ବାର୍ଡ଼ଚଢେଇ କଥା
ବାର୍ଡ଼ଚଢେଇ କଥା
ବୋଉ ସବୁବେଳେ ହରେକମାଲ ବାଲାକୁ ଡାକି କିଣାକିଣି କଲାବେଳେ ରୋଚକ କ୍ଷୁବ୍ଧ ହୁଏ. ପଳେଇଯାଏ ଛାତ ଉପରକୁ. ଛାତ ଉପରେ ପକ୍ଷୀମାନଙ୍କୁ ଦେଖିବାକୁ ସାଜିଥାଏ ବାର୍ଡୱାଚର. କିଏ ଲଢୁଆ କିଏ ଭଲ ଉଡାଣ କରେ କିଏ କୋଇଲି ପରି କୋକିଳକଣ୍ଠି ସବୁ ଦେଖି ଦେଖି ପକ୍ଷୀଙ୍କୁ ଠାଵ କରୁଥିଲା ବେଳେ ମାଆ ପୁଣି ଡାକ ପକାନ୍ତି ଆରେ ରୋଚକ ତୋର କିଛି ପୁରୁଣା ଫୁଲ ପ୍ୟାଣ୍ଟ ଅଛିକି ଦେଇଗଲୁ ବାବୁ. ସିଧା ସିଧା ରୋଚକ ଶୁଣେଇ ଦିଏ ମୋର କିଛି ଦରକାର ନାହିଁ ସେ ହରେମାଲ ବୋଉ. ତୁମ ପୁରୁଣା ଶାଢ଼ୀ ଦେଇ ତୁମେ ଯାହା କିଣା କିଣି କରି ରଖିବା କଥା ରଖିନିଅ. ମୁଁ ଦିଲ୍ଲୀ ଗଲେ ମୋ ଡ୍ରେସ ଓ ମୋ ସାମାନ ବା ଜିନିଷ ପତ୍ର କିଣିଆଣିବବି. ଆରେ ଏ ପ୍ଲାଷ୍ଟିକ ବାସନ ରଖାଟି ଖୁବ ସୁନ୍ଦର ହୋଇଛି ଯେ ସେ କେବଳ ପୁଅ ପିଲାଙ୍କ ଫୁଲ ପ୍ୟାଣ୍ଟ ବଦଳରେ ଦେବ କହୁଛି ପରା. ହଉ ତେବେ ବାପାଙ୍କ ଫୁଲ ପ୍ୟାଣ୍ଟ ବଦଳେଇ ରଖି ନିଅ ତୁମ ପସନ୍ଦର ପ୍ଲାଷ୍ଟିକ ବାସନରଖା. କାହିଁ ତୋର ତ କେତେ ଥିବ ଟିକେ ଆସୁନୁ ତଳକୁ. ଫୋପାଡ଼ିଲା ପରି ରୋଚକ କହେ ପକ୍ଷୀ ଉଡିଯିବେ ମାଆ ଆଉ ଦେଖିହେବନି ତାଙ୍କୁ ଖରାରେ ମୁଁ ଯାଇପାରିବିନି. ବୋଉ ଏଥର ତୁନି ପଡନ୍ତି ଆଉ ଫେରିଯାଏ ହରେକମାଲ ନଦି ଏଦୁଆର ସେଦୁଆର ବୁଲୁଥିବା ହରେକମାଲବାଲା. ରୋଚକ ପକ୍ଷୀ ଦେଖାରୁ ନିବୃତ୍ତ ହୋଇ ତଳକୁ ଯାଇ ବୋଉଙ୍କୁ କହେ ଏ ରଦ୍ଦି ମାଲ ରଖିବାକୁ ତୁମକୁ ଭଲ ଲାଗୁଛି!ଆରେ ପୁଅ କେତେ ରଦ୍ଦି ମଧ୍ୟ ବହୁତ କାମ ଦିଏ ଜୀବନରେ. ଯେମିତି ପୁରୁଣା ସେଫଟିପିନଟିଏ ନପାଇଲେ ବେସିନରେ ଲାଗିଯାଇଥିବା ଅଳିଆ କାଢି ହୁଏନା କି ବାଟ ଘାଟରେ ଚପଲ ଛିଡି ଗଲେ ସେଫଟିପିନ ନଥିଲେ କି କଲବଲ ହେବାକୁ ହୁଏ, ତୁ ଜାଣିନୁ ପୁଅ! ରୋଚକ ସଫା ସଫା ଶୁଣେଇ ଦିଏ ଭଲ ଚପଲ ବାଟ ଅବାଟରେ ଛିଣ୍ଡିବ ହିଁ ନାହିଁ. ଭଲ ଜିନିଷ କିଣାକିଣି କରିବାକୁ ଏଣିକି ନିଷ୍ପତ୍ତି ନିଅ ଦେଖିବ କେବେ ବାଟ ଅବାଟରେ ଚପଲ ଛିଣ୍ଡି ହଇରାଣ ହେବ ନାହିଁ. ରୋଚକ କହିଦେଇ ଓ ଖାଇସାରି ପୁଣି ଛାତ ଉପର ଘରେ ଶୋଇ ଶୋଇ ପକ୍ଷୀ ଦେଖୁଥାଏ. ଅଧିକାଂଶ ଚଢେଇଙ୍କ ନାଁ ଜାଣିନଥାଏ ତ କାହାକୁ ବ୍ଲାକ ପାଗୋଡା ତ କାହାକୁ ବାର୍ଡ଼ ଚଢେଇ ଡାକୁଥାଏ.
ସେଦିନ ରୋଚକ ବସିଥିବା ଫ୍ଲାଇଟ ଭିତରୁ ହଠାତ ଘୋଷଣା ଆସିଲା ଦୟା କରି କାହା ପାଖେ ସେଫଟିପିନଟିଏ ଥିଲେ ବାହାର କରି ରଖନ୍ତୁ. ଏତେ ସବୁ ଜାଞ୍ଚ କରି ଫ୍ଲାଇଟରେ ଚଢେଇବା ପୂର୍ବରୁ ସବୁ କାଢ଼ିଦେବା ପରେ ଆଉ ଏବେ ସେଫଟିପିନ କୋଉଠୁ ମିଳିବ ବୋଲି ପାଖରେ ବସିଥିବା ମହିଳା ଯାତ୍ରୀ ଜଣଙ୍କ ଫିସ ଫିସ ହୋଇ କହୁଥିଲା ବେଳେ ତାଙ୍କ ଆଡକୁ ଆଗେଇ ଆସୁଥିଲେ ଏୟାର ହୋଷ୍ଟେସ ଏବଂ କହୁଥିଲେ ପକ୍ଷଟିଏ ବାଡେଇ ହୋଇ ରହିଯାଇଛି ଫ୍ଲାଇଟରେ ଏବଂ ତା ଶରୀରର ପ୍ରାୟ ଅଂଶ ବାହାରି ପଡିଲେ ମଧ୍ୟ କିଛି ଅଂଶ ରହିଛି ସେହି ସ୍ୱଳ୍ପ ଓ ଖୁଦ୍ର ସ୍ଥାନରେ ଲାଖିଛି ତା ପକ୍ଷ. ସେଫଟପିନ ସାହାଯ୍ୟରେ କେବଳ ବାହାର କରାଯାଇ ପାରେ. ଏଥର ବାକି କଥା ସବୁ ଶୁଭୁନଥିଲା ରୋଚକକୁ. ବୋଉଙ୍କ କଥା ଶୁଭୁଥିଲା କେବଳ ଯେ ସବୁ ରଦ୍ଦି ମଧ୍ୟ କେବେନା କେବେ କାମରେ ଲାଗିପାରେ ବୋଲି ସେଦିନ କହୁଥିଲେ ବୋଉ. ଏମିତିକି ସେଫଟିପିନ ପରି ରଦ୍ଦି ଜିନିଷ କଥା ମଧ୍ୟ କହୁଥିଲେ. ଏ ଭିତରେ ସବୁ ଠିକ ଠାକ ହୋଇଯାଇଥିଲା. ଚଢେଇର ମଲା ଦେହ ଖସାଇ ସମସ୍ତେ ଆଶ୍ଵସ୍ତ ହେଲାବେଳେ ଦିଲ୍ଲୀରେ ଲ୍ୟାଣ୍ଡ କଲା ଫ୍ଲାଇଟ. ସମସ୍ତେ ଯିବା ପରେ ବି ରୋଚକ ଖୁବ କାନ୍ଦୁଥିଲା ବସି ସିଟରେ ତ ଏୟାର ହୋଷ୍ଟେସ ଆସି ବହୁତ ବୁଝାଇବା ପରେ ରୋଚକ କହିଥିଲା କୋଉ ପକ୍ଷୀ ଥିଲା ସେଇଟା! ତ ଝିଅଟି କହିଥିଲା ବାର୍ଡଚଢେଇ. ଏଥର ଆପେ ଆପେ ରୋଚକ ବୁଝିଗଲା ଝିଅଟିକୁ ପକ୍ଷୀଟିର ନାମ ଜଣାଅନାହିଁ ନିଶ୍ଚୟ ତ ସେ ହସିଦେଲା. କାରଣ ପିଲାଦିନେ ତା ବୋଉ ତାକୁ ବୁଲେଇ ବୁଲେଇ ଖୁଆଇଦେଲା ବେଳେ କହେ ଦେଖ ଦେଖ ବାର୍ଡ଼ ତ ପୁଣି କେବେ କହେ ଦେଖେ ଦେଖେ ପକ୍ଷୀ. ସେଇ ଏକା ପକ୍ଷୀଟାକୁ ଦେଖେଇ କେତେବେଳେ ବାର୍ଡ଼ ତ କେତେବେଳେ ପକ୍ଷୀ କହୁଥିବା ବୋଉଠୁ ଶୁଣି ଶୁଣି ଟିକେ ବଡ଼ ହେବା ପରେ ରୋଚକ ସେହି ନିର୍ଦ୍ଦିଷ୍ଟ ପକ୍ଷୀଟିକୁ ବାର୍ଡ଼ ଚଢେଇ କହୁଥିଲା ଯଦିଓ ଏ ଭିତରେ ସେ ଜାଣିସାରିଥିଲା ବାର୍ଡ଼ ବୋଲି ପକ୍ଷୀକୁ ଇଂରାଜରେ କହନ୍ତି. ହସି ଦେଇ ଉଠିଥିଲା ରୋଚକ. କିଣାକିଣି କରି ଘରକୁ ଫେରି ଆଗ ଛାତ ଉପରେ ଯାଇ ଠାଵ କରୁଥିଲା ତାର ଅତି ପ୍ରିୟ ପକ୍ଷୀମାନଙ୍କୁ. ଶୁଆ, ହଳଦୀବସନ୍ତ, କୁମ୍ଭାଟୁଆ, କଜ୍ଵଳପାତି, ବଣି, ଘରଚଟିଆ ଭିତରେ ସେଇ ବାର୍ଡ଼ ଚଢେଇକୁ ଖୋଜୁ ଖୋଜୁ ବୋଉ ତଳୁ ଡାକ ଛାଡୁଥିଲେ ଆରେ ପୁଅ ଏତେ ସେଫଟିପିନ କାଇଁ ଆଣିଛୁ?ରୋଚକ କହୁଥିଲା ତୁମେ ପା କହୁଥିଲ ସେଗୁଡା ଭାରି ଦରକାର. ବୋଉ ଆଉ କଣ କହୁଥିଲେ ରୋଚକ ଶୁଣପାରୁନଥିବା ବେଳେ ବାର୍ଡ ଚଢେଇ ଦୁଇଟା ଉଡି ଆସୁଥିଲେ ଦୂରରୁ.
