STORYMIRROR

Dr Jharana Satapathy

Comedy Classics

3  

Dr Jharana Satapathy

Comedy Classics

ଅଜା ଆଇଙ୍କ ଅଭଡା ଖିଆ

ଅଜା ଆଇଙ୍କ ଅଭଡା ଖିଆ

3 mins
235


ପ୍ରାୟ ଖରାଛୁଟି ଏବଂ ଶୀତଛୁଟି ସମୟରେ ଅଜାଆଇ ଆମ ଘରକୁ ଆସିଥାନ୍ତି। ସେହି ଲମ୍ବା ଛୁଟିଟିକୁ ମୁଁ ଅପେକ୍ଷା କରିଥାଏ କେଵେ ସ୍କୁଲ ଛୁଟି ହେବ ଅଜା ଆଇ ଆମ ଘରକୁ ଆସିବେ। ଦିନ ଗଣି ରହୁଥାଏ। ଏମତି ଏକ ଖରା ଛୁଟିରେ ଅଜା ଏବଂ ଆଇ ଆସି ପହଞ୍ଚିଗଲେ ଆମ ଘରେ। ଖୁସିରେ ନାଚିଲି ଗାଇଲି ମଜା ମଜ୍ଜଲିସ କଲି ସେମାନଙ୍କ ସହ ମିଶି। 

ସେମାନଙ୍କ ପାଖରେ ବସିଗଲେ ଦିନ ରାତି କୁଆଡ଼େ ଚାଲିଯାଏ ଜମା ଜଣାପଡେ ନାହିଁ।


ମୁଁ ନାତିନାତୁଣି ସମସ୍ତଙ୍କ ଠାରୁ ଛୋଟ ଥିବା ଲାଗି ଅଜାଆଇ ମତେ ଭାରି ଗେଲ କରନ୍ତି ଏବଂ ଅଜା ମତେ ଅଜବ ପ୍ରଶ୍ନମାନ ପଚାରନ୍ତି । ତୋର ଜ୍ଞାନ ପରିକ୍ଷା କରୁଛି କହି ଥଟ୍ଟାମଜ୍ଜା ଭଳି ପ୍ରଶ୍ନମାନ ପଚାରନ୍ତି। 


------ଧଳା ଗାଇ ଯଦି ଧଳା ଖିର ଦେଲେ କଳା ଗାଇ କି ଖିର ଦେବ ! କହିଲୁ ଦେଖି ଗଞ୍ଜା କୁକୁଡା କେତୋଟି ଅଣ୍ଡା ଦିଏ ଏମିତି ପ୍ରଶ୍ନମାନ। ବର୍ତ୍ତମାନ ସୁଦ୍ଧା ତାହା ମୋର ମନେଅଛି।


ପ୍ରାୟ ଅଜା ଏବଂ ଆଇ ଆମ ଘରକୁ ଆସିଲେ ତାଙ୍କର ପିଲାଦିନର ସବୁ ସ୍ମୃତି ଏବଂ କାହାଣୀମାନ ଆମ (ନାତିନାତୁଣି) ଆଗରେ ପ୍ରକାଶ କରନ୍ତି। ମତେ ଵି ଶୁଣିବାକୁ ଭାରି ଭଲଲାଗେ। ଏମିତିରେ ମୁଁ ତାଙ୍କ ସାନ ନାତୁଣୀ ଭାରି ଗେଲ୍ଲୀ। 


ଦିନେ କାହାଣୀ ଶୁଣାଇଲା ଵେଳେ ଆଇ କହିଲେ ଆଜି ଗୋଟିଏ ମଜାଦାର ସ୍ମୃତି ଶୁଣାଇବି ନିଜ ଜୀବନର। ତୁମମାନଙ୍କୁ ଭଲ ଲାଗିବ ଏବଂ ହସି ହସି ଗଡିଯିଵ।


-----ମୁଁ କହିଲି ଆଇକୁ ଏମିତି କ'ଣ ଏକ ସ୍ମୃତି ଶୁଣାଇଵ ଆମେ ହସି ହସି ଗଡିଯିବୁ। 


----ଆଇ କହିଲେ ଘଟଣାଟି କଣ ଜାଣିଛୁ !


 -----ମୁଁ କହିଲି କ'ଣ? 


ଆଇ କହିଲେ ଏକ ମଜାଦାର କାହାଣୀ ହୋଇପାରେ ଏହା। ଏହି କାହାଣୀର ନାମ "ତୋ ଅଜା ଏବଂ ଆଇର ଅଭଡା ଖିଆ"। ଏହି ନାଆ ଶୁଣି ମନରେ ଆହୁରି ଆଗ୍ରହ ଜାଗ୍ରତ ହେଲା ଆଇକୁ କହିଲି ଯେତେ ଜଲଦି ଏ କାହାଣୀ ଶୁଣାଅ। ପାକୁଆ ପାଟିରେ ମୁରୁକି ମୁରୁକି ହସି ପାନଖଣ୍ଡେ ପକାଇ ଆରମ୍ଭ କଲେ


ଦିନେ ତୋ ଅଜା ଏବଂ ମୁଁ ଦୁଇଜଣ ମନକଲୁ ଟିକେ ପୁରୀ ଯିବାପାଇଁ। ଅଭଡା ଖାଇବା ପାଇଁ ମତେ ଭାରି ଇଛା ହେଲା ତୋ ଅଜା କହିଲେ ଯଦି ଅଭଡା ଖାଇବାକୁ ମନ ବଳେଇଛୁ ତାହା ହେଲେ ତତେ ନିଶ୍ଚୟ ପୁରୀ ନେବି। କାଳିଆକୁ ଦରଶନ କରିବା ଆଉ ଅଭଡା ମଧ୍ୟ ଖାଇବା। ଆମେ ଦୁଇଜଣ ସାଥିହୋଇ ବାହାରିଗଲୁ ପୁରୀ ଅଭିମୁଖେ। ତୋ ଅଜା ମୋ ହାତଧରି ଧରି ମନ୍ଦିର ଭିତରକୁ ନେଇଗଲେ। କାଳିଆକୁ ଦର୍ଶନ ସାରି ବିମଳା, କମଳା,ପାର୍ଶ୍ବଦେବାଦେବୀ ସମସ୍ତଙ୍କୁ ଦର୍ଶନ କରି ଅଭଡା ଖଳାରେ ପହଞ୍ଚିଲୁ ଅଭଡା ମୁଠାଏ ପାଇବା ପାଇଁ । ପ୍ରଵଳ ଭୋକ ବି ଲାଗୁଥାଏ। ଗରମ ଅଭଡା କିଣି ଆଣି ତୋ ଅଜା ଏବଂ ମୁଁ ଖାଇବାକୁ ବସିଗଲୁ।


----ତାପରେ କଣ ହେଲା ଜାଣିଛ ପିଲେ ?


 ----ମୁଁ କହିଲି ଆଉ କଣ ହେବ ଆମ ଅଜାଙ୍କ କଛା ଖସିଯାଇଥିଵ ନ ହେଲେ ଅଜା ଗରମ ଅଭଡା ଖାଇବା ସମୟରେ ତାଙ୍କ ନକଲି ଦାନ୍ତ ଖସି ଯାଇଥିବ ! 


----ଆଇ କହିଲେ ସେ କଥା ନୁହଁ କଣ ହୋଇଛି ଜାଣିଛୁ ଅଭଡା କୁଡୁମାର ଅନ୍ନ ଵାହାର କରି ତୋ ଅଜା ଏବଁ ମୁଁ ପରସ୍ପର ଖୁଆଖୁଇ ହେବା ସମୟରେ ଗୋଟିଏ ମାଙ୍କଡଟି ଚଟାପଟ ଆସି ଆମ ଅଭଡା କୁଡୁମାକୁ ଧରି ମନ୍ଦିରର ଶିଖର ଉପରକୁ ଧରି ଚାଲିଗଲା। ଏ ଵୁଢା ମାଙ୍କଡଟି ଆମର ସେହି ଅଭଡା କୁଡୁମାଟିକୁ ନଜର କରୁଥାଏ ତାହା ଆମକୁ ଜଣାନଥାଏ।ମୁଁ ଅଜାକୁ ଖୋଉଥାଏ ତୋ ଅଜା ବି ମତେ।


