ଅନ୍ଧାରୁଆ ବାଟୋଇ
ଅନ୍ଧାରୁଆ ବାଟୋଇ
କେହି ଜଣେ କହିଯାଇଥିଲେ ନିଶ୍ୱାସ ଚାଲୁଥିବା ଯାଏଁ କେହି ବି ଅନ୍ତର ବେଦନାକୁ ବୁଝନ୍ତି ନାହିଁ । ଶରୀରରୁ ଆତ୍ମା ଛାଡି କି ଯାଏ ସବୁ ଅନ୍ତରଙ୍ଗ ହେଇଯାନ୍ତି ।
ବାସ୍ତବିକ ସତ ହିଁ ଥିଲା ସେ କଥା ଯଦି ଜୀଇଁ ଥାଉ ଥାଉ ମଣିଷର ବେଦନାକୁ କେହି ବୁଝି ପାରନ୍ତେ ତାହେଲେ ନିରୀହ ମଣିଷ ଅନ୍ଧାରୁଆ ବାଟୋଇ ହୋଇ ଆତ୍ମହରା ହେଇନଥାନ୍ତା । ମଣିଷ କେବେ ନିଜେ ନିଜେ ଆଶାହରା ହୋଇନଥାଏ ତା ପଛରେ କୌଣସି ନା କୌଣସି ବିପଦ ଯୋଡ଼ି ରହିଥାଏ । ଠିକ ସେହିପରି କିଛି ଘଟି ଯାଇଛି ଆନି ଜୀବନରେ ।
ବହୁତ ନିରୀହ ଝିଅଟି ସେ ମୁହଁର ହସରେ ସମସ୍ତଙ୍କୁ ଆପଣାର କରିଦିଏ ତାର ଚାଲି ଚଳଣିର ରୂପ ଢଙ୍ଗ ମା ଲକ୍ଷ୍ମୀଙ୍କ ପରି । ଏହି ରୂପବତୀ ଆନି ଦଶମ ଶ୍ରେଣୀରେ ପଢୁଥିଲା ।ରୂପରେ ଯେପରି ସୌନ୍ଦର୍ଯ୍ୟମୟୀ, ଗୁଣରେ ବି ସେ ଗୁଣ ବତୀ, ସତେକି ମନେ ହଉଥିଲା ମା ସରସ୍ୱତୀ ସ୍ୱୟଂ ଆବିର୍ଭାବ ହୋଇଛନ୍ତି । କିନ୍ତୁ କଥାରେ ନାହିଁ ସବୁକିଛି ସମସ୍ତଙ୍କୁ ମିଳି ନଥାଏ ଭଗବାନ କିଛି ଦିଅନ୍ତି ତ ଅନେକ କିଛି ଛଡେଇ ନିଅନ୍ତି ଠିକ ସେପରି କିଛି ଘଟିଗଲା ଆନି ଜୀବନରେ । ହୃଦପଲ୍ଲୀ ଗ୍ରାମର ଏକ ଜମିଦାର ଘର ଝିଅ ଥିଲା ଆନି । ବାପା ଗଙ୍ଗାଧର ମହାନ୍ତି, ମା ଦୀପ୍ତିମୟୀ ମହାନ୍ତିଙ୍କ ଅଲିଅଳି ଝିଅ ଥିଲା ଆନି । ଜନ୍ମଠୁ କେବେ ସେ ଦୁଃଖ ବୋଲି ପାଇନାହିଁ ସବୁବେଳେ ସ୍ନେହ ଆଦର ରେ ରହି ଆସିଛି । ବାପା ଗାଁ ଜମିଦାର ଅଟନ୍ତି ଗ୍ରାମର ସମସ୍ତ ଲୋକଙ୍କ ଭଲମନ୍ଦ ବୁଝନ୍ତି । ଦିନେ ଗଙ୍ଗାଧର ମହାନ୍ତି ମା ଦିପ୍ତିମୟୀ ଓ ଆନି ମନ୍ଦିର ଯିବା ପାଇଁ ବାହାରିଲେ । ରାସ୍ତାରେ ଯିବା ସମୟରେ ହଠାତ ଗୋଟେ ଗାଡି ଆସି ଗଙ୍ଗାଧର ମହାନ୍ତିଙ୍କ ଗାଡିକୁ ଧକ୍କା ଦେଇଗଲା । ଜମିଦାରଙ୍କ ଗାଡି ଗଡି ଗଡି ପାହାଡ଼ ତଳେ ଗଳି ପଡିଲା । ଏହି ଆକସ୍ମିକ ଘଟଣାରେ ବାପା ମା ଦୁହେଁ ଚାଲିଗଲେ ଖାଲି ରହିଗଲା ଆନି । ବିଚାରି ଆନି ପାହାଡ଼ର ଲଟାବୁଦାରେ ବଞ୍ଚିଗଲା କିନ୍ତୁ ତାର ସଂସାର ଚାଲିଗଲା ଏକା ହୋଇଗଲା ସେ ରାସ୍ତା ଜାଣିପାରିଲା ନାହିଁ ସେ ବା ଜାଣିଛି କଣ କୁଆଡେ ବା ଯାଇପାରିବ ଅନ୍ଧାରୁଆ ବାଟୋଇ ଭଳି ବାଟ ଖୁଜି ଚାଲିଛି କିନ୍ତୁ ପାଉନାହିଁ ଅସହାୟ, ଆଶାହରା ହୋଇପଡିଛି ଆନି । ବାସ ଖୋଜି ଚାଲିଛି ଜୀବନ ପଥକୁ.....।