ଅନୁଭଵ
ଅନୁଭଵ
ମାଧବୀ ଆଜିଘରର ଜାବତୀୟ ରୋଷେଇବାସସବୁ କାମସାରି ସୋଫାରେ ବସିବସି ବହିଟେ ପଢୁଥିଲା।ଆଜି କର୍ଫ୍ୟୁପାଇଁ କ୍ଲିନିକ୍ ବି ବନ୍ଦ।ଡାକ୍ତରବାବୁ ମୋବାଇଲରେ କରୋନା ବାବଦରେ ଅନେକ ଭିଡିଓ ଦେଖି ଟିକେ ଶୋଇପଡିଥିଲେ।ମାଧବୀକୁ ମଧ୍ୟ ଛାଇନିଦ ଲାଗି ଆସିଥିଲା।ସେତେବଳେ କେହିଜଣେ ତା ସ୍ବପ୍ନରେ ଆସିଲେ।ଏକ ଜ୍ୟୋତିର୍ମୟ ପୁରୁଷ।ମୁଖରେ ତାଙ୍କର ସ୍ବତନ୍ତ୍ର ଝଲକ ଉଦ୍ଭାସିତ ହେଉଥିଲା।ଧିର ନମ୍ର କମନୀୟ ମୁଖ।ସତେ ଯେମିତି ସେ ତାର ଅନେକ ପୁରୁୁଣା କେହି ଚିହ୍ନା ପରିଚିତ।ସେ ତାଙ୍କୁ ସ୍ବାଗତ କରି ତା ସାମନା ସୋଫାରେ ବସିବାକୁ ଅନୁରୋଧ କଲା|ସେ ସହାସ୍ୟ ବଦନରେ ସୋଫାରେ ଉପବେସନ କଲେ।
ସେ ପଚାରିଲା ପ୍ରଭୁ ଆସିବାର କାରଣ କଣ ।ଏ ଗରିବ କୁଡିଆରେ ଆସିବାର କିଛି ତ ନିଶ୍ଚୟ ବଡ କାରଣ ଥିବ।ସେ କହିଲେ ବତ୍ସ ଆଜି ଦେଖୁଛତ ଚାରିଆଡେ କେମିତି ନିରବତା ଛାଇ ଯାଇଛି।ସେ କହିଲା ହଁ ପ୍ରଭୁ ଆପଣଙ୍କୁ ତ ସବୁଜଣା।ମୁଁ ବା କଣ କହିବି।ଏ କରୋନା ଭାଏରସ ପାଇଁ ଏ ବନ୍ଦ ପାଳନ କରାଯାଇଛି ଆମଦେଶରେ।ବୈଦେଶିକ ଭୂତାଣୁ ପାଇଁ ଆମ ଦେଶ ଆଜି ସଂକଟରେ।ଏହାର କଣ କିଛି ନିରାକରଣ ନାହିଁ ପ୍ରଭୁ।ପ୍ରଭୁ କହିଲେ ମୁଁ ଏକ ପ୍ରଶ୍ନ କରୁଛି ଏହା ପାଇଁ ତୁମେମାନେ କଣ ଦାୟି ନୁହଁ।ସେ ଉତ୍ତର ଦେଲା କିଛି ପରିମାଣରେ ଆମେ ବି ଦାୟି ନିଶ୍ଚୟ।ପ୍ରଭୁ କହିବାକୁ ଲାଗିଲେ।ମୁଁ ତୁମ ମଣିଷ ମାନଙ୍କୁ ଶସ୍ୟ ଭୋଜି ହେବ ବୋଲି ପଠାଇଥିଲି।ହେଲେ ତୁମେମାନେ ଶସ୍ୟ ସହିତ ଅନ୍ୟ ଜୀବ ଜଗତକୁ ବି ଖାଦ୍ୟକରି ନିପାତ କରିବାକୁ ବସିଲ।ତୁମ ପାଇଁ ଆଉ କିଛି ଅଖାଦ୍ୟ ହୋଇ ରହିଲାନି। ସର୍ବଭକ୍ଷୀ ବନିଗଲ |ସାପ ବେଙ୍ଗ ନିରିହ ମୂଷା ଛୁଆ ପର୍ଯ୍ୟନ୍ତ କଞ୍ଚା ଚୋବାଇ ଗଲ।ମୋର ଆଉ କଣ ଉପାୟ ଥିଲା।ଯେଉଁ କେତେକ ତୁମପରି ଶୁଦ୍ଧ ଶାକାହାରି ମାନେ ଲୋକଙ୍କ ମନ ପରିବର୍ତ୍ତନ ପାଇଁ ଯାହା ଗପ କବିତା ଆକାରରେ ଲେଖିଲ କେହି ତାକୁ କାନ ଦେଲେନି।ହସି ଉଡେଇ ଦେଲେ।କେହି କେହି କହିଲେ ତୁମେ ମାନେ ଶାଗପତ୍ର ଖାଉଛ ତାର କଣ ଜୀବନ ନାହିଁ ବୋଲି।ହେଲେ ମୁଁ ତାଙ୍କୁ ତୁମ ଖାଦ୍ୟ ପାଇଁ ସୃଷ୍ଟି କରିଛି |