ଏହା ଶୁଣି ପାଟିରୁ ମୋର ଫେଁ ହୋଇ ହସ ଵାହାରିଗଲା। ହସି ହସି ଆମେ ନାତିନାତୁଣି ଗଡିଗଲୁ। 


ସେଠୁ କଣ ହେଲା ଆଇକୁ ପଚାରିଲି ---


ଅଜା ଆସି କହିଲେ ଆଉ କଣ ହେବ ତୋ ଆଇକୁ ଧରି ତା କାନ୍ଧରେ ହାତ ପକାଇ ସମୁଦ୍ର ଆଡେ ଵୁଲି ବାହାରିଗଲି ଵେଳାଭୂମିର ମଜା ନେବା ପାଇଁ। ମୁଁ କହିଲି ତୁମର ଏହି କାହାଣୀଟିକୁ ଏକ କବିତା ମାଧ୍ୟମରେ ପ୍ରକାଶ କରିବି ଶୁଣିବ ଅଜା। ଅଜା କହିଲେ ଶୁଣା


ଅଜା କହିଲେ ଆଇକୁ 


ମୋର ଆଜି ହେଉଛି ମନ 


ଚାଲ ଆମେ ଯାଇ  


କାଳିଆକୁ କରିବା ଦରଶନ


ଅଜା କଥା ଶୁଣି କହିଲେ ଆଇ 


ଭଲ କଥା ଗୋଟିଏ କହିଲ ତହିଁ 


ଶୀତୁଆ ସକାଳକୁ ରଵିବାର ଛୁଟିଦିନ 


ବେଳାଭୂମିରେ ଵୁଲିବାକୁ ମନଟି ଉତ୍ସନ


ମନର କଥାଟି ତୁମେ ଜାଣିଲ ପ୍ରାଣଧନ


ଅଭଡା ମୁଠାଏ ଖାଇବାକୁ ହେଉଥିଲା ମନ


ଵୁଲିବା ଵାହାନାରେ ଅଭଡା ଖାଇବା


କାଳିଆକୁ ଟିକେ ଦରଶନ କରିବା


ବୟସ ହେଲାଣି ଆମର ଅଶି ଉପର


କେତେବେଳେ ଝଡିପଡିବା 


ଦୁହେଁ ପାଚିଲା ପତର


ଚାଲ ଏଥର ବସ ଧରିଵା


ଶ୍ରୀ କ୍ଷେତ୍ରକୁ ଯାତ୍ରା କରିବା 


ଆଇର ହାତକୁ ଅଜା ଧରିଲେ


ଭିଡା ଭିଡି ହୋଇ ଶ୍ରୀ ମନ୍ଦିର ଭିତରକୁ ଗଲେ


ଠାକୁରଙ୍କୁ ସେତ ଭକ୍ତିପୂତ ଗୁହାରୀ କଲେ 


ଅଭଡାଖଳାରେ ଅଭଡା ମୁଠାଏ ପାଇଲେ


ଅଜା ଆଇଙ୍କ ହାତରେ ଅଭଡା ଦେଖି 


ଏକ ମାଙ୍କଡ ନଜର କରୁଥିଲା ନିରେଖି


ଅଜା ଆଇ ପରସ୍ପର ଖାଇଵେ କ'ଣ


ମାଙ୍କଡ ଆସି ଝାମ୍ପି ନେଲା ସେ ସବୁ ଅର୍ଣ୍ଣ ।


ଏସବୁ ଶୁଣି ଅଜା କହିଲେ ଓ୍ବାଃ ଓ୍ବାଃ ।





Rate this content
Log in

Similar oriya story from Comedy