Susanta kumar Patra

Others

3  

Susanta kumar Patra

Others

କେମିତିକା ପ୍ରେମ

କେମିତିକା ପ୍ରେମ

3 mins
618



ସୁମନ ଏକ ମଧ୍ୟବିତ୍ତ ପରିବାରର ପୁଅ । ଘରେ ତାର ବାପା ମା ଦାଦା ଖୁଡି ଜେଜେବାପା ଓ ଜେଜେମା ରୁହନ୍ତି। ସୁମନ ଜେବେ ଏକ ବର୍ଷର ହୋଇଥିଲା ତାର ବୋଉ ତାକୁ ଛାଡି ଦେଇ ଆର ପରିକି ଚାଲିଗଲା । ମା ଛେଉଣ୍ଡ ସୁମନ କୁ ସମସ୍ତେ ନିଜର କରିନେଲେ ଏବଂ ସ୍ନେହ ଭାପାଇବା ଦେଇ ତାକୁ ବଡ କଲେ । 


ସମୟ ଗତିରେ ଆଗକୁ ବଢିଚାଲିଥାଏ ସୁମନ। ସୁମନ ଏବେ ଯୌବନ ଅବସ୍ଥା । ସେ ଘରର ହୀରା କହିଲେ ଚଳେ ଏବଂ ଗାଁ ଲୋକଙ୍କ ପାଇଁ ଗୋଟିଏ ଆଦର୍ଶ ପିଲା ଭାବେ ପରିଗଣିତ ହେଉଥାଏ । 

ଦିନେ ବାପାଙ୍କ ଅନୁରୋଧ କ୍ରମେ ଏକ ବାହାଘର କାର୍ଯ୍ୟକ୍ରମ ରେ ଯାଇଥିଲା। ସେଠାରେ ଚିତ୍ରା ନାମରେ ଗୋଟିଏ ଝିଅ ସହ ଦେଖା ହେଲା । ଚିତ୍ରାର ବ୍ୟବହାର ରେ ତାଯୁବ ହୋଇଗଲା କାରଣ ବିଂଶ ଶବ୍ଦଦିର ଏକ ଝିଅ ସୁମନ କୁ ପ୍ରଣାମ କଲା ପୁଣି ଗୋଡ ଛୁଇଁକି ତାର ବ୍ୟବହାର ରେ ସୁମନ ଖୁସି ହୋଇ ସେଇ ଝିଅଟି ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କଲା । ସୁମନ ଯାହା ଶୁଣିଲା ସେଥିପାଇଁ ସେ ଖୁସିରେ ପାଗଳହୋଇଗଲା କାରଣ ଚିତ୍ରା ଉଚ୍ଚ ଶିକ୍ଷିତା ଥିଲା ଏବଂ ସୁମନର ଜାତିର। ହଁ ଜାତିର କାରଣ ସୁମନର ବାପା ନିଜ ପରିବାର ଓ ଜାତିକୁ ଭଲ ପାଆନ୍ତି ଏବଂ ପୁଅ ପାଇଁ ତାଙ୍କ ଜାତିର ଗୋଟେ ଝିଅକୁ ସୁମନ ପାଇଁ ବୋହୁ କରି ଆଣିବେ ନିଜ ଘରକୁ । ଏହି କଥା କିନ୍ତୁ ସୁମନ ଭଲ ଭାବେ ଜାଣି ପାରିଥିଲା ତେଣୁ ସେ ଜେବେ ଶୁଣିଲା ଚିତ୍ରା ତାଙ୍କ ଜାତିର ତେଣୁ ସେ ଖୁସିରେ ପାଗଳ ହୋଇଗଲା ।ଧୀରେ ଧୀରେ ସୁମନ ଏବଂ ଚିତ୍ରା ଦୁହେଁ ନିକଟତର ହେଲେ ଏବଂ ପ୍ରେମ କରିବା ଆରମ୍ଭ କଲେ ।


