Susanta kumar Patra

Romance

0.2  

Susanta kumar Patra

Romance

ଅଭିଯୋଗ

ଅଭିଯୋଗ

2 mins
431


ପ୍ରକାଶ ବିବାହ କରିବାର ଆଜିକି ପାଞ୍ଚବର୍ଷ ହେଲା, ବିବାହ ବାର୍ଷିକରେ କଣ ଉପହାର ଦେବ ତାର ମନର ମଣିଷକୁ ସେକଥା ଅଫିସରେ ବସି ଭାବୁଥାଏ |ତାର ସ୍ତ୍ରୀ ମାନେ ପ୍ରିୟଙ୍କାକୁ ଚକେଲେଟ ବହୁତ ଭଲ ଲାଗେ ତେଣୁ ସେ ଅଫିସ କାମ ସାରି ଘରକୁ ଯିବାର ରାସ୍ତାରେ ଚକେଲେଟ ନେଇ ଘରକୁ ଯିବାକୁ ସିଏ ନିଷ୍ପତି ନେଲା| ଅଫିସ ଛୁଟି ହେଲା ଏବଂ ଘରକୁ ଆସିବା ରାସ୍ତାରେ ତା ସ୍ତ୍ରୀର ପସନ୍ଦ ଚକେଲେଟ କିଣି ଅଫିସ ବ୍ୟାଗରେ ଲୁଚେଇ କରି ଘରକୁ ଆସିଲା |

ପ୍ରକାଶ ଘରକୁ ଗଲା ଜୋତା କାଢିଲା, ଏବଂ ଗୋଡ ହାତ ଧୋଇ ଚୁପଚାପ ସୋଫା ଉପରେ ବସି ରହିଲା|ପ୍ରିୟଙ୍କା ଆରମ୍ଭ କରିଦେଲା ତାର କଥା,ଏଇଟି ଶୁଣୁଚ ନା ନାଇଁ, ଆଜି କଣ ତମର ମନେ ନାଇଁ ନା କଣ ?ପ୍ରକାଶ ଟିକିଏ ମଜା ନେବ ପାଇଁ କହିଲା କୋଉ କଥା ଆଜି କଣ କି ? ପ୍ରିୟଙ୍କା ରାଗରେ କହିଲା ତମର ତ କିଛି ମନେ ରହୁନି ଆଜି ପରା ଆମ ବିବାହ ବାର୍ଷିକ| ଦିଅ ମତେ ମୋର ଉପହାର ଦିଅ | ପ୍ରକାଶ ଟିକିଏ ଅଭିନୟ କଲା,କହିଲା ସତରେ ନା କଣ,ଆଜି ଆମ ବିବାହ ବାର୍ଷିକ,ମୁଁ ତ ପୁରା ଭୁଲି ଯାଇଛି|ଏକଥା ଶୁଣିବା କ୍ଷଣି ରାଗରେ ଗର ଗର ହୋଇ ପ୍ରିୟଙ୍କା ଅଭିଯୋଗ କରିବାରେ ରାଗିଲା ତମେ ମତେ ଆଉ ଭଲ ପାଉନ, ତମେ ଆଗ ପରି ଆଉ ଗେଲ କରୁନ, ତମ ପୁରୁଷ ଜାତିଟା ପରା ସେୟା, ବିବାହପୂର୍ବରୁ ଧନ ଗେଲି କହି ମନ ଚୋରି କରିବ, ଆଉ ବିବାହ ପରେ ଶେଷ ହୋଇଯାଏ ତୁମର ସବୁ ଭଲ ପାଇବା, ନା ଧନ ଡ଼ାକିବ ନା ଗେଲ କରିବ ଖାଲି ଅଫିସ କାମ ଆଉ କିଛି ନାହିଁ|ମୁଁ ଏତିକି ବୁଝିପାରୁନି ବିବାହ ପୂର୍ବରୁ ତୁମେ ସେଇ ଅଫିସ ଯାଉଥିଲ ନା ନାଇଁ ତଥାପି ତ ଅଫିସରୁ ସମୟ ବାହାର କରି ମୋର ସାଙ୍ଗରେ କଥା ହେଉଥିଲ| ଏବେ କଣ ହେଲା ବିବାହ ପରେ ସବୁ ବଦଳି ଗଲା ଏହା କହି ରାଗରେ ଗର ଗର ହୋଇ କାନ୍ଦିବାକୁ ଲାଗିଲା ପ୍ରିୟଙ୍କା|

