STORYMIRROR

Trupti Paikaray

Tragedy Others

3  

Trupti Paikaray

Tragedy Others

ଅଳ୍ପ ଅଳ୍ପ ଗଳ୍ପ

ଅଳ୍ପ ଅଳ୍ପ ଗଳ୍ପ

2 mins
15.1K


ବିଷ୍ଣୁ ଚାହିଁଥିଲେ ଆଜି ଜଣେ ସୁନ୍ଦରୀ ଆଉ ଧନୀ ଝିଅକୁ ବିବାହ କରିପାରିଥାନ୍ତା, ହେଲେ ଅନ୍ତର ଦେଇ ସେ କେବଳ ସିମିକୁ ଭଲ ପାଇଛି I ସିମି ସିନା ତାକୁ ଘର ଚାକର ଭାବି ଅନେକଥର ନିନ୍ଦା ଆଉ ଅପମାନ କରିଛି, ତାକୁ ସମସ୍ତଙ୍କ ଆଗରେ ଥଟ୍ଟା କରିଛି, ହେଲେ ସିମି ପ୍ରତି ଥିବା ତା ଭଲ ପାଇବା ଆଗରେ ସେସବୁ ତା ପାଇଁ କିଛି ନଥିଲା I ସିମିର ବାପା ସହରର ଜଣେ କୋଟିପତି, ଆଉ ବିଷ୍ଣୁର ବାପା ଦୀର୍ଘ ୩୦ ବର୍ଷ ହେଲା ସିମି ଘରେ ମାଳି କାମ କରିଆସୁଛନ୍ତି, ସେଇ ସ୍ୱଳ୍ପ ରୋଜଗାରରେ ତାଙ୍କ ପରିବାର ଚଳୁଥିଲା I ବିଷ୍ଣୁ ବଡ ହେଲାପରେ, ସେ ବି ସେଠି କାମକରେ I ସିମିକୁ ସ୍କୁଲ ନେବାଆଣିବାଠାରୁ ଆଉ ସବୁ ବାହାର କାମ କରିଦିଏ I ବିଷ୍ଣୁର ପାଠ ପଢିବାକୁ ଭାରି ଇଛା, ହେଲେ ପାଖରେ ପଇସା ନଥିବାରୁ ତା ବାପା ତାକୁ କାମରେ ଲଗେଇବାକୁ ଚାହୁଁଥିଲେ I ସେ କିନ୍ତୁ ଲୁଚିଲୁଚି ପାଠ ପଢିବାକୁ ସ୍କୁଲ ଚାଲିଯାଏ, ଭଲ ପାଠ ପଢୁଥିଲା ବୋଲି ତା ମା' ଧାର/କରଜ କରି ପୁଅକୁ ସ୍କୁଲ ପଠାଏ I ବହୁତ ଭଲପାଠ ପଢୁଥିଲେ ବି ସମସ୍ତେ ତାକୁ ଥଟ୍ଟାରେ ଉଡ଼େଇଦିଅନ୍ତି ଆଉ କୁହନ୍ତି, "ବିଷ୍ଣୁ ପାଠ ପଢି କୋଉ ଅଫିସର ହେବ ଯେ, ସେଇ ସିମି ଘରେ ଡ୍ରାଇଭର ହେବ" I ସେତେବେଳେ ବିଷ୍ଣୁକୁ ଭାରି ବାଧେ, ସେ ଲୁଚିଲୁଚି କାନ୍ଦେ I ଏସବୁ ଭିତରେ ବିଷ୍ଣୁ ମନେମନେ ସିମିକୁ ଭଲ ପାଉଥିଲେ ବି ସାହସ ନଥିଲା କହିବାକୁ, ସେପଟେ ସିମି ରାଜାକୁ ଭଲ ପାଉଥିଲା, ରାଜା ଜଣେ ଧନୀ ପରିବାରର ପୁଅ, ପିଲା ହିସାବରେ ସେ ଭଲ ନୁହେଁ, ନିଶା ଖାଇ ମାଡ଼ପିଟ କରିବା ସହ ଅନ୍ୟ ଝିଅମାନଙ୍କ ସହ ତାର ସମ୍ପର୍କ ବି ଥିଲା I ବିଷ୍ଣୁ ଏସବୁ ଜାଣି ଥରେ ସିମିକୁ ସତର୍କ କରେଇଥିଲା, ହେଲେ ଓଲଟା ସିମି ତା ଉପରେ ରାଗି ତାକୁ ଗାଳିଗୁଲଜ କରିଥିଲା ଏବଂ ତା ବାପାଙ୍କୁ ଚାକିରୀରୁ ବାହାର କରିଦେବାର ଧମକ ଦେଇଥିଲା I ତାପରେ ସିମି ବିଷ୍ଣୁକୁ କଥାକଥାରେ ଗାଳିଦିଏ, ତାକୁ ବାଧିଲା ଭଳି କଥା କୁହେ, କିନ୍ତୁ ବିଷ୍ଣୁ ସବୁ ସହି କାମ କରିଚାଲେ I ବିଷ୍ଣୁ ଆଜି ନିଜର ପରିଶ୍ରମ ଆଉ ଚେଷ୍ଠା ବଳରେ ଆ.ଇ.ଏସ ପାଇଛି I ତା ସଫଳତାର ଚର୍ଚ୍ଚା ଆଜି ସହରର ଗଳିକନ୍ଦିରେ, ହେଲେ ସେପଟେ ହଟାତ ଦିନେ ଗାଡି ଆକ୍ସିଡେଣ୍ଟ ହେଇ ସିମିର ହାତଗୋଡ ଅଚଳ ଆଉ ସେ ଆଜି ପଙ୍ଗୁ ହେଇଯାଇଛି I ସେପଟେ ସିମି ପାଇଁ ତା ବାପାମା' ଚିନ୍ତାଗ୍ରସ୍ଥ, ରାଜା ଏସବୁ ଜାଣି ସିମିଠାରୁ ଦୂରେଇ ଯାଇଛି, ସବୁ ସମ୍ପର୍କ କାଟି ଦେଇଛି I ସିମିର ଲେଖିକା ହେବାର ସ୍ଵପ୍ନ ବି ମରିଯାଇଛି I ଏବେ ବିଷ୍ଣୁ କିନ୍ତୁ ସିମି ପାଖେପାଖେ ରହୁଛି, ତାକୁ ସମୟ ଦେଉଛି ଆଉ ସିମିକୁ ନିଜ ମନ କଥା କହିବା ସହ ବିବାହ କରିବାର ପ୍ରସ୍ତାବ ଦେଇ କହିଛି "ତୁମ ଅଳ୍ପ ଅଳ୍ପ ଗଳ୍ପକୁ ମୁଁ ମୋ ହାତରେ ଲେଖିବି ସିମି, କାହାଣୀ ତୁମର ହେଲେ କଲମ ମୋର”I ସିମି, ତାର ଆଉ ବିଷ୍ଣୁର ପ୍ରେମ କାହାଣୀକୁ ନେଇ ନିଜର ପ୍ରଥମ ବହି "ଅଳ୍ପ ଅଳ୍ପ ଗଳ୍ପ" ପ୍ରକାଶ କରିଛି ଆଉ ସେ ବହି ପାଇଁ ସେ ଅନେକ ପୁରସ୍କାର ପାଇବାକୁ ମନୋନୀତ ହେଇଛି I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy