The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Writer Roja Panda

Tragedy Inspirational

5.0  

Writer Roja Panda

Tragedy Inspirational

ଅନାଥ ଅଭିଶାପ ନୁହେଁ

ଅନାଥ ଅଭିଶାପ ନୁହେଁ

5 mins
510



ପ୍ରତି ବର୍ଷ ପରି ଆଜି ବି ସେଇ କୁନି କୁନି ପିଲାମାନଙ୍କ ସହିତ ଜନ୍ମଦିନ ପାଳିବା ପାଇଁ ଖୁବ୍ ଆଗ୍ରହର ସହିତ ମୁଁ ବାହାରି ପଡିଲି ଟ୍ରାଫିକ ଛକ ପାଖ ସେଇ ପବିତ୍ର ଅନାଥ ଆଶ୍ରମକୁ । ହେଲେ ଏଥର କିନ୍ତୁ ସେଠି ପହଞ୍ଚି ମୁଁ ଖୁବ୍ ଆଶ୍ଚର୍ଯ୍ୟ ହେଇଗଲି । ଆଉ ଖୁବ୍ ଖୁସି ମଧ୍ୟ ହେଇଗଲି ମୋ ସାମ୍ନାରେ ଘଟୁଥିବା ଦୃଶ୍ୟକୁ ଦେଖି । ମୁଁ ଦେଖିଲି, ଜଣେ ସୁନ୍ଦର ସ୍ତ୍ରୀ ଲୋକ ତାଙ୍କ ସ୍ଵାମୀଙ୍କ ସହିତ ମୋ ପୂର୍ବରୁ ସେଇ ଅନାଥ ଆଶ୍ରମରେ ପହଞ୍ଚି ସାରିଛନ୍ତି । ଆଉ ସାଙ୍ଗରେ ନେଇଆସିଛନ୍ତି ଏକ ମହାନ, ପବିତ୍ର ପଦକ୍ଷେପ । ମୁଁ ସେମାନଙ୍କ ପାଖକୁ ଯାଇ ତାଙ୍କ ମହାନ ଚିନ୍ତାଧାରା ଆଉ ନିଃସ୍ୱାର୍ଥପର ପଦକ୍ଷେପକୁ ସାଦର ପ୍ରଣିପାତ କଲି । ଆଉ ଜାଣିବାକୁ ପାଇଲି ଯେ ସେମାନେ ନବ ବିବାହିତ । ଦୁହେଁ କର୍ମଜୀବି । ଦୁହେଁ ସମାଜ କଲ୍ୟାଣ ପାଇଁ ସଦା ଚେଷ୍ଟିତ । ସମାଜର ମଙ୍ଗଳ ପାଇଁ କିଛି କାର୍ଯ୍ୟ କରିବାକୁ ସେ ଦୁହେଁ ସଂକଳ୍ପବଦ୍ଧ । ବହୁତ ଖୁସି ଲାଗିଲା ସେମାନଙ୍କ ସହିତ ସାକ୍ଷାତ କରି । ଭାବିଲି ଯାହାହେଉ ଏଇ ବର୍ଷ ଜନ୍ମଦିନଟି ଖୁବ୍ ନିଆରା ଆଉ ସ୍ମରଣୀୟ ହେଇ ରହିବ । ଏତେ ବଡ ହୃଦୟବାନ ଆଉ ମହାନ ବ୍ୟକ୍ତିତ୍ଵମାନଙ୍କ ସହିତ କଥା ହେବାର ସୁଯୋଗ ଯେ ପାଇଲି । ସେମାନଙ୍କର ମହାନ ପଦକ୍ଷେପ ଥିଲା ଯେ ସେମାନେ ଏଇ ଅନାଥ ଆଶ୍ରମରୁ ଏକ ଛୋଟିଆ କଅଁଳ ଶିଶୁକୁ ନିଜ କୋଳକୁ ନେବେ । ଆଉ ସେଇ ବାପା, ମାଆ ନଥିବା ଶିଶୁକୁ ନିଜ ସନ୍ତାନର ପରିଚୟ ଦେଇ ତା ଭବିଷ୍ୟତକୁ ଉଜ୍ୱଳ କରି ଗଢିତୋଳିବେ । ବାଃ ସତରେ କେତେ ଉର୍ଦ୍ଧରେ ସେମାନଙ୍କ ଭାଵନା ! କେତେ ଉଦାର ସେମାନେ ! ଏମିତି ଚିନ୍ତା କରୁକରୁ ଛୋଟ ଝିଅଟିଏ ଆଶ୍ରମ ଭିତରୁ ସଯବେଶ ହେଇ ବାହାରି ଆସିଲା । ତିନି କି ଚାରି ବର୍ଷର ଝିଅଟିଏ । ଶ୍ୟାମଳ ରଙ୍ଗ । ଧୀରେ ଧୀରେ ପାଦ ଚିପି ଚିପି ଝିଅଟି ଉକ୍ତ ସ୍ତ୍ରୀ ଲୋକଜଣଙ୍କ ପାଖକୁ ଆସି ଡରି ଡରି କହିଲା, ଆପଣ କଣ ମୋ ମାଆ ହେବେ ? ଝିଅଟି ପାଟିରୁ ଏତିକି ଶୁଣି ସ୍ତ୍ରୀ ଲୋକଜଣଙ୍କ କୁନି ଝିଅଟିକୁ କୋଳେଇ ନେଲେ । ଶେଷରେ ସବୁ ଔପଚାରିକତା ଓ ନିୟମ ପୂରଣ ହେବାପରେ ସ୍ୱାମୀ, ସ୍ତ୍ରୀ ଦୁହେଁ ସେଇ କୁନି ଝିଅଟିକୁ ସାଙ୍ଗରେ ନେଇ ଚାଲିଗଲେ । ସତରେ କେତେ ଖୁସିର ମୁହୂର୍ତ୍ତ ଥିଲା ଝିଅଟି ପାଇଁ । ଈଶ୍ୱରଙ୍କ ସୃଷ୍ଟିର ଏଇ ଛୋଟିଆ ନିରୀମାଖି ଫୁଲଟିକୁ ଆଜି ମାଆ କୋଳଟିଏ ମିଳିଗଲା । ଆଉ ତା ସାଙ୍ଗକୁ ଅଲୋକମୟ ସୁନ୍ଦର ଭବିଷ୍ୟତ । ଶେଷରେ ମୁଁ ଆଶ୍ରମର ଅନ୍ୟ ପିଲାମାନଙ୍କୁ ଚକୋଲେଟ ଦେଇ ଅତ୍ୟନ୍ତ ଖୁସିରେ ଘରକୁ ଫେରିଲି । ଏହା ଥିଲା ମୋର ଆଜି ସକାଳର ଏକ ଅଭୁଲା ଅନୁଭୂତି । କାହିଁକି କେଜାଣି ସନ୍ଧ୍ୟାବେଳେ ଆଉଥରେ ଇଚ୍ଛା ହେଲା ସେଇ ଆଶ୍ରମ ଆଡ଼େ ଟିକେ ବୁଲିଆସନ୍ତି । ଜନ୍ମଦିନ ବାହାନାରେ କିଛି ସମୟ ବିତାଇ ଆସନ୍ତି ସେଇ କୁନି କୁନି ପିଲାଙ୍କ ଗହଳରେ । ଏମିତି ଭାବନାର ପରିଶେଷରେ ଘରେ ସନ୍ଧ୍ୟାବତୀ, ଆଳତୀ ସାରି ଆଉଥରେ ବାହାରିପଡିଲି ସେଇ ଆଶ୍ରମ ଅଭିମୁଖେ । ସେଠି ପହଞ୍ଚି ଦେଖିଲି ସମସ୍ତେ ଅତି ଦୁଃଖରେ ମୁଣ୍ଡ ପୋତି ବସିଛନ୍ତି । କାହାରି ମୁହଁରେ ହସ ନାହିଁ । ଭାବିଲି ସେଇ କୁନି ଝିଅଟି ଆଶ୍ରମ ଛାଡି ଚାଲିଯାଇଛି ବୋଲି ହୁଏତ ସମସ୍ତେ ତାର ଅଭାବକୁ ଅନୁଭବ କରୁଛନ୍ତି । ହେଲେ ଏ କଣ ? ସେ କୁନି ଝିଅଟି କଣ ଏଠି ? ସେ ତ ନୂଆ ଏକ ଜୀବନ ବଞ୍ଚିବାପାଇଁ ଯାଇଥିଲା । କଣ ହେଲା ? ମୁଁ ଯାଇ ଆଶ୍ରମ ପରିଚାଳକଙ୍କୁ ଏସବୁ ବିଷୟରେ ପଚାରିଲି । ସେ କହିଲେ, ଯେଉଁ ସ୍ୱାମୀ, ସ୍ତ୍ରୀ ଉକ୍ତ କୁନିଝିଅକୁ କୋଳେଇ ନେଇଥିଲେ ସେମାନେ ଆଉ ଟିକିଏ ପୂର୍ବରୁ ଆଣି ତାକୁ ଏଇଠାରେ ପୁନର୍ବାର ଛାଡ଼ି ଦେଇଗଲେ । ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, କିନ୍ତୁ କାହିଁକି ? ସେମାନେ ତ ବହୁତ ଭଲ ଲୋକ ଥିଲେ । ମୋ କଥା ଶୁଣି ପରିଚାଳକ କହିଲେ, ହଁ ସେମାନେ ଖୁବ୍ ଭଲ ଲୋକ । କିନ୍ତୁ ସେମାନଙ୍କ ଘରେ ଥିବା କିଛି ବୟୋଜ୍ୟଷ୍ଠ ବ୍ୟକ୍ତି ଖୁବ୍ ଛୋଟ ପ୍ରକୃତିର । ସେମାନେ ବିଶେଷକରି ଉକ୍ତ ସ୍ତ୍ରୀ ଲୋକଜଣଙ୍କ ଶାଶୁ ଏହି କୁନି ଝିଅଟିକୁ ଗ୍ରହଣ କଲେନାହିଁ । ଏଇ କୁନି ପିଲାଟିକୁ ଘରେ ରଖିଲେ କୁଆଡେ ସେମାନଙ୍କ ଜାତି, ଧର୍ମ ନଷ୍ଟ ହେଇଯିବ । କେଉଁ ଜାତିର ପିଲା କି କାହାର ଅବୈଧ ସନ୍ତାନ ହେଇଥିବ ଭାବି ତାକୁ ଘରେ ରଖିବାକୁ ସିଧା ସିଧା ମନା କରିଦେଲେ । ଆହୁରି ମଧ୍ୟ ଉକ୍ତ ସ୍ତ୍ରୀ ଲୋକଜଣଙ୍କୁ ପିଲା ଜନ୍ମ କରିବାର ଯୋଗ୍ୟତା ନାହିଁ ବୋଲି ରାସ୍ତା କଡ଼ରୁ ଅନ୍ୟର ପିଲାକୁ ଗୋଟେଇ ଆଣିଛୁ କହି ଘରୁ ବାହାର କରିଦେବାର ଧମକ୍ ମଧ୍ୟ ଦେଲେ । ସେଇ ଭୟରେ ବିଚାରି ସ୍ତ୍ରୀ ଲୋକଜଣଙ୍କ ନିଜର ମାନବିକତାକୁ ପାଦରେ ଦଳି ପିଲାଟିକୁ ଆଣି ଛାଡ଼ି ଦେଇଗଲେ । ସେ ବା କଣ କରି ପାରିଥାନ୍ତେ ? ଶାଶୂଘରେ ଗୋଟେ ଝିଅର କଣ ବା ଅଧିକାର ଥାଏ ? ଆଶ୍ରମ ପରିଚାଳକଙ୍କ ମୁହଁରୁ ଏମିତି ଶୁଣି ମୁଁ କିଛି ସମୟ ପାଇଁ ସ୍ତବ୍ଧ ହେଇଗଲି । ଭାବିଲି ସତରେ ଆମ ସଂସ୍କାର କଣ ଏଇଭଳି ? ଗୋଟେ ନିରୀହ, ନିଷ୍ପାପ ଅନାଥ ଶିଶୁକୁ କୋଳକୁ ନେବା କଣ ଭୁଲ ? ଏଇ ସାରା ସଂସାରକୁ ପରିଚାଳନା କରୁଥିବା ଈଶ୍ୱର କଣ ଭକ୍ତ ଭିତରେ ଜାତି, ଧର୍ମ ଦେଖୁଛନ୍ତି ? ତେବେ ସେଇ ଈଶ୍ୱରଙ୍କ ସୃଷ୍ଟିର ଏଇ ମଣିଷ ମନରେ ଏତେ ନକରାତ୍ମକ ଭାଵନା କଣ ପାଇଁ ? ରକ୍ତ ସମ୍ପର୍କ ଖୋଜୁଥିବା ଏଇ ମଣିଷ ଜାତି କଣ କେବେ ଭାବିଛି ଯେ ଯେଉଁ ଝିଅଟିକୁ ସେ ନିଜର ପୁଅ ସହିତ ବିବାହ କରାଇ ନିଜ ଘରକୁ ଆଣୁଛି ସେଇ ଝିଅ କଣ ତାର ରକ୍ତ ସମ୍ପର୍କ ? ସେ ବି ଅନ୍ୟ କାହାର ସନ୍ତାନ । ତେବେ ଯେତେବେଳେ ଏଇ ସମାଜ ଅନ୍ୟ କାହାର ଝିଅ କରୁଥିବା ରୋଷେଇରେ ନିଜ ପେଟ ପୁରାଉଛି ସେତେବେଳେ କଣ ତାର ଜାତି, ଧର୍ମ ନଷ୍ଟ ହେଉନି ? ଅନ୍ୟ କାହା ଝିଅ ଉପରେ ଜୁଲମ୍ କରୁଛି, ଅନ୍ୟ କାହା ଝିଅଠାରୁ ସେବା, ଯତ୍ନ ଖୋଜୁଛି ସେତେବେଳେ କଣ ଜାତି, ଧର୍ମ ନଷ୍ଟ ହେଉନି ? ଯଦି ସେଇ ଝିଅ ଶାଶୂଘର ଲୋକଙ୍କୁ ପର ବା ନିଜ ରକ୍ତ ନୁହେଁ ବୋଲି ଭାବି ସେମାନଙ୍କ ପ୍ରତି ଖରାପ ବ୍ୟବହାର କରେ, ସେମାନଙ୍କ ଯତ୍ନ ନେବା ବନ୍ଦ କରିଦିଏ, ଆଉ ପରଲୋକ ଭାବି ଦୁରେଇଯାଏ ତେବେ ସେ ଝିଅ ସମାଜ ଆଖିରେ କୁସଂସ୍କାରି ଝିଅ ପାଲଟିଯାଏ । ହେଲେ ସେଇ ସମାଜର କିଛିଟା ଅଭଦ୍ର ଲୋକମାନେ ଗୋଟେ ନିରୀହ ଅନାଥ ଶିଶୁକୁ ପର ଆଉ ଜାତି, ଧର୍ମ ନଥିବା ଅବୈଧ ସନ୍ତାନ ଭାବି ଘୃଣା କରିବା କେତେଦୂର ଠିକ୍? ଜନସଂଖ୍ୟା ବୃଦ୍ଧିରେ ଆମ ଦେଶ ଦ୍ଵତୀୟ ସ୍ଥାନରେ ଅଛି । ସେଇଥିପାଇଁ ଆମ ଦେଶ ବେକାରୀ ସମସ୍ୟାରେ ବି ଆଗୁଆ ଆଉ ଗରିବରେ ମଧ୍ୟ । ଏହାର କାରଣ ବି ଆମେ ନିଜେ । କାରଣ ଜନସଂଖ୍ୟା ହୁ ହୁ ହେଇ ବଢୁଛି ଜାଣି ମଧ୍ୟ ଆମେ ଆମ ଆଗାମୀ ପିଢ଼ିଙ୍କୁ ବିବାହର ଗୋଟିଏ ବର୍ଷ ପୁରିବା ପୂର୍ବରୁ ହିଁ ପିଲାଛୁଆ ଜନ୍ମ କର ବୋଲି ବାଧ୍ୟ କରୁଛେ । ପୁଣି ଦୈବାତ ଯଦି ଝିଅଟିଏ ଜନ୍ମ ହେଉଛି ତେବେ ପୁତ୍ର ସନ୍ତାନ ନହେବା ପର୍ଯ୍ୟନ୍ତ ଚାଲୁଛି ଏହି ଜନ୍ମଚକ୍ର । ବାପା, ମାଆମାନେ ପିଲା ଜନ୍ମ କରିଦେଉଛନ୍ତି ସତ କିନ୍ତୁ ପୁଅ ଲୋଭରେ ପ୍ରତି ଘରେ ତିନି କି ଚାରି ପିଲା । ଯାହା ଫଳରେ ଶିକ୍ଷା ଦେବା, ପିଲାଙ୍କୁ ଠିକ୍ ଭାବରେ ଗଢିତୋଳିବାରେ ଅସୁବିଧା ସୃଷ୍ଟି ହେଉଛି । ଆଉ ଜନସଂଖ୍ୟା ବଢିବା ସାଙ୍ଗକୁ ବେକାର ସଂଖ୍ୟା ବି ବୃଦ୍ଧି ହେଉଛି । ଯୁଗ ବଦଳିଲାଣି ଭାଇ । ଏବେ ଆମେ ଚନ୍ଦ୍ରପୃଷ୍ଠରେ ପହଞ୍ଚିଲେଣି । ତେବେ ଆମ ଚିନ୍ତାଧାରା ଏତେ ନିମ୍ନ କଣ ପାଇଁ ? ଅନାଥ ହେବା ଅଭିଶାପ ନୁହେଁ, ଏହା ହୁଏତ କାହାର ଦୁର୍ଭାଗ୍ୟ । ଆମେ ଚାହିଁଲେ ଏଇ ଦୁର୍ଭାଗ୍ୟକୁ ବଦଳାଇ କାହା ଜୀବନରେ ଆଲୋକ ଆଉ ସୌଭାଗ୍ୟର ସୂର୍ଯ୍ୟ ଉଦୟ କରିପାରିବା । ଆସନ୍ତୁ କିଛି ନୂଆ କରିବା । କେତେଦିନ ଆଉ ସେଇ ପୁରୁଣା ସଂସ୍କାର ନାମରେ କୁସଂସ୍କାରକୁ ଜାବୁଡି ଧରିଥିବା । ଏହାକୁ ଧରି ଆମ ପୂର୍ବପୁରୁଷ ପାଇଛନ୍ତି କଣ ? ଗୋଟେ ଛୋଟ ପ୍ରୟାସ ଦ୍ୱାରା ଆମେ ଆମ ଦେଶର ଜନସଂଖ୍ୟାକୁ ହ୍ରାସ କରିବା ସହିତ କିଛି ନିଷ୍ପାପ କଢିକୁ ଫୁଲ ଫୁଟିବାରେ ସାହାଯ୍ୟ କରିବା । ଯଦି ଗୋଟିଏ ଦମ୍ପତି ଗୋଟିଏ ଅନାଥ ଶିଶୁକୁ କୋଳେଇ ନେବେ ତେବେ ଲକ୍ଷ ଲକ୍ଷ ଅନାଥ ଶିଶୁଙ୍କ ଭାଗ୍ୟ ବଦଳିଯିବ । ତା ସହିତ ସନ୍ତାନ ଲୋଭରେ ବାରମ୍ବାର ପିଲା ଜନ୍ମ କରି ଯେଉଁ ଜନସଂଖ୍ୟା ବୃଦ୍ଧି ହେଉଛି ସେଥିରୁ କିଛିଟା ହ୍ରାସ ପାଇବ । ମୁଁ କହୁନି ଯେ ସନ୍ତାନ ଜନ୍ମ କରିବା ଭୁଲ, କିନ୍ତୁ ପୁତ୍ର ଲୋଭରେ ବାରମ୍ବାର ଗୋଟେ ସ୍ତ୍ରୀକୁ କଷ୍ଟ ଦେବା ସମ୍ପୂର୍ଣ୍ଣ ଭୁଲ । ଆସନ୍ତୁ ନା କିଛି ନୂତନ ପନ୍ଥା ଅପଣେଇବା । କାହାର ଅବହେଳିତ ଜୀବନକୁ ସଜାଡିବା, ଜୀବନରେ ଅତି କମରେ ଗୋଟିଏ ଅନାଥ ଶିଶୁକୁ କୋଳକୁ ନେବା । ଏଥିରେ କିଛି ଜାତି, ଧର୍ମ ନଷ୍ଟ ହେବନି ବରଂ କୋଳ ପୁରିଯିବ । ହୁଏତ ଆମ ଅଜାଣତରେ କାହାର ଶୁଖିଲା ଓଠରେ ଚେନାଏ ହସ ଫୁଟିଉଠିବ । ଯେଉଁ ହସ ଆମ ଜୀବନକୁ ଆଲୋକିତ କରିଦେବ, ଆମ ଅଭିସପ୍ତ ଜୀବନରେ ଆଶୀର୍ବାଦ ଭରିଦେବ ଆଉ ଆମ ଆଗାମୀ ଚଲାପଥକୁ କୁସୁମିତ କରିଦେବ । ବସୁଦେଵ ଓ ଦେବକୀ ହେବା ଖୁବ୍ ସହଜ, ଥରେ ନନ୍ଦ ଆଉ ଯଶୋଦା ହେଇ ଦେଖନ୍ତୁ ନା । ସ୍ୱୟଂ କୃଷ୍ଣ ଭାଗବାନଙ୍କୁ କୋଳରେ ଧରିପାରିବେ ବିଭିନ୍ନ ରୂପରେ । ଏହାଠାରୁ ସୌଭାଗ୍ୟ ଆଉ କଣ ଅଛି ?




Rate this content
Log in

More oriya story from Writer Roja Panda

Similar oriya story from Tragedy