STORYMIRROR

Sunanda Mohanty

Abstract Inspirational Children

4  

Sunanda Mohanty

Abstract Inspirational Children

ବାଦଶାହା

ବାଦଶାହା

5 mins
217

କୋର୍ଟ ଭବନରେ ବିଶ୍ୱ ଦରବାର ଚାଲେ. ଆଜି ବି ଚାଲିଛି. ବେଲୁନ ବିକୁଥିବା, ବାଳକ ରାଜୁ ଆଜି ଅପରାଧି ସାଜିଛି କାଠଗଡା଼ରେ. ପୋଲିସ ତାକୁ ଚୋର ସାବ୍ୟସ୍ତ କରିଛି. ତାର ଅପରାଧ ଚୋରି ଆଉ ଚୋରୀ ଦ୍ରବ୍ୟ ବିସ୍କୁଟ ପ୍ୟାକେଟ. ପରିମାଣ ଜିନିଷର ବର୍ଣ୍ଣନା ଦରକାର ନାହିଁ, ଦରକାର ବିଚାର ଓ ଶାସ୍ତି. ଜଜ ପଚାରିଲେ, କାହିଁକି ଚୋରୀ କଲ ବାଳକ? ଭୋକ ପାଇଁ ଆଜ୍ଞା? ପଇସା ଦେଇ କିଣିଲନାହିଁ? ପଇସା ନଥିଲା? କାମ କରୁଛ ପରା? ହଁ ଆଜ୍ଞା, ବେଲୁନ ବିକି ଜେନତେନ ପ୍ରକାର ଚଳିଯାଏ କିନ୍ତୁ ଛୋଟ ଭଉଣୀ ପୀଡିତ ହେବା ପରଠୁ, ବେଲୁନ ବିକିବାକୁ ଯାଇପାରିନି. ବେଲୁନ ମଧ୍ୟ କେହି କିଣୁନାହାଁନ୍ତି ଆଜିକାଲି ଆଜ୍ଞା. କେତେ ଧରଣର ଖେଳନା ଛାଡ଼ି ବେଲୁନ କିଣିବାକୁ କେହି ଆଗେଇ ଆସୁନାହାଁନ୍ତି ଆଜିକାଲି. ମୋରି ଭଳି ଗରୀବ ପିଲାମାନେ ବେଲୁନ କିଣିବାକୁ ଅଳି କଲା ବେଳେ ତାଙ୍କ ମାଆ ପାଖେ ପଇସା ନଥାଏ, ତ ବେଳେ ବେଳେ ମତେ ସେମିତି ବାଣ୍ଟି ଦେବାକୁ ହୁଏ ବେଲୁନ ସବୁକୁ.।

    ଜଣେ ବାବୁ ଗାଡି ଅଟକେଇ ବେଲୁନ କିଣିନେଇ ଯେତିକି ପଇସା ଦେଇଥିଲେ, ସେତିକିରେ ଭଉଣୀ ପାଇଁ ଔଷଧ କିଣିବାକୁ ଯାଇଥିଲି ଆଜ୍ଞା. ଔଷଧ ଦୋକାନୀ ଭଲ ଲୋକ ବୋଲି, ନିଅଣ୍ଟିଆ ପଇସାରେ ଔଷଧ ସିନା ଦେଲେ, କିଛି ଖାଦ୍ୟ ନଖାଇ ଖାଲି ପେଟରେ ଔଷଧ ନଦେବାକୁ ସତର୍କ କରି କହିଥିଲେ. ତେବେ ତୁମେ ମାଗିଲ ନାହିଁ କାହାକୁ?? କେତେ ମାଗିଛି ଆଜ୍ଞା. ଭୋଜିରେ ଫିଙ୍ଗା ଯାଇଥିବା ପତ୍ରରୁ ବଳକା ଖାଦ୍ୟ ଆଣିବାକୁ ଯାଇ କୁକୁର କାମୁଡିଛି, ଯାହାକୁ ମାଗିଛି ସେ ମୋ ବେଶ ପୋଷାକ ଦେଖି ଦୂର ଦୂର କରିଛି ତ ବିସ୍କୁଟ ଦୁଇ ପ୍ୟାକେଟ ଧରି ଦୌଡୁଥିଲି. ନିଜ ଭୋକିଲା ପେଟ ସାଙ୍ଗକୁ ଦୁର୍ବଳ ପାଦ ମତେ ଧରା ପକାଇ ଦେଲା. ଭଉଣୀ ଅବସ୍ଥା ବିଷୟରେ ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇଯାଉଛି ଆଜ୍ଞା. କାହିଁ ତୁମ ବାପା ମାଆ କୁଆଡେ ଗଲେ? ସେମାନେ ଏ ଦୁନିଆଁରେ ନାହାଁନ୍ତି ଆଜ୍ଞା କହି କାଠଗଡା ଭିତରେ ଟଳି ପଡିଲା ରାଜୁ. ତା ପାଇଁ ଖାଦ୍ୟ ଓ ପାନୀୟ ଯୋଗାଡ଼ କରି ଆଣିଦେବାକୁ କହି ଜଜ ସେଦିନ କଲମ ଛାଡ଼ି ବସିପଡିଲେ. କିଛି ସହକର୍ମୀଙ୍କୁ ରାଜୁର ଭଉଣୀକୁ ଖାଦ୍ୟ ଓ ଔଷଧ ଦେଇ ପଠାଇଲେ.।

