ଅବଟି
ଅବଟି
ବହୁତ ଦିନରୁ ପିକନିକ ପାଇଁ ପ୍ଲାନ କରି କରି ବି ସଫଳ ହୋଇପାରୁନଥିଲୁ ,କାରଣ କେତେବେଳେ କାହାର ଘରେ ରାଜି ହଉନାହାନ୍ତି କେତେବେଳେ ଗାଡି ଠିକ ହୋଇପାରୁନି ତେଣୁ ଆମେ ଠିକ କଲୁ ଯେ ଯୋଉଦିନ ଗାଡି ଠିକ ହବ ସେଇଦିନ ହିଁ ବାହାରିଯିବା ଯେତିକି ଜଣ ହେବେ ସେତିକି ଯିବା ,
ଶୀତଦିନିଆରାତି ସାଙ୍ଗ ର ଫୋନ ଆସିଲା ଯେ ଚାଲେ ପିକନିକ ଯିବା . ହେଲେ ଏ ରାତିରେ ପୁଣି ହଟାତ ପିକନିକ ଯିବା କଥାଟା ଘରେ କେମିତି ଯେ କହିବି ଜାଣିପାରୁ ନଥାଏ ହେଲେ ବି ମନରେ ବୁଲି ଯିବାର ଇଚ୍ଛା ଟା କୁ ବି ମାରି ପାରୁ ନଥାଏ ,ତେଣୁ ବାଧ୍ୟ ହେଲି ବଡ ଭାଇ କୁ କହିବାକୁ ସେ ଟିକେ ବାପା ମା ଙ୍କର ଟିକେ ପ୍ରିୟ ତେଣୁ ତା କଥା ଘରେ ରାଜି ହେଇ ଯିବାର ଚାନ୍ସ ଟା ଟିକେ ବେଶୀ . ଆଉ ସତକୁ ସତ ବି ସେଇଆ ହେଲା ଭାଇ କଥାରେ ରାଜି ହେଇଗଲେ ହେଲେ ସର୍ତ୍ତ ଏଇଆ ରଖିଦେଲେ ଯେ ଭାଇ ବି ଆମ ସହ ଯିବ,
ସେଇଆ ବି ହେଲା ଆମେ ପାଞ୍ଚ ଜଣ ସାଙ୍ଗ ବାହାରିଗଲୁ ଓ ଆମ ସହ ମୋ ଭାଇ. ଡ୍ରାଇଭାରକୁ ମିଶେଇ ମୋଟ ସାତ ଜଣ ପୁଅ ପିଲା . ବାହାରିଗଲୁ ମାଲକାନଗିରି ର କାଲିମେଲା କୁ. ଗାଡି ଚାଲିଥାଏ ଆଉ ଆମେ ସବୁ ଧୀରେ ଧୀରେ ଶୋଇ ପଡ଼ିଲୁ ହେଲେ ଭାଇ ଶୋଇ ନଥାଏ l
ଡ୍ରାଇଭର ହଟାତ ଗାଡି ରଖିବାରୁ ଆମ ମାନଙ୍କ ନିଦ ଭାଙ୍ଗିଗଲା l କଣ ପାଇଁ ଗାଡି ରଖିଲୁ ପଚାରିବାରୁ କହିଲା କି ତାକୁ ନିଦ ଲାଗୁଛି ଆଉ ଗାଡି ଚଲେଇ ପାରିବନି l ସକାଳ ହବାକୁ ଆଉ ତ ଅଳ୍ପ ସମୟ ବାକି ରହିଲା ସେତିକି ସମୟ ଏଇଠି ଗାଡି ଭିତରେ ଶୋଇ କାଟିଦେବା ପୁଣି ସକାଳୁ ଯିବା l
ରାତି ରେ ସେ ଜଙ୍ଗଲ ଜାଗାରେ ରହିବା କଥା ଟା କାହା ମନ କୁ ପାଉ ନଥିଲେ ବି ଅନ୍ୟ କିଛି ଉପାୟ ନଥିଲା କାରଣ ଆମ ଭିତରୁ କାହାରିକୁ ବି ଗାଡି ଚଳେଇ ଆସେନି ତେଣୁ ବାଧ୍ୟ ହୋଇ ସେଇଠି ଗାଡି ଭିତରେ ଶୋଇଲୁ ହେଲେ ମୋ ଆଖିକୁ ନିଦ ଆସୁ ନଥାଏ ମନକୁ ଖାଲି ଖରାପ ଭାବନା ଆସୁଥାଏ l
ଠିକ ଏତିକି ବେଳେ ମୋ ଆଖି ପଡିଲା ଏକ ସ୍ତ୍ରୀ ଲୋକ ଉପରେ ହେଲେ ଏତେ ରାତି ରେ ପୁଣି ଏ ଜଙ୍ଗଲ ରେ ସ୍ତ୍ରୀ ଲୋକ କରୁଛି କଣ,ତାକୁ ଭଲ ଭାବେ ଦେଖିଲାରୁ ତା ଚାଲିରୁ ଜାଣିଲି ଯେ ସେ ଗର୍ଭବତୀ l
