Ayiswarya Maharana

Horror Tragedy

3  

Ayiswarya Maharana

Horror Tragedy

ଅଭୁଲା ବର୍ଷା ରାତି

ଅଭୁଲା ବର୍ଷା ରାତି

4 mins
273


ରମେଶ ଅନଥାଶ୍ରମରେ ବଢିଥିବା ପିଲାଟିଏ।ଅନଥାଶ୍ରମରେ ତା'ର ଶୈଶବ,କିଶୋର ଅବସ୍ଥା ବିତିସାରିଥିଲା।ସେ ଅନଥାଶ୍ରମରେ ରହି ନିଜକୁ ବହୁତ ଅଭାଗା ବୋଲି ମନେକରୁଥିଲା।ବାହାରେ ପିଲାମାନଙ୍କୁ ସେମାନଙ୍କର ବାପା ମା ଙ୍କ ସହ ଦେଖିଲେ ତା କୋମଳ ହୃଦୟଟି ପିତାମାତା ସ୍ନେହ ପାଇଁ ବ୍ୟକୁଳ ହୋଇଉଠୁଥିଲା।କିନ୍ତୁ ହାୟ!ସେ ତ ପିଲା ଦିନରୁ ବାପା ମା ଙ୍କୁ ଦେଖିଛି କି ନାହିଁ ତା'ର ସେତିକି ମଧ୍ୟ ମନେ ନାହିଁ।ଯଦିଓ ଆଶ୍ରମର କର୍ମୀମାନେ ପିଲାମାନଙ୍କୁ ଯଥାସାଧ୍ୟ ସ୍ନେହ ଦେଉଥିଲେ;ତଥାପି ମାଆବାପାଙ୍କର ଅଭାବ କେହି କ'ଣ ପୂରଣ କରିପାରିବ?ସମୟ ବଢିବା ସହ ସେ ନିଜକୁ ଅନଥାଶ୍ରମରେ ବୋଝଟିଏ ଭଳି ମନେ କରୁଥିଲା।ତେଣୁ ସେ ଖୁବ୍ ଶୀଘ୍ର ସ୍ୱାବଲମ୍ବୀ ହେବାର କୌଶଳ କିଛି କରାୟତ କରିସାରିଥିଲା। ତଥାପି ସେ ଅନୁଭବ କରୁଥିଲା ,ଏକ ସ୍ୱଚ୍ଛନ୍ଦ ଜୀବନ ପାଇଁ ଏହି କୌଶଳ ତାକୁ ବିଶେଷ କିଛି ସାହାଯ୍ୟ କରିପାରିବ ନାହିଁ।ଶେଷରେ ନିଜର ପ୍ରଚେଷ୍ଟାରେ ପୋଷ୍ଟ ମାଷ୍ଟର ଚାକିରୀଟିଏ ପାଇଗଲା।ତା ପରଠାରୁ ସେ ଅନାଥଶ୍ରମ ଛାଡ଼ିଦେଇ ଆସିଲା।ଆସିବା ସମୟରେ ନିଜର ଶୈଶବ ବିତିଥିବା ଅନଥାଶ୍ରମକୁ ମନ ଭରି ଦେଖିନେଲା।ଏତେ ଦିନର ଠିକଣା ଯେ ବଦଳୁଥିଲା।ସ୍ଥିର କରିସାରିଥିଲା ତା ଆୟର କିଛି ଅଂଶ ଏହି ଅନଥାଶ୍ରମକୁ ଦାନ କରିବ ।ଫଳରେ ତା ଭଳି ଆଉ କେହି ଅନାଥ ଉପକୃତ ହେବ।

ରମେଶର ପ୍ରଥମ ପୋଷ୍ଟିଂ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳରେ ହୁଏ।ସହର ଠାରୁ କିଛି ଦୂର ରେ ଏକ ଗାଁରେ ଘରଟିଏ ଭଡା ନେଇଥାଏ।ଶୀଘ୍ର ରେ ସେଠାରେ ଦୁଇ ବଖରା ର ଆଜବେଷ୍ଟ ଘରଟିଏ ମିଳିଲା।ସେ ଅଫିସରୁ ଫେରି ଅପରାହ୍ନରେ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରେ।ଛୁଟିଦିନ ହେଲେ ଗାଁର ଲୋକମାନଙ୍କ ସହ ବହୁତ ମିଳାମିଶା କରେ।ଅଂଚଳର ପିଲାମାନଙ୍କୁ ବିନାମୂଲ୍ୟରେ ଶିକ୍ଷା ଦାନ କରେ।ରମେଶର ର ଏହି ପରୋପକାରୀ ଗୁଣ ତଥା ଗ୍ରାମବାସୀଙ୍କ ପ୍ରତି ସରଳ ବ୍ୟବହାର ପାଇଁ ସେ ସେଠାରେ ଅତି ଲୋକପ୍ରିୟ ହୋଇଯାଏ।

