Dr Jharana Satapathy

Tragedy

3.0  

Dr Jharana Satapathy

Tragedy

ଅପେକ୍ଷାରେ ଏକା ଏକା

ଅପେକ୍ଷାରେ ଏକା ଏକା

4 mins
490


ହେଇଟି ଶୁଣ ମୋ ଜଗାକୁ ଟିକେ ଫୁନୁ କର ଥର ଥର କଣ୍ଠରେ କହୁଥିଲା ବିନି ବୁଢୀ । ଆଉ ବଞ୍ଚିବିନି !ତାକୁ ଟିକେ ଦେଖିବାକୁ ଭାରି ଇଛା ହେଉଛି । ଆଉ କେତେଦିନ ତାକୁ ଅପେକ୍ଷା କରି ରହିବି । ଭାରି ଏକା ଏକା ଲାଗୁଛି ।ସିଏ କେଵେଠୁ ଆସିବ ଆସିବ କହୁଛି ଆଉ ଆସୁ ନାହିଁ।ଆଉ କେତେ ଦିନ ବଞ୍ଚିବି ଯେ ! ତାକୁ ଦେଖିଦେଲେ ମୁକତି ପାଇଯିବି ।ଘର ଛାଡି କେବେଠୁ ଚାଲିଗଲାଣି ଘରକୁ ଆସିବାକୁ ନା ଗନ୍ଧ ଧରୁନି । ଫୁନୁରେ ଟିକେ କଥା କ'ଣ ହେବି । ମୋ କାନକୁତ ଶୁଭୁନାହିଁ ! ତା ଫୁନୁ କଣ ଖରାପ ହୋଇଯାଇଛି କି ! ଫୁନୁ ମଧ୍ୟ ପଦେ କରୁନି ।ତମେ ତାକୁ ଟିକେ ଡାକ । କେବୁଠୁ ମୋ ଧନକୁ ଦେଖିନି ।


ଟ୍ରିଙ୍ଗ୍.......  ଟ୍ରିଙ୍ଗ୍....... ହାଲୋ  କିଏ କହୁଛ ? କଣ ରଙ୍ଗ ନମ୍ବର ବାରମ୍ବାର ଆସୁଛି ! ହାଲୋ ମିତା ବୋହୁ.... ମୁଁ ତୋ ବାପା କହୁଛି । ପୁଅ ଅଛି କି? ତା ସହ ମୋର କଥା ହେଵାର ଥିଲା । ଜଗାକୁ ଟିକେ ଫୋନଟା ଦେଲେ ମୁଁ ଟିକେ କଥା ହୋଇଥାନ୍ତି ।


ହେଇଟି ଶୁଭୁଛି.......ବାପା କଣ ଆଉଥରେ ଫୋନ କଲେଣି !


କଣ କହୁଛ ......ବାପା ଫୋନ କରିଛନ୍ତି ଆଉ କ'ଣ ତାଙ୍କର କାମ ? ଫୋନ କରିବେ ପଇସା ମାଗିବେ । ହାଲୋ ବାପା କାହିଁକି ଫୋନ କରିଛ କ'ଣ ସାହାର୍ଯ୍ୟ ଦରକାର ? ଆଉ କେତେ ଦିନ ତୁମକୁ ସାହାର୍ଯ୍ୟ କରିବୁ ? ଆମର ମଧ୍ୟ ଭବିଷ୍ୟତ ଅଛି! ମୋର ପିଲାମାନଙ୍କର ପାଠ ପଢା ଖର୍ଚ ଅଛି । ଆଉ କେତେ ସାହାର୍ଯ୍ୟ କରିବି ! ତୁମେ ମତେ କାହିଁକି ସାହାର୍ଯ୍ୟ ମାଗୁଛ? କଣ ତୁମେ ଏତେ ଅସହାୟ ? ତୁମର ତ ଗାଁରେ ଘର ଖଣ୍ଡିଏ ଅଛି । ବାରମ୍ବାର କାହିଁକି ଫୋନ କରୁଛ? ତୁମକୁ ମନା କରିଥିଲି ନା ..ମୋତେ ଆଉ ଫୋନ କରିଵନି । ଆଉ କେତେଦିନ ସାହାର୍ଯ୍ୟ ମାଗିବ ? କଣ ଖାଲି ସାହାର୍ଯ୍ୟରେ ହିଁ ଚଳୁଥିବ? ତୁମେମାନେ ମୋ ଉପରେ ବୋଝ ହୋଇ କେତେଦିନ ବଞ୍ଚିବ ? ତୁମେମାନେ ମୋ ପାଇଁ ଵୋଝ ଉପରେ ନଳିତା ବିଡା ସଦୃଶ !ନେଇ ନେଇ ସର୍ବଶ୍ବ ସମ୍ପତି ଖାଇ ଦେବ ନା କ'ଣ?


