Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

sushama Parija

Tragedy

4  

sushama Parija

Tragedy

ଅଣ୍ଟିଛୁରୀ

ଅଣ୍ଟିଛୁରୀ

5 mins
221


 ନାରଣ ବେହେରା ମରିଗଲା ପରେ ପେଟ ପୋଷିବାର ଅନ୍ୟ କୌଣସି ଉପାୟ ନପାଇ ତା' ସ୍ତ୍ରୀ ସୁକୁଟି ତା'ର ପିଲା ଦୁହିଁଙ୍କୁ ଧରି ଗାଆଁରୁ ଚାଲି ଆସିଥିଲା ଭୁବନେଶ୍ୱରର ଷ୍ଟେସନ୍ ପାଖରେ ଥିବା ଏଇ ବସ୍ତିକୁ । ତାଙ୍କ ଗାଆଁର ଲେଖାଯୋଖାରେ ଭଉଣୀ ହେବ ଲବଣୀ, ସେ ସେଇ ବସ୍ତିରେ ରହେ ତାର ପରିବାର ସହିତ । ଗଲାସନ ଦେଖା ହୋଇଥିଲା ଗାଆଁରେ, ସେତେବେଳେ ନାରଣ ବାଧକା ପଡିଥିଲା, ତିନିଟି ଛୁଆଙ୍କୁ ଧରି ଖୁବ୍ ହଇରାଣ ହେଉଥିଲା ସୁକୁଟି । ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ ସେମାନେ। ଏକା ଗାଆଁର ଝିଅ ବୋଲି ସମବେଦନା ଜଣାଇବା ପାଇଁ ଆସି ପହଞ୍ଚିଥିଲା ସୁକୁଟି ପାଖରେ । ପିଲାଙ୍କୁ ବିସ୍କୁଟ ଦି ପ୍ୟାକେଟ୍ ଆଉ ନାରଣ ପାଇଁ ପାଉରୁଟିଟାଏ ଦେଇଥିଲା । ସୁକୁଟିର ଦୂରବସ୍ଥା ଦେଖି ଆଖିରେ ଲୁହ ରହିନଥିଲା ଲବଣୀର । ସୁଁ ସୁଁ ହୋଇ କାନ୍ଦି ପକେଇଥିଲା ସେ । କହିଥିଲା " ଭଗବାନ ତତେ ବଡ ଦୁଃଖଦେଲେ ଲୋ ଦେଇ ! ନାରଣ ଭାଇ କଣ ଆଉ ହେବ? ତୋର କପାଳଟା ଫଟା । ତୋର ଆଉ ତୋ ପିଲାଙ୍କ ଅବସ୍ଥା ଦେଖି ଛାତି ଫାଟି ଯାଉଛି!, ଆହା ! ଛୋଟ ଛୋଟ ଝିଅ ଛୁଆ ଦୁଇଟା, କେତେ ଅବସ୍ଥା ହେଉଛନ୍ତି ଖାଇବା ପିନ୍ଧିବା ପାଇଁ, ତୁ ତ କଣ୍ଟା ହୋଇଗଲୁଣି, ଅନେଇ ସହି ହେଉନି ତତେ । ଏଠି ତ ମୋ ପାଖରେ ସେମିତି କିଛି ନାହିଁ ତତେ ସାହାଯ୍ୟ କରିବା ପାଇଁ, କିନ୍ତୁ ସେଠାରେ ଭୁବନେଶ୍ୱରରେ ତୋ ଭଉଣୀ ଜ୍ୱାଇଁର ବହୁତ ଚିହ୍ନା ପରିଚିତ ଲୋକ ଅଛନ୍ତି, ଯଦି କିଛି ଅସୁବିଧା ହୁଏ ତେବେ ମତେ ଖବର ଦେବୁ ନହେଲେ ସିଧାସଳଖ ଭୁବନେଶ୍ୱର ଷ୍ଟେସନ୍ ପାଖରେ ଥିବା କୁଲି ବସ୍ତିକୁ ଯାଇ ପହଞ୍ଚିବୁ, ମୁଁ ବାକି ସବୁ ସମ୍ଭାଳି ନେବି "। 