   ଦର୍ଶକ ମଣ୍ଡଳୀରୁ ଶୁଭୁଥିଲା, ନ୍ୟାୟ ଦରକାର ଆଜ୍ଞା, ଏହି ପିଲା ବଡ଼ ହେଲେ କେତେ ଚୋରୀ କରିବ ତାର ଠିକଣା ନାହିଁ, ଚୋରୀ କରୁ କରୁ ମଣିଷ ମାରିବାକୁ ପଛାଇବ ନାହିଁ. ନ୍ୟାୟ ଦରକାର, ଦରଦ ନୁହେଁ, ପାଟି ଶୁଣି ଜଜ କହୁଥିଲେ ଅର୍ଡର ଅର୍ଡର. ଚୁପ ହୋଇଗଲେ ବାଦୀ ପ୍ରତିବାଦୀ ଓକିଲ ଭାଇ ଓ ଦର୍ଶକ ଗ୍ୟାଲେରୀରେ ବସିଥିବା ଦର୍ଶକମଣ୍ଡଳୀ. ଜଜ କହିଲେ ଶୁଣନ୍ତୁ ମୋର ନ୍ୟାୟ ଏହି, ବେଲୁନ ବାଲା ବାଳକ ରାଜୁ କେଶଟିକୁ କୋର୍ଟ ଯାଏଁ ଆଣିଥିବା ପୋଲିସକୁ ହଜାରେ ଟଙ୍କା ଜୋରିମାନା, ବାଦୀ, ପ୍ରତିବାଦୀ ଓକିଲ, ଜୁରୀ, ଦର୍ଶକ ମାନଙ୍କୁ ପ୍ରତ୍ୟେକଙ୍କୁ ପାଞ୍ଚଶହ ଟଙ୍କା ଲେଖାଏଁ ଜୋରିମାନା ସହ ମୁଁ ମୋ ନିଜ ଉପରେ ପାଞ୍ଚହଜାର ଟଙ୍କାର ଜୋରିମାନା ଲଗେଇ ଆଜି ପାଇଁ କୋର୍ଟକୁ ଏଇଠି ବନ୍ଦ କରୁଛି. ରାଜୁ ଖଲାସ ହୋଇ ଘରକୁ ଧାଉଁଥିଲା କିନ୍ତୁ ଭଉଣୀର ମୃତ ଦେହଟା ପଚି ସଢ଼ି ଦୁର୍ଗନ୍ଧ ହେଉଥିଲା.

ଧୋବଧାବଳିଆ ଅନେକ ଲୋକ ଆହା ଚୁଚୁ କରୁଥିଲେ, ଯେଉଁମାନେ ପ୍ରତିଦିନ ଖୁଲମ ଖୁଲା କାଗଜ ଓ କଲମର ଆସନ ଓ ଶାସନ ପାଇ କେତେଯେ ଚୋରୀ କରୁଥିଲେ ତାର ହିସାବ ବୁଝିବାକୁ ରାଜୁ ଭଳି ପିଲାମାନେ ଭୋକରେ ବୋକା ପାଲଟି ଯାଇଥିଲେ.