ତୁମେ ତ ସରକାରଙ୍କ ଠାରୁ ବାଦ୍ଧକ୍ୟ ଭତ୍ତା ଓ ବିପିଏଲ ଚାଉଳ ପାଉଛ । ସେଥିରେ କଣ ଚଳି ପାରୁନ ଯେ ଫୋନ କରୁଛ ? 


ହଁ ରେ ପୁଅ  ମାସକୁ ବାଦ୍ଧକ୍ୟ ଟଙ୍କା ଯେତିକି ମିଳୁଛି ତୋ ମା ଦେହ ସବୁ ଲାଗିଯାଉଛି । ତୁ ଜାଣିଛୁ ତୋ ମା କେତେ ୠଗୁଣା ।


ହଁ ରେ ପୁଅ କାହା ଉପରେ ବୋଝ ହେବାଟା ଠିକ ନୁହଁ ।


ବାର୍ଧକ୍ୟଟା ଵଡ ଅସହାୟ ସତରେ ।


ନାଇରେ ଧନ ତୋ ମାଆ ତତେ ଅପେକ୍ଷା କରି ରହିଛି ।ତାର ଶେଷ ଅବସ୍ଥା । ଆଉ ସେ ବେଶିଦିନ ବଞ୍ଚିବନି ।ମରଣ ସହିତ ସଂଗ୍ରାମ କରୁଛି । ତୁ ଜଳଦି ଆସିଯାରେ ଧନ। ତୋ ମାକୁ ଟିକେ ଦେଖି ଚାଲିଯିବୁ । ସେ ତତେ ଦେଖି ମୁକ୍ତି ପାଇଯିବ । ତୋ ଅପେକ୍ଷାରେ ଖାଲି ରହିଛୁ ।


ହଉ ଛାଡ ସେ କଥା......... ଫୋନ ରଖ ବାପା ।ମୋ ପାଖରେ ସମୟ ନାହିଁ ତୁମ କଥା ଶୁଣିବା ପାଇଁ । ସକାଳେ ପୁଣି ଅଫିସ ଅଛି । ଖାଲି ପାଲା ଲାଗିଛି ! ଏମାନେ ମଣିଷକୁ ଟିକେ ଫୁରୁସତରେ ବସାଇଦେବେନି ।ମିତା ଚାଲ ଆଜି ବାହାରେ ଖାଇବା ତୁମେ କଣ କହୁଥିଲ ଗୋଟିଏ କାନଫୁଲ ଆଣିଵ ଵୋଲି ଚାଲ ନେଇ ଆସିବା ।ଆଜି ଟିକେ ସମୟ ଅଛି କାଲି ପୁଣି ଅଫିସ। କି ଜନମ ଗୋଟେ ମତେ କରିଛନ୍ତି ଖାଲି ସବୁବେଳେ ଵୋଝ ହୋଇରହିଲେ ।


ରଙ୍ଗ୍ ନମ୍ବର କହି ମୁଳରୁ ଫୋନ୍ କାଟି ଦେଇଥିଲେ ତେଣ୍ଟା ଯାଇଥାନ୍ତା.. ! ଵୁଢାଟା ଆମକୁ ଶାନ୍ତିରେ ରଖେଇ ଦେବନି । 


ଶୁଣେ ପୁଅ ମୋ କଥା ଟିକେ ଶୁଣେ ହାଲୋ ହାଲୋ...ହାଲୋ ... ଜଗା ଜଗା ବାପା ଜଗାରେ ମୋ ଧନ......ଅମାନିଆ ଲୁହ ସବୁ ବୋହି ଆସୁଥିଲା ବୁଢାର ଦୁଇ ଆଖିରୁ ।