ତା'ରି କଥାରେ ଭରସା କରି ସୁକୁଟି ଗାଆଁର ଜମି ବାଡି ବିକି ଦଶହଜାର ଟଙ୍କା ଧରି ଆସିଥିଲା ଲବଣୀ ପାଖକୁ । ଭରସା ଥିଲା ଲବଣୀ ତା'କୁ ଆଉ ତା'ର ଦୁଇ ଝିଅଙ୍କୁ କୋଉଠି ନା କୋଉଠି ଥଇଥାନ କରିଦେବ । ଆସି ପହଞ୍ଚିଲା ପରେ ଦିନାକେତେ ଖୁବ୍ ଆଦର କରି ନିଜର ଘରେ ଭଲ ଖାଇବା ପିନ୍ଧିବା ଦେଇ ରଖିଥିଲେ ଲବଣୀ ଆଉ ତା'ର ସ୍ୱାମୀ ଦୁଷ୍ମନ୍ତ । ଘରୁ ଜମି ବାଡି ବିକି ଆଣି ଥିବା ଦଶହଜାର ଟଙ୍କାକୁ ସୁକୁଟି ବିଶ୍ୱାସରେ ବଢେଇ ଦେଇଥିଲା ଲବଣୀର ହାତକୁ, ଦୁଷ୍ମନ୍ତକୁ କହି ତା' ପାଇଁ ପଲାଟିଏ ଯୋଗାଡ କରିବା ଲାଗି । ସେଇଠି ରହି ସେ ମୂଲପାତି ଲାଗି ତା'ର ଦୁଇ ଝିଅଙ୍କୁ ମଣିଷ କରିବ । କଅଁଳେଇ ହୋଇ ଅଭିମାନରେ କହିଥିଲା ଲବଣୀ " ତୁ ତେବେ ଆମକୁ ପର ବୋଲି ଭାବୁଛୁ ଦେଇ ! ଏଠି ରହିଲେ ତୋ'ର କ'ଣଟା ଅସୁବିଧା ହେବ କହିଲୁ ? କିଏ ଅଛି ଆମର ? ଆମେ ଦି ପ୍ରାଣୀ ଆଉ ଆମର ପୁଅ ସନ୍ତୋଷ । ତୋ'ର ଝିଅ ମୁନି, ରୁନି ଆଉ ତୁ ଏଇଠି ରହିଲେ ତୋ ଜୋଇଁ ତୋ ପାଇଁ କାମଟିଏ ବୁଝିଦିଅନ୍ତେ, ଆମେ ଦି ଭଉଣୀ ମିଶି ପିଲାଙ୍କୁ ଦେଖାଶୁଣା କରନ୍ତେ, ତୋ'ର ପଇସା ବି ବଞ୍ଚନ୍ତା ଆଉ ପରିଶ୍ରମ ବି। କିଛି କିଛି ପଇସା ସଞ୍ଚୟ କରି ତୁ ଝିଅମାନଙ୍କ ପାଇଁ ରଖନ୍ତୁ " । କଥାଟି ମନକୁ ପାଇଲା ସୁକୁଟିର ।

