ଅନ୍ଧାରୀ ମୂଲକ ସୂର୍ଯ୍ୟ
ଅନ୍ଧାରୀ ମୂଲକ ସୂର୍ଯ୍ୟ
ଅମାବାସ୍ୟା ଅନ୍ଧାର ରାତିରେ, ଆକାଶରେ ଚାନ୍ଦ ନଥିଲା, ତଥାପି ଶ୍ରାବଣୀ ସେହି ଅନ୍ଧାର ଆକାଶରୁ କାହାକୁ ଖୋଜୁଥିଲେ କେଜାଣି ତାଙ୍କ ମନ ସ୍ମୃତି ଅଗଣାରେ ଅନେକ ସ୍ମୃତି ଉଙ୍କି ମାରୁଥିଲା. ଗୋଟିଏ ଗୋଟିଏ ସ୍ମୃତି ଗୋଟିଏ ଗୋଟିଏ ଗଳ୍ପ ପୃଷ୍ଠା ପରି ଲାଗୁଥିଲା ତାଙ୍କୁ ଆଜି. ସମାଜର ଦୌଡ଼ ଭିତରେ ତାଙ୍କୁ ଲାଗୁଥିଲା ସେ ଅଣନିଶ୍ୱାସୀ ହୋଇଯାଇଛନ୍ତି . ପିଲାଦିନ,ଯୌବନ,ମଧ୍ୟାର୍ଣ୍ଣ ପାର ହୋଇ ସେ ପାଦ ଥାପିଛନ୍ତି ଶେଷ ପାହାଚରେ. ପରିବାର, ସମାଜ, ବନ୍ଧୁବାନ୍ଧବ ସହଦୋର, ସମସ୍ତେ ଆଜି ବିଭିର୍ଣ୍ଣ ପ୍ରତିଯୋଗିତାରେ ଆଗକୁ ବଢୁଥିବା ବେଳେ ସେ ତାଙ୍କ ଜୀବନର ଅନ୍ଧାରକୁ ଆକାଶର ଅନ୍ଧାର ଭିତରେ ଦେଖିପାରୁଛନ୍ତି ସ୍ପଷ୍ଟ ଭାବେ.
ଅବସର ପରେ ଗୋଟେ ଅଲଗା ଦୁନିଆଁ ତିଆରି କରିବାକୁ ଯାଇ ପିଲାମାନଙ୍କୁ ସେ କହିଦେଇଥିଲେ ତୁମ ଦୁହିଁଙ୍କୁ ମୁଁ ଯେମିତି ବଢ଼େଇ କୁଢେଇ ବଡ଼ କଲି ତୁମେ ମଧ୍ୟ ତୁମମାନଙ୍କ ପିଲାମାନଙ୍କୁ ସେହିଭଳି, ତାଙ୍କ ପ୍ରତି କର୍ତ୍ତବ୍ୟ ଓ ଦାଇତ୍ୱ ନିଭେଇ ବଡ଼ କର, ମତେ ଟାଣ ନାହିଁ ସେ ଭିତରକୁ. ନିଜ ବାପା ମା ଗଲା ପରେ, ଦୁଇପଟର ବନ୍ଧୁ ବାନ୍ଧବ ପରିଜନମାନଙ୍କଠୁ ମଧ୍ୟ ସେମିତି କିଛି ଆଶା କରୁଥିଲେ ଶ୍ରାବଣୀ, ଟିକେ ଭଲପାଇବା. କିନ୍ତୁ ଭଲପାଇବା ପାଇବାକୁ ହେଲେ ସ୍ୱାମୀଙ୍କ ପାଇଁ ଥିଲା ଖାଲି କର୍ତ୍ତବ୍ୟ, ସେହି ପୁରୁଣା ଦିନରୁ ଏଯାଏଁ ଓ ଆହୁରି ଆଗକୁ ଆଗକୁ ଯେତେ ଦିନ ବଞ୍ଚିଥିବେ ଶ୍ରାବଣୀ . ପିଲାମାନଙ୍କ ପାଇଁ ମଧ୍ୟ ଯେତେ କରୁଥିବୁ, ସେମିତି ଯେମିତି କରିଆସୁଥିଲୁ.ପରିଜନଙ୍କ ପାଇଁ ମଧ୍ୟ ଠିକ ସେମିତି ଯେମିତି ଆଗରୁ ଭଲପାଇବା ଦେଇ ଆସୁଥିଲୁ. ଶ୍ରାବଣୀ ନିସ୍ତେଜ ହୋଇଯାଆନ୍ତି ଆଶାକରନ୍ତି କ୍ଷଣେ ହେଲେ ବସିଯାଆନ୍ତି, ଫୁଲର ସୁରଭି ମାପି, ଜହ୍ନର ଆଖିଠାର ଦେଖି, ଆକାଶରେ ଟୂଟା ତାରା ଗଣି , ଚଢେଇଠୁ କିଛି ଶିଖି ଖାଲି କବିତା ଲେଖନ୍ତେ କିନ୍ତୁ ନା ସେମିତି କଲେ ଭଲପାଇବା ମିଳିବନି ସ୍ୱାମୀଙ୍କଠୁ, ମମତା ଓ ଆଦର ମିଳିବନି ପିଲାଙ୍କଠୁ, ସମ୍ମାନ ଓ ନିବିଡ଼ତା ମଧ୍ୟ ମିଳିବନି, ଉଭୟ ପଟର ସଖା ସହୋଦରଙ୍କଠୁ. ଆଉ ଯୋଉମାନେ ରହିଲେ ବିଶ୍ୱାସ ଓ ଭରସା ବଦଳରେ ସ୍ୱାର୍ଥ ଓ ସର୍ତ୍ତ ଭିତରେ କୁହୁଳିବେ ଓ ପଚାରୁଥିବେ ଆଖିରେ,ମତେ କଣ ଦେଇଛୁ ତା ବଦଳରେ ମୁଁ ତତେ ଦେଇପାରେ ଟିକେ ଖୁସି ଟିକେ ଆନ୍ତରିକତା ବା ଟିକେ ଲୁହ ଓ ଟୋପେ ଅଶ୍ରୁ.
ଜହ୍ନ କିନ୍ତୁ ସେମିତି ନୁହେଁ. ଆକାଶ, ନଦୀ, ପର୍ବତ, ଝରଣା, ଫୁଲ, ମାଗେନା କିଛି ବରଂ ଦିଅନ୍ତି ବଞ୍ଚିବାର ମୋହ, ପ୍ରେରଣା, ଆକାଂକ୍ଷା ଓ ପରିପୂର୍ଣ୍ଣତା. ଯାହା ଖୋଜିଲେ ମିଳେନା ମଣିଷଠୁ ତାହା ମିଳିଯାଏ ସେମାନଙ୍କ ପାଖରୁ. ଏମିତିକି ଯାହା ମିଳେନା ପୂର୍ଣ୍ଣମୀ ଆକାଶର ଚନ୍ଦ୍ରମାଠୁ, ତାହା ମିଳିଯାଏ ଅମାବାସ୍ୟାର ଲୁଚିଥିବା ଜହ୍ନଠୁ. ଯେମିତି ମରିଗଲା ପରେ ତା ଗୁଣ ସୁମରି ହୁଅନ୍ତି ପାଖ ପଡୋଶୀ, ବନ୍ଧୁ ପରିଜନ ତଥା ବୋଲାଉଥିବା ନିଜର ଲୋକ କିନ୍ତୁ ବଞ୍ଚିଥିବା ବେଳେ କେବଳ ଇର୍ଷା, ରାଗ, ଦ୍ୱେଷ, ଅଭିମାନ, ଅପମାନ, ଅସମ୍ମାନ ଓ ଅନାଦାର. ସେସବୁ ଉର୍ଦ୍ଧରେ ବଞ୍ଚିବାର ପ୍ରେରଣା ହୋଇ ଟୂଟା ତାରା ଗୋଟେ ଦିଟା ଖସିଯାଆନ୍ତି