  ରଘୁନନ୍ଦନ ପଟ୍ଟନାୟକ, ଏତେ ବଡ଼ ଜର୍ଜ ଆଜି ନିଶ୍ୱ. ଜନତା ମାଗୁଛି ଜଵାବ. କୋର୍ଟର ଜର୍ଜ ଆସନରେ ବସିଲା ବେଳେ ସେ ଗରୀବ ବାଳକ ରାଜୁ କାହାଣୀ ଭିତରେ ଦେଖିଛନ୍ତି ବିଶ୍ଵରୂପ. ଯଶୋଦାଙ୍କୁ ଓ ଅର୍ଜ୍ଜୁନଙ୍କୁ ନିଜେ କୃଷ୍ଣ ଦେଖାଇଥିଲେ ବିଶ୍ଵରୂପ ହେଲେ ତାଙ୍କୁ କିଏ ଦେଖେଇଲା?? ଅନେକ ପାପ ସେ କରିଛନ୍ତି ଜୀବନରେ, ଆସନ ଓ ଶାସନ ନାମରେ, ଏଣିକି ଆଉ ନୁହେଁ. ମନ ଓ ହୃଦୟ ଭିତରେ ଝଡ଼.ଜୀବନରେ ବିଶ୍ୱର ଅନେକ ଚିତ୍ର ଭିତରୁ କେତେ ଚିତ୍ରଗୀତି ଆଜି ବି ତାଙ୍କୁ ଶ୍ୱାସରୁଦ୍ଧ କରୁଛି. ଥରକୁ ଥର ନ୍ୟାୟ ଦେବା ନାମରେ ପାପର ଗଣ୍ଠିଲି ଆଜି ଖୁବ ଭାରି ଲାଗୁଛି. ସେଦିନ, ମାତ୍ର ଦୁଇଶହ ଟଙ୍କାରେ ନିଜ ଶିଶୁପୁତ୍ରକୁ ବିକ୍ରୀ କରିଥିବା ଅପରାଧରେ ମାଆକୁ ଦଣ୍ଡିତ କରିବା କଥା ହେଉ, ପେଁକାଳୀ ଖେଳନା ବିକାଳିଟି ଜୋର କରି ତା ପଇସା ମାଗିବାରୁ ବିକ୍ରେତା, ଦଶ ଟଙ୍କା ଜାଗାରେ ପାଞ୍ଚ ଟଙ୍କା ଦେଇ ଚାଲିଯାଉଥିଲା.ଉଚିତ ମୂଲ୍ୟ ନଦେବାରୁ, ସେହି ବିକାଳି ଜାଣକ,ବିକ୍ରେତର କଲର ଧରିଥିଲା ଓ ତା ପର୍ସରୁ ପାଞ୍ଚଟଙ୍କା ଜୋର ଜବରଦସ୍ତ ଛଡେଇ ନେଇଥିବା ଲୋକଟିକୁ ଦୋଷୀ ସାବ୍ୟସ୍ତ କଲାବେଳେ, କୋଉଠି ଥିଲା ତାଙ୍କ ମାନବିକତା?? ନା ଡରୁଥିଲେ ସେ ତାଙ୍କ କାଗଜ କଲମ କାଳେ ତାଙ୍କ ଆସନ ଓ ଶାସନ ହାତରୁ ଛଡ଼ାଇ ନିଆହେବ, ସେଇ ଡର ତାଙ୍କୁ ସେଦିନ ବିଶ୍ଵରୂପ ଦେଖି ମଧ୍ୟ ଅଣଦେଖା କରିବାକୁ ବାଧ୍ୟ କରିଥିଲା ବୋଧେ.।

