STORYMIRROR

Minakshi Samal

Horror Others

3  

Minakshi Samal

Horror Others

ଅଶରୀରୀ

ଅଶରୀରୀ

1 min
637

ଦେହ ନାହିଁ ବୋଲି ମୋର

ନାମ ଅଶରୀରୀ

ମୋର ଆଗମନେ ଲୋକେ

ଭୟେ ଯାନ୍ତି ମରି।


ମୃତ୍ୟୁ ପୂର୍ବରୁ ଅପୂର୍ଣ୍ଣ

ରହିଲେ ଆଶାଟି

ଅତୃପ୍ତ ଆତ୍ମାଟି ଘୁରି

ବୁଲେ ଦିବାନିଶି।


ସମୟ ଅସମୟରେ

ମନୁଷ୍ୟର ସାଥେ

ଭେଟହେଲେ ମଣିଷର

ଭଲ କରେ ଯେତେ।


ମନୁଷ୍ୟର ଅବିଶ୍ବାସ

ମୋର ପ୍ରତି ଯେଣୁ

ମୋତେ ଦେଖି ଭୟରେ

କାତର ହୁଏ ତେଣୁ।


ଅସ୍ଥିତ୍ବକୁ ମୋର କେହି

କେହି ମାନିଥା'ନ୍ତି

ଅନ୍ୟମାନେ ସବୁ ମନର

ଭ୍ରମ ଭାବନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror