KSHIRADRI SAHU

Abstract Children Stories Inspirational

4  

KSHIRADRI SAHU

Abstract Children Stories Inspirational

ଅଦୃଶ୍ୟ ଅଭିଶାପ

ଅଦୃଶ୍ୟ ଅଭିଶାପ

4 mins
179



ସହର ତଳି ର ଅଞ୍ଚଳ ଟିଏ । ଏପଡ଼େ ନଭଚୁମ୍ବିତ ଅଟାଳିକା କୁ ସେପଟେ ଗଗନ ଭେଦ କରୁଥିବା ପାହାଡ଼। ଆଉ ପାହାଡ଼ର ପଛରେ ଲୁଚିଯାଉଛି ସୁନ୍ଦର ଗଛଲତା ପୂର୍ଣ୍ଣ ଜଙ୍ଗଲ ଟିଏ। ସୂର୍ଯ୍ୟାସ୍ତ ବେଳର ସମୟ । ଝରଣା ର ମାଦକତା ଭରା ତନୁରେ ପାଗଳ ସମୀର ବେଳେ ବେଳେ ଏମିତି ସିହିରଣ ସୃଷ୍ଟିକରୁଛି ଯେ ଖୁସି ରେ ଝର ଝର ହୋଇ ବୋହିଯାଉଛି ସେ। ଆଉ ଠିକ ଏତିକି ବେଳେ ଗଛ କୋରୋଡ଼ରୁ ପକ୍ଷୀମାନଙ୍କ ଞ୍ଚୀ ଞ୍ଚା ଶବ୍ଦ। ସେଇ ଶବ୍ଦ ଭିତରେ ଗୋଟାଏ ଗଛରୁ ଶୁଭିଲା ମା ଚଢ଼େଇର ଆକଟ ଭରା କଣ୍ଠ। 


ହଁ ସେଇ ମା ଚଢ଼େଇଟି ବୁଝାଉଛି ତା ଅମାନିଆ ପିଲାକୁ। ଆମ ମଣିଷ ପରି ମଧ୍ୟ ଯୌବନ ର ମାଦକତା ରେ କାହାରି କଥାକୁ ମାନିବାକୁ ନାରାଜ ସେ ଛୁଆ ଚଢ଼େଇଟି। ପିଲାଟିର ଇଚ୍ଛା ମନଇଚ୍ଛା ସେ ଉଡିବ। ଉଡିବାର ସ୍ୱପ୍ନ ତାର ସତ୍ୟ ହେଈଛି। ମା ଶିଖାଇଛି ଡେଣା ମେଲିବା, ଆଉ ଆକାଶ ତାକୁ ଯେମିତି ଡାକୁଛି। କିନ୍ତୁ ମା ଚଢ଼େଇଟି ଆକଟ କରି ରଖିବାକୁ ଚାହଁନ୍ତେ ଛୁଆଟି ମାନୁନି ତାର ବୋଲ ।


ମା କହୁଛି...

ବାପରେ ଆମେ ହେଲୁ ଏ ସୃଷ୍ଟିର ଉଡ଼ନ୍ତା ଜୀବ। ଆକାଶ ଆମର ନିଜର ସାଥି। ଏଇ ବନ ଲତା ନଈ ନାଳ ଆମ ବାସ ସ୍ଥାନ। ଆମ ପୂର୍ବପୁରୁଷ ଙ୍କ ଏଇଠି ଜନମ ଏଇଠି ହିଁ ମରଣ।ଗଛ ଆମର ଜୀବନ ଠୁ ବି ବଡ଼। ଗଛ କୋରଡରେ ରହୁଚୁ ସେଇ ଗଛ ର ଫଳକୁ ଖାଉଛୁ।ସବୁଚଢ଼େଇ ଙ୍କ ସୋପ୍ନ ଘରଟିଏ କରିବୁ। ଏସନ ଏଇ ବାସ ଟିଏ କରିଛି। ଯଦି ଦଇବ ଦଣ୍ଡ ଦେବ ପୁଣି ଖୋଜିବି ଆଉ ଗୋଟିଏ ଘର। ଆଉ ଏମିତି ହିଁ ଘର ଗଢାଗଢିରେ ବିଟିଯିବ ମୋ ଜୀବନ। ଆମ ଜୀବନ ତ ଦଦରା ପଣତ, ପାଖେ ସିଉଁ ସିଉଁ ପାଖେ ଚିରିଯାଉଛି । ତୁ ତ ନୂଆ କରି ଡେଣା ଖୋଲିଛୁ ବେଶୀ ଦୂର ବାଟ ଯାଅନା। ପାହାଡ଼ ଆମର ଲକ୍ଷ୍ମଣ ରେଖା ତାକୁ ଡେଇଁ କି ଯିବୁନି ।


