ଅଳିଅଳି ଝିଅ
ଅଳିଅଳି ଝିଅ
ସୋମ୍ୟା ଥିଲା ତାଙ୍କ ପରିବାରର ଅଳିଅଳି ଝିଅ । ସୁବୋଧ ଓ ରୀତାର ଏକମାତ୍ର ଝିଅ । ସୁବୋଧ ମାନେ ଚାରିଭାଇ । ମନୋଜ ଧିରଜ ସୁରଜ ଏମିତି ତିନିଭାଇ । ସମସ୍ତଙ୍କର କେବଳ ପୁତ୍ର ସନ୍ତାନ ଗୋଟିଏ ଲେଖାଁଏ । ଝିଅ ଖୋଜୁ ଖୋଜୁ ମଝିଆ ଭାଇ ସୁବୋଧଙ୍କ କୋଳକୁ ଆସିଲା ସୋମ୍ୟା । ସୋମ୍ୟା ଦେଖିବାକୁ ଯେମିତି ସୋମ୍ୟାଗୋରା ରଙ୍ଗ ଗଢଣ ବି ସେମିତି ସୁନ୍ଦର । ଉଚ୍ଚତା ବି ମଡେଲ ମାନଙ୍କପରି । ପଢା ପଢି ରେ ଏଭରେଜ ଥିଲା । ଗୀତ ନାଚରେ ତାର ରୁଚିଥିଲା । କକା ବବା ଓ ଭାଇମାନେ ସମସ୍ତେ ତାକୁ ବହୁତ ଆଦର କରୁଥିଲେ । ବାହାର ଯୋଉଠାକୁ ଗଲେ ତାପାଇଁ ନୂଆଡିଜାଇନର ଡ୍ରେସ ଧରି ଆସୁଥିଲେ । କଲେଜରେ ସେ ସବୁଠୁ ସୁନ୍ଦରୀ ଝିଅଥିଲା । ପୁଅପିଲା ମାନେ ତାର ଝଲକଟିକେ ଦେଖିବାପାଇଁ ରାସ୍ତାରେ ଅନେଇଁ ବସୁଥିଲେ । ହେଲେ କାହାର ସାହସ ନଥିଲା ତାସହ ବଦମାସି କରିବା ପାଇଁ । ତାର ଜଣେ କାକା ପୋଲିସ ଡି ଏସ୍ପି ଥିଲେ । ବାପା ଜଣେ ବଡ ବ୍ୟବସାୟି । ଅନ୍ୟ ଜଣେ କାକା ବେଙ୍କ ଅଫିସର ଓ ଆଉ ଜଣେ ଡାକ୍ତର ।
ତାଙ୍କ ପରିବାରର ନାଆଁଥିଲା ସେ ସହରରେ । ସେଥିପାଇଁ ସେ ସ୍ବଚ୍ଛନ୍ଦରେ ଉଡିବୁଲୁଥିଲା ପ୍ରଜାତିଟିଏ ପରି । ତାର ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବାର ବହୁତ ଆଗ୍ରହ ଥିଲା ହେଲେ ଘରେ କେହି ସମର୍ଥନ କରୁନଥିଲେ । ବିଏ ପରେ ତାକୁ ଭଲ ପରିବାର ଦେଖି ବାହା କରିଦେଲେ । ତା ସ୍ବାମୀ ଆର୍ମୀରେ କାମ କରୁଥିଲେ । ସୋମ୍ୟା ଶାଶୁ ଶଶୁରଙ୍କ ସହଘରେ ଏକା ରହି ବୋର୍ ହେଉଥିଲା । ଚାକିରି ଜାଗାକୁ ଯିବାର ସୁୁବିଧାନଥିଲା । ସେ ସ୍ବାମୀଙ୍କୁ ସେ କଛି କରିବାକୁ ଚାହୁଁଛି ବୋଲି କହିଲା । ଅମରେଶ ଜଣେ ଖୋଲା ମନର ପିଲାଥିଲା । ସେ ତୁମେ ଯାହା ଚାହୁଁଛ ମୁଁତୁମକୁ ସହଯୋଗ କରିବି ବୋଲି କହିଲେ ।
ଏବେ ସୋମ୍ୟା ବହୁତ ଖୁସିଥିଲା । ସେ ତାର ପୁରୁଣା ମନବାଞ୍ଛା ପୂରା କରିବାକୁ ବିବାହିତା ନାରୀଙ୍କ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଲା । ବହୁତ ପରିଶ୍ରମ କରିବାକୁ ପଡୁଥିଲା ତାକୁ ନିଜର ଫିଗର ମେନଟେନ୍ କରିବାକୁ । ନିୟମିତ ବ୍ୟାୟାମ ସଲାଦ ଓ ସ୍ପ୍ରାଉଟ ପ୍ରଭୃତି ଖାଇବା । ବିଉଟି ପାର୍ଲର ଯାଇ ନିଜକୁ ସଜାଇ ରଖିବାକୁ ପଡୁଥିଲା । ବାହାର ଲୋକେ ଏସବୁ ଦେଖି ଟିପାଟିପ୍ପଣି କରୁଥିଲେ ବି ତା ଶାଶୁ ମାଆ ଓ ଶଶୁର ତାକୁ ପୂରା ସହଯୋଗ ଦେଉଥିଲେ । ନିଜର ଝିଅ ନଥିବାର