ଥିର କଲା "ରାମଚନ୍ଦ୍ର ନହେଲେ ନାଇଁ ରାମିଆ ଭଣ୍ତାରି ତ ହେଇଥିବି l"ଯାହା ଆମ ଗାଁଗହଳରେ ପ୍ରଚଳିତ ଅତି ସାଧାରଣ ମର୍ଯ୍ୟାଦାବୋଧର କଥାପଦେ l


Rate this content
Log in

Similar oriya story from Inspirational