ଏମିତି କେତେକଣ ବୁଝାଉଛି ମା ଚଢେଇ ,କିନ୍ତୁ ତାର ଛୁଆ ସବୁ ବୁଝିବାକୁ ନାରାଜ । 


ପିଲା ଚଢେଇ କହିଲା---


ମା ଏଇ ଛୋଟ ଜଙ୍ଗଲରେ କେତେ ବୁଲିବି ମୁଁ ସବୁଆଡ଼ ଦେଖିସାରିଲିଣି, ଏଥର ସେ ପାହାଡ଼ ଆରପଟ କୁ ଯିବି। ଜାଣିଛୁ ମା ସେଠି କେତେ ସୁନ୍ଦର ସୁନ୍ଦର ଗଛ ଲାଗିଛି ,ରଙ୍ଗ ବେରଙ୍ଗ ର ଆଲୁଅ ଜଳୁଛି,କେତେ ମଣିଷ ସେଠି ଅଛନ୍ତି,ଆଉ ମୋତେ ମଣିଷ ଦେଖିବାକୁ ଭାରି ଭଲ ଲାଗେ । ମୋ ସାଙ୍ଗ କହୁଥିଲା ତା ବାପା ତାକୁ ସେଠାକୁ ବୁଲାଇ ନେବେ ,ହେଲେ ତୁ କହୁଛୁ ସେଠାକୁ ଯାଆନି ।


ମା ଚଢେଇ କହିଲା , ଆରେ ତୋତେ ଏତେ କଥା କିଏ କହିଲା। ସବୁ ମିଛ ! ସେ ଜାଗା ଆମପାଇଁ ନୁହଁରେ। ସେ କେବଳ ମଣିଷଙ୍କ ପାଇଁ । ଦିନେ ଆମେ ସବୁ ଜାତିର ପକ୍ଷୀ ସେଠି ରହୁଥିଲୁ । ଏ ମଣିଷ ଆମକୁ ଖାଇବାକୁ ଦିଏ । ଆମେ ବି ତାଙ୍କ ପାଇଁ ଗୀତ ବୋଲୁ । ସେମାନଙ୍କ ଆମ ମଧ୍ୟରେ ଭଲ ସମ୍ପର୍କ ଥିଲା । ବେଳକୁ ବେଳ ଏ ମଣିଷ ଆମକୁ ମାରିବାକୁ ଲାଗିଲା ଆମ ଘର ଦ୍ୱାର ସେ କାଟିପକାଇଲା , ଆମକୁ ଜନ୍ତା ପକାଇ ଧରିନେଇ ଚିଡ଼ିଆ ଖାନାରେ ରଖିଲା ଆଉ ଅନେକଙ୍କୁ ମାରି ଖାଇଗଲେ ଏମାନେ। ନିଜ ଜୀବନ ରକ୍ଷାକରି ଏଣେ ତେଣେ ଲୁଚି ଲୁଚି ଆମେ ବଞ୍ଚୀଛୁ।


ସବୁ ଶୁଣି ସେ କୁନି ଚଢ଼େଇଟି କହିଲା ମା ତୁ କହିଲୁ ମଣିଷ ଗଛ କାଟି ପକାଇଲା ,କିନ୍ତୁ ମୁଁ ତ ଦେଖିଚି କେତେଦିନ ତଳେ ଏଇ ମଣିଷ ମାନେ ଗଛ ଲଗାଉଥିଲେ । ସମସ୍ତେ ଗୋଟେ ଗୋଟେ ଗଛ ନେଇ ଆସିଥିଲେ,ପାଣି ବି ଦେଲେ । କେତେ ଫୋଟୋ ବି ଉଠେଇଲେ । ମୁଁ ଯିବି ଭାବିଥିଲି , ତୁ ତ ମୋତେ ଭିଡି ଆଣିଲୁ । ଆଉ କହୁଚୁ ମଣିଷ ଆମର ଶତ୍ରୁ।


ମା ଚଢେଇ ଟି ହସିବାକୁ ଲାଗିଲା ଆଉ କହିଲା,

ଆରେ ବାଇଆ ଟା ତୁ ଏ ଦୁନିଆ କୁ ଦେଖିନୁ । ଏ ମଣିଷ

ଗୁଡାକ ର ବାହାର ଗୋଟେ ଆଉ ଭିତର ଗୋଟେ।

ସେଦିନ ବୋଧେ କିଛି ଦେଖେଇ ହେବା ଦିନ ହେଇଥିବ।

ବର୍ଷକୁ ଦୁଇ ତିନିଥର ଏମିତି ସେମାନେ ଏକାଠି ହୋଇ

ଗଛ ଲଗାନ୍ତି। ପର୍ଯ୍ୟାବରଣ ଦିବସ ବୋଧ ହୁଏ ସେଦିନ ହୋଇଥିଲା । ସେମାନେ ଏମିତି ଗଛ ଲଗାଇଥାନ୍ତି ଆଉ ତାପରଦିନ ପାଣି ଟୋପେ ବି ଦେବାକୁ ଆସନ୍ତିନି। ଆଜି ଗଛଲଗେଇ ବାହା ବାହା ନେବେ , ପରିବେଶ ସଫା ସୁନ୍ଦର କରିବାକୁ କହିବେ। ଆଉ କାଲି ନିଜେ କୁଢ଼ କୁଢ଼ ଅଳିଆ ନଈରେ ଫିଙ୍ଗିବେ ପୁଣି ସେ କଳ କାରଖାନା ର ଗ୍ୟାସ ଆଉ ରସାୟନ ଜଳ ସବୁ ଆମ ପରିବେଶ ରେ ମିଶିଲାଣି । ଦେଖୁନୁ କେମିତି ଝଡ଼ ବତାସ ଆସୁଛି।