ଏତିକି କହି ବୁଢା ଉପରକୁ ଚାହିଁ ଭଗବାନ ଉଦ୍ଦେଶ୍ୟରେ ହାତ ଯୋଡି  ଫୋନଟିକୁ ତଳେ ଥୋଇ ଦେଇ ତଳେ ବସିପଡିଲା । ଛାତି ଭିତରଟା ଦାଉଁକିନା ହୋଇଗଲା । ପୁଅ ମୁହଁରୁ ଵୁଢା ଡାକ ଶୁଣି ପାଦତଳୁ ମାଟି ଖସିବା ଭଳି ଲାଗିଲା। ଏକାଥରକେ କହିଚାଲିଲା ଶେଷ କେଇପଦ କଥା "ଭଗବାନ ଚାରିଚାରିଟା ଗୋଡହାତ ଦେଇଛନ୍ତି,ସେମାନେ ହିଁ ଆମର ଭରସା  ।


ହଁରେ ପୁଅ ତୋର ମଧ୍ୟ ଦୁଇଦୁଇଟା ପିଲା ଅଛନ୍ତି ସେମାନେ ତୋ ପ୍ରତି ଭବିଷ୍ୟତରେ ଏପରି ବ୍ୟବହାର ନ କରନ୍ତି ସେଥିପ୍ରତି ଧ୍ୟାନ ଦେବୁ !


ତୋ ମା ତ ବିଚାରା ଶର୍ଯ୍ୟାସାୟୀ ନିରବରେ ଶୁଣୁଛି ତୋରକଣ୍ଠସ୍ବରକୁ ।ଵହୁତ ଦିନ ହେଲାଣି ଖଟରୁ ଉଠିପାରୁନାହିଁ ।ମୁଁ ତାର ସବୁ କଥା ନିଜେ ଵୁଝିଦିଏ କିନ୍ତୁ ଏବେ ଏହି ପରିପକ୍ବ ଵୟସରେ ମୁଁ ବା କଣ କରିପାରିବି ? ଏହି କଥାକୁ ମନ ଭିତରେ ଭାଵି ଭାବି ତୋ ମା ଆଖିରୁ ଅନାବରତ ଲୁହ ବୋହିଚାଲିଛି ।ହେ ପ୍ରଭୁ କାହିଁକି ଏତେ କଷ୍ଟ ଦେଉଛ? ଗୋଟେ ଓଳି ଖାଇ ଆର ଓଳି ଉପାସରେ ରହି ତତେ ବଡ କରିଥିଲୁ । କିନ୍ତୁ ଦୁଃଖ ନ ଥାଏ ! 


ତୁ ଇଞ୍ଜିନିୟର ହେବୁବୋଲି କେତେ ଧାର କରଜ କରିଛି।ଏବେ ବି ମହାଜନ ଠାରୁ ଦୋକାନ ଜମି ମୁକୁଳେଇ ପାରିନାହିଁ । ତୋ ମା ଦେହରେ ରକତ ଟିକେ ନାହିଁ ସେପଟେ ଅପରେସନ । ତୋର ଫେରନ୍ତା ଵାଟକୁ ଚାହିଁ ନିଜକୁ ଗୋଟେ ଆଶ୍ବାସନା ଦେଇ ବଞ୍ଚି ରହିଛୁ ଦୁହେଁ । ଦୁହେଁ କେହି କାହାକୁ କିଛି ନ କହି ନିରବରେ ଲୁହ ପୋଛି ଦେଉଛୁ।ତତେ ଅପେକ୍ଷା କରି ରୋଗୀଣା ହୋଇ ସବୁଦିନ ପଡିରହିଛୁ ଦୁଇଜଣ ସବୁଦିନ ପାଇଁ ।ଜୀବନ ହେଲାଣି ନାରଖାର ।


ବୁଢୀ ଖୁଁ ଖୁଁ କାଶି କାଶି ପଚାରୁଥାଏ ତୁମେ କାହା ସହ କଥା ହେଉଛ ? ମୋ ଜଗା ସହ କି ? ଭଗବାନ ତାର ମଙ୍ଗଳ କରନ୍ତୁ ।ସମୟ ବାହାରକରି ସେ ନିଶ୍ଚୟ ଆସିବ । ମୁଁ ତାର ଜନମ କଲା ମା ପରା । ସିଏ କଣ ତା ମାକୁ ହତାଦର କରିଵ ! ଖୁଁ.... ଖୁଁ... କି ନିଆଁ ଲଗା କାଶ ହେଉଛି ଆଦୌ କମିବାର ନା ଧରୁନି । ଯେତେ ଦିନ