ଆକାଶରୁ ତ ଝିଟିପିଟି ବୋବେଇଲେ ସତ ସତ କହିବା ପରି ଶ୍ରାବାଣୀ ଭିତରେ ଭିତରେ ଉଜ୍ଜ୍ୱଳି ଉଠନ୍ତି ତାଙ୍କୁ ବଞ୍ଚି ଥିବା ପର୍ଯ୍ୟନ୍ତ ସାହାରା ଓ ଆସରା ମଣିଷଙ୍କ ପରିବର୍ତ୍ତେ ଏଇ ନିର୍ଜୀଵ, ପାର୍ଥିବ, ସହିଷ୍ଣୁସମ୍ପର୍ଣ୍ଣ ପ୍ରତିଟି ପ୍ରାକୃତିକ ପଦାର୍ଥ ଦରକାର ବୋଲି ପ୍ରାର୍ଥନା କଲାବେଳେ ଟୁଟା ତାରା ଦେଖି ମନୋବଳ ବଢେ. କବିତା ଲେଖିବାକୁ ଖୋଜି ବସନ୍ତି ଶ୍ରାବଣୀ, ତା ମଧ୍ୟ କାଗଜ କଲମ ବିହୀନ ମନ ପରଦାରେ ଓ ହୃଦୟ ମୁକୁରରେ ଯାହା ସବୁ ଶାଶ୍ୱତ, ନିର୍ମଳ ଓ ଆଧ୍ୟାତ୍ମିକ. ଆଉ କଣ ଲୋଡ଼ା ଯେ !ତଥାପି ସଂକୁଚିତ ଏ ମନ ଓ ପରାଣ, କିନ୍ତୁ ନା ଆଉ ନୁହେଁ. ସେ ନିଜକୁ ସଜାଡୁ ଥିଲେ ଅନ୍ୟ ଏକ ନିର୍ଭର ପ୍ରତ୍ୟାଶାରେ. ଭଗବତ ବିଶ୍ୱାସରେ ନିଶ୍ୱାସ ନେଇ ହଜିଯିବାକୁ କବିତା ଭିତରେ, ଐଶ୍ଵର୍ଗିକ ମନୋଭାବନେଇ ପରିପୂର୍ଣ୍ଣତା ଆଡକୁ.
ଏହି ସମୟରେ ଶ୍ରାବଣୀ ଦେଖିଲେ ବର୍ଷା ଛିଟାରେ କାଗଜଡ଼ଙ୍ଗା କରି ତାଙ୍କ ନାତି ଓ ନାତୁଣୀ ଦୁହେଁ ଚକଡା ଚକଡା ପାଣିରେ ଖେଳି କହୁଥିଲେ ଆ କା ମା ବୈ.... ପାନ ଗୁଆ ଥୋଇ... ପାନ ଗୁଆ ସବୁ ତୋର....ମାସକ ଧରମ ମୋର. ଏସବୁ ଦେଖି ଶ୍ରାବଣୀଙ୍କ ମରମ ଜଳୁଥିଲା ହେଲେ କହିବେ କାହାକୁ!ସ୍ୱାମୀ କହିବେ ଠିକ ଜାଗାରେ ଠିକ ଜିନିଷ ରଖିବା ପରା ତୁମ ଧର୍ମ ତେବେ ପିଲେ ପାଇଲେ କୋଉଠୁ!ତାଙ୍କୁ କଣ ବୁଝେଇ ହେବ ଚେୟାର ଉପରେ ଚଢି ତା ଉପରେ ପୁଣି ଲୁଗାପଟା ଗଦେଇ ନାତି ନାତୁଣୀ ତାଙ୍କ କବିତା ଖାତା ଆଣି ଏତେ କାଣ୍ଡ କରିଛନ୍ତି ବୋଲି!