   ଆଜି ନା ଅଛି ଆସନ ନା କରିବେ ଶାସନ ବରଂ ସେ ସ୍ବାଧୀନ. ହେଲେ ପରିବାର ମାଗୁଛି ତାଙ୍କୁ ନ୍ୟାୟ. ପୁଅ ଝିଅ ସମସ୍ତେ ମଣିଷ ହେଲା ପରେ ବି ଆହୁରି ବାକି ଅଛି ସେମାନଙ୍କର ଭୋକ. ହେଲେ ବାଳକ ରାଜୁ, ଭଉଣୀକୁ ବଞ୍ଚାଇବାକୁ ଯାଇ ସାମାନ୍ୟ ବିସ୍କୁଟ ଦୁଇ ପ୍ୟାକେଟ ଚୋରୀ କରି ଦୁନିଆଁ ଆଖିରେ ଦୋଷୀ. ମାନବିକତା ଆଜି ଧୂଳିସାତ. ମଣିଷ କାର୍ତ୍ତିକରେ ଆମିଷ ଛାଡ଼ୁଛି ପୁଣ୍ୟ ପାଇଁ. ଆମିଷ ଖାଇଲେ, ଜୀବହତ୍ୟା କରିବାକୁ ପଡିବ, ସେଥିପାଇଁ ଆମିଷ ଗୋଟେ ମାସ ଛାଡ଼ି ବର୍ଷକର ପୁଣ୍ୟ ସାଉଁଟି ନେଲା ବେଳେ ଦୟା, ସ୍ନେହ, ସହୃଦୟତା, କ୍ଷମା, ସେଵା, ଦାନ ପାଇଁ କଣ କରୁଛି?? ବରଂ ହିଂସା, ରାଗ, କ୍ରୋଧ, ଅହଙ୍କାର ଆପଣେଇ କେତେ ପାପ କରୁଛି କି ପୁଣ୍ୟ ଗୋଟାଉଛି ଜାଣିପାରୁନି, ବୁଝି ପାରୁନି କିନ୍ତୁ ଯୁଦ୍ଧ, ସୁନାମୀ, ମହାବାତ୍ୟା, ବନ୍ୟା, ଝଡ଼ ଇତ୍ୟାଦି ମନୁଷ୍ୟକୃତ ବିପଦକୁ ଦୈବ ଦୁର୍ବିପାକ କହି କୋଉ ଶ୍ରେଷ୍ଠତାର ପରିଚୟ ଦେଉଛି ବୁଝି ନପାରି ଆଗେଇ ଚାଲିଥିଲେ.ନଜର ପଡିଲା ଦୋକାନଟିଏ. କଦଳୀ ପଟୁକା ଡ଼ଙ୍ଗା ସଜେଇ ପାଖରେ କିଛି ଲୁଣ, ହଳଦୀ, ପାନ, ଗୁଆ, ସୋରିଷ ରଖି ବିକୁଛି ରାଜୁ.ରଘୁନନ୍ଦନଙ୍କୁ ଦେଖି ଉଠି ଆସିଲା ସେ. କାନ୍ଦିଲା ଭୋ ଭୋ ହୋଇ, କାନ୍ଦୁଥିଲେ ବି ରଘୁନନ୍ଦନ. ଡ଼ଙ୍ଗାଟିଏ କିଣି ରାଜୁଠୁ ଯାଉଥିଲେ ଗଡ଼ଗଡିଆ ଘାଟ. ରାଜୁ କହୁଥିଲା ଆପଣଙ୍କ ପଇସାରେ ଏ ସବୁ ସାମାନ ବାବୁ ପୁଣି କାହିଁକି ପଇସା. ରଘୁନନ୍ଦନ କହୁଥିଲେ ରାଜୁରେ ମତେ କିଛି ପୁଣ୍ୟ କିଣିବାକୁ ଦେ ଏ ବିଶ୍ୱ ଭାବନରୁ. ନବୁଝି ପାରି ରାଜୁ ଚାହିଁରହିଥିଲା ରଘୁନନ୍ଦନଙ୍କ ସହିତ ତାଙ୍କ ଫେରିବା ବାଟକୁ.।