ବୋଉ ଏଥର କିଣାକିଣି ପାଇଁ ବାପାଙ୍କ ସହ ଦିଲ୍ଲୀ ଯାଇଥିଲେ. ଭଉଣୀର ବାହାଘର ପାଇଁ କିଣାକିଣି ପାଇଁ ବୋଉ ଫ୍ଲାଇରେ ବସି ଦିଲ୍ଲୀ ଯିବାକୁ ରାଜି ହୋଇଯିବ ବୋଲି ବିଶ୍ୱାସ ଲାଗୁନଥିଲେ ବି କଥାଟା ସତ ଥିଲା. କିଣାକିଣି, ବାହାଘର, ଭୋଜିଭାତ, ଦିଆନିଆ, ଶଙ୍ଖୁଳା ଇତ୍ୟାଦି ସରିବା ପରେ ବୋଉଙ୍କର ଏକା ଜିଦ ରୋଚକର ବାହାଘର. ଝିଅ ବାହାଘର ବେଳେ ରୋଚକ କଥା ଦେଇଥିଲା ଭଉଣୀ ବାହାଘର ପରେ ବୋଉ ଯୋଉଠି କହିବ ରୋଚକ ସେଇଠି ବାହା ହେବ କଥାଟା ଏବେ ଆଉ ଟାଳିବାର ବାଟ ପାଉନଥିଲା ରୋଚକ. ବୋଉ କିନ୍ତୁ ନିରବୀ ଯାଇଥିଲା ସେଇ କିଛି ଦିନ କାରଣ ଫେରିବାଲା ରାଜୁର ଆକ୍ସିଡେଣ୍ଟ ହୋଇ ସେ ଆଉ କିଣବିକା ପାଇଁ ଆସିପାରୁନଥିଲା.ଯୋଉଦିନ ସେ ଭଲ ହୋଇ ଫେରିଲା ବୋଉଙ୍କର କି ଖୁସି. ତା ପାଇଁ କେତେ କଥା ଖାଇବାକୁ କରିଥିଲେ ମଧ୍ୟ ରାଜୁ ଖାଲି ରୁଟି ସନ୍ତୁଳା ଖାଇଥିଲା ସତ ହେଲେ ଆଉ ସେବେଠୁ ଆସୁନଥିଲା ଘରକୁ ମାନେ ବିକା ବିକି କି କିଣାକିଣି ବୋଉଙ୍କର ଅଧା ଅଧୁରା ରହୁଥିଲା ବୋଉ ଙ୍କ ଅଧା ଅଧୁରା ମନ ଶାନ୍ତ ପଡିଯାଇଥିଲା ଦିଲ୍ଲୀରୁ ଫେରି ରୋଚକର ବାହାଘର ଠିକ କରିସାରିଥିବାରୁ.ରୋଚକର ଆଉ ଅରାଜି ହେବାର ବାଟ ନଥିଲା କିନ୍ତୁ ସେଇ ପ୍ରଥମ ରାତିରେ ନବାବିବାହିତା ପତ୍ନୀର ଓଢଣା ଖୋଲି ଚମକି ପଡିଥିଲା ରୋଚକ. କାରଣ ସେ ଥିଲା ସେଇ ଏୟାର ହୋଷ୍ଟେସ ଝିଅ, ଯିଏ ରୋଚକ ପଚାରିଥିବା କୋଉ ପକ୍ଷୀ ଶୁଣି ଉତ୍ତର ଦେଇଥିଲା ବାର୍ଡପକ୍ଷୀ. ପ୍ରଥମ ଥର ଦିଲ୍ଲୀ ଯାଇ ଫ୍ଲାଇଟରେ ଭେଟିଥିବା ସେଇ ଝିଅ ଆଜି ତାର ପତ୍ନୀ!