କାଳକ୍ରମେ ସମୟର ଗତି ଅନୁସାରେ ଦୁଇ ଜଣ ଜାକ ପ୍ରେମ ସଂପର୍କ ବି ଆଗକୁ ମାଡିଚାଲିଲା ବିନା ବାଧକ ରେ ହଠାତ ସମ୍ପର୍କ ଆକାଶରେ ଦେଖିବାକୁ ମିଳିଲା ବିଷାଦର ବାଦଲ । ନା ବର୍ଷା ହେଲା ନା କିରଣ ମିଳିଲା କେବଳ ଗୁଲୁମୁଳି ହେଲା କାରଣ ସୁମନର ପରିବାର ଯେତେବେଳେ ସୁମନର ପ୍ରେମ ବିଷୟରେ ଜାଣିଲେ ସମସ୍ତେ ତାଯୁବ ହୋଇଗଲେ ଏବଂ ମନେ ମନେ ରାଗିବାକୁ ଲାଗିଲେ କାରଣ ସୁମନ ଭଲ ପାଉଥିବା ଝିଅର 

ପିଇସି ସହ ସୁମନ ଦାଦାର ବିବାହ ଠିକି ହୋଇଥିଲା କିନ୍ତୁ ସୁମନର ବାପା ଏଇ ପ୍ରସ୍ତାବ କୁ ନାପସନ୍ଦ କରିଥିଲେ କାରଣ ଝିଅ ଘରର ପରିବାର ଲୋକ ଦେଖିବାକୁ ଅସୁନ୍ଦର ଥିଲେ ଏବେ କେମିତି ନିଜ ପୁଅ ପାଇଁ ସେଇ ପରିବାରୁ ଝିଅ ଆଣିବେ ଏକଥା ମନେ ମନେ ଭାବୁଥାନ୍ତି ସୁମନର ବାପା । 


ଏଇ କଥା ଜେବେ ସୁମନ ଜାଣିଲା ଅତୀତରେ ଏମିତି କିଛି ହୋଇଛି ବୋଲି ସେ ଭାଙ୍ଗିପଡିଲା କାରଣ ଏଇ ଭିତରେ ପ୍ରେମ ସମ୍ପର୍କ ପାଞ୍ଚବର୍ଷ ବିତି ଯାଇଥିଲା । ଏବେ ସୁମନ କଣ କରିବ କିଛି ଭାବି ପାରୁନଥିଲା କାରଣ ସିଏ କାହାକୁ କଷ୍ଟ ଦେବାକୁ ଚାହୁଁନଥିଲା ।


ସୁମନ ନିଜର କର୍ତ୍ତବ୍ୟ ଓ ଅଧିକାର ବିଷୟରେ ନିଜକୁ ପ୍ରଶ୍ନ କରୁଥିଲା କଣ କଲେ ଠିକି ହବ ଭାବୁଥିଲା ନିଜ ପରିବାର ସ୍ୱାର୍ଥ ପାଇଁ ଏକ ନିରହ ଝିଅ ଆଖିରେ ଲୁହ ଦେବା ତାର କି ଅଧିକାର ବୋଲି ନିଜକୁ ପ୍ରଶ୍ନ କରୁଥିଲା? ଅନ୍ୟ ପଟେ ନିଜ ପରିବାର ସଦସ୍ୟଙ୍କୁ କେମିତି ବୁଝେଇବ ସେଇ କଥା ଭାବିପାରୁନଥିଲା । ଏହି କଥା ତାର ପ୍ରେମିକା ଚିତ୍ରାକୁ ବି କହି ପାରୁନଥିଲା କିନ୍ତୁ ସେ ମନସ୍ଥ କଲା ଯେମିତ ହେଉ ଯେଉଁଭଳି ହେଉ ସେ ତାର ପ୍ରେମିକା ଚିତ୍ରା କୁ ବିବାହ କରିବ? 


ଏମିତି ରେ ବି କିଛି ଦିନ ଗଲାପରେ, ପରିବାର ଲୋକ ଜେବେ ସୁମନ ମନର କଥା ଜାଣିଲେ ସେ ବିବାହ ରେ ରାଜି ହେଲେ କିନ୍ତୁ ଗୋଟେ କଥା କହିଲେ ସେ ତା ଇଛାରେ ବିବାହ କରୁଛି କରୁ କିନ୍ତୁ ଭଲ ହେଲେ ତାର ଖରାପ ହେଲେ ତାର କାରଣ ଜୀବନ ସାରାତ ସେ ତା ସହ ଜୀବନ କାଟିବ ଅମର କଣ କହିବାର ଅଛିଏବଂ ସେ ବିବାହ କରୁ କିନ୍ତୁ ମୁଁ ସେ ବିବାହକୁ ଯିବିନି କି ଝିଅର ଘରକୁ ଯିବିନି, ମୁଁ କିନ୍ତୁ ବିବାହରେ ରାଜି କହି ସୁମନର ବାପା ଚାଲିଗଲେ । ସୁମନ ସବୁ ଶୁଣୁଥାଏ, ସେ ନିରବ ରହିଲା ଏବଂ କିଛି କହିଲା ନାହିଁ ।