   ଫେରିଥିଲେ ରଘୁନନ୍ଦନ ବାବୁ ଘରକୁ ଆଉ ସ୍ତ୍ରୀଙ୍କ ସଙ୍ଗରେ ଦୁଃଖ ସୁଖ ବାଣ୍ଟିବାକୁ ଚାହିଁଲା ବେଳେ ସେ ଅଭିମାନ କରି କହିଥିଲେ, ଆଜି କାର୍ତ୍ତିକ ପୂର୍ଣ୍ଣମୀରେ ପୁଣ୍ୟ ଅର୍ଜ୍ଜନ କରିବା ପାଇଁ ଡ଼ଙ୍ଗା ଭସାଇବା ପାଇଁ ଯାଇପାରିଲ, କିନ୍ତୁ ଆଜି ମୋର ଜନ୍ମ ଦିନରେ ସଦିଚ୍ଛା ବାର୍ତ୍ତାଟିଏ ଦେବାକୁ ଭୁଲିଗଲ. ତୁମର ଏହି ଗୁଣ ପାଇଁ ପୁଅ ବୋହୁ, ଝିଅ ଜୋଇଁ ଆମକୁ ଛାଡ଼ି ଚାଲିଗଲେ.ଶେଷକୁ ମୁଁ କୁଆଡେ ଯିବି କୁହ? ବିଶ୍ୱମୟ ସମ୍ବେଦନଶୀଳତା ପରଖିବା ପୂର୍ବରୁ ନିଜ ଭବନରେ ଯେ ଗୋଟେ ବିଶ୍ୱ ଅଛି ସେକଥା କେମିତି ଭୁଲି ଗଲ?ଏଣିକି ତୁମେ ତୁମର ରୁହ. ମୁଁ ମୋ ପିଲାମାନଙ୍କ ପାଖକୁ ଯାଉଛି କହି ସ୍ତ୍ରୀ, ଶ୍ୱେତପଦ୍ମା ତାଙ୍କୁ ଏକୁଟିଆ କରି ଚାଲିଗଲା ପରେ, ସେ ସ୍ତ୍ରୀଙ୍କ ହସ୍ତ ଲିଖିତ ଡାଇରୀଟି ପଢୁଥିଲେ ଆଉ ପ୍ରତିଟି ପୃଷ୍ଠାରେ, ସ୍ତ୍ରୀ ଶ୍ୱେତପଦ୍ମାଙ୍କର ଅଭିଯୋଗ ପଢି ବୁଝି ପାରିଥିଲେ ଏ ବିଶ୍ୱ ଭବନର ଲୋକମାନେ କେତେ ବଦଳି ଗଲେଣି. ଭୌତିକ ବସ୍ତୁ ପ୍ରତି ଆସକ୍ତ ଓ ଦେଖେଇ ହେବା ସ୍ନେହ, ଶ୍ରଦ୍ଧା, ପ୍ରୀତି, ବନ୍ଧନ ଯେ କ୍ଷଣସ୍ଥାୟୀ ତାହା ବୁଝିବାକୁ କେହି ପ୍ରସ୍ତୁତ ନଥିଲେ. ରାଜୁ ହିଁ ଏକମାତ୍ର ସାହା ଭରସା ଥିଲା ରଘୁନନ୍ଦନଙ୍କର.ଏମିତିକି ତାଙ୍କର ସବୁ ଦାଇତ୍ୱ ନେଇଥିଲା.ରାଜୁର ନିସ୍ଵାର୍ଥପର ସେଵା କିନ୍ତୁ ବଞ୍ଚାଇ ରଖି ପାରିଲାନି, ରଘୁନନ୍ଦନ ଚାଲିଗଲେ. ରାଜୁହିଁ ମୁଖାଗ୍ନି ଦେଇ ସମସ୍ତ କାର୍ଯ୍ୟ କରିବା ପୂର୍ବରୁ ରଘୁନନ୍ଦନଙ୍କ ପୁଅ, ବୋହୁ, ଝିଅ,ଜୋଇଁ,ନାତି ନାତୁଣୀ ଓ ସର୍ବୋପରି ଶ୍ଵେଟପଦ୍ମାଙ୍କୁ ଜଣାଇଥିଲେ ମଧ୍ୟ ସେମାନେ ସମସ୍ତେ ଆସିଥିଲେ ସବୁ କାମ ସରିବା ପରେ.।