ରୋଚକ କିଛି ବୁଝିନପାରି ବେହୋସ ହୋଇଯିବା ପରେ ଝିଅଟି କହିଥିଲା ତୁମ ବାପା ବୋଉ ଅର୍ଥାତ ମୋ ଶାଶୁ ଶଶୁରଙ୍କ ସଙ୍ଗେ ମୋର ଫ୍ଲାଇଟରେ ପରିଚୟ ତଥା ଆମର ଭେଟଘାଟ ହୋଇଥିଲା ଓ ପ୍ରସଙ୍ଗ କ୍ରମେ ବାର୍ଡଚଢେଇମାନେ ଫ୍ଲାଇଟରେ ପିଟି ହୋଇ ଅସୁବିଧା ସୃଷ୍ଟି ହେଉଛି ତେଣୁ ଆସ୍ତେ ଆସ୍ତେ ଉଡାଣ ହେବ ବୋଲି ଯାତ୍ରୀଙ୍କୁ ଜଣାଇ ଦେବା ପରେ ତୁମ ବୋଉ ମାନେ ମୋ ଶାଶୁ ବାର୍ଡଚଢେଇ କୋଉ ପକ୍ଷୀ ଝିଅ ଶୁଣିବାକୁ ଚାହିଁଥିଲେ ତ ମୁଁ ମୋ ପିଲାଦିନର କାହାଣୀ କହିଥିଲି ଯେ କୌଣସି ଅଜଣା ବା ନାମ ଜଣା ନଥିବା ପକ୍ଷୀ କୁ ମୋ ମାଆ ଯେବେ ମୋ ପିଲାଦିନେ କହୁଥିଲେ ଦେଖେ ଦେଖେ ବାର୍ଡ ତ ମୁଁ ଯୋଉ ପକ୍ଷୀ କୁ ବାର୍ଡ଼ ବୋଲି ଚିହ୍ନୁଥିଲି ଠିକ ଆରଦିନ ମୋ ମାଆ ତାକୁ ପକ୍ଷୀ ସମ୍ବୋଧନ କରି ଦେଖେଇଦେଉଥିଲେ ତ ମୁଁ ଅଜଣା ଚଢେଇ ଦେଖିଲେ ବାର୍ଡଚଢ଼େଇ ହିଁ ଡାକୁଥିଲି. ମୋ ଶାଶୁ ମାଆ କହିଥିଲେ କି ଅପୂର୍ବ ସଂଯୋଗ ସତରେ. ତା ପରେ ସମ୍ପର୍କର ସୂତ୍ରପାତ ହୋଇଥିଲା. ସହଯୋଗର ହାତ ପରୋକ୍ଷ ଓ ପ୍ରତ୍ୟେକ୍ଷ ଭାବେ ସମସ୍ତଙ୍କର ଥିଲା ତ ସଂସ୍କୃତି ନଭୂଲି ମୁଁ ମୋ ଶାଶୁଘରକୁ ଆସିଛି ବୋହୁ ରୂପେ ସମସ୍ତଙ୍କ ସେବା କରିବାକୁ. ସେତେବେଳକୁ ରୋଚକର ପାଟି ଶୁଣି ସମସ୍ତେ ଆସିଯାଇଥିଲେ ଓ ବୋଉ କହୁଥିଲେ ଏସବୁ ସତ ପୁଅ.ତୋ ବାପା ଓ ମୁଁ ଯେବେ ତୋ ଭଉଣୀ ବାହାଘର ପାଇଁ ଡ୍ରେସ ଇତ୍ୟାଦି କିଣାକିଣି ପାଇଁ ଦିଲ୍ଲୀ ଯାଇଥିଲୁ ସେତିକି ବେଳର ଘଟଣା ଏସବୁ.
