Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Gangadhar Nanda

Tragedy Horror

4.3  

Gangadhar Nanda

Tragedy Horror

ଅତୃପ୍ତ ମାତୃତ୍ୱ ....

ଅତୃପ୍ତ ମାତୃତ୍ୱ ....

1 min
206


୩ ବର୍ଷ ବୟସରେ ଦିପୁ ମାଛେଉଣ୍ଡ ହୋଇଗଲା । ଏକ ଦୂରାରୋଗ୍ୟ ବ୍ୟାଧିରେ ପ୍ରାୟ ୧୦ ମାସ ଶଯ୍ୟାଶାୟୀ ରହି ପ୍ରାଣତ୍ୟାଗ କରିବା ପର୍ଯ୍ୟନ୍ତ କେବଳ ଗୋଟିଏ ବାକ୍ୟ ପାଟିରୁ ବାହାରୁଥିଲା, 'ମୋ ପରେ ମୋ ଦିପୁର କ'ଣ ହେବ' ?..... ଏବେ ଦିପୁ ମାଉସୀ ପାଖରେ ରହୁଛି । ଗୋଟିଏ ରାତିରେ ମାଉସୀ ଦେଖିଲେ ଦିପୁ କାହା ସହ କଥା ହେଉଛି, ଖେଳୁଛି ଓ ମଝିରେ ମଝିରେ ହସୁଛି । ମାଉସୀ ଉଠି ପଡ଼ି ଦିପୁକୁ ଡାକିଲେ । ଦିପୁ କେବଳ ମାମା ବୋଲି ଥରେ ଉଚ୍ଚାରଣ କଲା ଓ ତା ପରେ ସ୍ୱାଭାବିକ ଭାବରେ ଶୋଇ ପଡିଲା । ପରଦିନ ରାତିର ତୃତୀୟ ପ୍ରହରରେ ମାଉସୀଙ୍କର ନିଦ ଭାଙ୍ଗିଲା । ଶୋଇବା ଘର ଦ୍ଵାର ଖୋଲା ଥିଲା ଓ ଦିପୁ ପୂର୍ବରାତ୍ର ଭଳି କାହା ସାଙ୍ଗରେ ଖେଳୁଥିଲା । ଦିପୁ ! ମାଉସୀ ଥରଥର ସ୍ଵରରେ ଡାକିଲେ । ଦିପୁ ଥରେ ମାଉସୀଙ୍କୁ ଚାହିଁଲା ଓ ଦ୍ଵାର ଆଡ଼କୁ ଚାହିଁ କାନ୍ଦି ଉଠିଲା । ମାଉସୀ ତା ମୁଣ୍ଡ ଆଉଁସିବା ଅବସରରେ ପଚାରିଲେ, କ'ଣ ହେଲା ବାପା,' ? 'ମାମା ଆସିଥିଲା , ମୋ ସାଙ୍ଗରେ ଖେଳୁଥିଲା, ଏବେ ଚାଲିଗଲା, ଦିପୁ କୋହଭରା ସ୍ଵରରେ ଉତ୍ତର ଦେଲା ।


Rate this content
Log in

More oriya story from Gangadhar Nanda

Similar oriya story from Tragedy