କେବଳ ହିଂସ୍ର ପଶୁ ମାନେ ତାଙ୍କ ଦରକାର ଅନୁଯାୟି ଅନ୍ୟ ପଶୁଙ୍କୁ ଭୋକ ହେଲେ ମାରି ଖାଇବେ | ବେଶି ମାରି ନଷ୍ଟ କରିବା ବି ଅପରାଧ ହେବ।ସେଥିପାଇଁ ତାଙ୍କର ଦାନ୍ତ ଓ ପାକସ୍ଥଳିର ଗଠନ ମୁଁ ଅଲଗା କରିଛି।ସେମାନେ କଞ୍ଚା ମାଂସକୁ ହଜମ କରି ପାରିବେ।ହେଲେ ତୁମେ ମଣିଷ ହୋଇ କଞ୍ଚା ଖାଇଲ।ତୁମପାଇଁତ ଶିଝାବି ଖାଇବା ମନା।ଯେଉଁ ଜାଗାରେ ଶସ୍ୟ ବିଲ୍କୁଲ ମିଳେନି ସେଠିକାର ମନୁଷ୍ୟ ଦରକାର ହେଲେ ପଶୁମାରି ଭଲ ସିଝାଇ ଖାଉଥିଲେ।ହେଲେ ଏବେ ତୁମେମାନେ ଶାକାହାର କମ୍ କରି ମାଂସାହାରକୁ ପ୍ରାଧାନ୍ୟ ଦେଲ।
ସେଥିପାଇଁ ମୁଁ ଏ ଜୀବାଣୁ ତିଆରିଛି।ପ୍ରଭୁ ଏହି ଭୂଲର କଣ କିଛି ପ୍ରାୟଶ୍ଚିତ ନାହିଁ ମାଧବୀ କହିଲା। ସେ କହିଲେ ଆଜି ଯେମିତି ନୀରବତା ପାଳନ କରିଛ ସେମିତି ନୀରବରହି ନିଜର ଭୂଲକୁ ଅନୁଧ୍ୟାନ କର।କେବଳ ମୁହଁରେ ଏସବୁ କହିଲେ ହେବ ନାହିଁ ହୃଦୟ ଭିତରୁ ଏହାକୁ ଗ୍ରହଣ କରିବାକୁ ହେବ।ଆମକୁ ଜୀବହଂସା ପୁରା ଛାଡିବାକୁ ହେବା ପୂ୍ଣି ଶାକାହାରି ହୁଅ।ଆମର ପୁରୁଣା ନୀତି ନୀୟମକୁ ପାଳନ କର।ଯାହା ଆମର ପୂର୍ବ ମୁନୀ ଋଷି ମାନେ ଶିଖାଇଛନ୍ତି। ଯାହାଗଛ ବୃକ୍ଷ କଟା ହେଇଛି ପୁଣି ଗଛ ରୋପଣ କର।ସ୍ବଚ୍ଛତା ପାଳନ କର।ଗରମ ପାଣି ପିଅ।ଅଜଣା ବିଦେଶୀ ଲୋକଂକ ସହ ଦୂରତାରେ ରହ।ଆଜିକାଲି ଅନେକ ଅନ୍ତର୍ ରାଷ୍ଟ୍ରିୟ ବାହାଘର ହେଉଛି ଏହା ଦ୍ବାରା ଖାଦ୍ୟପେୟର ମିଶ୍ରଣ ହେଉଛି।ଆମ ସଂସ୍କୃତିକୁ ଦୂଷିତ କରୁଛି। ତୁମେ ଯଦି ଲୋକଙ୍କୁ ଏକଥାକୁ ବୁଝାଇ ପାରିବ ଓ ଲୋକେ ହୃଦୟରୁ ଏହାକୁ ମାନିବେ ତାହେଲେ ଏହାର ସମାପ୍ତି ହେବ |ବିପଦରେ କିଛିଦିନ ପାଇଁ ମାନି ଯଦି ଭଲ ହେବା ପରେ ପୂର୍ବବତ୍ କରିବେ ଜାଣିଥାଅ ଏହା ପୁଣି ଫେରିବ ଆଉ ସମସ୍ତେ କିଛି ସମୟ ଆଜିପରି ନୀରବ ରହି ନିଜର ଭୁଲ ଠିକ କର୍ମକୁ ତର୍ଜମା କରିବେ ଓ ମତେ ମନେ କରିବେ କଛି କାମ କରିବା ଆଗରୁ ତାହେଲେ ଭୁଲକାମ ହେବନି ତାଙ୍କ ହାତରେ।ସେ କହିଲା ପ୍ରଭୁ ମୁଁ ଚେଷ୍ଟା କରିବି।ତାଙ୍କ ମନ ପରିବର୍ତ୍ତନ କରିବାକୁ। ତାପରେ ଲେଖିବାକୁ କାଗଜ କଲମ ଧରିଲା |