ମୋ ମନରେ ଉତ୍କଣ୍ଠା ଜାତ ହେଉଥାଏ, ହେଲେ ୟେ କଣ ସେ ସ୍ତ୍ରୀ ଲୋକ ଟା ସେ ଆମ୍ବ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଦେଲା ଆଉ ଏ ସବୁ ଏତେ ଜଲଦି ଘଟିଲା ଯେ ମୁଁ ଜାଣିପାରିଲିନି କଣ କରିବି, ଭୟରେ ସାଙ୍ଗ ମାନଙ୍କୁ ଓ ଭାଇ ମାନଙ୍କୁ ଡାକିଲି ସେମାନେ ଉଠି ଦେଖନ୍ତି ତ ସେଠି କୌଣସି ସ୍ତ୍ରୀ ଲୋକ ନାହାନ୍ତି ଆଉ ସମସ୍ତେ ମତେ ଡରକୁଳା ବୋଲି ଚିଡ଼େଇଲେ l କିନ୍ତୁ କେବଳ ମୁଁ ହିଁ ଜାଣେ ଯେ ମୁଁ ଯାହା ଦେଖିଥିଲି ସବୁ ସତ ଥିଲା ତଥାପି ନିଜର ଭ୍ରମ ଭାବି ଆଖି ମୁଜି ଶୋଇବାକୁ ଚେଷ୍ଟା କଲି l
କାହାର କଅଁଳ ହାତର ସ୍ପର୍ଶ ରେ ମୋ ନିଦ ପୁଣି ଭାଙ୍ଗିଗଲା, ଲାଗିଲା ଯେମିତି କଅଁଳ ଶିଶୁ ଟି ର ସ୍ପର୍ଶ ଆଉ ଏତିକି ବେଳେ ବି ମତେ ଛୋଟ ଛୁଆ ର କାନ୍ଦ ଶୁଭିଲା, ମତେ ଟିକେ ଡର ଲାଗିଲା କିନ୍ତୁ ଏ ଥରକ କାହାକୁ ବି ଉଠେଇଲିନି କାଳେ ପୁଣି ମତେ ଡରୁଆ କହି ଚିଡ଼େଇବେ l କିନ୍ତୁ ସେ ଛୁଆ ର କାନ୍ଦ ବାରମ୍ବାର ମୋ କାନକୁ ଶୁଭୁ ଥାଏ ତଥାପି ଶୋଇବାକୁ ଚେଷ୍ଟା କଲି l
ମିକୁ ଏ ମିକୁ ଉଠୁନୁ ସକାଳ ହେଲାଣି ବା ବଡ଼ ଭାଇ ଙ୍କ ଡାକରେ ନିଦ ଭାଙ୍ଗିଲା l
ମିକୁ ବ୍ରଶ କରିଦେ ଆଉ ଏଇଠୁ ଜଲଦି ପଳେଇବା ଏଇ ଆଗରେ ଗୋଟେ ଗାଁ ସେଇଠି କାଳେ ଦୋକାନ ଅଛି ବୋଲି ଡ୍ରାଇଭର କହିଲା, ଆମେ ସେଇଠି ଟିକେ କଣ ଖାଇଦେବା l
ଆମେ ମାନେ ଆର ଗାଁ କୁ ପହଞ୍ଚିଲା ବେଳକୁ ଗାଁ ରେ ବହୁତ ହୋ ହଲା ହଉଥାଏ, ବୁଝୁ ବୁଝୁ ଜଣା ପଡିଲା ଯେ ସେ ଗାଁ ର ବୋହୁ ଟିଏ ଆତ୍ମହତ୍ୟା କରିଛି ଆଉ ସେ ଯେହେତୁ ଗର୍ଭବତୀ ଥିଲା ତାକୁ ଏବେ ସେ ଗଛରେ କଣ୍ଟା ବାଡା ହବ ତା ପେଟ କୁ କୁରାଢ଼ୀ ରେ ହଣା ଯିବ କାରଣ ସେ ଏବେ 'ଅବଟି 'ଗର୍ଭବତୀ ଥାଇ ମହିଳା ମାନେ ଆତ୍ମହତ୍ୟl କଲେ ସେମାନଙ୍କୁ 'ଅବଟି କୁହନ୍ତି ଗାଉଁଲି ଭାଷାରେ l
କାଲି ରାତିର ସେ ଦୃଶ୍ୟ ମୋ ଆଖି ଆଗରେ ନାଚି ଯାଉଥାଏ ତା ମାନେ ସେ ସବୁ ସତ ଥିଲା, ହେଲେ ଅନ୍ୟ ମାନେ କେହି କାହିଁକି ଦେଖିପାରିଲେନି ଯେ l
କିନ୍ତୁ ତାଙ୍କୁ କଣ୍ଟା ନ ବାଡ଼େଇବାକୁ ଗାଁ ଲୋକ ଙ୍କୁ ଯେତେ ବୁଝେଇଲେ ବି ସେମାନେ ରାଜି ହେଲେ ନାହିଁ, ଶେଷରେ ସେଇଆ ହେଲା କଣ୍ଟା ବାଡେଇ ଦେଲେ, ଆମ ପିକନିକ ସେଇ ଅଧାରେ ରହିଲା ଏ ଘଟଣା ପରେ ଜମାରୁ ମନ ହେଲାନି ପିକନିକ ଯିବାକୁ l
ତେବେ ସେ ସ୍ତ୍ରୀ ଲୋକ ମତେ ହିଁ କାହିଁକି ଦେଖା ଦେଲା କଣ ମୁଁ ଡାକ୍ତରୀ ଛାତ୍ର ବୋଲି ? କଣ ସେ ଚାହୁଁଥିଲା ? ଚାହୁଁଥିଲା କି ମୁଁ ତା ଗର୍ଭସ୍ଥ ଶିଶୁ କୁ ବଞ୍ଚାଏ ହେଲେ କେମିତି ବଂଚେଇ ଥାନ୍ତି ? କେଜାଣି ଚେଷ୍ଟା କଲେ ବୋଧେ ହେଇଥାନ୍ତା l
ମନ ଦୁଃଖରେ ସେଇଠୁ ଘରକୁ ଫେରିଲୁ

