STORYMIRROR

Ramajyoti Sahu

Children

3  

Ramajyoti Sahu

Children

ଅନାଥ ଶିଶୁ ସ୍ୱର

ଅନାଥ ଶିଶୁ ସ୍ୱର

1 min
277

ଏହା ଗୋଟେ ଅନାଥ ନିରୀହ ଶିଶୁର କାହାଣୀ । ସେ ରହୁଥିବା ସ୍ଥାନର ନିକଟରେ ସ୍କୁଲଟିଏ ଥିଲା । ଏକଦା ସକାଳ ସମୟେ ସେ ପିଣ୍ଡାରେ ବସିଥିବା ବେଳେ ଅନ୍ୟ ବଳକଙ୍କୁ ସ୍କୁଲ ଯିବାର ଦେଖି ସେ ଦିନ ତା ' ମନରେ ବହୁତ ଦୁଃଖ ହେଲା । ଅବଶ୍ୟ ସେ ସେହି ଦୃଶ୍ୟ ସବୁଦିନେ ଦେଖେ, କିନ୍ତୁ ଆଜି ତା ' ମନରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲା । ତା ' ମନରେ ପ୍ରଶ୍ନ ଆସିଲା କି... କାଳେ ସେ ମଧ୍ୟ ସ୍କୁଲ ଯାଇ ପାରନ୍ତା କି ? ସେମାନଙ୍କ ଭଳି ସ୍କୁଲ ପୋଷାକ ପିନ୍ଧି, ହାତରେ ବହିପତ୍ର ଧରି ସାଙ୍ଗ ସାଥିଙ୍କ ସହ ଖେଳି କୁଦୀ ଯିବା ପାଇଁ...

ଆଜି ତାର ଅନାଥ ହେବାର ତାକୁ ବହୁତ ଦୁଃଖ ହେଲା । ଭଗବାନ ତାକୁ କାହିଁକି ଅନାଥ କରିଲେ, କାହିଁକି ତାକୁ ବାପା ମାଆ ର ସୁଖରୁ ବଞ୍ଚିତ କଲେ...? ଭଲ ପୋଷାକ ପିନ୍ଧିବା ପାଇଁ ମିଳେ ନାହିଁ, ତାହା ତ ଦୂର କଥା ଖାଇବା ପାଇଁ ଦି ' ମୁଠା ଦାନା ମିଳିବା ବି କଷ୍ଟ ମୋ ପାଇଁ । ସେ ଅତି ନୀରବ ରହି ନିରୀହ ଭାବେ କାନ୍ଦି କାନ୍ଦି କହୁଥାଏ, ଏ କଣ ଅନାଥ ହେବାର ଦଣ୍ଡ.....

ଭଗବାନଙ୍କ ପାଖରେ ସେ ଏତିକି ପ୍ରାର୍ଥନା କରୁଥାଏ,ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଦିନଜନ ଙ୍କ ଦୁଃଖ ହର ବୋଲି ଜଗତେ ପ୍ରଖ୍ୟାତ ଦୀନବନ୍ଧୁ । ଆଜି ଏ ଅନାଥ ଶିଶୁର ଗୁହାରି ଶୁଣ ବାରେ ପ୍ରଭୁ, ଏ ଦୁନିଆଁ ରେ କାହାକୁ ବି ଅନାଥ କରିବା ନାହିଁ ପ୍ରଭୁ...। ଯେଉଁ କଷ୍ଟ ଦୁଃଖରେ ମୁଁ ଗତି କରୁଛି ତାହା ଅନ୍ୟ କାହା ପାଇଁ ନ ହଉ ।


Rate this content
Log in

Similar oriya story from Children