ଓଡ଼ିଆ ଗଳ୍ପ ଓ କବିତା - ୧

Abstract

2  

ଓଡ଼ିଆ ଗଳ୍ପ ଓ କବିତା - ୧

Abstract

ବାସ୍ତବ ପ୍ରଶଂସା

ବାସ୍ତବ ପ୍ରଶଂସା

1 min
565


       ଏକଦା ରାଜା ହେମଚନ୍ଦ୍ର, ନିଜର ଲେଖା “ସୃଜନ ରଞ୍ଜିତମ୍ ” ସମାପ୍ତକରିବା ପରେ ଏହାକୁ ଦୁଇ ଜଣ କବିଙ୍କୁ ପଢି ମତାମତ ଦେବାକୁ କହିଲେ l ଶିବନାଥ ରାଜାଙ୍କର ପ୍ରଶଂସା କଲେl ଆଜ୍ଞା ମଣିମା, ଆପଣଙ୍କର ନାମ ମହାନ କବି ମାନଙ୍କ ମଧ୍ୟରେ ରହିବା ଉଚିତ୍ l ଆପଣ ଶ୍ରୀକୃଷ୍ଣ୍ଣ ଦେବରାଜଙ୍କ କଥା ମନେ ପକାଇ ଦେଇଛନ୍ତି l ସୁରକୀର୍ତ୍ତି ଉତ୍ତର ଦେଇ କହିଲେ, “ ଏହି କବିତା ଗୁଡିକ ହେଉଛି ସଠିକ୍ ଉପମାର ମୟନ୍ତ୍ରିତ ବ୍ୟବହାର ଏବଂ ଏଥିରେ କୌଣସି ବ୍ୟାକରଣ ତ୍ରୁଟି ନାହିଁ l ”ହେମଚନ୍ଦ୍ର ଉଭୟ କବିଙ୍କୁ ଧନ୍ୟବାଦ ଦେଲେ l ଏବଂ ତାଙ୍କର ମନ୍ତ୍ରୀ ଯଥାର୍ଥଭାବରେ ପୁରସ୍କାର ପ୍ରଦାନ କରିବାକୁ କହିଲେ l ମନ୍ତ୍ରୀ ଏକ ରୂପାର ଥାଳିରେ ପାନପତ୍ର, ଗୁଆ ଏବଂ ଶହେ ମୁଦ୍ରା ରଖି ସୁକୀର୍ତ୍ତି କୁ ପ୍ରଦାନ କଲେ l ତା’ ପରେ ସେ ଏକ ପିତଳ ଥାଳିରେ କେବଳ ପାନପତ୍ର ଏବଂ ଗୁଆ ରଖି ଏହା କବି ଶିବନାଥଙ୍କୁ ପ୍ରଦାନ କରିବାକୁ କହିଲେ l ଏହା ସୂଚାଇ ଦେଉଥିଲା ଯେ, ମନ୍ତ୍ରୀ ତାଙ୍କୁ କିଛି କହିବାକୁ ଚାହାନ୍ତି l ତଥାପି ସେ ମନ୍ତ୍ରୀଙ୍କୁ ଡାକି କହିଲେ, ଆପଣ କବି ଶିବନାଥଙ୍କୁ ଯଥାର୍ଥ ଭାବରେ ପୁରସ୍କୃତ କରିଛନ୍ତି ତ ? ”

        ମନ୍ତ୍ରୀ ଉତ୍ତର ଦେବାକୁ ଯାଉଥିଲେ, କିନ୍ତୁ କବି ଶିବନାଥଙ୍କୁ ବୁଝାଇ କହିଲେ, ମଣିମା, ମୁଁ ଆପଣଙ୍କର କାର୍ଯ୍ୟକୁ ଅତି ରଞ୍ଜିତ କରି ପ୍ରଶଂସା କଲି l ଅନ୍ୟପକ୍ଷରେ , ସୁକୀର୍ତ୍ତି ଆପଣଙ୍କର କବିତାର ବିଶ୍ଳେଷଣ କଲେ l ଏହିପରି ଭାବରେ ସେ ଆପଣଙ୍କ କାର୍ଯ୍ୟରେ ଯଥାର୍ଥ ପ୍ରଶଂସା କରିଛନ୍ତି l ସୁଁ ଭାବୁଛି ମନ୍ତ୍ରୀ ମହାଶୟଙ୍କର ଉଦ୍ଦେଶ୍ୟ ମୋତେ ବାସ୍ତବ ପ୍ରଶଂସା ଏବଂ ମନମତାଣିଆ ପ୍ରଶଂସା ମଧ୍ୟରେ ପାର୍ଥକ୍ୟ ଦର୍ଶାଇବାକୁ ଚାହାନ୍ତି l ”ରାଜା ହେମଚନ୍ଦ୍ର ମନ୍ତ୍ରୀଙ୍କର ଜ୍ଞାନର ପ୍ରଶଂସାକରି କହିଲେ, ସୁକୀର୍ତ୍ତିଙ୍କ ପରି ଶିବନାଥଙ୍କୁ ମଧ୍ୟ ସମାନ ପୁରସ୍କାର ପ୍ରଦାନ କର l ଏହା ତାଙ୍କର ପ୍ରଶଂସା ପାଇଁ ନୁହେଁ, ତାଙ୍କର ଭଲ ପ୍ରକୃତି ପାଇଁ l ”



Rate this content
Log in

Similar oriya story from Abstract