ରାତି ପାହି ସକାଳ ହେଲା. ବୋଉଙ୍କର ଅତି ପ୍ରିୟ ରାଜୁ ଭାଇ ସୁସ୍ଥ ହୋଇ ପରିବାର ସହ ଆସିଥିଲେ. ଏବେ ସେ ପକ୍ଷୀ ବିକ୍ରୀ କରୁଛନ୍ତି କହିବାରୁ ରୋଚକ ତାଙ୍କୁ ଢେର ସାରା ଟଙ୍କା ଦେଇ କହିଥିଲେ ଏହି ଟଙ୍କାରେ କିଛି ଗୋଟେ ବିକା କିଣା ବେପାର କର କିନ୍ତୁ ପକ୍ଷୀମାନଙ୍କୁ ନୀଳ ଆକାଶରେ ଉଡେଇ ଦେଇ ତାଙ୍କୁ ସ୍ବାଧୀନତା ଦିଅ. ରାଜୁ ଭାଇ ରାଜି ହେଲେ. ଫଳ ଦୋକାନ କରିବା ସହ ସବୁ ପକ୍ଷୀଙ୍କୁ ନୀଳ ଆକାଶକୁ ଉଡେଇ ଦେଲାପରେ ଉଡିଯାଉନଥିବା ପକ୍ଷୀ ଦୁଇଟିଙ୍କୁ ନେଇ ସେଦିନ ପୁଣି ରାଜୁ ଭାଇ ଆସିଥିଲେ ରୋଚକଙ୍କ ଘରକୁ. ଟଙ୍କା ଶୁଝିବା ସହ ଏ ପକ୍ଷୀ ଦୁଇଟି ଜମା ଉଡିଯାଉନାଁହାଁନ୍ତି ବରଂ ଆପଣ ଏ ଦୁହିଁଙ୍କୁ ପଞ୍ଜୁରୀରେ ରଖନ୍ତୁ କହୁଥିଲେ ତ ରୋଚକ ଓ ନୂଆବୋହୂ ପଲ୍ଲୀ ସମସ୍ୱରରେ କହିଉଠିଲେ ଏ ତ ସେଇ ବାର୍ଡ ପକ୍ଷୀ. ବୋଉ ଦଉଡି ଯାଇ ତା ପାଇଁ ଖୁଦ ପାଣି ଆଣିଲା ବେଳକୁ ସେ ଦୁହେଁ ତାଙ୍କ ସ୍ୱରରେ ବୋବେଇ ବୋବେଇ ସମସ୍ତଙ୍କୁ ସ୍ୱାଗତ କରୁଥିଲେ ଯେମିତି.କିଛି ଦିନ ପରେ ପକ୍ଷୀଦୁଇଟି ଅଣ୍ଡା ଉଷୁମେଇବା ଚେଷ୍ଟାରେ ଥିଲା ବେଳେ ରୋଚକ ଘର ଲୋକମାନେ ମଧ୍ୟ ଛୁଆ ଫୁଟିବା ପରବର୍ତ୍ତୀ ଯୋଜନାରେ ବ୍ୟସ୍ତ ଥିଲେ. ଛୁଆ ଫୁଟିଲେ ଓ ଖଣ୍ଡିଉଡ଼ା ଦେଲେ.ଖୁଦ, ଫଳ ଖାଇ ପାଣି ପିଇ ତାଙ୍କ ପାଇଁ ଉଦିଷ୍ଟ ବସାରେ ରହୁଥିଲେ କିନ୍ତୁ ସେଦିନ ପଲ୍ଲୀ ଉଠି ପକ୍ଷୀ ପରିବାର ଙ୍କୁ ନଦେଖି ଚିତ୍କାର କରିବାରୁ ସମସ୍ତେ ଦଉଡି ଆସିଥିଲେ. ରାଜୁ ଭାଇ ମଧ୍ୟ ଡାକରା ପାଇ ପହଞ୍ଚିଗଲେ ହେଲେ କୋଉଠି ନଥିଲେ ପକ୍ଷୀ ଦମ୍ପତ୍ତି ବା ତାଙ୍କ ଦୁଇ ଶାବକ. ବିଲେଇଟା ଅଦୂରରେ ଜିଭ ଚାଟି ଚାଲିଥିଲା ଆଉ ପାଖରେ ପଡିରହିଥିଲା କିଛି ଛୋଟ ଛୋଟ ପର.
