Writer Roja Panda

Thriller

5.0  

Writer Roja Panda

Thriller

ଅଜବ୍ ଜଙ୍ଗଲ

ଅଜବ୍ ଜଙ୍ଗଲ

2 mins
259



ସେଦିନର କଥା ମୋର ଠିକ ମନେ ଅଛି । ସେଦିନ ଥିଲା ଅମାବାସ୍ୟାର ଅନ୍ଧାର । ରାତି ପ୍ରାୟ ଦଶଟା । ଗାଡ଼ିରେ ଥାଉ ଆମେ ଚାରି ସାଙ୍ଗ ।ପିକନିକ୍ ରୁ ଫେରିବା ବାଟରେ ହଠାତ ଆମ ଗାଡିଟି ଭାରସାମ୍ୟ ହରାଇ ଏକ ଘଞ୍ଚ ଜଙ୍ଗଲ ଆଡକୁ ମାଡ଼ିଗଲା । ଡ୍ରାଇଭର ଯେତେ ଚେଷ୍ଟା କରି ମଧ୍ୟ ଗାଡ଼ିର ବ୍ରେକ କଣ୍ଟ୍ରୋଲ କରିପାରିଲାନାହିଁ । ଶେଷରେ ଗାଡିଟି ଯାଇ ଏକ ପଥର ମୁଣ୍ଡାରେ ମାଡ ହେଲା । ଆମେ ସମସ୍ତେ ଭୟରେ ଥରିବାକୁ ଲାଗିଲୁ । ଗାଡ଼ିର ବ୍ରେକ୍ ଫେଲ୍ ହେଇଯାଇଥିଲା । ଗାଡି ଆଉ ଆଗକୁ ଗଡ଼ିଲାନାହିଁ । ଗାଡ଼ିରୁ ସମସ୍ତେ ବାହାରକୁ ଆସିଲୁ । ବାହାରେ କିଟ୍କିଟ ଅନ୍ଧାର । ମୁହଁ କୁ ମୁହଁ ଦେଖିବା ବି ଅସମ୍ଭବ ସେଇ ଅନ୍ଧାର ରାତିରେ । ଏମିତି ନିଘଞ୍ଚ ଅରଣ୍ୟ ଭିତରେ ଗାଡି ସଜାଡିବା କି ନିଜେ କେଉଁଠି ରାତ୍ରିଯାପନ କରିବାର କୌଣସି ସୂଚନା ମିଳୁନଥାଏ । ଆମେ ସମସ୍ତେ ନିରୁପାୟ । ଆମେ ସମସ୍ତେ ପରସ୍ପରର ହାତ ଧରି ଆଗକୁ ଚାଲିଲୁ ଏଇ ଭରସାରେ କି କାଳେ ଆଗରେ କିଛି ପାନ୍ଥଶାଳା ଥିବ । ଆଉ ସେଇଠାରେ ରାତ୍ରି ବିଶ୍ରାମ କରିବାକୁ ମିଳିଯିବ। କିନ୍ତୁ ଯେତେ ଆଗକୁ ଯାଉଥିଲୁ ସେତେ ଅଧିକା ଜଙ୍ଗଲ ଆଗକୁ ଦେଖାଯାଉଥିଲା । ତଥାପି ଆମେ ଚାଲିଥାଉ କେଉଁ ଏକ ଅଜଣା ଅଭିଳାଷାରେ । ହଠାତ କିଛି ଗୋଟେ ଶବ୍ଦ ଆମ କାନରେ ବାଜିଲା । ପଛକୁ ବୁଲି ଦେଖିଲୁ ଗୋଟେ ଧଳା ରଙ୍ଗର ଶାଢ଼ୀ ପିନ୍ଧି ଜଣେ ମହିଳା ଖୋଲା ଚୁଟିରେ ଏକ ଜଳନ୍ତା ମହମବତି ଧରି ଚାଲୁଛନ୍ତି । ଉକ୍ତ ମହିଳାଙ୍କୁ ଦେଖି ଆମେ ଭୟରେ ଚମକି ପଡ଼ିଲୁ । ସେହି ମହିଳାଙ୍କ ଆଖି ଥିଲା ବିଲକୁଲ ଲାଲ ରଙ୍ଗର ଜଳନ୍ତା ନିଆଁ ପରି ।