ପୁଣି ମାଆ ତାଙ୍କର କହିବ ଭୋରରୁ ଖଟି ଖଟି ପୁଣି ଉଠିଲେ ଖଟି ଖଟି କରିବି ରୁଟି ତ ପିଲାଦୁଇଟାଙ୍କୁ ଟିକେ ସମ୍ଭାଳିଲେ ହୁଅନ୍ତା ନାହିଁ!କାହାକୁ କିଛି ନକହି ଚୋର ମାଆ ଯେବେ କାନ୍ଦେ ଦୁଆର ଦେଇ କାନ୍ଦିଲା ଭଳି କାନ୍ଦିବା ଛଡା ଆଉ ଅନ୍ୟ ଉପାୟ ନଥିଲା ଶ୍ରାବଣୀଙ୍କର. ସନ୍ଧ୍ୟାରେ ସ୍ୱାମୀ କିନ୍ତୁ ଖୋଜୁଥିଲେ ଇଲେକ୍ଟ୍ରିବିଲଟିକୁ ଆଉ କୋଉଠି ନପାଇ କାଲି କେମିତି ବିଲ ପୈଠ କରିବେ ଚିନ୍ତା କରୁଥିଲେ ତ ସ୍ତ୍ରୀ ଶ୍ରାବଣୀଙ୍କୁ ଖୋଜିବାରେ ସହାୟକ କଲାବେଳେ ଶ୍ରାବଣୀ ଦେଖିଥିଲେ ତାଙ୍କରି ରୁମରେ ବିଲଟି ଅଧା ତିଆରି ଡ଼ଙ୍ଗା ହୋଇ ପଡିଛି. ବୋହୁ ମଧ୍ୟ ତାର ଚାରିଖଣ୍ଡ ଶାଢ଼ୀର ଡ୍ରାଏୱାସ ଦୋକାନର ରିସିଟି ଖୋଜି ଖୋଜି ଦେଖେତ ଶ୍ରାବଣୀଙ୍କ ରୁମରେ ହିଁ ସେଇ ରିସିଟିଟି ଅଧା ଗଢ଼ା ଡ଼ଙ୍ଗା ହୋଇ ପଡିଛି. ସ୍ୱାମୀ ଗର୍ଜ୍ଜୁଥିଲେ ବୁଢୀଟିଏ ହେଲଣି ତୁମକୁ କଣ ଦେଖାଯାଉନି ରିସିଟି ସବୁ ଯେ ତାକୁ ନେଇ ପିଲାଙ୍କୁ ଡ଼ଙ୍ଗା କରିବା ଶିଖାଉଛ!ଶ୍ରାବଣୀ ଯେତେ ସତ କହିଲେ ମଧ୍ୟ ନାତି ନାତୁଣୀଙ୍କ ଦୋଷ ନୁହେଁ ବରଂ ତାଙ୍କ ଦୋଷ ହୋଇଥିଲା ତ ପିଲାଦୁହେଁ ହସୁଥିଲେ ଖେଁ ଖେଁ ହୋଇ.
ତା ଆରଦିନ ରୋଷେଇ ସରିବା ପରେ ବୋହୁ ଖାଇପିଇ ସ୍କୁଲ ବାହାରିଗଲା ପରେ ନାତି ବାବା ଚିକେନ ଖାଇବା ଚାଲ କହି ନାତୁଣୀ ଡୁଗୁ ଦିଦି ସହ ତରକାରୀରୁ ଚିକେନ ସବୁ ଆଣି ଉପରୁ ମାଂସ ଖାଇ ହାଡ଼ ସବୁ ତରକାରୀରେ ରଖିଦେଇଥିଲେ ଦୁହେଁ ତ ସ୍ୱାମୀ ଅଶାନ୍ତିରେ ଖାଇ ସନ୍ଦେହ ଦୃଷ୍ଟି ନିକ୍ଷେପ କରୁଥିଲେ ବୋହୁ ଆଡକୁ କାରଣ ନାତି ନାତୁଣୀ ଗାଦୁ ଗାଦୁ କରି ଚିକେନ କାଢି ପକେଇବା ଦୃଶ୍ୟ ହିଁ ତାଙ୍କର ମନେ ଅଛି. ସ୍ତ୍ରୀ ଶ୍ରାବଣୀ ମଧ୍ୟ ଆମିଷ ଖାଉନଥିବାରୁ ସେ ସନ୍ଦେହ ପରିସରକୁ ଆସିନଥିଲେ ମଧ୍ୟ ଗାଳି ଶୁଣିଥିଲେ କି ତୁମକୁ କଣ ଦେଖାଯାଉନି!