ଏବଂ କଣ କରିବ ସୁମନ ଭାବିବାକୁ ଲାଗିଲା ଏହା ପରେ ସେ ଚିତ୍ରା ପାଖକୁ କୁ ଫୋନ କଲା ସେପଟେ ଚିତ୍ରା କାହଁକି କେଜାଣି ଫୋନ ଉଠଇଲା ନାହିଁ କିନ୍ତୁ ସୁମନ ବାରମ୍ବାର ଫୋନ କଲା ଶେଷରେ ଚିତ୍ରା ଫୋନ ଉଠଇଲା କହିଲା -

ଚିତ୍ରା :କାହଁକି ବାରମ୍ବାର କଲ କରୁଛ 

ସୁମନ ଉତ୍ତର ଶୁଣି ରାଗି ଯାଇ କହିଲା

ସୁମନ : କଣ ହେଲାକି ତୁମର, ତୁମର କଣ କଥା ହେବାକୁ ଇଛା ନାହିଁ 

ଚିତ୍ରା :ନା ମୁଁ ତୁମ ସହ କଥା ହେବିନି, କି ତୁମେ ମୋ ପାଖକୁ ଆଉ କଲ କରିବନି ଏହା କହି ଚିତ୍ରା କଲ୍ କାଟିଦେଲା ।


ସୁମନକୁ ବହୁତ ଖରାପ ଲାଗିଲା ଏବଂ ସେ ଭାବିଲା ମୁଁ ଯାହା ପାଇଁ ଏତେ ଲଢେଇ କରୁଛି ସେ ପୁଣି ମତେ ଏମିତି କହିଲା ଭାବି ଆଉ ତା ପାଖକୁ ଆଉ ଫୋନ କଲାନି .

ଏହି ଭିତରେ ଗୋଟେ ଦିନ ବିତିଗଲା 

ତା ପରଦିନ ଚିତ୍ରା ଫୋନ କଲା ସୁମନ ଫୋନଟା ଉଠଇଲା ଆଉ କହିଲା- 

ସୁମନ : କାହଁକି ଫୋନ କରିଚ? 

ଚିତ୍ରା :  ତମର କଣ କଥା ହେବାକୁ ଇଚ୍ଛା ନାହିଁ? 

ସୁମନ :  ନା 

ସୁମନ ଏହା କହି ଫୋନ କାଟିଦେଲା ଏବଂ ଫୋନ କଲା ନାହିଁ କି ଚିତ୍ରା ବି ଫୋନ କଲା ନାହିଁ 


ତିନି ମାସ ପରେ 


ହଠାତ ଚିତ୍ରା ସାଥିରେ ସୁମନର ଦେଖା ହୋଇଗଲା ଏବଂ ସୁମନ ଚିତ୍ରାକୁ ଦେଖିକି ବହୁତ ଖୁସି ହୋଇଗଲା କିନ୍ତୁ ସବୁ ଖୁସି ପାଣି ଫୋଟକା ଭଳି ମିଳେଇ ଗଲା ଜେବେ ସୁମନ ଜାଣିଲା ଚିତ୍ରା ଆଉ କାହାକୁ ଭଲ ପାଉଛି । ନା ଚିତ୍ରା କୁ କିଛି କହିପାରିଲା ନା ତାକୁ କିଛି ଦୋଷ ଦେଇ ପାରିଲା ।


କେବଳ ନିଜକୁ ପ୍ରଶ୍ନ କଲା ଇଏ କେମିତିକା ପ୍ରେମ ଥିଲା? 

ମାତ୍ର ତିନି ମାସ କଥା ନହେବାରୁ ଆଉ ଗୋଟିଏ ପ୍ରେମିକ ଆବଶ୍ୟକ ପଡିଲା। ସବୁ କଥା ଭୁଲି ସୁମନ ନୂଆ କରି ଜିଇଁବା ଆରମ୍ଭ କଲା। 



Rate this content
Log in