Er. Prakash Majhi

Tragedy Inspirational

4.3  

Er. Prakash Majhi

Tragedy Inspirational

ଅମରାବତୀ

ଅମରାବତୀ

3 mins
258


ମାନବ ଜୀବନ ଆଦର୍ଶ ଓ ଅନାଦର୍ଶର ସମାହାର, ରାକ୍ଷସର ରାକ୍ଷସୀ ବୃତ୍ତି ସହିତ ଦେବତ୍ୱର ଦୈବୀ ମହିମାରେ ଦୀପ୍ତ ହୋଇ ଉଠେ ମାନବର ଜୀବନ। ଜୀବନର ଅର୍ଥ ଭିନ୍ନ ପରିସ୍ଥିତିରେ ହୁଏ ତ ଭିନ୍ନ ଭିନ୍ନ ହୋଇପାରେ। ଆହାର- ବିହାର- ବିଳାସ- ବ୍ୟସନ ମଧ୍ୟରେ ହୁଏତ ଜୀବନ- ଚକ୍ର ଗତି କରିଥାଏ। ମାତ୍ର ଏଇ ଗତି ଧାରାରେ କିଛି ସ୍ୱାତନ୍ତ୍ର୍ୟ ରହିଥାଏ। ସ୍ୱାତନ୍ତ୍ର ରହିଥାଏ ମାନବର ଦୈବୀ ଗୁଣରେ। ମାନବ ମଧ୍ୟରେ କ୍ରୋଧ, ହିଂସା, ଦ୍ୱେଷ, କାତରତା, ଘୃଣା ଇତ୍ୟାଦି ନାରକୀୟ ପ୍ରବୃତ୍ତି ଯେମିତି ରହିଛି, ସେମିତି ରହିଛି ତ୍ୟାଗ, ଦୟା, କ୍ଷମା, ପ୍ରୀତି, ପ୍ରତ୍ୟୟ ଓ ସେବା ପ୍ରଭୃତି କେତେକ ଆଦର୍ଶ ଗୁଣ। ରାକ୍ଷସୀ ବୃତ୍ତି ମାନବୀୟ ପତନର କାରଣ ହୋଇଥିବା ବେଳେ ଗୁଣଗତ ଆଦର୍ଶ ମଣିଷକୁ ଉନ୍ନତ କରେ।

ଓଡିଶା ରାଜ୍ୟର ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଳଚେରରେ ଏକ ୩୫ ବର୍ଷର ଯୁବକ ବାସ କରନ୍ତି। ନାମ ତାଙ୍କର ବାପି। ଆଗରୁ ତାଙ୍କ ସହ ମୋର ପରିଚିତ ନଥିଲା। ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ହୋଇଥିଲା। ସେଠାକୁ ମୋତେ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା ଏବଂ ସେଇଠି ତାଙ୍କ ସହ ମୋର ପରିଚୟ ହୋଇଥିଲା। ଯୁବକଟି ଦେଖିବାକୁ ସରଳ ଓ ନିରାଡମ୍ବର।

ହସ ହସ ମୁଖମଣ୍ଡଳ; ସ୍ନେହି ଲୋକଟିଏ। ମୋ କାନ୍ଧରେ ହାତ ପକାଇ କହିଲେ; କେମିତି ଅଛନ୍ତି ସାର, ମୁଁ ଭଲ ଅଛି; କହି ମୋ ମୁହଁ ପଛକୁ ଫେରାଇ ଆଣିଥିଲି କିନ୍ତୁ ତାଙ୍କ ବିଷୟରେ ଜାଣିବା ପାଇଁ ମୋର ଆଗ୍ରହ ହେଲା; ଠିକ ସମୟରେ ଗୋଟିଏ ହୋଟେଲ boy ଚା' ନେଇ ଆସିଲା, ମୋତେ ଦେଇକି ଗଲା ଚା'ଟି ପିଉଥାଏ; ମୋର ଆଉଜଣେ ବନ୍ଧୁ ଦେଖା ହୋଇଗଲା। ତାଙ୍କୁ ପଚାରିଲି ଆଉ ସବୁ ଭଲ ତ; ସେ କହିଲେ ହଁ; ଭଲ ଆଉ କ'ଣ; ମୋ ସ୍ତ୍ରୀର ଶରୀର ଅସୁସ୍ଥ ବାରମ୍ବାର ହେଉଛି। ତାଙ୍କ ପାଇଁ ରକ୍ତ ଆବଶ୍ୟକ; ତେଣୁ ବାପି ବାବୁଙ୍କ ପାଖକୁ ଆସିଥିଲି ତାଙ୍କୁ କହି ଗୋଟିଏ ରକ୍ତ ବୋତଲ ଯୋଗାଡ କରିବା ପାଇଁ; ତା' ପରେ ତାଙ୍କୁ ମୁଁ ପଚାରିଲି ବାପି ବାବୁ କିଏ; ସେ ମୋତେ ସେହି ସରଳ ଯୁବକଙ୍କୁ ହାତଠାରି କହିଥିଲେ ସେ ହେଉଛନ୍ତି ବାପି ବାବୁ। ଏହା ଶୁଣି ମୋର ତାଙ୍କ ବିଷୟରେ ଜାଣିବା ପାଇଁ ପ୍ରବଳ ଆଗ୍ରହ ବଢିଗଲା ଏବଂ ତାଙ୍କ ବିଷୟରେ ମୋ ବନ୍ଧୁଙ୍କୁ ପଚାରିଥିଲି। ସେ ଏବେ କହିଥିଲେ ବାପି ବାବୁଙ୍କ ତ୍ୟାଗ କଥା।