ତାପରେ ହଠାତ ଉକ୍ତ ମହିଳାଙ୍କ ପଛପଟରେ ଥିବା ବଡବଡ ଗଛ ସବୁ ଶୂନ୍ୟରେ ଚାଲି ଚାଲି ଆସି ମହିଳାଙ୍କ ଆଗରେ ଠିଆ ହେଇଗଲେ । ପଛପଟର ଏତେ ଘଞ୍ଚ ଜଙ୍ଗଲ ସବୁ ଶୂନ୍ୟ ଦେଖାଗଲା । ଯେମିତି ଆଗରୁ ସେଠି କିଛି ବି ଜଙ୍ଗଲ ନଥିଲା । ତାପରେ ସେଠାରୁ କିଛି ଲୋକ ବାହାରିଲେ । ଆମେ ସେତେବେଳକୁ ଡରରେ ମୁହଁ ତଳକୁ କରି ଥରୁଥାଉ । ପୁଣି ଏକ ବିକଟାଳ ଶବ୍ଦ ହେଲା । କଟ କଟ । ଆମେ କିଛି ବୁଝିପାରିଲୁ ନାହିଁ । ମୁଣ୍ଡ ଉପରକୁ କରି ଦେଖିଲାବେଳକୁ ପୁଣି ସେଇ ନିଘଞ୍ଚ ଜଙ୍ଗଲ । ଆମେ ଆହୁରି ଡରିଗଲୁ । ପୁଣି କିଛି ଗୁଡ଼ାଏ ଶବ୍ଦ ହେଲା ଯାହା ଆମେ ଠିକ ଭାବେ ଶୁଣିପାରିଲୁନାହିଁ । ଠିକ ସେଇ ଶବ୍ଦ ହେବା ମାତ୍ରେ ଉକ୍ତ ମହିଳା ଜଣଙ୍କ ଆଉଥରେ ପୂର୍ବପରି ଜଳନ୍ତା ମହମବତି ଧରି ଆଗକୁ ମାଡି ଆସୁଥିଲେ ।ଆମେ ଭାବିଲୁ ଆମର ପୈତୃକ ପ୍ରାଣ ନିଶ୍ଚିତ ଭାବରେ ଏହି ଅଜବ୍ ଜଙ୍ଗଲରେ ଶେଷ ହେଇଯିବ । ଉକ୍ତ ମହିଳା ଜଣଙ୍କ ଆମ ଆଡକୁ ମାଡ଼ିଆସୁଥିଲେ । ଗୋଟିଏ ହାତରେ ଧରିଥିଲେ ଏକ ବଡ କୁରାଢ଼ୀ ଏବଂ ଅନ୍ୟ ହାତରେ ଜଳନ୍ତା ମହମବତି । ହଠାତ ସେ ଆଗକୁ ମାଡି ଆସୁଆସୁ ଝୁଣ୍ଟିପଡିଲେ । ପୁଣି ଶବ୍ଦ ହେଲା କଟ କଟ । ଆମେ ନିର୍ବିକାର । ପୁନର୍ବାର ନିଘଞ୍ଚ ଜଙ୍ଗଲ । କିଟ୍କିଟ ଅନ୍ଧକାର । ଆମ ସର୍ବାଙ୍ଗ ଝାଳରେ ଓଦା । ଓଠ ସୁଖିଯାଉଥାଏ । ଛାତିର ସ୍ପନ୍ଦନ ଖୁବ ତୀବ୍ର ହେଉଥାଏ । ପୁଣି କିଛି ବିକଟାଳ ଶବ୍ଦ । ଏଥର କିନ୍ତୁ ଶବ୍ଦ ଗୁଡାକ ଖୁବ ସ୍ପଷ୍ଟ । ଲାଇଟ୍.....କ୍ୟାମେରା....ଆକ୍ସନ


Rate this content
Log in

Similar oriya story from Thriller