ଅଧୁରା ପ୍ରେମର କାହାଣୀ: "ଶେଷ ଚିଠି"
ଅଧୁରା ପ୍ରେମର କାହାଣୀ: "ଶେଷ ଚିଠି"
କାହାଣୀଟି ହେଉଛି ଆକାଶ ଓ ବର୍ଷାର। ଦୁହେଁ ଦୁହିଁଙ୍କୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥିଲେ। ଆକାଶ ଥିଲା ଜଣେ ମଧ୍ୟବିତ୍ତ ପରିବାରର ପୁଅ ଏବଂ ବର୍ଷା ଥିଲା ଧନୀ ଘରର ଝିଅ। କିନ୍ତୁ ପ୍ରେମରେ ଧନୀ-ଗରିବର ସ୍ଥାନ ନଥାଏ। ଦୁହେଁ ସାରା ଜୀବନ ସାଙ୍ଗ ହୋଇ ରହିବାକୁ ଶପଥ ନେଇଥିଲେ।ଦିନେ ବର୍ଷାର ବାପା ସେମାନଙ୍କ ପ୍ରେମ ବିଷୟରେ ଜାଣିବାକୁ ପାଇଲେ। ସେ ଆକାଶକୁ ଡାକି ବହୁତ ଅପମାନିତ କଲେ ଏବଂ କହିଲେ, "ତୁମର ଯୋଗ୍ୟତା ନାହିଁ ମୋ ଝିଅକୁ ଖୁସିରେ ରଖିବାକୁ।" ବର୍ଷାକୁ ମଧ୍ୟ ଘରେ ବନ୍ଦ କରି ଦିଆଗଲା ଏବଂ ଜଣେ ବଡ଼ଘର ପୁଅ ସହ ତାର ବାହାଘର ସ୍ଥିର କରାଗଲା।ବର୍ଷା ଆକାଶକୁ କାନ୍ଦି କାନ୍ଦି ଫୋନ୍ କଲା ଏବଂ କହିଲା, "ଆକାଶ, ମୋତେ ଏଠାରୁ ନେଇଯାଅ, ନହେଲେ ମୁଁ ମରିଯିବି।" କିନ୍ତୁ ଆକାଶ ନିଜ ଭଲପାଇବାକୁ ବଦନାମ କରିବାକୁ ଚାହୁଁନଥିଲା। ସେ ବର୍ଷାକୁ ବୁଝାଇଲା, "ତୁମ ବାପାଙ୍କ ଇଚ୍ଛାରେ ବାହା ହୋଇଯାଅ, ସେ ତୁମର ଭଲ ଚାହାନ୍ତି। ମୁଁ ହୁଏତ ତୁମକୁ ସେହି ସୁଖ ଦେଇପାରିନଥାନ୍ତି।"ବର୍ଷା ବହୁତ କାନ୍ଦିଲା, କିନ୍ତୁ ପରିସ୍ଥିତି ଆଗରେ ହାରିଯାଇ ସେ ବାହାଘର ପାଇଁ ହଁ କଲା। ବାହାଘର ଦିନ ବର୍ଷା ବେଦୀରେ ବସିଥିବା ବେଳେ ତାର ଆଖି କେବଳ ଆକାଶକୁ ଖୋଜୁଥିଲା। ସେ ଭାବୁଥିଲା ଆକାଶ ହୁଏତ ବେଦୀ ପାଖକୁ ଆସି ତାର ହାତ ଧରିନେବ। କିନ୍ତୁ ଆକାଶ ଆସିଲାନି। ବର୍ଷାର ବାହାଘର ସରିଗଲା ଏବଂ ସେ ବିଦାୟ ହୋଇ ଆର ଘରକୁ ଚାଲିଗଲା।ବର୍ଷା ଭାବିଲା ଆକାଶ ଜଣେ ଧୋକେବାଜ୍, ସେ ତାକୁ ସହଜରେ ଭୁଲିଗଲା। ଏହି ଅଭିମାନରେ ସେ ଆକାଶକୁ ଘୃଣା କରିବାକୁ ଲାଗିଲା।ଏମିତି ଦୁଇ ବର୍ଷ ବିତିଗଲା। ଦିନେ ବର୍ଷା ପାଖକୁ ଏକ କୋରିଅର୍ ଆସିଲା। ସେଥିରେ ଗୋଟିଏ ଡାଏରୀ ଏବଂ ଏକ ଚିଠି ଥିଲା। ଚିଠିଟି ଥିଲା ଆକାଶର। ସେଥିରେ ଲେଖାଥିଲା:"ପ୍ରିୟ ବର୍ଷା,ତୁମେ ନିଶ୍ଚୟ ମୋତେ ଘୃଣା କରୁଥିବ, ଭାବୁଥିବ ମୁଁ ଜଣେ କାପୁରୁଷ। କିନ୍ତୁ ସେଦିନ ମୁଁ ମସବୁର ଥିଲି। ଯେଉଁଦିନ ତୁମ ବାପା ମୋତେ ଦେଖା କରିଥିଲେ, ସେହିଦିନ ହିଁ ଡାକ୍ତର ମୋତେ କହିଥିଲେ ଯେ ମୋତେ ଶେଷ ପର୍ଯ୍ୟାୟର ବ୍ଲଡ୍ କ୍ୟାନ୍ସର ହୋଇଛି ଏବଂ ମୋ ପାଖରେ ମାତ୍ର କିଛି ମାସର ସମୟ ଅଛି। ମୁଁ ଚାହୁଁନଥିଲି ତୁମେ ଜଣେ ବିଧବା ହୋଇ ଜୀବନ କାଟ। ସେଥିପାଇଁ ମୁଁ ତୁମଠାରୁ ଦୂରେଇ ଗଲି ଏବଂ ତୁମ ବାପାଙ୍କୁ ମିଛ କହିଲି ଯେ ମୁଁ ତୁମକୁ ଭଲ ପାଏନାହିଁ।ଯେଉଁଦିନ ତୁମର ବାହାଘର ହେଉଥିଲା, ସେଦିନ ମୁଁ ହସ୍ପିଟାଲ ବେଡ୍ରେ ମୃତ୍ୟୁ ସହ ଲଢୁଥିଲି। ଆଜି ଯେତେବେଳେ ତୁମେ ଏହି ଚିଠି ପଢୁଥିବ, ମୁଁ ଏ ଦୁନିଆରେ ନଥିବି। ମୋ ପ୍ରେମ ସ୍ୱାର୍ଥପର ନଥିଲା ବର୍ଷା। ମୋତେ କ୍ଷମା କରିଦେବ। ପର ଜନ୍ମରେ ମୁଁ କେବଳ ତୁମରି ହେବି..."ଚିଠିଟି ପଢ଼ିବା ପରେ ବର୍ଷାର ପାଦତଳୁ ମାଟି ଖସିଗଲା। ସେ ଆକାଶର ସେହି ଡାଏରୀକୁ ବୁକୁରେ ଜାକି ପ୍ରାଣଭରି କାନ୍ଦିବାକୁ ଲାଗିଲା। ତାର ଆଖିରୁ ଲୁହ ଧାର ଧାର ହୋଇ ବହିଯାଉଥିଲା, କିନ୍ତୁ ସେହି ଲୁହ ପୋଛିବା ପାଇଁ ଆକାଶ ଆଉ ଏ ଦୁନିଆରେ ନଥିଲା।