ସେଦିନ ଥାଏ ଦୁର୍ଗା ପୂଜା। ସମସ୍ତେ ପୂଜା ପର୍ବରେ ଘରେ ନାନା ପ୍ରକାର ଖାଦ୍ୟ ପେୟ, ନୂତନ ପୋଷାକ ପରିଧାନ କରି ପର୍ବ ପାଳନ କରୁଥା'ନ୍ତି। ରେବତୀ ନାମକ ଏକ ୧୪ ବର୍ଷର ଝିଅ। ତା'ର ହୃଦଘାତ ଯୋଗୁଁ ସେ ହଠାତ୍ ଅସୁସ୍ଥ ହୋଇ ପଡିଲା। ତା' ବାପା ଜଣେ କୃଷକ, ଅପାଠୁଆ ମଧ୍ୟ। କ'ଣ କରିବ ତା'କୁ ବାଟ ଦେଖା ଗଲା ନାହିଁ; ଖବର ପାଇ ବାପି ବାବୁ ତାଙ୍କୁ ତାଙ୍କ ବେକରେ ଥିବା ସୁନା ଚେନକୁ ବିକ୍ରି କରି ବଡ ଡାକ୍ତରଖାନାକୁ ନେଇଯାଇଥିଲେ। ଏବଂ ସେଠାରେ ଦିନରାତି ଉଜାଗର ରହି ତାଙ୍କୁ ସେବା ଶ୍ରୁଶୁଷା କରିଥିଲେ। ଝିଅଟି ଆଶ୍ୱସ୍ତ ହେଲା ପରେ ସେ ଘରକୁ ଫେରିବା ପାଇଁ ରେଳ ଷ୍ଟେସନରେ ଯାଇ ପହଞ୍ଚିଲେ। ସେ ପର୍ଯ୍ୟନ୍ତ କିଛି ସେ ଖାଇ ନଥା'ନ୍ତି। ହଠାତ୍ ତାଙ୍କ ସହ ମୋର ଦେଖା ହୋଇଗଲା। ତାଙ୍କୁ ପଚାରିଲି ବାପି ବାବୁ କ'ଣ ଖାଇଛ। ସେ ନିରବ ରହିଲେ।

ତାଙ୍କୁ ଦେଖି ମୁଁ ଅନୁମାନ କରିଥିଲି। ସେ କିଛି ଖାଇ ନାହାନ୍ତି। ତେଣୁ ଦୋକାନକୁ ଯାଇ ମୁଁ ଗୋଟିଏ ବ୍ରେଡ କିଣି ଆଣି ତାଙ୍କୁ ଦେଇଥିଲି। ସେ ହାତରେ ଧରିଲେ ଏବଂ ଖାଇବା ପାଇଁ ଆରମ୍ଭ କରିବାକୁ ଯାଉଥା'ନ୍ତି ହଠାତ୍ ଏକ ଭିକାରୁଣୀଟିଏ ଆସି ତାଙ୍କୁ ହାତ ବଢାଇଲା। ତା'କୁ ସେ ଛଳ ଛଳ ଆଖିରେ ଚାହିଁଲେ ଓ ଧରିଥିବା ବ୍ରେଡଟିକୁ ତା'କୁ ଦେଇ ଦେଲେ।

ଏହା ଶୁଣି ମୁଁ ଅବାକ୍ ହୋଇଯାଇଥିଲି। ଏବଂ

ଭାବିଥିଲି ଭାରତ ବର୍ଷ ଆଜି ଏଇ ପ୍ରାଚୀନ ଘୋଷଣାକୁ ଆପଣାର କରିନେଉ। ପ୍ରତ୍ୟେକ ଙ୍କ ଭିତରେ ସେବା ମନୋଭାବ ପାଇଁ ଜାଗ୍ରତ ହେଉ ଶ୍ରଦ୍ଧା ଓ ଆନ୍ତରିକତା। ବାପି ବାବୁଙ୍କ ଭଳି ପ୍ରତ୍ୟେକ ଙ୍କ ଭିତରେ ଜାଗ୍ରତ ହେଉ ଇଶ୍ୱରତ୍ୱ, ତେବେ ମାନବ ହେବ ଅମର। ପୃଥିବୀ ହେବ ଅମରବତୀ। 


Rate this content
Log in

Similar oriya story from Tragedy