ବାକି ରହିଲା ଏ ମଣିଷ ମାନଙ୍କ ସେ ଯନ୍ତ୍ର। ହଁ ସେ... ମୋବାଇଲି…..। ସବୁ ମଣିଷ ଙ୍କ ଗୋଟିଏ ଗୋଟିଏ ମୋବାଇଲ ଅଛି । ସେ ଯନ୍ତ୍ର ତ ଆମପାଇଁ ମରଣ ଜନ୍ତା। ଦେଖୁନୁ କେମିତି ଅଦୃଶ୍ୟ ରଶ୍ମିଗୁଡା ସେଥିରୁ ବାହାରୁଚି। ଏଗୁଡ଼ାକ ଆମ ଦେହରେ ବାଜି ବାରୁ ଆମର ଅବୟସ ରେ ମରଣ ହେଉଛି। ତୋ ବାପ ବି ଏମିତି ମରିଗଲା । ସେଥିପାଇଁ କହୁଛି ସେ ମଣିଷ ମାନଙ୍କ ଠାରୁ ଦୂରେଇ ରହ। 


ମା ଚଢ଼େଇଟିର ବୁଝାଇବା ପ୍ରକ୍ରିୟା ଚାଲୁଥିଲା, ଠିକ ଏତିକି ବେଳେ ଥରି ଉଠିଲା ଗଛ ଡାଳ, ଘଡ଼ ଘଡ଼ ଶବ୍ଦ ରେ ପ୍ରକମ୍ପିତ ହେଲା ବନ ଅଞ୍ଚଳ। ଞ୍ଚୀ ଞ୍ଚା କରି ଉଦିଗଲେ ସବୁ ପକ୍ଷୀ ମାନେ । ଆଉ ଗଛ କୋରୋଡ଼ରୁ ତଳକୁ ଚାହିଁଦେଲା ମା ଚଢେଇ। ଏକ ବିରାଟ ଯନ୍ତ୍ର ରାକ୍ଷସ ତାଙ୍କ ସୋପ୍ନ ର ଘର କୁ ଭାଙ୍ଗିବାକୁ ଲାଗିପଡିଛି। 


ଚଢେଇ ଟି ତା ଛୁଆକୁ କହିଲା ଦେଖୁଚୁ ରେ ଧନ, ତୁ କହୁଥିଲୁ ସେ ମଣିଷ କଥା ନା , ଦେଖ କେମିତି ଆମ ଘର କୁ ଭାଙ୍ଗିବାକୁ ଆସିଛନ୍ତି।

ଛୁଆ ଟି ପଚାରିଲା ମା ଏବେ କଣ କରିବା । କୁଆଡେ ଯିବା ଆମେ। କିଏ ଆମର ସାହା ଭରସା.......।


ଉତ୍ତର ଦେଲା ମା । ନା ରେ ବାପ କେହି ନାହିଁ ଆମର। ଶୁଣିଥିଲି ଆମ ପକ୍ଷୀ ଜାତିର ଗୋଟେ ପକ୍ଷୀଥିଲା ଭରତୀୟା ପକ୍ଷୀ। ଆଉ ସେ ଦିନେ ବିପଦ ପଡିବାରୁ ଭଗବାନଙ୍କୁ ଡାକିଲା । ନିଜେ କୃଷ୍ନ ତାର ଛୁଆ ଓ ତାକୁ ଘଣ୍ଟ ଘୋଡାଇ ରଖିଥିଲେ। ଆଜି ଆମକୁ ସେ ହିଁ ରଖିବେ। ଆଉ ଏ ମଣିଷ ଯେମିତି ଆମକୁ ମାରୁଛି , ଆମର ଅକାଳରେ ଜୀବନ ଯାଉଛି ତା ପ୍ରତିଫଳ ସେ ନିଶ୍ଚିତ ଭୋଗିବ। ଏକ ଅଦୃଶ୍ୟ ଶକ୍ତି ଆସିବ ସମସ୍ତଙ୍କୁ ମାରିପକାଇବ, ସାନ ବଡ଼ କାହାରୀକୁ ଛାଡିବନି। ଆମ ଅଭିଶାପ ନିଶ୍ଚୟ ଫଳିବ। ହଁ ନିଶ୍ଚୟ ଫଳିବ ।


 ଏମିତି କହି କହି ଉଡ଼ିଗଲା ସେ ମା ଚଢେଇ ତା ଛୁଆ କୁ ନେଇ। ଦେଇଗଲା ଅଦୃଶ୍ୟ ଅଭିଶାପ। 


   



Rate this content
Log in

Similar oriya story from Abstract