 ଦୁଇ ଝିଅଙ୍କ ସହିତ ସେଇଠି ଲବଣୀର ଘରେ ତାଙ୍କ ପରିବାର ସହିତ ରହିଲା । ଲବଣୀ ସାଙ୍ଗରେ ମୂଲପାତି ଲାଗି ଦି'ପଇସା ରୋଜଗାର କଲା। ଝିଅ ଦୁଇଟି ଭଲ ଖାଇପିଇ ରହିବାରୁ ସେମାନଙ୍କ ଚେହେରା ଫିଟିବାରେ ଲାଗିଲା । ଦିନେ କାମ ସାରି ଘରକୁ ଫେରିବା ପରେ ଲବଣୀ କହିଲା " ବୁଝିଲୁ ଦେଇ! ଆଜି କାଲି ଦୁନିଆଁ ଭାରି ଖରାପ । ସେ ଦୁଇ ବର୍ଷର ଝିଅ ହେଉ କି ପାଞ୍ଚ ବର୍ଷର ଝିଅ ହେଉ, ଘରେ ଏକୁଟିଆ ଛାଡି ଦେଇ ଯିବା ମୋଟେ ନିରାପଦ ନୁହେଁ । ସହଜେ ତ ଆମ ବସ୍ତିର ଲୋକଗୁଡାକ ମଦ ଗଞ୍ଜେଇ ଖାଇ ସବୁବେଳେ ବେହାଲ, କେତେବେଳେ କୋଉ କଥା । ମୁଁ କ'ଣ କହୁଥିଲି କି ଆମ ମୁନିଟି ତ ଛଅ ବର୍ଷର ହେଲାଣି, ତା'କୁ ଆଉ ଆମେ ଘରେ ନରଖି ଯଦି ଗୋଟିଏ ନିରାପଦ ସ୍ଥାନରେ ଛାଡି ଦିଅନ୍ତେ, ତେବେ ଆଉ ଆମର ଚିନ୍ତା ରହନ୍ତାନି " । ଲବଣୀର କଥା ଶୁଣି ଛାତି ଧଡଧଡ ହେଉଥିଲା ସୁକୁଟିର । ସତେ ତ ! ସିଏ ଦିନ ସାରା କାମକୁ ଯାଉଛି ସେମାନଙ୍କୁ ଘରେ ଏକା ଛାଡ଼ି ଦେଇ, ଯଦି କିଛି ଅଘଟଣ ଘଟେ, କ'ଣ କରିବ ସେ ? ଡରି ଡରି ଲବଣୀକୁ କହିଲା " ଏମିତି ନିରାପଦ ଜାଗାଟେ ପାଇବା କୋଉଠୁ? " । ଲବଣୀ କହିଲା " ତୁ ସେକଥା ଚିନ୍ତା କର ନା, ଆର ସାଇରେ ଜଣେ ବାବୁ ଘରେ ମୁଁ ଆଗରୁ ଝାଡୁପୋଛା କାମ କରୁଥିଲି, ତାଙ୍କର ପିଲାପିଲି କେହି ନାହାଁନ୍ତି ବୋଲି ସେମାନଙ୍କର ଭାରି ମନକଷ୍ଟ। ସେ ମାଆ ଥରେ ମତେ କହୁଥିଲା କି ଯଦି ଛୁଆଟିଏ ମିଳନ୍ତା, ତେବେ ସେ ନିଜର ଛୁଆ ଭଳି ପାଳନ୍ତେ ତା'କୁ । ମୁଁ ଭାବୁଛି ଯଦି ସେମାନଙ୍କ ପାଖରେ ମୁନିକୁ ଛାଡନ୍ତେ, ଭଲ ହୁଅନ୍ତା । ସେ ମୁନିଆକୁ ଖୁବ୍ ଭଲରେ ରଖନ୍ତେ । ପାଠଶାଠ ପଢେଇ ମଣିଷ କରନ୍ତେ, ଆମ ଝିଅ ନିରାପଦରେ ରହନ୍ତା ସେଠାରେ । ଆମେ ମଝିରେ ମଝିରେ ଯାଇ ଝିଅକୁ ଦେଖି ଆସନ୍ତେ । ତା'ର ଭବିଷ୍ୟତ ବି ସୁରକ୍ଷିତ ହୋଇଯାଆନ୍ତା " । କଥା କହି ସାରି ପ୍ରଶ୍ନିଳ ଆଖିରେ ଲବଣୀ ଚାହିଁଲା ସୁକୁଟି ମୁହଁକୁ । 

କ'ଣ କରିବ ନକରିବ ଭାବି ତଳକୁ କରି ବସି ରହିଥିଲା ସୁକୁଟି । ତା'କୁ ଥତମତ ହେଉଥିବାର ଦେଖି ଲବଣୀ କହିଲା " ତୁ ଚାଲୁନୁ ମୋ ସାଥିରେ ଥରେ ଦେଖା କରି ଆସିବୁ ସେ ମାଆ ସାଥିରେ, ତତେ ଭରସା ପାଇଲେ ଝିଅକୁ ଛାଡିବୁ ନହେଲେ ନାହିଁ " । ମୁହଁ ଉଠେଇ ସୁକୁଟି ଚାହିଁଲା ଲବଣୀକୁ, ସେଇ ମୁହୂର୍ତ୍ତରେ ଲବଣୀର ପ୍ରସ୍ତାବ ହିଁ ତା'କୁ ଠିକ୍ ମନେହେଲା । ସେ ଲବଣୀକୁ ସାଥିରେ ଧରି ଗଲା ଲବଣୀର ତା' ଝିଅ ପାଇଁ ପ୍ରସ୍ତାବିତ ସେଇ ନିର୍ଭରଯୋଗ୍ୟ ନିରାପଦ ଆଶ୍ରୟସ୍ଥଳଟି ଦେଖି, ସେଇ ଦୟାମୟୀ ମାଆଜଣଙ୍କୁ ଭେଟିବାକୁ । ମହିଳା ଜଣଙ୍କର ସୁନ୍ଦର ବ୍ୟବହାର ଏବଂ ପିଲାଟିଏ ପାଇଁ ବ୍ୟାକୁଳତା ଦେଖି ଆଶ୍ୱସ୍ତ ହେଲା ସୁକୁଟି, ଭାବିଲା ମୁନିର ଭବିଷ୍ୟତ ପାଇଁ ତା'କୁ ଆଉ ଚିନ୍ତା କରିବାକୁ ପଡିବନି । ମାଆ ଜଣକ ତା' ଝିଅକୁ ନିଜର ଝିଅ କରି ରଖିବେ । ମନେମନେ ଈଶ୍ୱରଙ୍କୁ ଡାକିଲା ପ୍ରଭୁ! ନିରାଶ୍ରୟକୁ ଆଶ୍ରୟ ଦେଇଛ, ବାପ ଛେଉଣ୍ଡ ପିଲା ଦୁହିଁଙ୍କୁ ରକ୍ଷାକର । ପରଦିନ କାମକୁ ଯିବା ପୂର୍ବରୁ ମୁନିକୁ ବୁଝାଶୁଝା କରି ତାଙ୍କ ଘରେ ଛାଡି ଦେଇ ଆସିଲା । 

ଦିନଟା ସିନା କାମରେ କଟିଗଲା ସେ ଜାଣି ପାରିଲାନି ହେଲେ ରାତିରେ ମୁନି କଥା ଭାବି ଭାବି ତା'କୁ ନିଦ ହେଲାନି ମୋଟେ । ବିଛଣାରେ ଏପଟ ସେପଟ ହୋଇ ବ୍ୟତିବ୍ୟସ୍ତ ଲାଗିଲାରୁ ସେ ଭାବିଲା କାଲି ସକାଳେ ଆଗ ଯାଇ ମୁନିକୁ ଟିକିଏ ଦେଖି ଆସିବ । ସେଇ କଥା କହିବ ବୋଲି ଉଠି ପଡି ଲବଣୀର ଶୋଇବା ଘର ଆଡକୁ ଯାଇ କବାଟ ବାଡେଇବା ପାଇଁ ଯାଉଛି, ଘର ଭିତରୁ ଖିଲିଖିଲି ହସ ସହିତ କିଛି ଫିସ୍ ଫିସ୍ କଥା ଶୁଣି ପାରିଲା ସୁକୁଟି । ଉତ୍ସୁକତା ବଶତଃ କବାଟବନ୍ଧ ପାଖରେ ଛିଡ଼ା ହୋଇ କାନ ପାରିଲା ସେ ।ଶୁଣିଲା ଲବଣୀର ସ୍ୱାମୀ ଦୁଷ୍ମନ୍ତ ଫିସ୍ ଫିସ୍ କରି କହୁଛି " ତୁ ଖାଲି ସେମିତି ସାକୁଲେଇ ହୋଇ ଆଖିରୁ ମିଛ ଲୁହ ନିଗାଡି ସେ ମାଇକିନିଆକୁ ଫସେଇ ରଖିଥା, ଆଉ ଦୁଇଟା ମାସ ଭିତରେ ବୁଝାବୁଝି କରି ତା' ସାନ ଝୁଅଟାକୁ ବି ହଟେଇ ଦେବା । ଭଲ ମାଲ୍ ମିଳିବ । ବଡଟାକୁ ତ ପଚାଶ ହଜାରରେ ନେଲେ ସେ, ଆଉ ସାନଟାକୁ ତା'ଠୁ କ'ଣ କମ୍ ଦେବେ? ତୋ'ର ସୁନା ଶଙ୍ଖା ସାଙ୍ଗକୁ ସୁନା କାନ ଝୁମୁକା ହୋଇଗଲା ଜାଣ । ଭଗବାନ ତତେ ଖାଲି ଏମିତିଆ ମୁର୍ଗା ଯୁଟୋଉ ଥାଆନ୍ତୁ ମୋ ରାଣୀ! ତତେ ମୁଁ ସତକୁ ସତ ରାଣୀ କରିଦେବି ଲୋ " । ଆଉ ଶୁଣି ପାରୁନଥିଲା ସୁକୁଟି, ତା'ର ପାଦତଳୁ ମାଟି ଖସି ଯାଉଥିଲା, କାନମୁଣ୍ଡା ଝାଇଁ ଝାଇଁ ହୋଇ ଆଖିରେ ଅନ୍ଧାର ଘୋଟି ଆସୁଥିଲା । ଭୟ ଆଉ ଆଶଙ୍କାରେ ଥରି ଥରି ସେଇଠି ବେହୋସ ହୋଇ ଟଳି ପଡିଲା ସୁକୁଟି.......... ।



Rate this content
Log in

More oriya story from sushama Parija

Similar oriya story from Tragedy