STORYMIRROR

Madhabi Patel

Inspirational

2  

Madhabi Patel

Inspirational

ଅତର ବୋଳା ଚିଠି

ଅତର ବୋଳା ଚିଠି

2 mins
73

ଆଜି ସୁରମାର ଅତରଲଗା ଚିଠି ପାଇବା ପରେ ତାର ଏମିତି ଏକ ଘଟଣା ମନେ ପଡିଯାଉଛି । ଯିଏ ତାର ଜୀବନର ସମ୍ପୂର୍ଣ୍ଣ ମୋଡକୁ ବଦଳାଇ ଦେଇଥିଲା । ସଂଜୟ ସାତ କ୍ଲାସରେ ପଢୁଥାଏ ସେତେବେଳେ ସେମାନେ ସମ୍ବଲପୁରଜିଲ୍ଲାର ଏକ ଛୋଟ ଗାଁରେ ରହୁଥିଲେ । ବାପା ସେଠି ସ୍କୁଲ ମାଷ୍ଟର ଥିଲେ । ଜଣେ ଶିକ୍ଷିତ ଲୋକ ହିସାବରେ ବାପାଙ୍କର ବଡ ଆଦର ଥିଲା ସେ ଗାଆଁରେ । ସମସ୍ତେ ପୂଜା ପର୍ବ ବାହାଘରେ ତାଙ୍କ ପରିବାରକୁ ନିମନ୍ତ୍ରଣ କରୁଥିଲେ । ହେଲେ ପିଲା ବୁଦ୍ଧିରେ ସେ ଏକ ଅଘଟଣ କରିଦେଇଥିଲା ସେଠାରେ । ଜମିଦାରଙ୍କ ଝିଅ ସୁକନ୍ୟା ତା କ୍ଲାସରେ ପଢୁଥିଲା । ଦେଖିବାକୁ ଯେମିତି ସୁନ୍ଦରୀ ପାଠବି ସେମିତି ଭଲ ପଢୁଥିଲା । ତାର କଳା ନାଗସାପପରି ଲମ୍ବା ଚୋଟି ଆଉ ସୁନ୍ଦରୀ ଗୋରୀ ଚେହେରା ତାକୁ ସବୁବେଳେ ଆକର୍ଷିତ କରୁଥିଲା । ସେ ତା ବାପାଙ୍କ ପାଖକୁ ଟିଉସନ ଆସୁଥିଲା । ଦିଜଣ ଏକା ସାଙ୍ଗରେ ପଢୁଥିଲେ । ଦିନେ ସେ ତା ଅଜାଣତରେ ଚିଠିଟିଏ ଲେଖି ମାଆଙ୍କ ଅତରରୁ କେଇବୁନ୍ଦା ଲଗାଇ ତା ବ୍ୟାଗରେ ଥୋଇ ଦେଇଥିଲା । ପରେ ସେ ଚିଠି ମହା ପ୍ରଳୟ ଘଟାଇଥିଲା । ଜମିଦାର ଆସି ତା ବାପାର ସାତପୁରୁଷ ଶ୍ରାଦ୍ଧ କରିଦେଲେ । ଜଣେ ସାମାନ୍ୟ ମାଷ୍ଟର ଚାକିରିଆର ପୁଅ ତା ଝିଅକୁ ପାଇବାର ଦୂରାଶା କରୁଛି ? ମାଟିରେ ରହି ସ୍ୱର୍ଗ ପାରିଜାତକୁ ଛୁଇଁବାର ସ୍ପର୍ଦ୍ଧା । ବାପାଙ୍କ ଅପମାନ ତାକୁ ବହୁତ ବାଧିଥିଲା । ତାକୁ ଯାହା କହିଥାନ୍ତେ ହେଲେ ବାପାଙ୍କ ଚାକିରୀକୁ ନେଇ ଏମିତି ତିକ୍ତ ବକ୍ତବ୍ୟ ତାକୁ ବଡ ବାଧିଥିଲା । ବାପା ତାକୁ କଟକ ହଷ୍ଟେଲରେ ପଢିବାକୁ ଛାଡିଦେଲେ । ସେ ଏବେ ପୁରୁଣା ଭୂଲ ଛାଡି ପଢାରେ ମନ ଲଗାଇଲା । ସେ ନିଜକୁ ଜଣେ ବଡ ଅଫିସର ରୂପେ ଗଢିବାକୁ ଚାହୁଁଥିଲା । ଯେପରି କେହି ତାକୁ ହେୟ ମଣିବେନି । ସେ ଦିନର ଭୁଲ୍ ଓ ଜିଦି ପାଇଁ ଆଜି ଜଣେ ଆଇଏ ଏସ୍ ହେଇ ପାରିଛି । ସୁରମା ପରି ଜଣେ ଆଇ.ଏ.ଏସ୍ ଅଫିସରକୁ ସହଧର୍ମିଣୀ ରୂପେ ପାଇଛି । ଯଦି ସେ ଗାଁରେ ରହିଥାନ୍ତା ତାହେଲେ ପ୍ରେମ ଚକ୍କର୍ ରେ ପଡି ବାଲୁଙ୍ଗା ଟେ ହେଇ ବୁଲୁଥାନ୍ତା । ସେଥିପାଇଁ ସେ ବେଳେବେଳେ ସୁକନ୍ୟାକୁ ଶ୍ରେୟ ଦିଏ । ଅଜାଣତରେ ହେଉ ସେ ତାପାଇଁ ଆଜି ଜିଦିରେ ଭଲ ପଢି ଏତେ ଆଗକୁ ଆସିପାରିଛି । ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । ଆଜି ପ୍ରେମିକା ପତ୍ନୀଙ୍କ ଅତର ବୋଳା ଚଠି ଦେଖି ସେ ସ୍ମୃତିରେ ପୁରୁଣା ଦିନକୁ ଚାଲି ଯାଇଥିଲା କିଛି ସମୟପାଇଁ । ଆଜିକାଲି ସେ ସମ୍ବଲପୁର ଗଲେ ଜମିଦାର ତାକୁ ନେଇ ଗର୍ବ କରନ୍ତି । ସୁକନ୍ୟାକୁ ଜଣେ ବ୍ୟବସାୟୀକୁ ବାହା କରି ଏବେ ପସ୍ତାଉଛନ୍ତି | ସୁକନ୍ୟା ଏବେ ଅଧ ଡଜନ ପିଲାର ମାଆ ହୋଇ ବୟସ୍କ ମାଇକିନା ପରି ଦିଶୁଛି | ଗୃହକାମରେ ମଜ୍ଜିରହି ନିଜ ପାଇଁ ସମୟ ପାଉନି | ଶୁଣିଛି ଏବେ କୁଆଡେ ତାଙ୍କ ବ୍ୟବସାୟ ମାନ୍ଦାରେ ଚାଲିଛି ସେମାନେ ଅଭାବରେ ଚଳୁଛନ୍ତି| ଏସବୁ ଶୁଣ ବେଳେବେଳେ ବଡ ଦୁଃଖ ଲାଗେ ଯା ହେଲେ ବି ସେ ତାଙ୍କର ପ୍ରଥମ ପ୍ରେମ |


Rate this content
Log in

Similar oriya story from Inspirational