ମୁଁ ଏ କଣ୍ଟା ଚିକେନ ଭଙ୍ଗା ଦାନ୍ତରେ ଖାଇପାରିବି ଯେ ତୁମେ ଦେଇଛ ବାଢି ତରକାରୀ!ତା ଆରଦିନ ବୋହୁ ତା ଚପଲ ପିନ୍ଧି ସ୍କୁଲ ବାହାରିଯିବା ପରେ କ୍ଲାସରେ ପିଲେ ପ୍ରିୟା ଦିଦିଙ୍କ ଗୋଡ଼କୁ ଚାହିଁ ସମସ୍ତେ ହସୁଥିଲେ ତ ପ୍ରିୟା ଦେଖିଲା ବେଳକୁ ସେ ଗୋଟେ ନିଜର ଓ ଗୋଟେ ପଟ ଶଶୁରଙ୍କର ଏମିତି ଦୁଇ ଗୋଡ଼ରେ ଅଲଗା ଅଲଗା ସ୍ଲିପର ପିନ୍ଧି ସ୍କୁଲ ଆସିଛନ୍ତି. ଶଶୁରଙ୍କର ଏ କାମ ଭାବି ମନେ ମନେ ରାଗି ଘରକୁ ଫେରି ପ୍ରିୟା ଦେଖନ୍ତି ଶଶୁର ପଟେ ତାଙ୍କ ଚପଲ ଓ ପଟେ ନିଜ ଚପଲ ପିନ୍ଧି ବଜାରରୁ ଫେରୁଛନ୍ତି ତ ପ୍ରିୟା କିଛି ନକହି ନକହି ବହୁତ କହିଦେଲେ ଯେ ଆଖିକୁ ଦିଶୁନି ଯଦି ଗାଁକୁ ଫେରିଯିବା ଉଚିତ. ଶଶୁର ମଧ୍ୟ ଚିକେନରୁ ମାଂସ ଖାଇ ହାଡ଼ ମୋ ପାଇଁ ରଖି ପାପ କରୁଛ ବୋହୁ କହିବାକୁ ଭୁଲିନଥିଲେ ତ ଏଥର ଶ୍ରାବଣୀ କହିଥିଲେ ଏସବୁ ନାତି ନାତୁଣୀଙ୍କ କାମ. ଶିଶୁମାନେ ସବୁବେଳେ ସତ କଥା କହିଥାଆନ୍ତି. ତେଣୁ ସେମାନେ ମଧ୍ୟ ମାନି ଯାଇ ଥିଲେ ଓ କହିଥିଲେ ସେଦିନ କେମିତି ଚେୟାର ଭିଡି ତା ଉପରେ ଜେଜେ ଓ ମାଆ ପ୍ରିୟାଙ୍କ ଭ୍ୟାନିଟ ଆଣି ରଖି ଓ ତା ଉପରେ ଚଢି ଜେଜେମାଙ୍କ ଖାତା ନେଇ କାଗଜ ଡ଼ଙ୍ଗା କରି ଭସେଇ ଦେଇଥିଲେ. ଏଥର ପୁଅ ଚାକିରୀ ସ୍ଥାନରୁ ଆସି ପିଲା ଦୁହିଁଙ୍କୁ ସ୍କୁଲରେ ଆଡ଼ମିସନ କରି ସ୍କୁଲ ଯିବାର ବନ୍ଦୋବସ୍ତ କରିଥିଲା ତ ବାବା କହୁଥିଲା ଜେଜେମା ଆମେ ସ୍କୁଲ ଗଲେ ତୁମେ କଣ କରିବ ଘରେ ଏକୁଟିଆ!