ପ୍ରକାଶ ଖଟ ଉପରୁ ଉଠି ପ୍ରିୟଙ୍କାକୁ ଆଲିଙ୍ଗନ କଲା ଏବଂ ତାର ଆଖିରୁ ଲୁହ ପୋଛିବାକୁ ଲାଗିଲା ଆଉ କହିଲା ମୁଁ କଣ କେବେ ଅମର ବିବାହ ବାର୍ଷିକ ଭୁଲିପାରିବି?'ନିଅ ତୁମ ଉପହାର ନିଅ ତୁମର ପ୍ରିୟ ଚକେଲେଟ| ଯାହା ହେଉ ଟିକିଏ ଭୁଲିବାର ଅଭିନୟ କଲି ବୋଲି ତୁମର ଅଭିଯୋଗ ତ ଶୁଣି ପାରିଲି, ମୋ ପ୍ରତି ଥିବା ତୁମର ଭ୍ରାନ୍ତ ଧାରଣାକୁ ଜାଣି ପାରିଲି,ମତେତ ଆଶ୍ଚର୍ଯ୍ୟ ଲାଗୁଛି ତୁମର ମନ କଥା ଶୁଣି | ତୁମେ ଏତେ ବୁଝିବାର ହୋଇବି ଅବୁଝା ହେଲେ କଣ କରିବି କୁହତ, ତୁମେ ପରା ଶିକ୍ଷିତା ମୁଁ ତୁମକୁ କଣ ଶିଖେଇବି କଣ ବା ବୁଝଇବି| ତୁମେ ଜଦି ମତେ ବୁଝିପାରିବନି ଆଉ ମତେ କିଏ ବୁଝିବ ତୁମେ କୁହତ | ତୁମେ ଜଦି ମୋର ହୃଦୟର ଭାବନା କୁ ପଢି ପାରୁନ ମତେ ବୁଝି ପାରୁନ ଏବଂ ମୋର ଭଲପାଇବାକୁ ଅନୁଭବ କରିପାରୁନ ସେଇଥିପାଇଁ ଦାୟୀ ମୁଁ | ତୁମ ଅଭିଯୋଗ ଅନୁସାରେ ମୁଁ ବଦଳି ଗଲିଣି ହଁ ମୁଁ କିଛି ବଦଳିଛି ସମୟ ଅନୁସାରେ,ପରିବାରର ଦାୟିତ୍ୱ ତୁଲାଉ ତୁଲାଉ କୋଉଠି ନା କୋଉଠି ମୁଁ ଟିକିଏ ବଦଳି ଯାଇଛି କିନ୍ତୁ ତୁମେ ମନେରଖ ତୁମେ ମୋର ସେହି ଧନ ସେହି ଗେଲି|ଯେମିତି ଆଗରୁ ଥିଲ ସେମିତି ଥିବ ସାରା ଜୀବନ ପାଇଁ ତୁମେ ପରା ମୋର ପ୍ରାଣ ତୁମ ବିନା ଏଇ ଶରୀର ଶବ ସମାନ ଏକଥା ଶୁଣି ପ୍ରିୟଙ୍କା ବହୁତ ଜୋରରେ ପ୍ରକାଶ କୁ ଆଲିଙ୍ଗନ କଲା ଆଉ ଚୁମ୍ବନ ଦେଲା ଆଉ କହିଲା ଧନ ମୋର ଭୁଲୁ ହୋଇଯାଇଛି ମତେ କ୍ଷମା କରିଦିଅ ଆଉ କେବେବି ଏମିତି ଅଭିଯୋଗ କରିବିନି|


Rate this content
Log in

Similar oriya story from Romance