ବୋହୁକୁ ନିଜର ଅଳିଅଳି ଝିଅ କରି ରଖିଥି୍ଲେ । ସୋମ୍ୟାକୁ ତା ଶାଶୁ ମାଆପରି ଲାଗୁଥିଲେ । ଏଭିତରେ ଏକ ଆତଙ୍କି ଆକ୍ରମଣରେ ଅମରେଶର ମୃତ୍ୟୁ ହେଇଗଲା । ବିବାହ ର ସୁଖ କଣ ଭଲକରି ଚାଖିବା ଆଗରୁ ବିଧବା ହେଇଗଲା ସୋମ୍ୟା । ତା ଜୀବନ ମରୁସ୍ଥଳ ପାଲଟିଗଲା । ଚଳଚଞ୍ଚଳ ଝରଣାଟିକୁ ବନ୍ଧ ବାନ୍ଧି ରୋକି ଦିଆଗଲା ଯେମିତି । ତାର ସାଜଶୃଙ୍ଗାର ସବୁ ବନ୍ଦ ହେଇଗଲା । ଟାଣି ନିଆଗଲା ତାର ହସଖୁସ ହେବାର ଉପାଦାନ ସବୁ । ପ୍ରତିରୋଧ ଲାଗିଗଲା ବାହାରକୁ ଯିବା ଆସିବା ମଜାମଜଲିସ୍ କରିବା ସବୁକିଛିରେ । ସେ ଘର କଣରେ ମଉଳା ଲତାଟିଏ ହେଇ ପଡି ରହିଲା କିଛିମାସ ।
ତାପରେ ତା ମାଆତୁଲ୍ୟ ଶାଶୁ ପୁଣି ତାଜୀବନରେ ଆଶାର ସଞ୍ଚାର କଲେ । ତାକୁ ତାର ଅଧୁରା ଇଛାକୁ ପୂରା କରିବାକୁ ଉତ୍ସାହିତ କଲେ । ସେ ତାସହ ସବୁବେଳେ ଅଛନ୍ତି ବୋଲି କହିଲେ । ବାହାର ଲୋକଙ୍କ କଥାକୁ କାନ ନଦେଇ ଆଗକୁ ତୁ ବଢି ଚାଲ ବୋଲି କହିଲେ । ସେ ପୁଣି ତା କାମରେ ଲାଗିଗଲା । ଆଉ ତା ପରିଶ୍ରମ ସାକାର ବି ହେଲା । ସେ ଭାରତ ପକ୍ଷରୁ ଅନ୍ତର୍ରାଷ୍ଟ୍ରିୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ହେଇ ଦେଶର ନାଆଁକୁ ଉଜ୍ବଳ କରିଦେଲା । ସମସ୍ତେ ଏବେ ତାକୁ ବାହାବାହା ଦେଉଥିଲେ । ଅନେକ ସିନେମାରେ ନାୟିକା ହେବାପାଇଁ ପ୍ରୋଡ୍ୟୁସର ମାନେ ଅଫର ନେଇ ପହଞ୍ଚିଲେ ତା ଘରେ । ଏବେ ସୋମ୍ୟାର ଘରଲୋକେ ତାକୁ ନିଜ ଘରକୁ ନେଇ ଆସିବାକୁ ଚେଷ୍ଟାଚଲାଇଲେ । ତାଙ୍କଘରେ ଝିଅ ରହିଲେ ନିଜର ଗର୍ବ ବଢିବ । ବିନା ସ୍ବାମୀରେ ଶାଶୁଘରେ ରହିବ କାହିଁକି?ସୋମ୍ୟା କିନ୍ତୁ ତା ଘରଲୋକଙ୍କ ଇଛାକୁ ଏଡାଇଦେଲା । ସେ କହିଲା ଏବେ ତା ଶାଶୁ ଘରେ ତାର ବେଶି ଆବଶ୍ୟକତା ଅଛି । ତାଙ୍କର ଆଶ୍ରୟ ଦାତା ଯିଏ ଥିଲେ ସିଏତ ଚାଲିଗଲେ ।
ଏବେ ବୃଦ୍ଧ ବୃଦ୍ଧା ସମୟରେ ଜଣେ କେହି ତାଙ୍କ ପାଖରେ ରହିବା ଜରୁରୀ । ତାଙ୍କର ସେବାଯତ୍ନର ଆବଶ୍ୟକତା ପଡିବ ଆଗକୁ । ସେ କେମିତି ଛାଡି ଯାଇପାରିବ ଏ ଅବସ୍ଥାରେ । ସେତ ବୋହୁ ନୁହେଁ ତାଙ୍କର ଝିଅ ହେଇଯାଇଛି । ଏବେ ସେ ଯାହା କରିବ ତାଙ୍କ ପାଇଁ କରିବ । ତାଙ୍କର ସୁଖ ଦୁଃଖ ବୁଝି ଘରର ସବୁ ଖର୍ଚ୍ଚବି ତୁଲାଇବ । ତା ସ୍ବାମୀର ସବୁ କର୍ତ୍ତବ୍ୟ ଏବେ ସେ ପୂରା କରିବ । ଝିଅର ଏତାଦୃଶ୍ୟ ଉତ୍ତର ଶୁଣି ତାଜନ୍ମକଲା ମାଆ ଓ ଶାଶୁମାଆ ଉଭୟେ ଗର୍ବ ଅନୁଭବ କରିବାକୁ ଲାଗିଲେ । ସେମାନେ ଏମିତି ଝିଅଟେ ପାଇଥିବାରୁ ନିଜକୁ ଭାଗ୍ୟବତୀ ଭାବୁଥିଲେ ।