ଦିନେ ସଂଧ୍ୟାରେ ହଠାତ୍ ଅଦିନିଆ ଝଡ ବର୍ଷା ଆରମ୍ଭ ହୋଇଗଲା।ବେଳକୁ ବେଳ ବର୍ଷାର ବେଗ ବଢୁଥାଏ।ବିଦ୍ୟୁତ କାଟ ମଧ୍ୟ ହୋଇସାରିଥାଏ।ତେଣୁ ରମେଶ ଘର ଭିତରେ ମହମବତୀ ଟିଏ ଲଗାଇ ବସିଥାଏ।ମନରେ ଏଣୁତେଣୁ କଥା ଚାଲିଆସୁଥାଏ।ମନକୁ ଧସେଇ ହୋଇ ପଶି ଆସୁଥାଏ ବିଗତ ଦିନଗୁଡିକ।ଏହି ସମୟରେ ବାହାରେ କବାଟରେ କେହି ଜଣେ କରାଘାତ କରୁଥିବାର ଶୁଣିବାକୁ ପାଇଲା।ଅସମୟରେ ଝଡ ବର୍ଷା ରାତିରେ ବାହାରେ କିଏ ଡାକୁଛି।ବୋଧ ହୁଏ କେହି ଜଣେ ବିପଦରେ ପଡିଛି।ଏହା ଚିନ୍ତା କରି ଟର୍ଚ୍ଚ ଲାଇଟ ଧରି କବାଟ ଖୋଲିଲା।ଟର୍ଚ୍ଚ ଆଲୋକରେ ଦେଖିଲା ବର୍ଷା ରେ ସମ୍ପୂର୍ଣ୍ଣ ଭିଜିଯାଇଥିବା ଜଣେ ସୁନ୍ଦରୀ ତରୁଣୀ ଛିଡ଼ାହୋଇଛନ୍ତି।ପିନ୍ଧା ଶାଢ଼ୀ ରୁ ପାଣି ନିଗିଡି ଭିଜିଯାଇଥିବା ଛୋଟ ବରଣ୍ଡାଟିକୁ ଆହୁରି ଭିଯାଇ ଦେଉଥାଏ।ତରୁଣୀ ଜଣଙ୍କୁ ଦେଖିଲେ ଯେ କୌଣସି ପୁରୁଷର ମତିଭ୍ରଷ୍ଟ ହେବାର ସମ୍ଭାବନା ଯଥେଷ୍ଟ ଅଧିକ।ରମେଶ ମଧ୍ୟ ଏଥିରୁ ବାଦ୍ ପଡିନଥିଲା।ରମେଶ ତରୁଣୀ ଜଣଙ୍କୁ ଦେଖି ନିଜ ଭବନାରେ ବୁଡିଯାଇଥାଏ।ଘର ଭିତରକୁ ବାହାରର ବର୍ଷା ଛିଟା ପଡୁଥାଏ।ତରୁଣୀ ଜଣକ ରମେଶ ର କୌଣସି ପ୍ରଶ୍ନକୁ ଅପେକ୍ଷା ନକରି ରମେଶକୁ ଘର ଭିତରକୁ ଠେଲିଦେଇ ନିଜେ ଘର ଭିତରକୁ ଆସି ତରବରରେ ଦ୍ୱାରାଟିକୁ ବନ୍ଦ କରିଦେଲା।ରମେଶ ଅନୁଭବ କଲା ଯେ ତରୁଣୀଙ୍କର ହାତ ବରଫ ଭଳି ଥଣ୍ଡା ହୋଇଯାଇଛି। ରମେଶ ପଚାରିଲା ,"କିଏ ତୁମେ?ଏ ବର୍ଷା ରାତିରେ ବାହାରେ କଣ କରୁଛ?ଆଉ ଇଏ କି ବ୍ୟବହାର??"ତରୁଣୀ ଜଣକ କହିଲା,"ମୁଁ ସୁରଭି।ଏ ଗାଁର ଝିଅ।ମୋ ଘରେ ମୋ ବୁଢ଼ୀ ମା ଆଉ ମୁଁ ରହୁ ।ଏଈ ଝଡ ବର୍ଷାରେ ମୋ ଘରର ଚାଳ ଉଡ଼ିଗଲା।ଯଦି ଆପଣ ୨ ଦିନ ତାକୁ ଜାଗା ଦିଅନ୍ତେ ତେବେ ମୁଁ ମୋ ଘରଟିକୁ ସଜାଡି ଦେଇଥାନ୍ତି।"ରମେଶ ପ୍ରକୃତିସ୍ଥ ହୋଇ ଚିନ୍ତା କଲା ଝିଅଟି ସାହାଯ୍ୟ ପାଇଁ ଆସିଛି ଆଉ ମୁଁ କି ଖରାପ ଚିନ୍ତାଧାରା ପୋଷଣ କରିଛି।ସୁରଭିକୁ କହିଲା ଠିକ୍ ଅଛି ଚାଲ ତୁମ ମାଆଙ୍କୁ ନେଇଆସିବା।କିନ୍ତୁ ୨ଦିନ ପାଇଁ କେବଳ।ସୁରଭି ମୁଣ୍ଡ ହଲାଇ ସହମତି ଦେଲା।ରମେଶ ଛତାଟିଏ ଧରି ସୁରଭି ସହ ଚାଲିବାକୁ ଆରମ୍ଭ କଲା।ସୁରଭି ସେମିତି ଓଦା ହୋଇ ଚାଲିଥାଏ।ରମେଶ ପୁଣି ପଚାରିଲା ତୁମେ ଘର ଭିତରୁ ଦ୍ୱାର କାହିଁକି ବନ୍ଦ କଲ? ସୁରଭି ଗାଁ କ୍ଲବ୍ ଘରର ଛାତ ତଳେ ବସି ମଦ୍ୟପାନ କରୁଥିବା କିଛି ଲୋକଙ୍କୁ ଦେଖାଇ କହିଲା ଏମାନେ ମୋ ସହ ଦୁଃବ୍ୟବହାର କରିବାକୁ ମୋର ପିଛା କରୁଥିଲେ। ସେଥିପାଇଁ ମୁଁ ଘର ଭିତରକୁ ଚାଲିଗଲି।ଆପଣ ଗାଁ ଲୋକଙ୍କୁ ଏତେ ସାହଯ୍ୟ କରୁଛନ୍ତି ।ତେଣୁ ଆପଣଙ୍କ ପାଖରେ ସୁରକ୍ଷିତ ମନେ କରିଲି।

ଦୁହେଁ ଆସି ସୁରଭି ଘର ପାଖରେ ପହଁଚିଲେ।ରମେଶ ଦେଖିଲା ସତରେ ଘରଟିର ଚାଳ ଉଡିଯାଇଛି।ବୋଧହୁଏ ଅନେକ ଦିନ ହେଲା ଚାଳ ନୂଆ କରାଯାଇନଥିଲା।ବର୍ଷା ପ୍ରାୟତଃ ଛାଡିଯାଇଥାଏ।ରମେଶ ଯାଇ ବୃଦ୍ଧାଙ୍କୁ ଡାକିଲା।ବୃଦ୍ଧାଜଣକ ବର୍ଷାରେ ତିନ୍ତି ଥରୁଥାନ୍ତି।ରମେଶ ସୁରଭିକୁ କହିଲା ,"ତୁମେ ଯାଇ ବାକ୍ସରୁ କିଛି ଶୁଖିଲା ଲୁଗା ଆଣି ତୁମ ମାଆଙ୍କ ଓଦା ଲୁଗା ବଦଳାଇ ଦିଅ।ନିଜେ ବି ଲୁଗା ବଦଳାଇ ଆସ।ମୁଁ ବାହାରେ ଅଛି।"ବୃଦ୍ଧା ଜଣକ କହିଲେ ପୁଅ ତୁମେ କାହାକୁ କଣ କହୁଛ।ରମେଶ କହିଲା ତୁମ ଝିଅ ସୁରଭିକୁ କହୁଛି ଓଦା ଲୁଗାସବୁ ପାଲଟି ଦେବା ପାଇଁ।ବୃଦ୍ଧା ଜଣକ କହିଲେ, "ପୁଅ,ମୋ ଝିଅ ସୁରଭି ୫ବର୍ଷ ତଳୁ ମୋତେ ଏକା କରି ଚାଲିଯାଇଛି।ଆମରି ଗାଁର କେତେଟା ମଦୁଆ ତା ଜୀବନ ନଷ୍ଟ କରିଦେଲେ।ସେଥିପାଇଁ ସେ ଗଛରେ ଦଉଡି ଦେଇଦେଲା।ବୁଢ଼ୀ ମା ଟା କଥା ଟିକିଏ ହେଲେ ଭାବିଲାନି।"

