STORYMIRROR

Lopamudra Parida

Comedy Drama

3  

Lopamudra Parida

Comedy Drama

ଅନ୍ ଲାଇନ୍ କ୍ଲାସ

ଅନ୍ ଲାଇନ୍ କ୍ଲାସ

1 min
211


ଆଜିକାଲି ତ ସବୁ ଅନ୍ ଲାଇନି ।ପାଠ ଠୁ ଶାଠ,ଦୋକାନ ଠୁ ବଜାର ସବୁ ବୋଇଲେ ସବୁ ।ମାଆ, ବାପା ଯୋଡାକୁ ଛାଡି ଯାହା ପାରୁଛ ଅନ୍ ଲାଇନ୍ କିଣ, ବିକ, ଶିଖ, ଆଣ ।

ଆମ ଗୁଣମଣିଙ୍କର ସେଇ ଅନ୍ ଲାଇନ୍ କ୍ଲାସ ଚାଲିଥାଏ ।ସିଏ ତାର ଟେବୁଲୁ ତଳେ କଣ୍ଢେଇ ଧରି ଖେଳୁଥାଏ ।ମୁଁ ରନ୍ଧା ଘରୁ ଲକ୍ଷ୍ୟ କରି ତା 'ପଛରେ ଥିରି କି ଠିଆ ହେଇଛି ବାବୁଙ୍କୁ ଖବର ନାହିଁ ।ହାତ ଦିଟି ଖେଳିଆରେ ଫୁଲୁ ବ୍ଯସ୍ତ ।ମୁହଁ କିନ୍ତୁ ହଲୁନି ।ଆଖି ପୁରା ଗୁରମାଙ୍କ ଠି ଥିର ।ହଇରେ! ତୁ ଏଡିକି ଠକ ହେଲୁଣୁ? ମୁଁ ଭାବୁଥାଏ ।ପଛରୁ ପାହାରେ ବସେଇବି ଭାବୁ ଭାବୁ ଗୁରୁମା ପଚାରିଲେ, ବାପ ଧନ କହିବଟି ଆମେ କଣ ପଢୁଛେ? ।ମୁଁ ବଡ ଖୁସିଟାଏ ହେଲି ।ଏ ଟୋକା ତ ଅସ୍ମିନ କାଳେ କହିପାରିବନି ଶୁଣିହି ନାହିଁ ।ଖେଳରେ ବୁଡିଛି ।ଯା ହଉ ଗୁରୁମା ଟୋକାକୁ ପାନେ ଦେବେ ଧରିଛନ୍ତି ଯେତେବେଳେ ରଙ୍ଗେହାଥ୍ ।

ହାଏ ରେ କପାଳ! ଟୋକା ମୋର ଚଟ କରି କହିଦେଲା ହୋ ,ଗୁରୁମା ଏଗାର ଏକ ଟୁ ଡିଜିଟ୍ ନମ୍ବର । ବିଲେଇ କପାଳକୁ ଶିକା ଛିଣ୍ଡିଲା ପରି ତା' ଉତ୍ତର ବାଜିଗଲା ସଠିକ୍ । ଗୁରୁମା ଉତ୍ତର ପାଇ କୃତ୍ଯ କୃତ୍ଯ । ଭେରିଗୁଡ୍ ଆଠ ଦଶଟା ନାଛିଦେଇ ଗଲେ ।

ଟୋକା ମୋର ମୁରୁକା ହସ ମାରି ମୋତେ ଟେରେଇ ଚାହିଁ କହୁଛି, ବୋଉଲୋ କଣ କହିବୁକି? ପି ଫର୍ ପରା ପିମ୍ପୁଡି ।

ମୁଁ ନଇଁ ପଡି ତାକୁ ରୁଟ୍ କିନା ଟିକି ଚିମୁଟାଟେ ଚିମୁଟି ଦେଇ ଛାମୁ ଦାନ୍ତ ଭାଙ୍ଗିଲା ଭଳିଆ ରନ୍ଧା ଶାଳକୁ ୱାପସ୍ । ସେତେବେଳକୁ ଯା ଶଃ, " ଭାତ ହାଣ୍ଡି ପେଜ ଧରିଗଲା " ।

ଏଇନା ଅଖା ଧୋଉଥ, ଗୁଣ ଗାଉଥ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy