STORYMIRROR

lopa samal

Children

3  

lopa samal

Children

ଅଶୁଭ ସକାଳ

ଅଶୁଭ ସକାଳ

1 min
215

ଗାଆଁ ମୁଣ୍ଡ, ପୋଖରୀ ହିଡ ରାସ୍ତା କଡ଼ରେ ଝଙ୍କାଳିଆ ବରଗଛଟିଏ, ଶିରି ବର୍ଦ୍ଧନ କରି କାହିଁ କେଉଁ କାଳରୁ ମହାପୁରୁଷ ପ୍ରାୟ ଦଣ୍ଡାୟମାନ ହୋଇ ଅଛି। ଗଛଟିର ବୟସ କାହାରିକୁ ଜଣା ନାହିଁ । ପୁରୁଷ ପୁରୁଷ ଧରି ସେହି ଗାଁର ଲୋକମାନେ ଗଛଟିକୁ ପୂଜା କରିଆସୁଛନ୍ତି।

  ଏ ସବୁ ଦେଖି ଖୁସି ହୁଅନ୍ତି ସେହି ଗାଁର ବର୍ଷିୟାନ ବୃଦ୍ଧ, ରାଘବ ସାମନ୍ତରା । ସେ ନିଜକୁ ଗର୍ବ କରି କୁହନ୍ତି,ଆମ ଗାଆଁଟିରେ ପ୍ରାଚୀନ ସଂସ୍କୃତି, ପରମ୍ପରା ଓ ଧର୍ମିୟ ଭାବନା ବଞ୍ଚିରହିଛି। ସମସ୍ତ ପ୍ରଜାତିର ପକ୍ଷୀ, କୀଟ ପତଙ୍ଗ, ପଶୁ ଓ ମନୁଷ୍ୟ ତାହାରି କୋଳରେ ଆଶ୍ରୟ ନେଉଥିଲେ।

 ସବୁଦିନ ପରି ଆଜି ମଧ୍ୟ ବୃଦ୍ଧ ରାଘବ ସାମନ୍ତରା ଗଛମୂଳେ ଥିବା ପଥର ଉପରେ ବସିଥିଲେ। ସେତେବେଳେ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଆସି ରାସ୍ତା ମାପଚୁପ କଲେ। ରାସ୍ତା ତିଆରି ହେଲେ, ଗାଆଁ ଦେଇ ସହରକୁ ବସ୍ ଚଳାଚଳ କରିବ। ବୃଦ୍ଧ ରାଘବ ସାମନ୍ତରା ଭାରି ଖୁସି ହେଲେ।

 କେତେ ଦିନ ପରେ ବୃଦ୍ଧ ଦେଖିଲେ,ଗଛଟି ହଣାଖାଇ ରାସ୍ତା କଡ଼ରେ ପଡ଼ିରହିଛି। ଏହା ଦେଖି ସେ ହତବାକ୍ ହୋଇ ପଥର ଦେହରେ ଆଉଜି ପଡିଲେ। ତାଙ୍କର ପ୍ରାଣବାୟୁ ଉଡିଗଲା । ଗାଆଁ ଲୋକମାନେ ଦୁଃଖରେ ଭାଙ୍ଗି ପଡି କୁହାକୁହି ହେଲେ, ଆଜିର ସକାଳଟି ଅଶୁଭ ସକାଳ ଥିଲା । ସାମନ୍ତରା ବୁଢା ପାଗଳ ପ୍ରାୟ,ଗଛ, ମନୁଷ୍ୟ, ପଶୁ,ପକ୍ଷୀ ସମସ୍ତଙ୍କୁ ଭଲ ପାଉଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children