ରମେଶ ନିଜ କାନକୁ ବିଶ୍ୱାସ କରିପାରୁନଥିଲା।ଥଣ୍ଡା ପାଗରେ ମଧ୍ୟ ତା ଦେହରୁ ଗମ୍ ଗମ୍ ଝାଳବୋହିଗଲା।ତା ଘର ବାହାରେ ତା'ହେଲେ ଗୋଟିଏ ଅଶରୀରି ଥିଲା,ଯାହା ସହ ସେ ରାସ୍ତାରେ ଗପିଗପି ଆସିଥିଲା।

ତା'ପରେ ରମେଶ ବୃଦ୍ଧାଙ୍କ ଲୁଗା ବଦଳାଇବା ପାଇଁ ଟିଣ ବାକ୍ସଟିକୁ ଖୋଲିଲା।ଶାଢ଼ୀଟିଏ ଖୋଜୁ ଖୋଜୁ ଗୋଟିଏ ଛୋଟ ପିଲାର ଫୋଟୋଟିଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲା।କାରଣ ଅନାଥାଶ୍ରମରୁ ପାଇଥିବା ନିଜ ପିଲା ଦିନର ଫୋଟୋ ସହିତ ବୃଦ୍ଧାଙ୍କ ପାଖରେ ଥିବା ଫୋଟୋର ଚେହେରା ମିଶିଯାଉଥାଏ।ବୁଝିପାରୁଥିଲା ଯେ ବୃଦ୍ଧା ଜଣକ ହିଁ ତାର ଜନ୍ମଦାତ୍ରୀ।ଏତେ ବର୍ଷ ପରେ ନିଜର ଆତ୍ମୀୟ ବୋଲି କେହି ଅଛନ୍ତି ବୋଲି ଜାଣିବାକୁ ପାଇଲା ,ତାହା ପୁଣି ଏପରି ଏକ ଅଭାବନୀୟ ପରିସ୍ଥିତିରେ।ତେଣୁ ସେ ଖୁସି ହେବ ନା ଭଉଣୀ ପାଇଁ ଦୁଃଖ କରିବ ନିର୍ଣ୍ଣୟ କରିନପାରି ବୃଦ୍ଧାଙ୍କୁ ଦେଖି କାନ୍ଦିବାରେ ଲାଗିଲା।

ପରେ ଉଭୟ ଉଭୟଙ୍କର ପରିଚୟ ପାଇଲେ।ବୃଦ୍ଧା ସ୍ୱୀକାର କଲେ କିପରି ନିଜର ଅବହେଳା ଯୋଗୁଁ ଜଣେ ଅଜଣା ବ୍ୟକ୍ତି ତାଙ୍କ ଛୋଟ ପୁଅଟିକୁ ଚୋରାଇ ନେଇଯାଇଥିଲା।ସେ ଯାହା ହେଉ ପୁଅ କୁ ମୃତ ମନେ କରି ରହିଥିବା ମାଆ ଯେ ଅସମୟରେ ଏକ ଦୁଃଖଦ ପରିସ୍ଥିତିରେ ନିଜ ପୁଅକୁ ଭେଟିବ ତାହା କଳ୍ପନା କରିନଥିଲା। ।ତା ପରେ ରମେଶ ନିଜ ମାଆକୁ ନେଇ ନିଜ ଭଡ଼ାଘରକୁ ଫେରିଲା।

ଏହି ବର୍ଷା ରାତିଟି ତା ଜୀବନ ର ସବୁଠାରୁ ଅବିସ୍ମରଣୀୟ ମୁହୁର୍ତ୍ତକୁ ଭେଟି ଦେଇଗଲା।ସ୍ମୃତି ଟି ହେବ ଅତ୍ମୀୟ ଜଣକୁ ପାଇବାର ,ଆତ୍ମୀୟ ଜଣଙ୍କୁ ହରାଇବାର।

ବର୍ଷା ରାତିରେ ଘର ବାହାରେ ଛିଡା ହୋଇଥିବା ସୁରଭି ତା'ର ମୃତ ଭଉଣୀ ଥିଲା ,ଯେ କି ନ୍ୟାୟ ପାଇବା ଆଶାରେ ଅତୃପ୍ତ ହୋଇରହିଥିଲା.....ମାର ଅସହାୟତା ଦେଖି ଅଶାନ୍ତ ରହିଥିଲା.....ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେଉଥିଲା ଏକ ନୂତନ ଆଶାରେ।


  



Rate this content
Log in

Similar oriya story from Horror