   ହଠାତ ଶ୍ୱେତପଦ୍ମା ସ୍ୱାମୀଙ୍କ ଟେବୁଲ ଉପରେ ପଡ଼ିଥିବା ଡାଇରୀଟି ଖୋଲି ପୃଷ୍ଠା ପରେ ପୃଷ୍ଠା ପଢି ଚାଲିଥିଲେ. ନା ଥିଲା ରାଗ ନା ଥିଲା ଅଭିମାନ ବରଂ ପ୍ରତିଟି ପୃଷ୍ଠାରେ ରଘୁନନ୍ଦନ ଲେଖିଥିଲେ ତାଙ୍କ ସଫଳ ଜୀବନର ପ୍ରଥମ ପୃଷ୍ଠପୋଷିକା ହିଁ ଶ୍ଵେତପଦ୍ମା. ତାଙ୍କର ତ୍ୟାଗ ଭଲପାଇବା, କର୍ତ୍ତବ୍ୟପରାୟଣତା, ଶହନଶୀଳତା ହିଁ ତାଙ୍କୁ ବିଶ୍ୱ ଭବନକୁ ବୁଝିବାପାଇଁ ସାହାଯ୍ୟ କରିଛି.କେବଳ ସେତିକି ନୁହେଁ ଗାନ୍ଧିଙ୍କ ଧର୍ମପତ୍ନୀ କସ୍ତୁରବାଙ୍କ ସହ ନିଜ ସ୍ତ୍ରୀ ଶ୍ୱେତପଦ୍ମାଙ୍କୁ ତୁଳନା କରି ଲେଖିଥିଲେ ଶ୍ୱେତପଦ୍ମା ହିଁ ତାଙ୍କର ପରିଚୟ ଓ ତାଙ୍କ ପ୍ରେରଣା. ସେ ନଥିଲେ ସେ ନିଜକୁ ଓ ନିଜର ମଣିଷପଣିଆକୁ ଚିହ୍ନିବା କଷ୍ଟକର ହୋଇଥାନ୍ତା. ଶେଷ ଆଡକୁ ଲେଖିଥିଲେ ତୁମ ଅନୁପସ୍ଥିତି ମତେ ଦୁର୍ବଳ କରିଦେଉଛି ଶ୍ୱେତପଦ୍ମା. ଫେରିଆସ ପ୍ରିୟତ୍ତମା. ଆଉ ଆଗକୁ ପଢ଼ିବାର ସତସାହସ ନଥିଲା, ଶ୍ୱେତପଦ୍ମାଙ୍କର . ପିଲାମାନେ ରାଜୁକୁ ଘର ଦାଇତ୍ୱ ଦେଇ ମାଆଙ୍କୁ କହୁଥିଲେ ବାହାର ମାଆ. ଶ୍ୱେତପଦ୍ମା ଚାହିଁଲେ ଥରେ ପୁଅକୁ ଏବଂ ଚାହିଁଲେ ଥରେ ଝିଅକୁ. କହିଲେ ମୋର ଆଉ ତୁମ ଦୁହିଁଙ୍କ ପାଖକୁ ଯିବାର ନାହିଁ.ପୁଅର ପୁଅ,ନାତି କହୁଥିଲା ତୁମେ ଦିଲ୍ଲୀରେ ଶୁଆ ଦେଖିବନି କି ମାଆ? ଝିଅର ଝିଅ, ନାତୁଣୀ କହୁଥିଲା ଏଥର ଆମେ ଦେଓମାଳୀ ଯିବା ବୋଲି କଥା ଥିଲା ନା ମାଆ? ଶ୍ୱେତପଦ୍ମା କହୁଥିଲେ ମୋ ଭୁବନ ହିଁ ମୋର ଓଡ଼ିଶାର ସବୁଠାରୁ ଉଚ୍ଚ ଶୈଳନିବାସ. ମୁଁ ରାଜୁ ପରି କଥା କୁହା ମଣିଷ ପାଖେ, ମୋ ବାକି ଜୀବନ ମୋ ଭବନ ବିଶ୍ବରେ କାଟିବାକୁ ଚାହେଁ.ପିଲାମାନେ ସ୍ଥାଣୁ ପାଲଟି ଯାଇଥିଲେ ମାଆଙ୍କ ପରିବର୍ତ୍ତନରେ.।

   



Rate this content
Log in

Similar oriya story from Abstract