ବଞ୍ଚିବି ତୁମ ମାନଙ୍କୁ ହଇରାଣ କରୁଥିବି ।ମତେ ମରଣ ହୁଅନ୍ତା କି ! ତୁମ ଆଗରେ ଶଙ୍ଖା ସିନ୍ଦୁରରେ ଆରପାରିକୁ ଚାଲିଯାଇଥାନ୍ତି । ଖୁଁ ଖୁଁ ହୋଇ ବୁଢୀ କାଶିବାକୁ ଲାଗିଲା । ତା ନାଆଟା ପରା ମୁଁ ଜାଣିକି ଦେଇଥିଲି ।ତାକୁ ଡାକି ଡାକି ମୁଁ ମୁକତି ପାଇବି ବୋଲି। 

  

''ମୁଁ ମରିବାକୁ ଚାହେଁ ଛାଡିଦିଅ ମୋତେ । ଯାହାକୁ ଜୀବନ ସାରା ଲହୁଲୁହ ନିଗାଡି ମଣିଷ କରିଥିଲି ସେ ମୋତେ ଚିହ୍ନିପାରିଲା ନାହିଁ।

'' କାହିଁକି ବଞ୍ଚିବି , କଣ ପାଇଁ , କେଉଁ ଖୁସିରେ " ବଞ୍ଚିବି କୋହଭରା କଣ୍ଠରେ କହିଉଠିଲା ବୁଢୀ । କେତେ କଷ୍ଟରେ ମୁଁ ମୋ ଜଗାକୁ କେତେ ସ୍ନେହ ଦେଇ ଓଳିଏ ଖାଇ ଖଣ୍ଡିଏ ପିନ୍ଧି ତାକୁ ସମାଜରେ ମଣିଷଟିଏ କରିଥିଲି । ସେ ମଣିଷ ହେବାକୁ ଦିନସାରାର ଅକ୍ଲାନ୍ତ ପରିଶ୍ରମର ଯନ୍ତ୍ରଣା ମୋତେ ଫୁଲ ଭଳି ଲାଗୁଥିଲା । ପାଠ ଦି ଅକ୍ଷର ପଢି ସେ ଅଲଗା ଲୋକଙ୍କ ପରି ଟଙ୍କା ପଛରେ ଖାଲି ଧାଇଁଚାଲିଲା । ମନ ଇଛା ବାହା ହୋଇଗଲା ଅଜାତିକୁ ଗୋଟେ ।ତଥାପି ସିଏ ମୋର ଵୋହୁ । ମା ମନ ପରା ମୋ ଜଗାର ମଙ୍ଗଳ ହେଉ ।ଏତିକି କହୁ କହୁ ବୁଢା ଆଖିରେ ଲୁହ ଟଳଟଳ ହୋଇଯାଉଥାଏ ।


ପାଖକୁ ଯାଇ ବୁଢା ବୁଢୀର ହାତ ଧରି କହିଲା ତୁ ଆଉ ମନ ଦୁଃଖ କରନା ଆମ ପୁଅ ଜଗା ଜଲଦି ଆସିବ ।ବୁଢା ଵୁଢୀର ମୁଣ୍ଡକୁ ଆଉଁସି ଆଉଁସି  ତୁ ମୋର ମୁଁ ତୋହର କହୁ କହୁ ବୁଢୀ ସବୁଦିନ ପାଇଁ ଆଖି ବୁଜିଦେଇଥିଲା । କିନ୍ତୁ ବିଧିର ଵିଧାନ ଵଡ ବିଚିତ୍ର ବୁଢୀକୁ ଯାବୁଡି ଧରି କଇଁ କଇଁ କାନ୍ଦିଲାବେଳେ ବୁଢାର ପ୍ରାଣବାୟୁ ଉଡିଯାଇଥିଲା । ଦୁହେଁ ଏକମନ ଏକ ପ୍ରାଣ ହୋଇ ବଞ୍ଚୁଥିଲେ । ପୁଅର ଫେରିବା ବାଟକୁ ଅପେକ୍ଷା କରି କରି ଜୀବନ ଚାଲିଯାଇଥିଲା  ।



Rate this content
Log in

Similar oriya story from Tragedy