ମୁଁ ମୂଷା ମାରିବି. ମୂଷାକୁ ମାରିବା ପାପ ଜେଜେମା.ପୁଣି ଜେଜେ ଆଣିଥିବା ମୂଷାମରା ଔଷଧ ଆମେ ନେଇ ଲୁଚେଇ ଦେଇଛୁ. ଡୁଗୁ କହୁଥିଲା ଆଜି ଆମେ ତାକୁ ଖାଇଦେବୁ. ମୂଷା ମରିବା ଅପେକ୍ଷା ଆମେ ଦୁହେଁ ମରିଗଲେ ଖୁବ ଭଲ ହେବ. ଜେଜେମା ହସିବେ କଣ କାନ୍ଦି କାନ୍ଦି କହୁଥିଲେ ଆଉ ମୂଷା ମାରିବି ନାହିଁ. ସେ ଔଷଧ କୋଉଠି ରଖିଛ କୁହ ପିଲେ!କେହି କହି ପାରୁନଥିଲେ ଭୁଲି ଯାଇଥିଲେ ତ ଘରେ ଥିବା ଚାଉଳ ଡାଲି ପରିବା ପତ୍ର ସବୁ ଫୋପଡ଼ା ହେଲା ବେଳେ ଦୁହେଁ ହସି ହସି କହୁଥିଲେ ଆମେ ନେଇନୁ ସେଇ ଠାକୁର ଘରେ ଅଛି ସେ ପ୍ୟାକେଟ ତ ଜେଜେମା କହୁଥିଲେ ତୁମେ ଦୁଇ ବଡ ମୂଷା ଶୀଘ୍ର ସ୍କୁଲ ଚାଲ. ଜେଜେ କିନ୍ତୁ ଗାଁକୁ ଯିବାକୁ ପ୍ରସ୍ତୁତ ହେଉଥିଲେ ଓ ପୁଅ କହୁଥିଲା ଆଉ କିଛି ଅସୁବିଧା ନାହିଁ ବାପା ମୁଁ ପିଲାଙ୍କ ପାଇଁ କାନ ଧରୁଛି ରହିଯାଅ.ପ୍ରିୟା ଦେଖିଥିଲେ ସ୍ୱାମୀ ସତକୁ ସତ ପୁଅ ଝିଅଙ୍କ ଦୁଷ୍ଟାମି ପାଇଁ କାନ ଧରୁଥିଲେ ତ ପ୍ରିୟା ହସି ହସି ବେଦମ ହେଇଯାଇଥିଲେ ସେଦିନ.ବାବା ଓ ଡୁଗୁ ସେଦିନ ସ୍କୁଲରୁ ଫେରିବା ବେଳେ ବଜାରରୁ ରାକ୍ଷୀ ଆଣିବେ ବୋଲି ସ୍କୁଲ ବାହାରିଗଲେ ମାଆ ପ୍ରିୟା ସହିତ ଖୁସି ଖୁସିରେ ହସି ହସି.ଜେଜେମା କହୁଥିଲେ ଆଉ କେଵେ ମୂଷା ମାରିବା କଥାର ନାଆଁ ଧରିବି ନାହିଁ. ଅଧା ଅଧା ଲେଖାକୁ ଯୋଡି କବିତା ସବୁ ପ୍ରସ୍ତୁତ କଲାବେଳେ ଠିକ ଠାକ ଲାଗୁନଥିଲା ଶ୍ରାବଣୀଙ୍କୁ ତ ଆଜିକାଲି ତାଙ୍କର ସକାଳ ବିତୁଥିଲା ବଗିଚାରେ. ସ୍ୱାମୀ ମଧ୍ୟ ତାଙ୍କୁ ସହଯୋଗ କରି ଚାରା ଆଣିଦେବା ଚାରାଗୁଡିକରେ ପାଣି ଦେବା ଓ ମୂଳ ସଫା କରିବା ତଥା ଅନଆବଶ୍ୟକ ଡ଼ାଳ ସବୁକୁ ଠିକ ସମୟରେ କାଟି ଫୋପାଡିବା ଇତ୍ୟାଦି କାରେ ସାହାଯ୍ୟ ସହଯୋଗ ରହିଥିବାରୁ ବଗିଚାଟି ଲାଗୁଥିଲା ସତେ ଯେମିତି ନନ୍ଦବନ. ନାତି ନାତୁଣୀ ଦୁହେଁ ମଧ୍ୟ ବଗିଚାରେ ଥିବା ଫୁଲ ଗଛର ଯତ୍ନ ନେଇ ସୁନପିଲା ହୋଇ ଯାଇଥିଲେ.ଶ୍ରାବଣୀ ଆଜି ଅନୁଭବ କରୁଥିଲେ ମଣିଷ, ପଶୁ ପକ୍ଷୀ ସମସ୍ତଙ୍କଠାରୁ ନିଆରା ଏ ଗଗୁଡିକ. ଖୁବ ଆପଣାର. ଦୁଃଖ ସୁଖ କହିହୁଏ ସେମାନଙ୍କୁ. ଶ୍ରାବଣୀଙ୍କୁ ଲାଗେ ସତେ ଯେମିତି ଅମାବାସ୍ୟା ଅନ୍ଧାରରେ କିଛି ଆଲୋକର ସନ୍ଧାନ କରି ଦିବ୍ୟଅନୁଭବ ଆସିଛି ତାଙ୍କର.
